• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଇତିହାସରେ ଯୋଡ଼ି ହେଲା ନୂଆ ଇତିହାସ। ଏଣିକି ଦେଶରେ ଜଳିବ ଗୋଟିଏ ଅମର ଯବାନ ଜ୍ୟୋତି । ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶିଲା ଇଣ୍ଡିଆ ଗେଟ ସ୍ଥିତ ଅମର  ଯବାନ ଜ୍ୟୋତି ।  ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ଅମର ଯବାନ ଜ୍ୟୋତିକୁ ମିଶାଇ ଦିଆଯାଇଛି । 
  2. ଏଣିକି ମଣିଷ ମରି ଗଲେ ତାଙ୍କ ସହ ଶେଷ ହୋଇ ଯିବନି ତାଙ୍କର ସ୍ମୃତି । କାରଣ ମଣିଷ ମସ୍ତିଷ୍କରେ ଏଣିକି ଲାଗି ପାରିବ ଏପରି ଏକ ଚିପ୍ସ, ଯାହାଦ୍ବାରା ଜଣେ ଅନ୍ୟ ଜଣଙ୍କ ପାଖକୁ ନିଜର ପୁରୁଣା ସ୍ମୃତିକୁ ସ୍ଥାନାନ୍ତର କରିହେବ । ଏମିତି ଟେକ୍ନୋଲଜିର ଟ୍ରାଏଲ୍ ଏଲୋନ ମକ୍ସଙ୍କ ‘ବ୍ରେନ୍ କମ୍ପ୍ୟୁଟର ଟେକ୍ନୋଲଜି’ ମଣିଷ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ହୋଇସାରିଛି । 
  3. ଫୁଲବାଣୀରୁ ୨୦୨୦ ଡିସେମ୍ବରରେ ଜଣେ ମହିଳାଙ୍କୁ ଅପହରଣ କରି ଦୀର୍ଘ 8 ମାସ ଧରି ସୁନ୍ଦରପଦାରେ ରଖି ଦୁଷ୍କର୍ମ କରୁଥିଲେ ମିଲନ କଂହର । ଆଲବମ ହିରୋଇନ କରେଇ ଦେବାକୁ ପ୍ରଲୋଭନ ଦେଖାଇ 8 ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
  4. ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରି ଅଭିଯୋଗ । ମନ୍ତ୍ରୀଙ୍କ ମାଡରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଗୁରୁତର ଆହତ । ସେମାନେ ପିଆରଏମ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଉପ ନିର୍ଦେଶକ ଅଶ୍ୱନି କୁମାର ମଲ୍ଲିକ ଓ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ର ଆହତ ହୋଇଛନ୍ତି ।
  5. ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା ଏହି ସମୟରେ କରିଛନ୍ତି, ଯେତେବେଳେ ଭାରତ ସରକାର ଇଣ୍ଡିଆ ଗେଟରୁ ଅମର ଯବାନ ଜ୍ୟୋତିଠାରେ ଜଳୁଥିବା ଦୀପ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ମିଶାଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । 
  6. ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଦେଶରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ ରହିଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟ ବହୁତ ଅଧିକ । ଅର୍ଥାତ ଚାକିରି କରିବାକୁ ଚାହୁଁଥିବା ୫ କୋଟିରୁ ଅଧିକ ଭାରତୀୟ ବିନା କାମରେ ଘରେ ବସିଛନ୍ତି ।
  7. ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଭାରତରେ ମୋଟ ୫.୩ କୋଟି ଲୋକ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏଥିରେ କେବଳ ମହିଳାଙ୍କ ସଂଖ୍ୟା ୧.୭ କୋଟି । ଘରେ ବସିଥିବା ଲୋକଙ୍କ ସଂଖ୍ୟା ଅଧିକ, ଯେଉଁମାନେ ନିୟମିତ କାମ ଖୋଜୁଛନ୍ତି । 
  8. ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜନ୍ ଗୁଗଲକୁ ଜୋରଦାର ଝଟକା । ୟୁରୋପରେ ବେଆାଇନ ଘୋଷଣା ହେଲା ଗୁଗଲ । 
  9. ଅଷ୍ଟ୍ରେଲିଆରେ ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି କରିଛି ଆଇସିସି । ଶୁକ୍ରବାର ଆଇସିସି ତରଫରୁ ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି ହୋଇଛି । ଅକ୍ଟୋବର ୧୬ରୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ । କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟର ସୁପର-୧୨ ରାଉଣ୍ଡ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ ।
  10. ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ସ୍ୱାଧୀନ ଭାବରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। 
