• +91-9861016349 / +91-9437281655
  • Email: amarisatya@gmail.com

Odia Current News

    1. ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ୟୁକ୍ରେନ ପରିସ୍ଥିତିକୁ ନେଇ ଅନୁଷ୍ଠିତ ହେବାକୁ ଥିବା ବୈଠକ ପୂର୍ବରୁ ଆୟୋଜିତ ଭୋଟରେ ଭାରତ ସମେତ କେନ୍ୟା ଓ ଗବାନ ଆଦି ଦେଶମାନେ ଅଂଶଗ୍ରହଣ କରି ନାହାନ୍ତି। ସେପଟେ ଚୀନ୍‌ ଏହା ବିରୋଧରେ ଭୋଟ ଦେଇଛି
    2. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, କୃଷି,  ପୁଞ୍ଜି ବିନିବେଶ, ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି । 
    3. ୨.୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ଉପରେ ଆପଣଙ୍କୁ କୌଣସି କର ଦେବାକୁ ପଡିବ ନାହିଁ । ଯଦି ଆପଣଙ୍କ ଆୟ ୨.୫ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କୁ ବାକି ୨.୫ ଲକ୍ଷ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ତେବେ ଆୟକର ଆଇନ ଧାରା ୮୭ ଏ’ର ଲାଭ ଉଠାଇ ଆପଣ ଏବେ ବି କର ରିହାତି ପାଇ ପାରିବେ ।
    4. ଚଳିତବର୍ଷ ୧୬୩ ଲକ୍ଷ କୃଷକଙ୍କଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଓ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଏମଏସପି ଜରିଆରେ କୃଷକଙ୍କ ଖାତାକୁ ସରକାର ୨ ଲକ୍ଷ ୩୭ ହଜାର କୋଟି ଟଙ୍କା ପଠାଇଛନ୍ତି । ଏହାସହିତ କୀଟନାଶକ ମୁକ୍ତ ଫସଲକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
    5. କେନ୍ଦ୍ର ସରକାର ୱାନ ନେସନ, ୱାନ ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମ ଅଧିନରେ ଜିମି ପାଇଁ ଏକ ୟୁନିକ୍ ରେଜିଷ୍ଟର୍ଡ ନମ୍ୱର ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବଜେଟରେ ଏନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
    6. ରେଲୱେରେ ୧ ଲକ୍ଷ 3୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ରେଲୱେ ଷ୍ଟେସନ ଗୁଡିକୁ ବିକଶିତ କରିବା ପାଇଁ ପୂର୍ବରୁ ୧୨ ହଜାର କୋଟି ଟଙ୍କାର ଅନୁଦାନକୁ ମଞ୍ଜୁରୀ ଦିଆଯାଇଛି । ବନ୍ଦେ ଭାରତ ଟ୍ରେନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଯୋଜନା ରହିଛି । ଏହାର ଉତ୍ପାଦନ ଆରମ୍ଭ ହୋଇସାରିଛି । 
    7. କେନ୍ଦ୍ର ସରକାର କର୍ପୋରେଟ୍ କର  ୧୮ ପ୍ରତିଶତ ଥିବାବେଳେ ୩ ପ୍ରତିଶତ ହ୍ରାସ ପାଇ ୧୫ ପ୍ରତିଶତ କରାଯାଇଛି । ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ |  ଗତିଶକ୍ତି ଯୋଜନା ମାଧ୍ୟମରେ  ୧୦୦ଟି କାର୍ଗୋ କାରଖାନା ନିର୍ମାଣ କରାଯିବ  ।
    8. କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। । ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ  ।
    9. ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ୧୬ଲକ୍ଷ ନୂଆ ଚାକିରି ସୃଷ୍ଟି କରାଯିବ |
    10. ଦେଶବ୍ୟାପି ଥିବା ୨ ଲକ୍ଷ ଅଙ୍ଗନୱାଡିର ଆଧୁନିକୀକରଣ ହେବ । ଅର୍ଥା ପୁରୁଣା ଅଙ୍ଗନୱାଡିର ଅପଗ୍ରେଡେସନ୍ କରାଯିବ ।
    11. ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତରେ ୬୦ ଲକ୍ଷ ଚାକିରି,  ଆତ୍ମନିର୍ଭ ଭାରତ ଅନ୍ତର୍ଗତରେ ୧୬ ଲକ୍ଷ ଚାକିରି ଦିଆଯିବ
