• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରିକୁ ସବୁଠି ଛି ଛାକର କରାଯାଉଛି। ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ ବହିଷ୍କାର ପାଇଁ ଦାବି
  2. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ଯାଞ୍ଚ ବେଳେ କଟିଛି ୮ହଜାର ୬୪୮ନାମାଙ୍କନପତ୍ର ।ଏନେଇ ଏବେ ୨ଲକ୍ଷ ୨୦ହଜାର ୪୧୪ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ହଜାର ୮୬୦ପ୍ରାର୍ଥିପତ୍ର କାଏମ ରହିଛି । ସେହିଭଳି ପଞ୍ଚାୟତ ସମିତି ପାଇଁ ୨୭ହଜାର ୩୪ପ୍ରାର୍ଥିପତ୍ର ଓ ଓ୍ୱାର୍ଡ ସଭ୍ୟ ପାଇଁ ୧ଲକ୍ଷ ୫୬ହଜାର ୭୫୩ପ୍ରାର୍ଥିପତ୍ର କାଏମ ରହିଛି ।
  3. ନେତାଜୀଙ୍କ 125ତମ ଜୟନ୍ତୀରେ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍ ପ୍ରତିମା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ହେବା ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍‌ଠାରେ ଏହି ହୋଲୋଗ୍ରାମ ରହିବ ।
  4.  ନୌସେନା ବ୍ୟାଣ୍ଡ୍ ୧୯୭୦ ଦଶକର ଲୋକପ୍ରିୟ ଗୀତ ମୋନିକା ଓ ମାଇଁ ଡାର୍ଲିଂର ଧୁନ୍ ବଜାଇଥିଲା । ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ ।
  5. ଉତ୍ତର ୨୪ ପ୍ରଗଣା ଭାଟପଡ଼ାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବା ନେଇ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷ ସହ ବୋମାମାଡ଼ ଓ ଗୁଳି ଚାଳନା କରାଯାଇଛି ।
  6. ବର୍ତ୍ତମାନ ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଉଥିବାବେଳେ ବ୍ରିଟେନରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି।
  7. ପାକିସ୍ତାନର କରାଚୀରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ‌ ହୋଇଛି ଧୂଳି ଝଡ଼। ଭାରତର ଦକ୍ଷିଣ ରାଜସ୍ଥାନ ଓ ଗୁଜୁରାଟରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ୧୨ଘଣ୍ଟା ପର୍ଯ୍ୟନ୍ତ ଧୂଳି ଝଡ଼ର ପ୍ରଭାବ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
  8. ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଯୋଜନା କରୁଥିବା ସୂଚନା ପାଇଥିବା କଥା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।
  9. ଅଦରକାରୀ ଗାଡ଼ି ପାର୍ଟସ୍‌କୁ ବ୍ୟବହାର କରି ରେସିଂ କାର ତିଆରି କରିଛନ୍ତି କଟକର ସୁଶାନ୍ତ ରାଉତ। ସୁଶାନ୍ତ ଏଥିପାଇଁ ଖର୍ଚ୍ଚ କରିଛନ୍ତି ୩୦ ହଜାର ଟଙ୍କା। କବାଡ଼ିଆଖାନାରୁ ସମସ୍ତ ଗାଡ଼ିର ପାର୍ଟସକୁ ସଂଗ୍ରହ କରି ସେ ପ୍ରସ୍ତୁତ କରିଛନ୍ତି ରେସିଂ କାର।
  10. ଓମିକ୍ରନ ଭାରିଆଣ୍ଟ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଆଖିଠାରୁ ଆରମ୍ଭ କରି ହୃତପିଣ୍ଡ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହାରି ଭିତରେ ଓମିକ୍ରନ ଭାରିଆଣ୍ଟ ମଣିଷର କାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଷ୍ଟାନଫର୍ଡ ୟୁନିଭର୍ସିଟି ବୈଜ୍ଞାନିକ ଦାବି କରିଛନ୍ତି। ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଟିକାକୁ ପ୍ରଭାବଶୂନ୍ୟ କରୁଥିବା କୁହାଯାଉଛି । ତେବେ ଏହାରି ଭିତରେ ଷ୍ଟାନଫର୍ଡ ୟୁନିଭରସର୍ଟି ଏକ ବଡ ଦାବି କରିଛି ।
  11. ନେତାଜୀ ରିସର୍ଚ୍ଚ ବ୍ୟୁରୋ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର ୨୦୨୨ରେ ସମ୍ମାନିତ କରିଛନ୍ତି। କୋଲକାତାରେ ଜାପାନର ମହାବାଣିଜ୍ୟ ଦୂତ ନାକାମୁରା ୟୁତାକା ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
  12.  ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି। ନ୍ୟାସନାଲ ଗ୍ୟାଲେରୀ ଅଫ ମୋଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ ମୂର୍ତ୍ତିକାର ଅଦ୍ଵୈତ ଗଡନାୟକ ନେତାଜୀଙ୍କ ପ୍ରସ୍ତାବିତ ମୂର୍ତ୍ତି ନିର୍ମାଣ କରିବେ।
