• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୯୨୯୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । 
  2. ଫେବ୍ରୁଆରି ୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ପାଣିପାଗ ବିଭାଗ ରବିବାର ଏଭଳି ପୂର୍ବାନୁମାନ କରିଛି ।
  3. ସାରା ରାଜ୍ୟରେ ଏବେ ଶୀତର ପ୍ରକୋପ । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ଶୀତ ପାଇଁ ସତର୍କ କରାଇଲା ପାଣିପାଗ ବିଭାଗ । ମଙ୍ଗଳବାର ଠାରୁ ତାପମାତ୍ରା କମିବା ସହ ୩ ତାରିଖରୁ ପଶ୍ଚିମା ବାୟୁ ପ୍ରଭାବରେ କୁଆପଥର ଜନିତ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
  4. ବିଶ୍ବରେ ଗତ ୨୪ ଘଣ୍ଟାରେ ୩୪.୧୦ ଲକ୍ଷ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୧୦,୩୨୯ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କ ମାମଲାରେ ଆମେରିକା ୫.୨୨ ଲକ୍ଷ ସଂକ୍ରମଣ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୩.୫୩ ଲକ୍ଷ ସଂକ୍ରମଣ ସହ ଫ୍ରାନ୍ସ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରାଜିଲ ୨.୫୭ ହଜାର ନୂଆ ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନରେ ରହିଛି।
  5. ଆମେରିକାର ଏଚ୍-୧ବି ଭିସା ପାଇଁ ମାର୍ଚ୍ଚ ୧ରୁ ଆରମ୍ଭ ହେବ ପଞ୍ଜିକରଣ । ମାର୍ଚ୍ଚ ୧୮, ୨୦୨୨ ପର୍ଯ୍ୟନ୍ତ ଲୋକେ ଏଚ୍-୧ବି ଭିସା ପାଇଁ ପଞ୍ଜିକରଣ କରିପାରିବେ।
  6. କାନାଡାରେ କରୋନା ଟିକା ବିରୋଧରେ ଆରମ୍ଭ ହୋଇଥିବା ବିରୋଧ କାନାଡାର ପ୍ରଧାନନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଘରକୁ ପହଞ୍ଚିଯାଇଛି । କାନାଡାର ରାଜଧାନା ଓଟାଓ୍ଵାରେ ବିକ୍ଷୋଭକାରୀ ଟ୍ରକ୍ ଡ୍ରାଇଭରମାନେ ଜଷ୍ଟିନ୍ ଟ୍ରୁଡୋଙ୍କ ଘରକୁ ଘେରିଛନ୍ତି।
  7. ଭାରତର ୭୫%ରୁ ଊର୍ଦ୍ଧ୍ବ ପ୍ରାପ୍ତ ବୟସ୍କ ଜନତା ଉଭୟ ଡୋଜ୍‌ କୋଭିଡ୍‌-୧୯ ଟିକା ନେଇ ସାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ‘ଉଲ୍ଲେଖନୀୟ କୃତ୍ବିତ୍ବ’ ବୋଲି ଲେଖିଛନ୍ତି
  8. ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୫୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଦେଶରେ ଗୋଟିଏ ଦିନରେ ଆଉ ୨,୦୯,୯୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୬୨,୬୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
  9. ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ବଜେଟ୍‍ ଯୋଗୁ ଗୃହରେ ଆଜି ଓ ଆସନ୍ତାକାଲି ରହିବନି ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
  10. ବାମହାତି ନାଡାଲ ବିଶ୍ବରେ ସର୍ବାଧିକ ୨୧ତମ ଗ୍ରାଣ୍ଡସ୍ଲାମ୍ ପୁରୁଷ ଏକକ ବା ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ରବିବାର ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ର ପୁରୁଷ ଏକକ ଚମ୍ପିଆନ୍ ହୋଇଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ୬ଷ୍ଠ ସିଡ୍‌ ନାଡାଲ ୨ଟି ସେଟ୍‌ରେ ପଛୁଆ ରହିବା ସତ୍ତ୍ବେ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ଟି ସେଟ୍‌ ଜିତି ଚମ୍ପିଆନ୍ ହୋଇ ପାରିଛନ୍ତି। 
