• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ।
  2. ପଞ୍ଚାୟତ ନିର୍ବାଚନ ବେଳେ ନିଶା ରୋକିବାକୁ ଅବକାରୀ ବିଭାଗର ଗୁରୁତ୍ୱ । ନିର୍ବାଚନ ତାରିଖ ଦିନ ହେବ ଡ୍ରାଇ-ଡେ । ଗଣତି ଦିନକୁ ବି ଡ୍ରାଇ ଡେ ଘୋଷଣା କରାଯାଇଛି । ମତଦାନର ୪୮ ଘଣ୍ଟା ଆଗରୁ ବନ୍ଦ ହେବ ମଦ ଦୋକାନ।
  3. କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ନିକଟରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ । 
  4. ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ୟୁନିଭରସିଟିରେ ପ୍ରଥମ ଥର ଲାଗି ଜଣେ ମହିଳା ଭିସିଙ୍କୁ ନିଯୁକ୍ତି ମିଳିଛି । ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତଙ୍କୁ ନୂତନ ଭାଇସ୍ ଚାନସେଲର ଭାବେ ନିଯୁକ୍ତି ମିଳିଛି । ସେ ଏବେ ପୁନେ ସ୍ଥିତ ସାବିତ୍ରୀ ବାଇ ଫୁଲେ ୟୁନିରଭିସିଟିରେ ପ୍ରଫେସର ଅଛନ୍ତି ।
  5. ପ୍ରଥମ ଦଳ ଭାବରେ ଭାରତ ଏକ ହଜାର ତମ ଦିନିକିଆ ମ୍ୟାଚ ଖେଳିଥିଲା । ଏକ ହଜାର ତମ ମ୍ୟାଚରେ ଭାରତ ବଡ଼ ବିଜୟ ଲାଭ କରିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୬ ଓ୍ୱିକେଟରେ ବିଜୟ ଲାଭ କରିଥିଲା ।
  6. କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବାରୁ ସୀମା ଖୋଲିବା ନେଇ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃଆରୀ ୨୧ରୁ ସମସ୍ତଙ୍କ ପାଇଁ ଦେଶ ସୀମା ଖୋଲିବାକୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି ।
  7. ଯେକୌଣସି ମୁହୂର୍ତ୍ତରେ ଘଟିପାରେ ୟୁକ୍ରେନ ଓ୍ବାର । ୫୦ ହଜାରରୁ ଅଧିକ ଲୋକ ହୋଇପାରନ୍ତି ମୃତାହତ ।
  8. ଅଖିଳେଶ ମୁବାରକପୁର ଏବଂ କରହାଲ୍‌ରୁ ନିର୍ବାଚନ ଲଢ଼ିବେ। ପୂର୍ବରୁ ଅଖିଳେଶ କରହାଲ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ନିର୍ବାଚନକୁ ମାତ୍ର ୩ ଦିନ ବାକିଥିବାବେଳେ ଅଖିଳେଶ କରହାଲ୍‌ ସହ ମୁବାରକପୁରରେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି।
  9. କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକ ଟିକଟ ଉନ୍ମୋଚନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
  10. କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅନ୍ତର୍ଗତ କୁନ୍ଦପୁରା ଅଞ୍ଚଳରେ ଅବସ୍ଥିତ ସରକାରୀ ପିୟୁ କଲେଜ୍‌ ପରିସର ମଧ୍ୟକୁ ଆଜି ହିଜାବ୍‌ ପରିହିତା ଛାତ୍ରୀମାନଙ୍କୁ ପ୍ରବେଶାନୁମତି ମିଳିଛି। କିନ୍ତୁ, ଏହି ଛାତ୍ରୀମାନେ ପୃଥକ୍‌ ଶ୍ରେଣୀଗୃହରେ ବସିବେ।
  11. କାନାଡାରେ ଗତ କିଛି ଦିନ ହେଲା ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି। ଏହା ଯୋଗୁଁ ପୁଜାରୀ ଓ ଭକ୍ତମାନେ ଭୟଭୀତ ହୋଇପଡିଛନ୍ତି। ସେଠାରେ ଏପରି ଅବସ୍ଥା ହୋଇଛି ଯେ ଗତ ୧୦ ଦିନରେ ୬ଟି ହିନ୍ଦୁ ମନ୍ଦିରକୁ ଭଙ୍ଗା ଯାଇଛି
  12. କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି।