  13. ଆନ୍ନାଙ୍କ ଅଟୋରେ ୱାଇ-ଫାଇ ସୁବିଧା ସହ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଟିଭି ମଧ୍ୟ ରହିଛି। ସେହିପରି ଅଟୋରେ ଏକ ଛୋଟ ଫ୍ରିଜ୍‌ ମଧ୍ୟ ରହିଛି। ଏଥି ସହିତ ଆନ୍ନା ଇଂରାଜୀ ଭାଷା ମଧ୍ୟ ବେଶ ଭଲ ଭାବେ କହିପାରନ୍ତି। ସେ ତାଙ୍କ ଅଟୋରେ ଯାତ୍ରା କରୁଥିବା  ଗ୍ରାହକଙ୍କୁ ଲାପଟପ୍ ଏବଂ ଟାବଲେଟ୍ ମଧ୍ୟ ପ୍ରଦାନ କରନ୍ତି। ଯାତ୍ରା କରିବା ସମୟରେ ଗ୍ରାହକ ଲାପଟପ୍ ଏବଂ ଟାବଲେଟ୍ ବ୍ୟବହାର କରିପାରିବେ। ଯଦି ତାଙ୍କ ଅଟୋରେ ଯାତ୍ରା କରୁଥିବା କୌଣସି ଗ୍ରାହକୁ କିଛି ପଢିବାକୁ ଚାହିଁବେ ତବେ ତାଙ୍କ ଅଟୋରେ ମଧ୍ୟ ବିଭିନ୍ନ ଖବର କାଗଜ ଓ ମାଗାଜିନ୍‌ ଉପଲବ୍ଧ ରହିଛି।
  14. କଟକ ବାରବାଟି ଫେବୃଆରୀ ୧୫ ରେ ଇଣ୍ଡିଜ୍ ବିପକ୍ଷରେ ଟି -୨୦ ମ୍ୟାଚ୍ ଆୟୋଜନ କରିବାର ଯୋଜନା ଥିଲା କିନ୍ତୁ ସ୍ଥାନଟି ବର୍ତ୍ତମାନ କୋଲକାତାକୁ ସ୍ଥାନାନ୍ତରିତ ହୋଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ସହିତ ଭାରତ ତିନୋଟି ଦିନିକିଆ ଯାହା ବର୍ତ୍ତମାନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିଭଳି କୋଲକାତାର ଇଡେନ୍ ଗାର୍ଡେନ୍ସରେ ତିନୋଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ ବୋଲି ବୋର୍ଡ ଆଜି ଏକ ବିଜ୍ଞପ୍ତିରେ କହିଛି।
  15. ଦେଶରେ ଲଗାତାର ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ । ୧୩ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ପିକରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ଆଇଆଇଟି ମାଡ୍ରାସର ବିଶେଷଜ୍ଞ । କେତେକ ରାଜ୍ୟରେ ଏବେ ସ୍ଥିତି ସୁଧୁରୁଥିବାବେଳେ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ଉପରମୁହାଁ ରହିଛି । କର୍ଣ୍ଣାଟକରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ୫୦ହଜାର ଉପରେ ରହିଛି ।
  16. ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ ପରିଚାଳନାର ବିଭିନ୍ନ କ୍ଷେତ୍ରରେ ସାମଗ୍ରିକ ପାରଦର୍ଶିତା ନିମନ୍ତେ ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ଜାତୀୟ ପୁରସ୍କାର ପାଇବା ଲାଗି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଓଡ଼ିଆ ‘ଆଇଏଏସ୍‌’ ଅଫିସର୍‌ ସତ୍ୟବ୍ରତ ସାହୁ ମନୋନୀତ ହୋଇଛନ୍ତି।
  17. ଭାରତର ଆର୍-ଭାଲ୍ୟୁ ବା କରୋନା ଆକ୍ରାନ୍ତଙ୍କ ଦ୍ବାରା ସଂକ୍ରମଣ ହାର ଜାନୁଆରି ୧୪ରୁ ୨୧ ଭିତରେ ୧.୫୭କୁ ହ୍ରାସ ପାଇଛି ଏବଂ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଶା କରାଯାଉଛି।
  18. ଦିଲ୍ଲୀର ବାୟୁ ଗୁଣବତ୍ତା ଆଜି ସକ‌ାଳେ ‘ଅତି ଖରାପ’ ଶ୍ରେଣୀରେ ରହିଥିବା ରେକର୍ଡ କରାଯାଇଛି।​ ସମୁଦାୟ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୧୪ରେ ରହିଥିବା ବାୟୁ ମାନ ସଂକ୍ରାନ୍ତ ପାଣିପାଗ ତଥ୍ୟରେ କୁହାଯାଇଛି।
  19.  ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ମାତ୍ର ୮ଦିନ ବାକି ଥିବା ବେଳେ ସଂସଦ ଭବନରେ ହୋଇଛି କରୋନା ବିସ୍ଫୋରଣ। ସଂସଦ ଭବନର ୮୭୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
  20.  ଓମିକ୍ରନ୍‌ ପ୍ରଜାତିର କରୋନା ଭୂତାଣୁ ସଂକ୍ରମଣ ପାଇଁ ନ୍ୟୁଜିଲାଣ୍ଡରେ କଠୋର କଟକଣା ଲାଗୁ ହୋଇଛି। କଟକଣା ଯୋଗୁଁ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଉତ୍ସବକୁ ନିଷିଦ୍ଧ କରାଯାଇଛି। ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଏହି କଟକଣା ଲାଗୁ କରିଛନ୍ତି। କରୋନା କଟକଣାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ଆର୍ଡର୍ଣ୍ଣ ନିଜ ବାହାଘରକୁ ବାତିଲ କରିଛନ୍ତି।     

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.