• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତୀୟ ଦଳ ୯୬ ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଏଥିସହ ଲଗାତାର ଚତୁର୍ଥଥର ଲାଗି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ୫ ତାରିଖରେ ଇଂଲଣ୍ଡ-ଭାରତ ମଧ୍ୟରେ ହେବ ଫାଇନାଲ ଟକ୍କର ।
  2. ବାଘଙ୍କ ପାଇଁ ପ୍ରସିଦ୍ଧ ନନ୍ଦନକାନନରେ ଦୁଃଖଦ ଘଟଣା ।୧୦ ମାସର ନାଲି ମହାବଳ ଶାବକର ମୁତ୍ୟୁ ।
  3. ଡିମ୍ପଲଙ୍କ ଭରଣପୋଷଣ ମାମଲାର ବିଚାର କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ଏହାସହ ଫେବୃଆରୀ ୧୦ ତାରିଖ ପୂର୍ବରୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  4.  ୬ ମାସରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରେ ଟିକା । ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ବାୟୋଏନଟେକ । ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ କମ୍ପାନୀ । 
  5. ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ଦୁଇ ଓଡ଼ିଆ । ଆଇପିଏଲ୍‌ ଅକ୍ସନ ପୂର୍ବରୁ ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରିଛି BCCI । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ମୋଟ ୫୯୦ ଜଣ ଖେଳାଳିଙ୍କ ନାଁ ଜାରି କରାଯାଇଛି । ଏଥିରେ ଥିବା ଦୁଇ ଓଡ଼ିଆ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ
  6. ବୁଧବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନ କ୍ରମେ ପେଣ୍ଟାଗନ ପୂର୍ବ ୟୁରୋପକୁ ଅଧିକ ୩୦୦୦ ସୈନ୍ୟ ପଠାଇବ। ୟୁକ୍ରେନ ଦଖଲ କରିବାକୁ ରୁଷ୍‌ର ଯୋଜନାକୁ ନେଇ ଆମେରିକା ଏପରି ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିବା ନିଶ୍ଚିତ ବୋଲି ବାଇଡେନ କହିବାର ସପ୍ତାହକ ପରେ ପୂର୍ବ ୟୁରୋପରେ ଅତିରିକ୍ତ ସୈନ୍ୟ ମୁତୟନକୁ ସେ ମଞ୍ଜୁରୀ ଦେଇଛନ୍ତି।
  7. ଟିଏମ୍‌ସି ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀଙ୍କ ସୂଚନା ଅନୁସାରେ ଅନ୍ୟ କେହି ନେତା ଏହି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ନ କରିବାରୁ ମମତା ପୁଣି ଥରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। 
  8. ଶ୍ରୀ ନାଇଡୁ ଆହ୍ୱାନ ଦେଇ କହିଛନ୍ତି ଯେ ୧୯୫୧-୫୨ ସାଧାରଣ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ମତଦାତାଙ୍କର ଭାରତୀୟ ଗଣତନ୍ତ୍ର ପ୍ରତି ଆସ୍ଥା ବୃଦ୍ଧି ପାଇଛି କିନ୍ତୁ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଶୈଳୀ ନିରାଶ କରିଛି।
  9. ରେଳ ବଜେଟରେ ଓଡିଶାକୁ ସର୍ବାଧିକ ଅନୁଦାନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି । ।
  10. ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଦିଆଯିବ ୨ୟ ଡୋଜ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ .   ।
  11. ସାମ୍ପ୍ରଦାୟିକ ଦଙ୍ଗାରେ ବିହାର ଦେଶରେ ପ୍ରଥମ, ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର:  କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ।
  12. ୫୭ ଦେଶରେ ବ୍ୟାପିଲାଣି ଓମିକ୍ରନର ଉପ ପ୍ରଜାତି: ବିଶ୍ୱରେ ଓମିକ୍ରନ୍ ଭ୍ୟାରିଆଂଟ ଦ୍ରୄତ ଗତିରେ ବୃଦ୍ଧିକୁ ନେଇ ସର୍ତକ କରାଇଲା ହୁ’ ।
  13. ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା ।
  14. ନିକଟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି। କେନ୍ଦ୍ରୀୟ ଅଧିକାରୀମାନେ ତୁରନ୍ତ ସେମାନଙ୍କ ପ୍ଲାଟଫର୍ମରୁ ମିଥ୍ୟା ଖବର ହଟାଇ ନ ଥିବାରୁ ଗୁଗ୍‌ଲ, ଟୁଇଟର ଏବଂ ଫେସବୁକକୁ ନିନ୍ଦା କରିଛନ୍ତି।
  15. ଆୟକର ଦାଖଲ ବେଳେ କ୍ରିପ୍ଟୋ କରେନି୍ସକୁ ନେଇ ରହିବ ସ୍ୱତନ୍ତ୍ର କଲମ: କ୍ରିପ୍ଟୋରୁ କେତେ ପାଉଛନ୍ତି ଲାଭ, ଅଲଗା ଭାବେ ଜଣାଇବେ ନିବେଶକ ।
  16. ଦୁର୍ନୀତି କରି ବିଦା ହେଲେ IAS ଅଧିକାରୀ । ୩୪ କୋଟିର ଦୁର୍ନୀତି କରିଥିବା ବିନୋଦ କୁମାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ।
  17. ନିର୍ମାଣ ଚାଲିଥିବା ଗ୍ରାଫିକ୍‌ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍‌’ର ପ୍ରଥମ ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ସମ୍ମୁଖକୁ ଆଣିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ବୁଧବାର ‘ଫେସ୍‌ବୁକ୍‌’ ଜରିଆରେ ଧୋନି ଏହି ପୋଷ୍ଟର ଜାରି କରିଛନ୍ତି। 
  18. ୨ ଲକ୍ଷ ଭାରତୀୟ ହ୍ୱାଟସଆପ ଆକାଉଣ୍ଟ ବ୍ୟାନ୍ କଲା ମେଟା, ଆଇଟି ନିୟମ ଆଧାରରେ ନେଲା ଆକ୍ସନ ।
  19. ଅମିତାଭ ବଚ୍ଚନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ର ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଝୁଣ୍ଡ୍‌’। କରୋନା ଯୋଗୁଁ ନିର୍ମାତାଙ୍କୁ ଅନେକ ଥର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ପଡ଼ିଥିଲା।
  20. ଏକତା କପୁର ପ୍ରଯୋଜିତ ରିୟାଲିଟି ଶୋ’ରେ ଉପସ୍ଥାପିକା ହେବେ କଙ୍ଗନା। ଏହି ଶୋ’ ପୁଣି ସବୁଠୁ ନିର୍ଭୀକ ରିୟାଲିଟି ଶୋ’ ବୋଲି କୁହାଯାଉଛି। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାକୁଥିବା ଏହି ଶୋ’  ‘ବିଗ୍ ବସ୍’ ସହ ସମକକ୍ଷ ହେବ ବୋଲି କୁହାଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ ବାକି ଅଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.