  11. ଓଡ଼ିଶା ସରକାର, ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ୍‌ (ବାଇ), ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡ଼ିଶା ଓ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘର ମିଳିତ ସହଯୋଗରେ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା ବିଡବ୍ଲୁଏଫ୍‌ ଓଡ଼ିଶା ଓପନ ସୁପର-୧୦୦ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମହିଳା ଏକକରେ ଉନ୍ନତି ହୁଡା ଓ ପୁରୁଷରେ କିରଣ ଜର୍ଜ ବିଜେତା ହୋଇଛନ୍ତି।
  12. ପାକିସ୍ତାନ ଋଣ ଉପରେ ଭରସା କରିରହିଛି। ଏହି କ୍ରମରେ ଚୀନଠାରୁ ୩୦୦ କୋଟି ଡଲାର ଋଣ ଆଣିବାକୁ ପାକିସ୍ତାନ ଯୋଜନା କରିଛି। ଗତମାସରେ ସାଉଦି ଆରବ ଠାରୁ ପାକିସ୍ତାନ ୩୦୦ କୋଟି ଡଲାର (୫୨,୯୦୦ କୋଟି ପାକିସ୍ତାନ ଟଙ୍କା) ଋଣ ଆଣିଥିଲା।
  13. ପେଗାସସ୍‍ ମାମଲାକୁ ନେଇ ଆଉ ଏକ ନୂଆ ଆବେଦନ କରାଯାଇଛି । ଇସ୍ରାଏଲ ସହ ଏହି ବିବାଦୀୟ ଡିଲରେ ଜଡ଼ିତଥିବା ସମସ୍ତ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆବେଦନକାରୀ ମାନେ ସୁପ୍ରିମକୋର୍ଟକୁ ଅନୁରୋଧ କରିଛନ୍ତି । ନ୍ୟୁୟର୍କ ଟାଇମ୍ସରେ ଭାରତ-ଇସ୍ରାଏଲ ଡିଲ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
  14. ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ନେତାଙ୍କ ସହ ଆଲୋଚନା ।
  15. ୭ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଘଟଣା: ଶିଶୁ କନ୍ୟାର ବାପା ଓ ଅଙ୍ଗନୱାଡି କର୍ମୀ ସମେତ ୫ ଗିରଫ।
  16. ଫେବୃୟାରୀ ୧୦ରୁ ସ୍କୁଲ-କଲେଜ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ଉଚ୍ଚଶିକ୍ଷା ବିଭାଗ।
  17. ରାଜ୍ୟ ସଂଗ୍ରହାଳୟ‌ରେ ଲୋକାର୍ପିତ ହେଲା ‘ଗାନ୍ଧୀ ଗ୍ୟାଲେରି’: ଅରଟରେ ସୂତା କାଟିବେ ପର୍ଯ୍ୟଟକ ।
  18. ବଜେଟ୍ ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ଏହି ଆପରେ ହିନ୍ଦୀ ଏବଂ ଇଂରାଜୀରେ ପଢିପାରିବେ ପୂରା ବଜେଟ୍
  19. ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ଯୁଗଳ ଚମ୍ପିଆନ୍‌ ହୋଇଛନ୍ତି ଚେକ୍ ଗଣରାଜ୍ୟର ଯୋଡ଼ି ବାର୍ବୋରା କ୍ରେସିକୋଭା ଓ କାଟେରିନା ସିନିଆକୋଭା। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ କ୍ରେସିକୋଭା-ସିନିଆକୋଭା ୬-୭, ୬-୪, ୬-୪ ସେଟ୍‌ରେ କାଜାଖ୍‌ସ୍ତାନର ଆନ୍ନା ଡାନିଲିନା ଓ ବ୍ରାଜିଲ୍‌ର ବିଟ୍ରିଜ୍‌ ହାଡାଡ୍‌ ମାଇଆଙ୍କୁ ପରାସ୍ତ କରିଛନ୍ତି।
  20. ପଶ୍ଚିମବଙ୍ଗ ଖଡ଼ଗପୁର ରେଳମଣ୍ଡଳ ଅଧୀନ ହିଜଲି ରେଳ ରହଣିସ୍ଥଳରେ ଫେବୃଆରୀ ୧ରୁ ୪ ପର୍ଯ୍ୟନ୍ତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା କିଛି ରେଳ ବାତିଲ ହେବାକୁ ଥିବାବେଳେ ଆଉ କିଛି ରେଳ ଆଂଶିକ ବାତିଲ ରହିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.