  13. ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ସ୍ପାଉସ୍ (ପତ୍ନୀ) ପରିଚୟପତ୍ର ଫେରାଇବା ପାଇଁ ପାର୍ଲାମେଣ୍ଟ ହାଉସ ଉପନିର୍ଦ୍ଦେଶକ (ସୁରକ୍ଷା) ୨୦୨୧, ଡିସେମ୍ବର ୨୨ରେ ଜାରି କରିଥିବା ଚିଠି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।
  14. ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଡିଜିଟାଲ୍ ମୁଦ୍ରା ପ୍ରସ୍ତୁତ କରୁଛି ତାହା ୨୦୨୩ ପ୍ରାରମ୍ଭିକ ମାସଗୁଡ଼ିକରେ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପ୍ରଚଳନରେ ଥିବା ମୋବାଇଲ୍ ୱାଲେଟ୍‌ ଭଳି ଏହା କାମ କରିବ।
  15. ଦେଶର ପ୍ରଥମ ବିମାନ କଂପାନି ଏୟାର ଇଣ୍ଡିଆର ନାମକରଣ କିଭଳି ହୋଇଥିଲା ସେବିଷୟରେ ଟାଟା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି। ୭୫ ବର୍ଷ ପୂର୍ବେ ୧୯୪୬ରେ ଟାଟା ସନ୍ସର କର୍ମଚାରୀମାନଙ୍କ ମଧ୍ୟରେ କରାଯାଇଥିବା ଏକ ଜନମତ ଆଧାରରେ କଂପାନିର ନାମ ବଛା ଯାଇଥିଲା।
  16. ସିଡ୍‌ବି ପକ୍ଷରୁ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨୯ଟି ସଂସ୍ଥାକୁ ନେଇ ସର୍ଭେ କରାଯାଇଥିଲା  । କୋଭିଡ୍ ମହାମାରୀ ବ୍ୟାପିବାର ତିନି ମାସରେ ଦେଶର ୬୭ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)ରେ ତାଲା ପଡ଼ିଥିଲା ।
  17. ସୂଚନା ମୁତାବକ ଇଲେକ୍ଟ୍ରିକ ଗାଡି ବ୍ୟବହାରକୁ ବଢାଇବା ପାଇଁ ବ୍ୟାଟେରୀ ମୂଲ୍ୟ କମାଇବାକୁ ସରକାର ବିଚାର କରୁଛନ୍ତି | ଆଉ ବ୍ୟାଟେରୀ ମୂଲ୍ୟ କମିଲେ ଗାଡିର ମୂଲ୍ୟ ୩୦ରୁ ୪୦ ପ୍ରତିଶତ କମିପାରେ | ବର୍ତ୍ତମାନ ବ୍ୟାଟେରୀ ସ୍ୱାପିଂ ସିଷ୍ଟମ୍ ଲାଗୁହେଲେ ଗାଡିରୁ ବ୍ୟାଟେରୀର ମୂଲ୍ୟ ବାଦ ପଡିବ |
  18. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁ‌କେଶ ଅମ୍ବାନି ଆଉ ଏକ ରୋଲ୍‌ସ ରୟେସ୍‌ କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ ଗାଡ଼ିର ମୂଲ୍ୟ ୧୩.୧୪ କୋଟି ଟଙ୍କା ରହିଛି। ଦେଶରେ ସେଲିବ୍ରିଟି ଓ ଭିଆଇପିମାନେ ଚଲାଉଥିବା ଦାମୀ କାର ମଧ୍ୟରେ ଏହା ଅନ୍ୟତମ।
  19. ଓଡ଼ିଶା ଶ୍ରେଷ୍ଠ ସଂସ୍କାରବାଦୀ ରାଜ୍ୟ ଭାବେ ଟିଆଇଓଏଲ୍‌ ଜାତୀୟ ଟିକସ ପୁରସ୍କାର ୨୦୨୧ ଏବଂ ଜିଏସ୍‌ଟି/ରାଜ୍ୟ ଭାଟ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣିଜ୍ୟ କର ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।
  20. ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି, ପ୍ରତି ବର୍ଷ ଲତା ଦିଦିଙ୍କୁ ସମ୍ମାନ ଜଣାଯିବ । ତାଙ୍କ ନାଁରେ ପ୍ରତ୍ୟେକ ବର୍ଷ ପୁରସ୍କାର ପ୍ରଦାନ କରାଯିବ । ଖାଲିସେତିକି ନୁହେଁ ଲତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାଁରେ ସଂଗୀତ ବିଶ୍ୱବିଦ୍ୟାଳୟ, ଏକାଡେମୀ ଓ ସଂଗ୍ରାହଳୟ କରାଯିବ । ମଧ୍ୟପ୍ରଦେଶରେ ପ୍ରତିବର୍ଷ ଲତା ଦିଦିଙ୍କ ଜନ୍ମ ବାର୍ଷିକୀରେ ସଂଗୀତ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲୋକଙ୍କୁ ସମ୍ମାନୀତ କରାଯିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.