• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଘୋଷଣା କରାଯାଇଥାଏ ।

2. ସମ୍ମାନଜନକ ପଦ୍ମ ପୁରସ୍କାର ପାଇବା ପାଇଁ ଓଡ଼ିଶାରୁ ୬ ଜଣ ମନୋନିତ ହୋଇଛନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ।

3.  ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରା ଶ୍ରୀମଦ୍‌ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ।

4. ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ ।ସେହିପରି ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ସୁନାମ ଆଣିଥିବା ଦୁଇ ପ୍ରଯୁକ୍ତିବିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ମିଳିବ । ସେହିପରି କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ମଧ୍ୟ ପଦ୍ମ ଭୂଷଣ ମିଳିବ ।ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

5. ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।

6. ଓଡ଼ିଶାର ୨୨ଜଣ ପାଇବେ ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଓ କନଷ୍ଟେବଳ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ରାଜ୍ୟର ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଯବାନ ଜୟରାମ କବାସିଙ୍କୁ ମିଳିବ ମରୋଣତ୍ତର ସାହସିକତା ପୋଲିସ ପଦକ । 

7.  ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। 

8. ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ପାଇ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ । ୩୮୪ ଲୋକଙ୍କ ନାଁ ବୀରତା ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଆଉ ଏହି ତାଲିକାରେ ରହିଛି ସୁନା ପୁଅ ନୀରୋଜ ଚୋପ୍ରାଙ୍କ ନାଁ ।

9. ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି ନେଇଛି ।

10. ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ରାତି ପ୍ରାୟ ସାଢେ ୧୧ଟା ସମୟରେ ୱାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାର ପୋଲ ତଳକୁ ଖସିପଡିଥିଲା |

11. କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଆଗାମୀ ୩୦ ତାରିଖ ସହିଦ ଦିବସ ଅବସରରେ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବତା ପାଳନ କରାଯିବ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

12. ଫେବ୍ରୁଆରି ୨୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସରିବ। ଏହା ପରେ ପରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ। ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

13. ଦେଶର ୭୩ ତମ ଗଣତନ୍ତ୍ର ଦିବସରେ ୩୮୪ ଜଣଙ୍କୁ ମିଳିବ ବୀରତା ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ର ଦିବସରେ ୩୮୪ ଜଣଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ।

14. ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ପ୍ରକାଶ କରିଥିବା କରପ୍ସନ୍‌ ପର୍‌ସେପସନ୍‌ ଇଣ୍ଡେକ୍ସ ୨୦୨୧ରେ ପାକିସ୍ତାନର ସ୍ଥିତି ଏବେ ତଳକୁ ଖସିଛି ।ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ୬୭ ସ୍କୋର କରି ଏହି ତାଲିକାର ୨୭ ନମ୍ୱର ସ୍ଥାନରେ ରହିଥିବା ଜଣାପଡ଼ିଛି । ସେହିପରି ଭାରତ ୪୦ ପଏଣ୍ଟ ସ୍କୋର କରି ୮୫ ତମ ସ୍ଥାନରେ ରହିଛି । 

15. ପରେଡ୍‌ରେ ଇତିହାସରେ ପ୍ରଥମ ଥର ୭୫ ବିମାନ ଫ୍ଲାଇପାଷ୍ଟ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ  ମଙ୍ଗଳବାର କହିଛି, ୭୫ ବିମାନର ଭବ୍ୟ ଫ୍ଲାଇ ପାଷ୍ଟ ସହ ସାଂସ୍କୃତିକ ପ୍ରଦର୍ଶନ, ୭୫ ମିଟର ଲମ୍ବର ୧୦ ସ୍କ୍ରଲର ପ୍ରଦର୍ଶନ ପରି କାର୍ଯ୍ୟକ୍ରମ ବୁଧବାର ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ଦେଖିବାକୁ ମିଳିବ।

16. ଭାରତ ସରକାର ଓ ଇଲେକ୍ସନ କମିଶନ ଇଣ୍ଡିଆ (ଇସିଆଇ)ଙ୍କୁ ନୋଟିସ ଜାରି କରି ଥିବା ବେଳେ ଜବାବ ତଲବ କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ଲୋଭାଇବା ଲାଗି ରାଜନୈତିକ ଦଳ ଉପହାର ବାଣ୍ଟିବା ଓ ଅଯୌକ୍ତିକ ପ୍ରତିଶ୍ରୁତି ଦେବାକୁ ନେଇ ଅଶ୍ୱିନୀ ଉପାଧ୍ୟୟଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି କୋର୍ଟ ଏହି ନୋଟିସ୍ ଜାରି କରିଥିବା ବେଳେ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

17. ଦୁନିଆର ୧୦ ଆରବପତିଙ୍କ ମଧ୍ୟରୁ ୯ ଜଣଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୧୩୫ ଆରବ ଡଲାରରୁ ଅଧିକ ହ୍ରାସ ହୋଇଛି । କେବଳ ୱାରେନ୍‌ ବଫେଟ୍‌ ଏକ ମାତ୍ର ଧନୀ ବ୍ୟକ୍ତି ଯାହାଙ୍କର ସମ୍ପତ୍ତିରେ ୧.୩୮ ଡଲାର ବୃଦ୍ଧି ପାଇଛି ।

18.   ବିଭିନ୍ନ ଡାକ୍ତରଖାନା ପରିସରରେ ଜନ ଔଷଧି ଦୋକାନ ଖୋଲାଯିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ହେଲେ ସାଧାରଣ ଔଷଧକୁ ଚଢ଼ା ମୂଲ୍ୟ ଲେଖି ବଜାର ଛାଡ଼ୁଥିବା କିଛି ନିର୍ଦ୍ଦିଷ୍ଟ କମ୍ପାନୀ, ଏହାକୁ ବିକ୍ରି କରୁଥିବା ଦୋକାନୀ ଓ ଚିଠା ଲେଖୁଥିବା ଡାକ୍ତରଙ୍କ ମେଣ୍ଟ ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକମାନେ ଜନ ଔଷଧି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି।

19. ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ସାମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବାପରେ ବଜାର ଭିତରେ ଥିବା ଏକ ପରିବା ଦୋକାନରେ ମଧ୍ୟ ଚଢ଼ାଉ କରିଥିଲେ। ପଶ୍ଚିମବଙ୍ଗରୁ ବାଲେଶ୍ବର, ସେଠୁ ଖୋର୍ଦ୍ଧାକୁ ରାଜେନ୍ଦ୍ର ବ୍ରାଉନ ସୁଗାର ଆଣି ଖୋର୍ଦ୍ଧାରେ ପେଣ୍ଠ କରିଥିଲା। 

20. ବର୍ଷ ୨୦୨୧ ପାଇଁ ୪ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୨୦ ଜଣ ପାଇବେ ଆଓ୍ୱାର୍ଡ । ପୁଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂ ମୀନା, ବ୍ରହ୍ମପୁର ଏସପି ପିନାକ ମିଶ୍ର ପାଇବେ ପଦକ । ଏ ନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.