    12. କୌଶଳ ବିକାଶ କାର୍ଯ୍ୟକ୍ରମକୁ ନୂଆ କରି ଆରମ୍ଭ କରାଯିବ,  ଶିଳ୍ପ ଆବଶ୍ୟକତା ଅନୁସାରେ ଜାତୀୟ କୌଶଳ ଯୋଗ୍ୟତା କାର୍ଯ୍ୟକ୍ରମକୁ ତିଆରି କରାଯିବ
    13. ରାଜ୍ୟଙ୍କ ଦ୍ୱାରା ସଂଚାଳିତ ଆଇଟିଆଇକୁ ମଧ୍ୟ ଆବଶ୍ୟକତା ଅନୁସାରେ ଅପଗ୍ରେଡ୍ କରାଯିବ
    14. ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ । ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରିବ ।
    15.  ଡିଜିଟାଲ ବିଶ୍ୱବିଦ୍ୟାଳୟରେ ଅନେକ ଭାଷାରେ ଶିକ୍ଷା- କେନ୍ଦ୍ର ସରକାର ଏକ ଡିଜିଟାଲ ବିଶ୍ୱବିଦ୍ୟାଳୟ ଆରମ୍ଭ କରିବେ । ଯେଉଁଥିରେ ଅନେକ ଭାଷାରେ ଶିକ୍ଷାଦାନ କରାଯିବ । ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ସଂଯୋଗ କରି ଶିକ୍ଷାମାନକୁ ବଢାଯିବ ।
    16. ଡାକଘର ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ୧.୫ ଲକ୍ଷ ଡାକଘରରେ ୧୦୦ ପ୍ରତିଶତ କୋର୍‍ ବ୍ୟାଙ୍କିଙ୍ଗ ପ୍ରଣାଳୀ ପର୍ଯ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡାକଘରେ ଏଣିକି ଏଟିଏମ ରହିବ। ଏହା ବ୍ୟତୀତ ନେଟ୍‍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ, ଏଟିଏମ ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚାଯିବ। ଡାକଘର ଖାତା ଓ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କା ଅନଲାଇନ ମାଧ୍ୟରେ ପଠାଯାଇପାରିବ।
    17. ଅର୍ଥମନ୍ତ୍ରୀ କହିଛନ୍ତି,ସ୍କୁଲ ପିଲାଙ୍କ ପାଇଁ ପିଏମ୍‍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ। ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢା ପାଇଁ ୨ ଶହ ଚ୍ୟାନେଲ ହେବ।
    18. ରାଜକୋଷକୁ ଆସୁଥିବା ପ୍ରତି ୧ ଟଙ୍କାରୁ ୮ ପଇସା ପ୍ରତିରକ୍ଷା ବାବଦକୁ ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ଋଣର ସୁଧ ବାବଦକୁ ୨୦ ପଇସା, ରାଜ୍ୟ ଭାଗ ବାବଦେ ୧୬ ପଇସା, କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଜନା ଲାଗି ୧୪ ପଇସା, ଅର୍ଥ ଆୟୋଗ ଓ ଅନ୍ୟ ଖର୍ଚକୁ ୧୦ ପଇସା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଲାଗି ୯ ପଇସା, ବିଭିନ୍ନ ସବସିଡି ଲାଗି ୮ ପଇସା, ପେନସନ ବାବଦକୁ ୫ ପଇସା , ଅନ୍ୟ ବ୍ୟୟ ବାବଦକୁ ୧୦ ପଇସା ଏହି ପରି ୧ ଟଙ୍କାର ଖର୍ଚ୍ଚ ହିସାବ ଦେଇଛନ୍ତି ନିର୍ମଳା ସୀତାରମଣ।
    19. ଝାଡଖଣ୍ଡର ଧନବାଦ ଜିଲାରେ ଏକ କୋଇଲା ଖଣିରେ ଏକ କୋଇଲା ଖଣିର ଏକ ବଡ ଅଂଶ ଖସିଯିବାରୁ ବହୁ ଶ୍ରମିକ ଏହାତଳେ ଦବି ହୋଇ ଯାଇଥିଲେ। ଫଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
    20. ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ଗ୍ରସ ଷ୍ଟେଟ ଭ୍ୟାଲୁ ଆଡେଡ (ଜିଏସଭିଏ)ର ସେବା କ୍ଷେତ୍ରରେ ଚଣ୍ଡୀଗଡ଼଼ ସର୍ବୋତ୍ତମ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ଥାନରେ ରହିଛି। ସେହିପରି ଓଡ଼ିଶା, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଜିଏସଭିଏରେ ସେବା କ୍ଷେତ୍ରର ଅଂଶ ଚାରି ପ୍ରତିଶତରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.