• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରି ରାଜ୍ୟର କ୍ଷମତାକୁ ଗୌଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର । କେନ୍ଦ୍ରର ଏଭଳି ଆଭିମୁଖ୍ୟ ବିରୋଧରେ ଉଠିଛି ରାଜନୈତିକ ସ୍ବର l ପୂର୍ବରୁ ରାଜ୍ୟଗୁଡିକୁ ଅନୁଦାନରେ ଟାଳଟୁଳ ନୀତି ଗ୍ରହଣ କରିଥିବା କେନ୍ଦ୍ର ସରକାର ଏବେ ଆଇଏଏସ କ୍ୟାଡ଼ର ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବ ।
  2. ସାଧାରଣତନ୍ତ୍ର ଦିବସ ଲାଗି ଆଜିଠାରୁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । 
  3. ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବି ଫରକ ପଡ଼ୁନି । ଓଲଟା ଚିଠି ଲେଖି କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ କହିଲେଣି ଉଷୁନା ଚାଉଳ ପରିବର୍ତ୍ତେ ଅରୁଆ ଉତ୍ପାଦନ କରୁ ରାଜ୍ୟ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖିବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିଛି ଅସନ୍ତୋଷ । 
  4. ଜାନୁୟାରୀ ୨୫ ରେ ନିର୍ବାଚନ ଆୟୋଗ ବୈଦ୍ୟୁତିକ ଭାବରେ ଇଲେକ୍ଟୋରାଲ୍ ଫଟୋ ଆଇଡି କାର୍ଡ ଅର୍ଥାତ୍ ଇ-ଏପିକ ନାମକ ଏକ ସେବା ଆରମ୍ଭ କରାଯାଇଥିଲା | ଏହାକୁ ଫୋନରେ ଡାଉନଲୋଡ୍ କରାଯାଇପାରିବ | ଆହୁରି ମଧ୍ୟ, ଏହି ଡିଜିଟାଲ୍ ଡକ୍ୟୁମେଣ୍ଟ୍ ଡିଜି ଲକରରେ ମଧ୍ୟ ରଖାଯାଇପାରିବ | ଏହା ବ୍ୟତୀତ, ଆପଣଙ୍କର ଫୋନ୍ ନମ୍ବର ଡିଜିଟାଲ୍ ଫର୍ମାଟରେ ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିବାକୁ ପୋର୍ଟାଲରେ ପଞ୍ଜୀକୃତ ହେବା ଜରୁରୀ |
  5. ପ୍ରତିବର୍ଷ ଜାନୁଆରି ୨୯ରେ ଅନୁଷ୍ଠିତ ହେଉଥିବା ଭାରତୀୟ ସେନାର ବିଟିଂ ଦ ରିଟ୍ରିଟ୍ ସମାରୋହ ଏକ ଖ୍ରୀଷ୍ଟିଆନ ଧାର୍ମିକ ମନ୍ତ୍ର ଆବାଇଡ୍ ଓ୍ବିଥ ମି ତାଳେ ତାଳେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷଠାରେ ଏହା ବଦଳରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ ‘ଏ ମେରେ ବତନ କି ଲୋଗୋ’ ତାଳେ ତାଳେ ଅନୁଷ୍ଠିତ ହେବ ।
  6. ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତି କରୁଛି । କଂପାନି ନିଜର ୫ଜି ନେଟ୍‌ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି ।
  7. ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗ ଲଗାଇଥିବା କଟକଣା ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।
  8. ଆମେରିକା ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଆମେରିକା ସରକାର ଚୀନର ୩ଟି ସାମରିକ ସାମଗ୍ରୀ ନିର୍ମାଣକାରୀ କମ୍ପାନି ଉପରେ କଟକଣା ଲଗାଇଛନ୍ତି ।
  9. ଜଣେ କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ବୋଲି ‘ଲ୍ୟାବ୍‌ ଟେଷ୍ଟ୍‌’ରୁ ପ୍ରମାଣିତ ହେବା ସହ ସେ ସୁସ୍ଥ ହେବାର ୩ ମାସ ପରେ ଯାଇ କୋଭିଡ୍‌ ଟିକା କିଂବା ‘ବୁଷ୍ଟର୍‌ ଡୋଜ୍‌’ ଟିକା ନେବେ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସରକାର କହିଛନ୍ତି।
  10. ଇଣ୍ଡିଆ ଗେଟ୍‌ରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନୂଆଦିଲ୍ଲୀସ୍ଥିତ ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ଏହାକୁ ନିର୍ମାଣ କରିବେ।
  11. କୋଭିଡ୍‌-୧୯ ନିୟମର ଦ୍ବାହି ‌ଦେଇ ବେଜିଙ୍ଗ୍ ଆମେରିକୀୟ ବିମାନ ଚଳାଚଳ ଉପରେ ଲାଗୁ କରିବାରୁ ଆମେରିକା ମଧ୍ୟ ୪୪ଟି ଚୀନା ଯାତ୍ରୀବାହୀ ବିମାନ ବାତିଲ କରିଥିବା କଥା ଶୁକ୍ରବାର ଦିନ ଘୋଷଣା କରିଛି।
