• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୪ ଜଣ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି ସୁପ୍ରିମକୋର୍ଟ କଲେଜିୟମକୁ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ଦିଆଯାଇଥିବା ୪ ଅଇନଜୀବୀ ହେଉଛନ୍ତି ଭି.ନରସିଂହ, ସଞ୍ଜୟ ମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରି (ଏମ୍ ଏସ୍ ରମଣ) । ଏହି ଚାରିଜଣ ଆଇନଜୀବୀ ନିଯୁକ୍ତି ପାଇବା ପରେ ହାଇକୋର୍ଟଙ୍କ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ ।
  2. ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରାଥମିକ ଭାବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ୩୦ଟି ଆଦର୍ଶ ବିଦ୍ୟାଳୟରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼଼ିବେ। 
  3. ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯାଇଛି । ଏଣିକି ରାତି ୯ ପରିବର୍ତ୍ତେ ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାତି ୧୦ଟା ଯାଏଁ ମଲ୍‌, ଦୋକାନ ବଜାର ଖୋଲା ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍।
  4. ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ । ତେବେ ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ଏହାବାଦ୍ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ମିଳିଛି, ତେବେ ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ହୋଇପାରିବ । ଶିକ୍ଷାନୁଷ୍ଠାନ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
  5. ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ କରୋନା କାଳର ଏହା ତୃତୀୟ ବର୍ଷ । କରୋନା କାଳରେ ଆମେ ଭାରତୀୟଙ୍କ କର୍ତ୍ତବ୍ୟ ପରାୟଣ ଦେଖିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପ୍ରଣାମ ଜଣାଇଛନ୍ତି ।
  6. ଟଫ୍ଟସ ୟୁନିଭର୍ସିଟି ଏବଂ ହାଭାର୍ଡର ଭାଇନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ଆଫ୍ରିକୀୟ ବେଙ୍ଗକୁ ମାତ୍ର ୨୪ ଘଣ୍ଟା ପର୍ଯ୍ୟନ୍ତ ଔଷଧର କକ୍‌ଟେଲ ଡୋଜ୍‌ ସଂସ୍ପର୍ଶରେ ରଖି ତାହାର ଗୋଡକୁ ପୁଣିଥରେ ବିକଶିତ କରିବା ପାଇଁ ଏକ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଅଙ୍ଗପ୍ରତ୍ୟଙ୍ଗ ଉଠିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ୧୮ ମାସ ସମୟ ଲାଗିଥିଲା। ଏହି ପରୀକ୍ଷଣ ଲାଗି ବୈଜ୍ଞାନିକ ପ୍ରଥମେ ବେଙ୍ଗକୁ ଚେତାଶୂନ୍ୟ କରାଇଥିଲେ ଏବଂ ବେଙ୍ଗର ଗୋଟେ ଗୋଡ କାଟି ଦେଇଥିଲେ। 
  7. ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି । ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ ।
  8. ପୌର ନିର୍ବାଚନ ପାଇଁ ରାଜ୍ୟର ୧୦୭ଟି ପୌରପାଳିକା(ମ୍ୟୁନିସିପାଲିଟି) ଓ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
  9. ଫେବୃଆରୀ ୧ ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ନେଇ ଏସ୍‌ଓପି ଜାରି କରିଛି। ସୋମବାରରୁ ଶନିବାର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ପୂର୍ବ ଭଳି ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
  10. ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାୟାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
