• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡରେ ଭାରତୀୟ ସେନାରେ ସାହାସିକତା ଦେଖାଇବା ସହ ରାଜପଥରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତିର ଝଲକ । ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି । ITBPର ଏହି ହିମବୀର ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ଓ ୧୫ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି ।
  2. ସମଗ୍ର ଦେଶରେ ୭୩ ତମ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଛି। ଆଜି ସମୟ: ୮.୧୫ ରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟ ଅତିଥି ଭବାରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅଭିବାଦନ ଗ୍ରହଣ କରିଥିଲେ।
  3. କିଛି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଏବେ ୧୦ ହଜାର ତଳେ ଦୈନିକ ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କି କୋଭିଡ-୧୯ର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । 
  4. ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଜୋନ୍-୨ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ୮୫୩ ଜଣ ନାମାଙ୍କନ କରିଥିବା ବେଳେ ଜଣେ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି ।
  5. ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୯୧ ହଜାର ୮୯୦ ଜଣ ନାମାଙ୍କନ କରିଥିବା ବେଳେ ୩୬ ହଜାର ୫୨୩ ଜଣ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି । ୬ ହଜାର ୭୯୩ ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ୧୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୬ ହଜାର ୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୩୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି ।
  6.  ବିହାରରେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଛି । ତୃତୀୟ ଦିନରେ ବିରୋଧ ପୁଣି ଉଗ୍ର ରୂପ ନେଇଛି । ଆନ୍ଦୋଳନରତ କିଛି ପରୀକ୍ଷାର୍ଥୀ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଗତକାଲି ପାଟଣା, ସୀତାମଢି, ମୁଜଫରପୁର, ଆରା, ବକ୍ସରରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା ।
  7. ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ଆଉ ୧୩ଟି ନୂତନ ଜିଲ୍ଲା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ରାଜ୍ୟରେ ୧୩ଟି ଜିଲ୍ଲା ରହିଥିବା ବେଳେ ଏହାକୁ ବିଭାଜନ କରି ଆଉ ୧୩ଟି ନୂତନ ଜିଲ୍ଲା ପ୍ରତିଷ୍ଠା ପୂର୍ବକ ରାଜ୍ୟର ମୋଟ ଜିଲ୍ଲା ସଂଖ୍ୟ ୨୬ କରିବାକୁ ବୁଧବାର ଦିନ ଏକ ଚିଠା ବିଜ୍ଞପ୍ତି ଜାରି କରିଛନ୍ତି।
  8.  ଭେଟେରାନ ଗାୟିକା ସନ୍ଧ୍ୟା ମୁଖାର୍ଜୀ ମଙ୍ଗଳବାର ୯୦ ବର୍ଷ ବୟସ୍କା ଏହି ଭେଟେରାନ୍‌ ଗାୟିକାଙ୍କ ଝିଅ ସୌମି ସେନଗୁପ୍ତା କହିଛନ୍ତି ଯେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀମାନେ ଯେତେବେଳେ ଟେଲିଫୋନ୍‌ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ତାଙ୍କର ସମ୍ମତ୍ତି ଲୋଡ଼ିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।
  9.  ନିର୍ବାଚନୀ ମହାରଥୀ ପ୍ରଶାନ୍ତ କିଶୋର କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାରଙ୍କ ସାମ୍ନାରେ ମଜବୁତ ବିରୋଧୀ ଦଳ ରହିବେ ନାହିଁ, ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ପାଇଁ କୌଣସି ସମସ୍ୟା ରହିବ ନାହିଁ। ଯଦି ଏହି ଦୁଇ ବର୍ଷରେ ବିରୋଧୀ ମଜବୁତ  ହୁଏ ତେବେ ରାଜନୈତିକ ପରିଦୃଶ୍ୟରେ ପରିବର୍ତ୍ତନ ଆସିପାରେ।