  12. ପଶ୍ଚିମବଙ୍ଗ ସରକାରକୁ ୧,୦୦୦ କୋଟି ଟଙ୍କାର ଋଣ ଦେଇଛି ବିଶ୍ୱ ବ୍ୟାଙ୍କ । ଗରିବ ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବାରେ ନିଜର ପ୍ରୟାସର ସମର୍ଥନ କରୁଥିବା ପଶ୍ଚିମବଙ୍ଗକୁ ବିଶ୍ୱ ବ୍ୟାଙ୍କ ଏହି ଋଣ ଦେଇଛି । 
  13. ଜୟପୁର ଦୈନିକ ପରିବା ବଜାରରେ ଆଜି ଭୋରରୁ ପରିବା ବଜାରରେ ନିଆଁ ଲାଗି ଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ପ୍ରାୟ ୩୦ଟି ପରିବା ଷ୍ଟଲ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ପରିବାପତ୍ର ନଷ୍ଟ ହୋଇଯାଇଛି ।
  14. ବିଶ୍ୱରେ ୧ନମ୍ବର ଇ-କମର୍ସ କମ୍ପାନୀ ଆମାଜନ ଏକ ଆକର୍ଷକ ଅଫର ନେଇ ଆସିଛନ୍ତି। ତାହା ହେଉଛି ‘ବାୟ ନାଓ ପେ ଲେଟର’ (ଏବେ କିଣନ୍ତୁ ପରେ କରିବେ ପୈଠ)। ଯେଉଁଥିରେ ଆମଜନ ଆପଣଙ୍କୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲିମିଟ୍ ଦେଉଛନ୍ତି।
  15. ବର୍ତ୍ତମାନ ଭାରତର ୫୨ ପ୍ରତିଶତ ଜନତା ମୋଦୀ ସରକାରଙ୍କ ଆର୍ଥିକ ନୀତିରେ ଖୁସି  ଅଛନ୍ତି। ଇଣ୍ଡିଆ ଟୁଡେ ଏବଂ ସି ଭୋଟରର ସଦ୍ୟତମ ସର୍ଭେରେ ଏହା ସୂଚନା ସାମ୍ନାକୁ ଆସିଛି।
  16. ଦେଶରେ ମୋଟ ସଂକ୍ରମଣ ୩.୮୯ କୋଟିରେ ପହଞ୍ଚିଥିବା ବେଳେ ଆମେରିକା ତଳକୁ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ପ୍ରଭାବିତ ଦେଶ। ଓମିକ୍ରନ୍ ପୂର୍ବରୁ ଭାରତରେ ଡେଲ୍‌ଟା ଭାରିଆଣ୍ଟ ଆତଙ୍କ ଖେଳାଇଥିଲା। ଦ୍ବିତୀୟ ଲହର ସମୟରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିଲା। ଓମିକ୍ରନ୍ ଦ୍ରୁତ ସଂକ୍ରମଣଶୀଳ ହେଲେ ବି ଏଯାଏ ସେଭଳି ଉଦ୍‌ବେଜନକ ସ୍ତରରେ ପହଞ୍ଚିନାହିଁ। 
  17. ମୁମ୍ବାଇ ପୁଲିସରେ ତିନି ଦଶନ୍ଧି ତଳେ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପ୍ରତିଷ୍ଠା କରିଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅଫତାବ ଅହମଦ ଖାନ୍‌ଙ୍କର ଶୁକ୍ରବାର ୮୧ ବର୍ଷ ବୟସରେ ପରଲୋକ ଘଟିଛି।
  18. ଦୁରଦର୍ଶନ ଏବଂ ଆକାଶବାଣୀରେ ନିର୍ବାଚନ ପ୍ରଚାର ଜନିତ ପ୍ରସାରଣ ପାଇଁ ସବୁ ଦଳକୁ ୧୭୯୮ ମିନିଟ୍‌ ମିଳିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି। ଫେବ୍ରୁଆରି ୫ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦୂରଦର୍ଶନ କେନ୍ଦ୍ର ଅପରାହ୍ନ ୧ରୁ ୩ଟା ପର୍ଯ୍ୟନ୍ତ ପ୍ରସାରଣ କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଆକାଶବାଣୀ ମଧ୍ୟ ୧୪ ଦିନ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟ ତଥା ପୂର୍ବାହ୍ନ ୧୦ରୁ ୧୧ ଟା ଏବଂ ସନ୍ଧ୍ୟା ୫.୩୦ରୁ ୭.୧୦ ପର୍ଯ୍ୟନ୍ତ ପ୍ରସାରଣ କରିବ।
  19.  ୩ୟ ଲହରରେ ଯେତେ ଲୋକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରାୟ ୬୦ ପ୍ରତିଶତ ଲୋକ ଆଦୌ ଟିକା ନେଇନଥିଲେ ଅଥବା ଗୋଟିଏ ପାନ (ଡୋଜ) ଟିକା ନେଇଥିଲେ । ପୁଣି ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୭୦ ବର୍ଷରୁ ଅଧିକ କିମ୍ବା ସେମାନଙ୍କ ଆଗରୁ ଅନ୍ୟ ରୋଗ ଥିଲା ।
  20. ୟେମେନର ହୁତି ବିଦ୍ରୋହୀଙ୍କ ଉପରେ  ସାଉଦି ଆରବର ମିଳିତ ବାହିନୀ କ୍ରମାଗତ ଚତୁର୍ଥ ଦିନ ଧରି ଏଆରଷ୍ଟ୍ରାଇକ୍ ଜାରି ରଖିଛି । ଏଥିରେ ୭୭ ଜଣ ନିହତ ହୋଇଛନ୍ତି ଓ ୧୪୬ ଜଣ ଆହତ ହୋଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.