  11. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକାଦ୍ବାରା ହୋଇଥିବା ‘ମୁଡ୍‌ ଅଫ୍‌ ଦି ନେସନ୍‌-୨୦୨୨’ ସର୍ଭେରୁ ଜଣାପଡ଼ିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧.୧% ରେଟିଙ୍ଗ୍‌ ହାସଲ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି।
  12. ଦିଲ୍ଲୀ ରାଜପଥରେ ସାରା ବିଶ୍ବବାସୀଙ୍କୁ ଏହି ଶାସ୍ତ୍ରୀୟ ନୃତ୍ୟର ମହକ ପରଶିବେ କଳାକାର। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ସର୍ବଭାରତୀୟ ସ୍ତର‌ରେ ଆୟୋଜିତ ‘ବନ୍ଦେ ମା’ ତରମ୍‌ ନୃତ୍ୟ ଉତ୍ସବ’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫାଇନାଲ୍‌ରେ ଚୟନ ହୋଇ ଦିଲ୍ଲୀରେ ୪୮୦ କଳାକାର ପହଞ୍ଚିଛନ୍ତି।
  13. କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ବିରୋଧୀ ଖବର ପ୍ରସାରଣ ନେଇ ୩୬ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରାଯାଇଛି। ଏହାସହିତ ୨ଟି ଟ୍ବିଟର, ୨ଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଛି। 
  14. ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ଜଣେ ବାପାଙ୍କର (ହିନ୍ଦୁ) ଯଦି ମୃତ୍ୟୁ ହୋଇଯାଲ ତେବେ ତାଙ୍କ ଝିଅ ମାନେ ତାଙ୍କ ଅର୍ଜିତ ସମ୍ପତ୍ତି ଭୋଗ କରିପାରିବେ । ଅର୍ଥାତ୍‍ ବାପାଙ୍କ ସମ୍ପତ୍ତିରୁ ଝିଅ ମାନେ ଅଧିକାର ପାଇପାରିବେ । ପୁଅମାନଙ୍କ ତୁଳନାରେ ଝିଅମାନଙ୍କର ମଧ୍ୟ ସମ୍ପତ୍ତିରେ ଅଗ୍ରାଧୀକାର ରହିଛି ।
  15. ହ୍ୱାଟ୍‍ସାଆପ୍‍ ଟେଲିଗ୍ରାମ୍‍ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ । ଏନେଇ ଏକ ନିର୍ଦ୍ଦେଶାନାମାଜାରି ହୋଇଛି । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ ଅଧିକାରୀଙ୍କୁ ଗୋପନୀୟ ସୂଚନା ବାଣ୍ଟିବା ପାଇଁ ହ୍ୱାଟ୍‍ସାଆପ, ଟେଲିଗ୍ରାମ ଭଳି ଆପ୍ ବ୍ୟବହାର କରିବାକୁ ବାରଣ କରାଯାଇଛି।
  16. ୧୧ ଜଣ ଓଏଏସ୍‌ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା ନିୟମ ୧୯୫୪ ଅନୁସାରେ ପଦୋନ୍ନତି ଦିଆଯାଇ ଆଇଏଏସ୍‌ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
  17. ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟର ନିର୍ମାଣ ମୂଲ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏହାର ନିର୍ମାଣ ପାଇଁ ୯୭୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ଏବେ ୨୯ ପ୍ରତିଶତ ବୃଦ୍ଧି ପାଇ ୧୨୫୦ କୋଟି ଟଙ୍କାରେ ପହଞ୍ଚିଛି । ମୂଳ ଅଟକଳଠାରୁ ଏହା ପ୍ରାୟ ୨୮୨ କୋଟି ଟଙ୍କା ବୃଦ୍ଧି ପାଇଛି ।
  18. ଓଡ଼ିଶାର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଛି। ସେ ୧୦୨ ବର୍ଷରେ ପ୍ରାଣ ତ୍ୟାଗ କରିଛନ୍ତି। ବରଗଡ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ପ୍ରଧାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 
  19. ବଲାଙ୍ଗୀର ସଦର ପୋଲିସ ଦ୍ୱାରା ପ୍ରାୟ ୫୨୮୦ ବୋତଲ କଫ୍ ସିରପ ଜବତ ହୋଇଛି, ଏବଂ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। 
  20. ଭାରତରେ ହଜାର ହଜାର ଲୋକଙ୍କ ଡାଟା ଏକ ସରକାରୀ ସର୍ଭରରୁ ଲିକ୍ ହୋଇଯାଇଛି। ଯେଉଁଥିରେ ଲୋକଙ୍କ ନାମ, ବୟସ, ମୋବାଇଲ ନମ୍ବର, ଘର ଠିକଣା ଓ କୋଭିଡ ଯାଞ୍ଚ ଫଳାଫଳ ଆଦି ରହିଛି। ଏବେ ଏହି ଡାଟାଗୁଡିକ ଅନଲାଇନ ସର୍ଚ୍ଚ କରି ପ୍ରାପ୍ତ କରାଯାଇପାରୁଛି। ଲିକ୍ ହୋଇଥିବା ଡାଟା ‘ରେଡ ଫୋରମ’ର ୱେବସାଇଟରେ ବିକ୍ରି ଲାଗି ରଖା ଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.