  11. ଆସନ୍ତା ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ଅର୍ଥନୀତି ୮ ପ୍ରତିଶତରୁ ୮.୫ ପ୍ରତିଶତ ହାରରେ ଉପରକୁ ଉଠିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରି ଅଭିବୃଦ୍ଧି ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି।
  12. ଗୋଆର ପାନାଜୀରୁ ଶିବସେନା ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।
  13. ଆନ୍ଧ୍ରପ୍ରଦେଶ ସରକାର ସୋମବାର ନିଜର କର୍ମଚାରୀଙ୍କ ଅବସର ବୟସକୁ ଦୁଇ ବର୍ଷ ବୃଦ୍ଧି କରି ୬୨ କରିଛନ୍ତି।ଜାରି ଅଧ୍ୟାଦେଶରେ ରାଜ୍ୟପାଳ କହିଛନ୍ତି ଯେ ଏହି ଆଇନରେ ସଂଶୋଧନ ଜାନୁଆରି ୧, ୨୦୨୨ରୁ କାର୍ଯ୍ୟକାରୀ ହେବ।
  14. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୧୯ରେ ବିଶ୍ୱରେ ହାରାହାରି ଆୟୁ ପ୍ରାୟ ୭୩ ବର୍ଷ ଥିଲା ଏବଂ ହାରାହାରି ଭାରତୀୟ ୭୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ ବୋଲି ଏଥିରେ କୁହାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ସାଧାରଣ ଉନ୍ନତି ଘଟିଛି।
  15. ମିସ୍ ୟୁଏସ୍ -୨୦୧୯ ଚେସଲି କ୍ରିଷ୍ଟଙ୍କ ୩୦ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସି ପଡ଼ିବା ପରେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
  16. ଶୀତକାଳୀନ ବଜେଟ ଅଧିବେଶନର ପ୍ରଥମ ଦିନ। ତେବେ ବଜେଟ ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏସପି ନେତା ମୁଲାୟମ ସିଂହ ଯାଦବଙ୍କ ପାଦ ଛୁଇଁବା ଚର୍ଚ୍ଚାର ବିଷୟ ପାଲଟିଛି।
  17. ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟର କିଛି ଅଧିକାରୀଙ୍କ ବିରୋଧରେ ନିରାଧାର ଅଭିଯୋଗ  ଲଗାଇ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ୨୫ ଲକ୍ଷ ଟଙ୍କାର କଠୋର ଆର୍ଥିକ ଦଣ୍ଡ ଲଗାଇଥିଲେ।ଲାଗିଥିଲା ମୋଟା ଅଙ୍କର ଜରିମାନା। ସେଥିରୁ ଟିକେ ଆଶ୍ଵସ୍ତି ପାଇବା ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି।
  18. ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ତେବେ ଲଗାଯାଇଥିବା କଟକଣାରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ସମୀକ୍ଷା ବୈଠକ ପରେ ନିର୍ବାଚନୀ ରାଲି ଉପରେ ରୋକ୍ ଫେବୃଆରୀ ୧୧ ପର୍ଯ୍ୟନ୍ତ ବଢାଯାଇଛି। ତେବେ ଆୟୋଗ ବର୍ତ୍ତମାନ ୧୦୦୦ ଲୋକଙ୍କ ସହିତ ସଭା କରିବାକୁ ଅନୁମତି ଦେଇଛନ୍ତି। ଇନଡୋର ବୈଠକରେ ଏବେ ୩୦୦ ବଦଳରେ ୫୦୦ ଜଣ ସାମିଲ୍ ହୋଇ ପାରିବେ। ଏହା ବ୍ୟତୀତ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରି ପାରିବେ।
  19. ସ୍ବର୍ଗତ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଝିଅ ଶ୍ୱେତପଦ୍ମା ଦାଶ ମୋ’କଲେଜ ଅଭିଯାନ ଅଧୀନରେ ରେଭେନ୍ସାକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ଦିବଙ୍ଗତ ପ୍ରଫେସର ପତିତପାବନ ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ଏହି ବିଶ୍ବ ବିଦ୍ୟାଳୟକୁ ୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
  20. ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ମୂଲ୍ୟ ସର୍ବନିମ୍ନ ରହିଛି । ଯାହାଦ୍ୱରା ଭାରତର ଯୁବ ପିଢ଼ି ମାନେ ଏଥିରୁ ବହୁତ ଲାଭବାନ ହେଉଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.