• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକାକୁ ଟକ୍କର ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ସଂକଟ ପରଠାରୁ ପ୍ରଥମ ଥର ଲାଗି ବେଜିଂରେ ଖୋଲାଖୋଲି ହାତ ମିଳାଇବେ ଦୁଇ ଟପ୍ ଲିଡର । ନିରାପତ୍ତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଜିନପିଙ୍ଗ ଓ ପୁଟିନ ଜାରି କରିବେ ନୂଆ ଘୋଷଣାନାମା ।
  2. ଭାରତର ନିଷ୍ପତ୍ତିକୁ ଆମେରିକାର ସମର୍ଥନ । ଚୀନରେ ଆୟୋଜିତ ହେଉଥିବା ଶୀତକାଳୀନ ଅଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହକୁ ଭାରତ ଦ୍ୱାରା ବୟକଟ୍ କରାଯିବା ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ।
  3. ସପା (ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ ସପା-ଆର୍‌ଏଲ୍‌ଡି ମେଣ୍ଟରେ ଯୋଗ ଦେବାପାଇଁ ମାୟାବତୀଙ୍କ ବସପା (ବହୁଜନ ସମାଜ ପାର୍ଟି)କୁ ଖୋଲା ଆମନ୍ତ୍ରଣ କରିଛନ୍ତି।
  4. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ନିର୍ଦ୍ଦେଶାବଳି ଜାରି କରି ନିଟ୍‌ ପିଜି ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍‌ ପିଜି ପରୀକ୍ଷା ହେବାର ଥିଲା।
  5. ହ୍ରାଇଦ୍ରାବାଦର ଦମ୍ପତି ଡକ୍ଟର ଶ୍ରୀନିବାସ ଭାସ୍କର ଚାଗେନଟି ଓ ବାଲା ଚାଗେନଟି ୩୦ ବର୍ଷର ଗବେଷଣା ପରେ ଏକ ମେସିନ୍ ତିଆରି କରିଛନ୍ତି ଯାହା ୨୪ ଘଣ୍ଟା ଗ୍ରୀନ୍ ଇଲେକ୍ଟ୍ରିସିଟି(ସବୁଜ ବିଦ୍ୟୁତ୍) ପ୍ରଦାନ କରିଥାଏ, ଅର୍ଥାତ୍ ଏହା ଦ୍ଵାରା କୌଣସି ପ୍ରଦୂଷଣ ହୋଇ ନଥାଏ।
  6. ହାଇବ୍ରିଡ୍ ମୋଡ଼ରେ ଚାଲିବ ଓଡିଶା ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍ରେ କୋର୍ଟ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ଫେବ୍ରୁଆରୀ ୭ରୁ ହାଇକୋର୍ଟରେ ଲାଗୁ ହେବ ଏହି ବ୍ୟବସ୍ଥା ।
  7. ବିଦ୍ୟାଳୟ ପାଠପଢା ସମୟ ନିର୍ଘଣ୍ଟ ଘୋଷଣା : ପ୍ରଥମରୁ ୮ମ ୧୦ରୁ ଗୋଟାଏ; ୧୦ରୁ ୪ଟା ୯ମରୁ +୨ ।
  8. ସଂସଦରେ ଆଇଏଏସ ରୁଲ ପରିବର୍ତ୍ତନକୁ ବିରୋଧ କଲା ବିଜେଡି । ସାଂସଦ ପିନାକୀ ମିଶ୍ର କହିଲେ ନିୟମ ପରିବର୍ତ୍ତନ ହେଲେ ସଙ୍ଘୀୟ ବ୍ୟବସ୍ଥା ପ୍ରତି ସୃଷ୍ଟି କରିବ ଭୟ.
  9. ୫ ଲକ୍ଷ ଟପିଲା ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା: କୋଭିଡ୍ ମୃତ୍ୟୁ ରେକର୍ଡ ତାଲିକାରେ ବିଶ୍ୱର ତିନି ନମ୍ବର ସ୍ଥାନରେ ପହଁଚିଲା ଭାରତ ।
  10. ୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ । ସମୟ ସୀମା ମଧ୍ୟରେ ସ୍କୁଲ, କଲେଜକୁ ମିଳିବ ଜମିପଟ୍ଟା ।
  11. ଭାରତରେ ଆହୁରି କଠୋର ହେବ ସୋସିଆଲ ମିଡିଆ ନିୟମ, ନାଗରିକଙ୍କ ସୁରକ୍ଷା ସରକାରଙ୍କ ଗୁରୁଦାୟିତ୍ବ’: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
  12. ଫେବୃୟାରୀ ୭ରୁ ଏମ୍ସ ଭୁବନେଶ୍ୱରରେ ପୁନର୍ବାର ଆରମ୍ଭ ହେବ ଓପିଡି ସେବା ।
  13. ଆସନ୍ତା 6ରୁ ରାଜ୍ୟରେ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ହଷ୍ଟେଲ ।
  14. ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର କମ୍ପାନି ଟେସଲା ପୁଣି ନିରାଶ ହୋଇଛି । କମ୍ପାନିକୁ ଟିକସ ରିହାତି ଦେଇ ହେବ ନାହିଁ ବୋଲି ଭାରତ ସରକାର ରୋକଠୋକ୍ ଜଣାଇଦେଇଛନ୍ତି ।
  15. ଜିଓ ପକ୍ଷରୁ ଟୁ ପ୍ଲାଟଫର୍ମସ୍ରେ ୧୫ ନିୟୁତ ଡଲାରର ନିବେଶ ଘୋଷଣା ।
  16. ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଏକକୁ ଉଠିଲେ ।  ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ରିପୋଟରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି । ଅନ୍ୟପଟେ ଦେଶର ଟପ୍ ୧ରେ ଥିବା ମୁକେଶ ଅମ୍ବାନୀ ୮୯ ବିଲିୟନ ଡଲାର ସହ ୧୧ ନମ୍ବର ସ୍ଥାନରେ ରହିଛନ୍ତି।
  17. ଦିଲ୍ଲୀରେ କୋହଳ ହେଲା କୋଭିଡ୍‌ କଟକଣା । ଆସନ୍ତା ୭ତାରିଖରୁ ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ।
  18. ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ଆସନ୍ତା ଜୁନ ମାସରେ ହେବାକୁ ଯାଉଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି ।
  19. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଦାୟିତ୍ବ ନ୍ୟସ୍ତ କରାଯାଇଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପୌର ନିର୍ବାଚନ ପ୍ରଚାର ଦାୟିତ୍ବ ଦିଆଯାଇଛି। ସେହିଭଳି ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ମଣିପୁର ନିର୍ବାଚନ ଦାୟିତ୍ବ ନ୍ୟସ୍ତ କରାଯାଇଛି।
  20. ମ୍ୟାମାରରେ ସାଧାରଣ ଜନତାଙ୍କ ଉପରେ ସେନାର ଅତ୍ୟାଚାର ବଢିଚାଲିଛି । ସେନା ଭୟରେ ପ୍ରାୟ ୮ ହଜାର ଶରଣାର୍ଥୀ ସୀମା ପାର କରି ଭାରତର ମିଜୋରାମ ରାଜ୍ୟରେ ପ୍ରବେଶ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.