  10.  ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ମୁତାବିକ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ସପ୍ତାହକୁ ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସପ୍ତାହରେ କେବଳ ୫ଦିନ ସରକାରୀ କାର୍ଯ୍ୟ ହେବ । ଏହା ସହିତ ଅଂଶଦାୟୀ ପେନ୍‌ସନ୍‌ ଯୋଜନାରେ ରାଜ୍ୟର ଅଂଶଦାନ ୧୦ ପ୍ରତିଶତରୁ ବଢ଼ି ୧୪ ପ୍ରତିଶତ କରାଯାଇଛି ।
  11. ସ୍ପାମ୍‌ ମେଲ୍‌ ପାଇଁ ଜଣେ ମହିଳା ୨୨ କୋଟିରୁ ଅଧିକ ଟଙ୍କାର ଲଟେରି ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି।
  12. କେନ୍ଦ୍ର ସରକାର ଦେଇଥିବା ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବାକୁ ମନା କରିବା ପରେ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ ବ୍ୟକ୍ତି ତାଙ୍କ ଘରକୁ ଆସିବା ଉଚିତ୍ ନୁହେଁ । 
  13. ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସେନାର ଛଅ ଯବାନଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ଶୌର୍ଯ୍ୟ ଚକ୍ର ସମ୍ମାନିତ ହେବାକୁ ଥିବା ୬ ଜଣ ଯବାନଙ୍କ ମଧ୍ୟରୁ ୫ ଜଣଙ୍କୁ ମରଣୋତ୍ତର ଏହି ସମ୍ମାନ ପ୍ରଦାନ କରାଯାଇଛି । 
  14. ଆଗଲପୁର ବ୍ଲକର ମୁଖ୍ୟ କିରାଣି । ଗତକାଲି ଭିଜିଲାନ୍ସ ଚଢ଼ାଉ ପରେ ଆଜି ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଭିଜିଲାନ୍ସ ପ୍ରଫୁଲ୍ଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଫେବ୍ରୁଆରୀ ୮ ତାରିଖ ଯାଏ ଜେଲରେ ରହିବେ ପ୍ରଫୁଲ୍ଲ ।
  15. ପୂର୍ବ-ମଧ୍ୟ ରେଳପଥର ଧନବାଦ ଡିଭିଜନ୍‌ସ୍ଥିତ କର୍ମାବାଦ୍‌ ଏବଂ ଚିଚାକୀ ରେଳଷ୍ଟେସନ୍‌ ମଝିରେ ଗୁରୁବାର ରାତି ବିସ୍ଫୋରଣ ହୋଇଛି। ସୂଚନା ମିଳିବା ପରେ ହାଓଡା-ଗୟା-ଦିଲ୍ଲୀ ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ଅଟକାଇ ଦିଆଯାଇଛି। ଝାଡ଼ଖଣ୍ଡର ଗିରିଡୀହ ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି। 
  16. ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ (ଆରଆରବି) ଦ୍ବାରା ୧୪-୧୫ ଜାନୁଆରି ୨୦୨୨ରେ ଜାରି ଅଣପ୍ରଯୁକ୍ତି ଲୋକପ୍ରିୟ ଶ୍ରେଣୀ (ଏନଟିପିସି)କୁ କେନ୍ଦ୍ରୀକୃତ ରୋଜଗାର ଅଧିସୂଚନା ସିଇଏନ୍ ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି)ର ପରିଣାମ ସମ୍ବନ୍ଧରେ ପ୍ରାର୍ଥୀମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗକୁ ପରୀକ୍ଷା କରି ଦେଖିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଗଠନ କରାଯାଇଛି।
  17.  ମଧ୍ୟପ୍ରଦେଶ ଜବଲପୁରର ଏକ ଷ୍ଟାଡିୟମରେ ବୁଧବାର ଦିନ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ପରେଡ ଚାଲୁଥିବା ବେଳେ ମଧ୍ୟପ୍ରଦେଶ କୃଷି ବିଭାଗର ପ୍ରଜ୍ଞାପନ ମେଢ଼ରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ୍‌ ହଠାତ୍‌ ଅଚଳ ହୋଇ ଅଂଶଗ୍ରହଣକାରୀଙ୍କ ଉପରେ ପଡ଼ିଯିବା ଫଳରେ ଦୁଇ ଜଣ ପରେଡ ଅଂଶଗ୍ରହଣକାରୀ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
  18. ୨୦୨୧ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ରତ୍ନ ଏବଂ ଅଳଙ୍କାର ରପ୍ତାନୀରେ ୭୧ ପ୍ରତିଶତ ବୃଦ୍ଧି ଘଟି ୨୮.୯ ବିଲିୟନ ଡଲାରରେ ପହଞ୍ଚିଛି । ପୂର୍ବର ସମାନ ଅବଧିରେ ଏହି ସଂଖ୍ୟା ୧୬.୯ ବିଲିୟନ ଥିଲା ।
  19. ମେଘାଳୟର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କରୋନା ପଜିଟିଭ ଟିହ୍ନଟ ହେବା ପରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗତ ୨୧ ତାରିଖରେ କୋରନାଡ ସଙ୍ଗମାନ କରୋନାରେ ସଂକ୍ରମିତ ହୋଇଥିଲେ। ଏହାସତ୍ତ୍ୱେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
  20. ଢିଙ୍କିଆରେ ଏବେ ହେବନି ପଞ୍ଚାୟତ ନିର୍ବାଚନ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଢିଙ୍କିଆ ପଞ୍ଚାୟତ ନିର୍ବାଚନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।   

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.