• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା  ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ ।
  2. ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପ୍ରବୀଣ କୁମାର ।
  3. କର୍ଣ୍ଣାଟକରେ ତେଜୁଛି ହିଜାବ ବିବାଦ । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ସ୍କାର୍ଫ ପିନ୍ଧି କଲେଜ ଆସୁଛନ୍ତି । ଫଳରେ ଏହାକୁ ନେଇ ବଢ଼ିଛି ଉତ୍ତେଜନା ।
  4. ଅରୁଣାଚଳ ପ୍ରଦେଶରେ ଭୀଷଣ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ଜଣ ଭାରତୀୟ ଯବାନଙ୍କ ଶବ ଜବତ କରାଯାଇଛି । 
  5. ଓସ୍କାର ୨୦୨୨ର ମନୋନୀତ ତାଲିକା ପ୍ରକାଶ ପାଇଛି । ଏଥର ଭାରତର ଏକ ଡକ୍ୟୁମେଣ୍ଟାରି ଫିଲ୍ମକୁ ମନୋନୀତ କରାଯାଇଛି । ଓସ୍କାରର ଫାଇନାଲ ତାଲିକାରେ ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ୱିଥ ଫାୟାର’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ବର୍ଗରେ ମନୋନୀତ କରାଯାଇଛି । ଦେଶବ୍ୟାପୀ ଏହା ନିଶ୍ଚିତ ଭାବେ ଗର୍ବର ବିଷୟ । 
  6. ଭୁବନେଶ୍ବରରେ ଅଭିଭାବକଙ୍କ ସହିତ ଧର୍ମାନୁଷ୍ଠାନ ଯାଇପାରିବେ ୧୫ରୁ କମ୍‌ ବର୍ଷ ବୟସର ପିଲା ।
  7. ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଫେରିବ, କିନ୍ତୁ ଆସନ ସଂଖ୍ୟା କମିବ : ଟାଇମ୍ସ ନାଓ ସର୍ଭେ ।
  8. ନବୀନଙ୍କୁ ମୋଦୀଙ୍କ ପ୍ରଶଂସା, କହିଲେ- କୋଇଲା ଏବଂ ଖଣି ନୀତିରେ ସଂସ୍କାର ଆଣିବାରେ ଓଡିଶା ଅଗ୍ରଣୀ ରାଜ୍ୟ ।
  9. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ପାଇଁ ସରକାରୀ, ସରକାରୀ ଅନୁବନ୍ଧିତ, ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀଙ୍କୁ ତିନି ଦିନ ଛୁଟି ମଞ୍ଜୁର 
  10. ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନୀ ପ୍ରଚାର, ଫେବୃଆରୀ ୧୦ ତାରିଖରେ ୟୁପିର ୧୧ ଜିଲ୍ଲାରେ ୫୮ ଆସନ ପାଇଁ ହେବ ଭୋଟ ଗ୍ରହଣ ।
  11. ଫ୍ରାନ୍ସରେ ଟ୍ରେଣ୍ଡ କରୁଛି ‘କାଚା ବାଦାମ୍‌’ ଗୀତ, ବିଶ୍ବବ୍ୟାପୀ ଭାଇରାଲ ହେଉଛି ବାଦାମ ବେପାରୀ ଭୂବନ ବାଦ୍ୟକରଙ୍କ ରିଲ୍‌ ।
  12. ରାଜନୀତିରେ ପୁଷ୍ପା କ୍ରେଜ; ପୁଷ୍କର ଧାମି ‘ଫ୍ଲାୱାର ଭି ହେ, ଅର ଫାୟାର ଭି ହେ’ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ।
  13. ଭାଲେନଟାଇନ୍ ଡେ’ରେ ମହାକାଶକୁ ଉତକ୍ଷେପଣ ହେବ PSLV-C52, ୨୦୨୨ରେ ଇସ୍ରୋର ପ୍ରଥମ ଲଞ୍ଚ୍ ।
  14. ଗଙ୍ଗା କୁଳରେ ଫିଙ୍ଗା ଯାଇଥିବା କୋଭିଡ ଶବ ବିଷୟରେ କିଛି ସୂଚନା ନାହିଁ; ରାଜ୍ୟସଭାରେ ତଥ୍ୟ ରଖିଲେ କେନ୍ଦ୍ର ସରକାର   ।
  15. ରାଜସ୍ଥାନର କୋଟାସ୍ଥିତ ଚମ୍ବଲ ରିଭର ଫ୍ରଣ୍ଟରେ ବିଶ୍ୱର ସବୁଠାରୁ ବଡ଼ ଘଣ୍ଟି ଲାଗିବ । ଏହି ଘଣ୍ଟିର ନିର୍ମାଣ କାମ ଜୋରଦାର ଚାଲିଛି । ଇଞ୍ଜିନିୟର ଦେବେନ୍ଦ୍ର କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିଶାଳ ଘଣ୍ଟିର ଓଜନ ୮୨ ହଜାର କିଲୋ । ଆର୍କିଟେକ୍ଟ ଅନୂପ ଭରତରିୟା କହିଛନ୍ତି ଯେ, କୋଟାରେ ବିଶ୍ୱର ସବୁଠାରୁ ବଡ଼ ଘଣ୍ଟି ଦେଖିବାକୁ ମିଳିବ । ଏହି ଘଣ୍ଟିର ଶବ୍ଦ ୮ କିଲୋମିଟର ଯାଏଁ ଶୁଣାଯିବ ।
  16. ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ର ଟିଜର୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିରେ ବିଗ୍‌ ବିଙ୍କ ସ୍ମାର୍ଟ ଲୁକ୍‌ ଦେଖିବାକୁ ମିଳିଛି। ମାର୍ଚ୍ଚ ୪ ତାରିଖରେ ‘ଝୁଣ୍ଡ୍‌’ ପ୍ରେକ୍ଷାଳୟକୁ ଆସିବ।
  17. କଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ଏକ ବିବାଦୀୟ ଟ୍ଵିଟର ପୋଷ୍ଟକୁ ନେଇ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀ ନିଜର ଭୁଲକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଭାରତୀୟଙ୍କ ରାଗ ଥଣ୍ଡା ହୋଇପାରି ନାହିଁ।
  18. ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ବେବି ପାଉଡର ଛୋଟ ପିଲା ଓ ମହିଳାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲା। କିନ୍ତୁ ଏହାଦ୍ବାରା କର୍କଟ ରୋଗ ହେଉଥିବା ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ବରେ ଏବେ ଏହା ଉପରେ  ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସୂଚନା ମିଳିଛି।
  19. ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା)ର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗ୍ରହାଣୁ ପୃଥିବୀ ଆଡକୁ ଆସୁଛି। ଏହାକୁ ଗବେଷକମାନେ ‘୧୩୮୯୭୧ (୨୦୦୧ ସିବି ୨୧)’ ଭାବରେ ନାମକରଣ କରିଛନ୍ତି।
  20. ଭାରତୀୟ ଦଳ ୫ ଥର ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ହେଲେ ଗତ ଶନିବାର ଚମ୍ପିଆନ୍ ହୋଇଥିବା ଦଳର ଖେଳାଳିଙ୍କ ଭବିଷ୍ୟତ ଉଳ। ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳ ଏବେ ପରିବର୍ତ୍ତନ ସ୍ତରରେ ଅଛି। ଦଳରେ ଜଣକ ପରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.