• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଦେଶରୁ ଆସିଲେ ବାଧ୍ୟତା ମୂଳକ ନୁହେଁ ସଂଗରୋଧ  । କୋଭିଡ ଗାଇଡଲାଇନ୍ ଅନୁସାରେ ସେମାନଙ୍କ ପାଇଁ ସୁବିଧା ଯୋଗାଇଦିଆଯିବ ।
  2.  କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ ବାକି ଡାକ୍ତର ହସ୍ପିଟାଲରେ ରହିଛନ୍ତି । ସେହିପରି ଅନ୍ୟ କିଛି ଡାକ୍ତର ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି ।
  3. ୟୁପି ନିର୍ବାଚନରେ ଲଢିବାକୁ ସଜବାଜ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଖିଳେଶ ମୈନପୁରୀର କରହଲ ଆସନରୁ ଲଢିବେ ବୋଲି ସୂଚନା ଦେଇଛନ୍ତି। 
  4. ମଧ୍ୟ ପ୍ରଦେଶ ସରକାରର ଅବକାରୀ ନୀତି ୨୦୨୨-୨୩ରେ ବିଦେଶୀ ମଦର ଖୁଚୁରା ମୂଲ୍ୟ ୨୦ ପ୍ରତିଶତ ଯାଏଁ ହ୍ରାସ ହୋଇଛି । ଏହାବ୍ୟତୀତ ସରକାର ରାଜ୍ୟର ସମସ୍ତ ବିମାନ ବନ୍ଦର ତଥା ଇନ୍ଦୋର, ଭୋପାଳ, ଜବଲପୁର ଓ ଗୋୱାଲିୟର ଭଳି ସହରର ସୁପର ମାର୍କେଟରେ ଖୁଚୁରା ମଦ ବିକ୍ରି ପାଇଁ ମଞ୍ଜୁରି ଦେଇଛନ୍ତି।
  5. ଯୋଗୀ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।
  6. ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରିୟ ମିଶ୍ର । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।
  7. ଜାନୁଆରୀ ୨୫ରୁ ଆରମ୍ଭ ହେବ ଓଡ଼ିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ । କଟକ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏହି ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ  ଆୟୋଜନ ହେବା ନେଇ ଜଣାପଡ଼ିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶର ୩ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେବା ନେଇ ସୂଚନା ମିଳିଛି ।
  8. ଆଇଟିସିଏମ୍‌ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍‌ ମିସାଇଲ୍‌ ବ୍ରହ୍ମୋସ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ ।
  9.  ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ଯେଉଁମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ହୋଇଯାଇଥିବ ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ । ପ୍ରିକସନ୍ ଡୋଜ୍ ନେବା ପାଇଁ ଆବଶ୍ୟକ ପଡିଲେ ସାମ୍ବାଦିକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
  10. ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାରଠାରୁ ଲିଭାଇ ଦିଆଯିବ। ତେବେ ଏହାକୁ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମୃତି ଜ୍ୟୋତି ସହିତ ମିଶାଇ ଦିଆଯିବ।
  11.  ସବୁ ବିଶ୍ୱ ନେତାଙ୍କୁ ପଛରେ ପକାଇ ଲୋକ ପ୍ରିୟତାର ଶୀର୍ଷରେ ମୋଦୀ । ଆମେରିକାର ଡାଟା କନସଲଟେନ୍ସି ଫାର୍ମା ପ୍ରକାଶ କରିଥିବା ଏହି ସୂଚୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ପାଖରେ ବିଶ୍ୱର ଅନ୍ୟ କୌଣସି ନେତା ପହଞ୍ଚି ପାରିନାହାନ୍ତି ।
