- ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ । ୭ମରୁ ଉପରକୁ ସମସ୍ତ କ୍ଲାସରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା । ତାସହ ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିଭଳି କେଜିରୁ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କର କ୍ଲାସ୍ ପ୍ରମୋଶନ ପରୀକ୍ଷା କରାଯିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ବୋର୍ଡଗୁଡ଼ିକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
- ରାଜ୍ୟର ସମସ୍ତ ହାଇସ୍କୁଲ, କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବା ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ ବୋଲି ଗ୍ରୀନ୍ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର।
- ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ହୃଦୟ ଜିତିଲେ ଢ଼େଙ୍କାନାଳ ଅଁଳାବେରେଣୀର ଜଗଜ୍ଜିତା। ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ ସ୍ଥାନ ହାସଲ କଲେ।
- ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବୁଧବାର ତାଙ୍କର ଆଗାମୀ ଆନିମେଟେଡ୍ ଗ୍ରାଫିକ୍ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍’ରୁ ନିଜ ଫାର୍ଷ୍ଟ ଲୁକ୍ ଜାରି କରିଛନ୍ତି।
- ବିନା ଛୁଞ୍ଚିରେ ନେଇ ହେବ କୋଭିଡ ଟିକା। ସ୍ଵଦେଶୀ ଫାର୍ମା କମ୍ପାନି ଜାଇଡସ କ୍ୟାଣ୍ଡିଲା ସରକାରଙ୍କୁ ଯୋଗାଣ କରିଛି ବିନା ଛୁଞ୍ଚିରେ ଦେଇ ହେଉଥିବା ଟିକା। ଏହି ଟିକାର ନାଁ ହେଉଛି ‘ଜାଇକୋଭ-ଡି’।
- କୃଷକ ନେତା ରାକେଶ ଟିକାୟତ ବଜେଟ ୨୦୨୨କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବଜେଟରେ କୃଷକମାନଙ୍କ ଆଶା ମୁତାବକ ସର୍ବନିମ୍ନ ସହାୟତା ମୂଲ୍ୟ ପାଇ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
- .ଇଣ୍ଡିଆନ୍ ସ୍ପେସ୍ ଆଣ୍ଡ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଚଳିତ ବର୍ଷ ଅଗଷ୍ଟରେ ଚନ୍ଦ୍ରଯାନ -୩ ଲଞ୍ଚ କରିବାକୁ ଯାଉଛି।
- ବଲିଉଡ୍ର ବର୍ଷୀୟାନ ଅଭିନେତା ରମେଶ ଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
- ଫେବ୍ରୁଆରୀ ୫ରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର କରିବେ ଲୋକାର୍ପଣ।
- ଫିଲ୍ମ ‘ପୁଷ୍ପା’ ପରେ ବଢ଼ିଲା ଲୋକପ୍ରିୟତା, ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ।
- ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସେଠାର ଜଣେ ବରିଷ୍ଠ ମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି।
- କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର: ବାରବାଟୀକୁ ଫେରିବ ରଣଜୀ ଟ୍ରଫି,ଫେବୃୟାରୀ ୧୦ରୁ ଆରମ୍ଭ।
- ସିରିଆରେ ଆମେରିକୀୟ ସୈନ୍ୟଙ୍କ ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସଆଇଏସର ସର୍ବୋଚ୍ଚ ନେତା ନିହତ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ଘର ଦେଉ କେନ୍ଦ୍ର । ଖୋଲାଯାଉ ଆବାସ ପ୍ଲସ୍ ପୋର୍ଟାଲ୍ । ରାଜ୍ୟସଭାର ଶୂନ୍ୟକାଳରେ ପିଏମୱାଇ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତା ପାତ୍ରା, ଡ. ଅମର ପଟ୍ଟନାୟକ ଓ ସୁଜିତ କୁମାର । ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଦାବି କରିଛନ୍ତି ।
- ଘୁଞ୍ଚିବନି ଗେଟ୍-୨୦୨୨ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ GATE-2022 ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗେଟ୍-୨୦୨୨ ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଯାଇଥିଲା ।
- ନାମାଙ୍କନ ଭରିବାକୁ ଯିବା ବେଳେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଆକ୍ରମଣର ଶିକାର ହୋଇଛନ୍ତି । ୟୁପି କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରକୁ ଦୁର୍ବୃତ୍ତ ବିଷ ଓ ବ୍ଲେଡରେ ଆକ୍ରମଣ କରିଥିଲେ । ତେବେ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ ତାଙ୍କଠାରୁ ବିଷ ଓ ବ୍ଲେଡ୍ ଜବତ ହୋଇଛି ।
- ସ୍ଥାନୀୟ ଲୋକଙ୍କ ଲାଗି ଚାକିରି ସଂରକ୍ଷଣ ନେଇ ହରିଆଣା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ପଞ୍ଜାବ ଓ ହରିଆଣା ହାଇକୋର୍ଟ । ଘରୋଇ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଲାଗି ୭୫ ପ୍ରତିଶତ କୋଟା ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।
- ତେଲଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡ଼ମା । ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ତଣ୍ଡାମାର୍କା ଗାଁର ହିଡ଼ମା ୯ ବର୍ଷ ପୂର୍ବରୁ ମାଓ ସଙ୍ଗଠନରେ ସାମିଲ୍ ହୋଇଥିଲା ।
- ଓ୍ବିଣ୍ଟର ଅଲମ୍ପିକ୍ସର ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ । ଉତ୍ସବ ବର୍ଜନ ନେଇ ସୂଚନା ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ।
- ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ବୃଦ୍ଧି ପାଇବ। ଏବେ ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ଥିବା ବେଳେ ଏହା ୩୩କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.