  12.  ଦିଲ୍ଲୀରେ ଶସ୍ତା ହେଲା କରୋନା ଟେଷ୍ଟ । ଦିଲ୍ଲୀ ସରକାର କରୋନା ଟେଷ୍ଟ ପାଇଁ ନୂଆ ମୂଲ୍ୟ ସୂଚୀ ଜାରି କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଏଣିକି କରୋନା ଟେଷ୍ଟ ଶସ୍ତା ହେବ । ଘରୋଇ ଲ୍ୟାବୋରେଟରୀରେ ୩୦୦ ଟଙ୍କାରେ ଆରଟି-ପିସିଆର ଟେଷ୍ଟ ହୋଇପାରିବ ।
  13. ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ବର୍ଷଟିଏ ପୂରଣ କରିଛନ୍ତି। ଏହି ଅବସରରେ ହ୍ୱାଇଟ୍ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ କୋଭିଡ-୧୯ରେ ଆମେରିକୀୟମାନେ ଥକିପଡିଥିବା କହିଛନ୍ତି।
  14. ‘ବର୍ତ୍ତମାନ ବିଶ୍ବରେ କରୋନାର ଚତୁର୍ଥ ଲହର ଜାରି ରହିଛି । ଗତ ୧ ସପ୍ତାହ ହେଲା ପ୍ରତିଦିନ ବିଶ୍ବରେ ୨୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ଆଶ୍ବସ୍ତିକର ଖବର ହେଉଛି ଗତ ୪ ସପ୍ତାହ ହେଲା ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ୟୁରୋପରେ ମଧ୍ୟ ସଂକ୍ରମଣ ହାର ଲଗାତାର ଭାବେ କମୁଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ, ୟୁପି, ଗୁଜୁରାଟ, ଓଡିଶା ଏବଂ ରାଜସ୍ଥାନରେ ସଂକ୍ରମଣ ହାର ଅଧିକ ରହିଛି।’
  15. ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସରେ ଆଦାନୀ ଗ୍ରୁପର ମୁଖିଆ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୯.୧ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ସୂଚୀର ଦ୍ୱାଦଶତମ ସ୍ଥାନକୁ ପହଞ୍ଚିଛନ୍ତି।
  16. ନିଟ୍-ପିଜି (ସ୍ନାତକୋତ୍ତର) ଓ ନିଟ୍-ୟୁଜି (ଏମବିବିଏସ୍‌) ଭଳି ଡାକ୍ତରୀ ପାଠ୍ୟକ୍ରମ ନାମଲେଖାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କୁ ୨୭% ସଂରକ୍ଷଣ ସୁବିଧା ପ୍ରଦାନ କରାଯିବ। ସେହିପରି ଆର୍ଥିକ ଅନଗ୍ରସର (ଇଡବ୍ଲ୍ୟୁଏସ୍‌) ପ୍ରାର୍ଥୀଙ୍କୁ ୧୦% ସଂରକ୍ଷଣ ସୁବିଧା ପ୍ରଦାନ କରାଯିବ ବୋଲି ଗୁରୁବାର ସର୍ବୋଚ୍ଚ ଅଦାଲତ ପୁନର୍ବାର ତାଙ୍କ ରାୟରେ ଦୋହରାଇଛନ୍ତି।
  17. ଆଇସିସି ପକ୍ଷରୁ ଘୋଷିତ ବର୍ଷ-୨୦୨୧ର ଶ୍ରେଷ୍ଠ ଦିନିକିଆ ମହିଳା ଏକାଦଶରେ ଦୁଇ ଭାରତୀୟ ସିନିୟର କ୍ରିକେଟର ମିତାଲି ରାଜ୍‌ ଓ ଝୁଲଣ ଗୋସ୍ବାମୀ ସ୍ଥାନ ପାଇଛନ୍ତି। ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ଏହି ଏକାଦଶ ମନୋନୟନ କରାଯାଇଛି।
  18. ମହାମାରୀ ବିଶ୍ବରେ କାୟା ବିସ୍ତାର କରିଛି। ଆମେରିକାରେ ଗୋଟିଏ ଦିନରେ ୫ ଲକ୍ଷ ୯୮ ହଜାର ୪୨୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ସଂଖ୍ୟା ୭ କୋଟି ଅତିକ୍ରମ କରିଛି। ଦିନକରେ ୧ ଲକ୍ଷ ୧୫ ହଜାର ୫୯୫ ଜଣ ସୁସ୍ଥ ହୋଇଥିଲା ବେଳେ ୨୪୨୨ ଜଣଙ୍କର ମୃତ୍ୟୁ ହୋଇଛି।  
  19. ଚିଟଫଣ୍ଡ ସଂସ୍ଥା ଏମଡ଼ିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ସାଇ ସମୃଦ୍ଧି ରିୟଲକନ୍ ଇଣ୍ଡିଆ ଲିମିଟେଡ୍ ର ଏମଡ଼ି ସନ୍ଦୀପ୍ ଦାସ ଙ୍କୁ ଏହି ଦଣ୍ଡାଦେଶ ହୋଇଛି । ଠକେଇ ମାମଲା ଓ ୬ ଓପିଆଇଡ଼ି ଦଫାରେ ୫ ବର୍ଷ ଜେଲ୍ ହୋଇଛି ।
  20. ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ। ସାମଗ୍ରିକ ଭାବରେ କରୋନା ବିସ୍ତାର ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ ଯେଉଁ ଗତିରେ ସଂକ୍ରମଣ ବଢୁଥିଲା ସେଥିରେ ରୋକ ଲାଗିଛି। କେସ୍ ଡବଲିଂ ସଂଖ୍ୟା କମିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.