• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ୱର ସମ୍ରାଜ୍ଞୀ  ଲତା ମଙ୍ଗେସକର ,92 ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି  । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ରହିବା ପରେ ଶନିବାର ଲତାଙ୍କର ଦେହାନ୍ତ ହୋଇଯାଇଛି।
  2. ସୀମାରେ ଭାରତୀୟ ଯବାନଙ୍କ ପାଇଁ ସାହସ ପାଲଟିଥିଲା ଲତାଙ୍କ ଗୀତ- “ଏ ମେରେ ଓ୍ବତନ୍ କି ଲୋଗୋ ,   ଜରା ଆଁଖ ମେଁ ଭରଲୋ ପାନି ,ଜୋ ସହିଦ ହୁଏ ହେଁ ଉନକି, ଜରା ୟାଦ କରୋ କୁରଓ୍ବାନି”… ଲତାଙ୍କର ଏହି ଗୀତ ସୀମାରେ ଥିବା ଭାରତୀୟ ଯବାନ ମାନଙ୍କ ପାଇଁ ପାଲଟିଥିଲା ସାହସ । 
  3. କମାଲ କଲା ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ । ପଞ୍ଚମଥର ପାଇଁ ବିଶ୍ୱକପ୍ ଟ୍ରଫି  ହାତେଇଲା ଭାରତ ।ଅଣ୍ଡର-19 ବିଶ୍ୱକପ: ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଲା ଭାରତ, ପଞ୍ଚମ ଥର ହେଲା ଚାମ୍ପିୟନ
  4. ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ମୃତ । ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ ବୋଲି ଜଣାପଡିଛି।
  5. ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ, ଇଶାନ କିଶନ ଓ ଶାହରୁଖ ସାମିଲ୍ ।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ହାଇଦ୍ରାବାଦରେ ଶ୍ରୀରାମାନୁଜଆଚାର୍ଯ୍ୟଙ୍କ ୨୧୬ ଫୁଟ୍ ଉଚ୍ଚ ପ୍ରତିମାର କଲେ ଉଦଘାଟନ ।
  7. ବିନା ଅପେରାରେ ହେବ ଖଣ୍ଡଗିରି ମେଳା । ଯୋଗଦେଇପାରିବେନି ସାଧାରଣ ଲୋକ, ଖୋଲିବନି ଦୋକାନ ବଜାର ।
  8. ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି ।
  9. ମାଓବାଦୀଙ୍କ ବିସ୍ପୋରଣରେ  ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ୧୩ ଲକ୍ଷ ଟଙ୍କା ଘୋଷଣା  ।
  10. ଋଷ ପ୍ରତି ସମର୍ଥନ ଘୋଷଣା କଲା ଚୀନ । ଆମେରିକା ନେତୃତ୍ବାଧୀନ ନାଟୋରେ କୌଣସି ନୂଆ ସଦସ୍ୟଙ୍କୁ ସାମିଲ ନ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦାବିକୁ ସମର୍ଥନ ଜଣାଇଛି ଚୀନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଶକ୍ତି ବିଧିବଦ୍ଧ ଭାବେ ନାଟୋ ବିରୋଧରେ ଏକ ହୋଇଛନ୍ତି ।
  11. ମୁମ୍ବାଇ ଭଳି ସହରରେ ୩ ପ୍ରତିଶତ ଛାଡ଼ପତ୍ରର କାରଣ ହେଉଛି ଟ୍ରାଫିକ୍ ସମସ୍ୟା । ଏ କଥା ଆମେ କହୁନାହୁଁ ବରଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନି ଅମୃତା ଫଡ଼ନାଭିଜ୍ ଏଭଳି ବୟାନ୍ ଦେଇଛନ୍ତି । 
  12. ନିହତ ଆତଙ୍କବାଦୀ ଓସାମା ବିନ୍‌ ଲାଡ଼େନ୍‌ଙ୍କ ପୁଅ ୨୦୨୧ ଅକ୍ଟୋବର ମାସରେ ଆଫଗାନିସ୍ତାନ ଯାଇ ତାଲିବାନ୍‌କୁ ଭେଟିଥିବା କଥା ଜାତିସଂଘର ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି।
  13. ଓଡ଼ିଶାର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୧, ୨୦୨୧ ସୁଦ୍ଧା ୩୬୦ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରି ବିଜୟ ହଂସାରିଆ ଗତକାଲି ଦାଖଲ କରିଥିବା ୧୮ ପୃଷ୍ଠାର ଷୋଡ଼ଶ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।
  14. ଦେଶର ଘରୋଇ ମେଡିକାଲ କଲେଜ ଏବଂ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଗୁଡ଼ିକରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ନ୍ୟାସନାଲ ମେଡିକାଲ କମିସନ୍ ଏକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଏଗୁଡ଼ିକର ୫୦ ପ୍ରତିଶତ ସିଟ୍‌ରେ ନା‌ମଲେଖା ଓ ଅନ୍ୟାନ୍ୟ ଫି ସଂପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଫି ସହିତ ସମାନ ରହିବ। 
  15. ଶିରିଡିର ସାଇ ସଂସ୍ଥାନ ସଂପ୍ରତି ଏକ ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। ନୋଟବନ୍ଦୀକୁ ୫ ବର୍ଷରୁ ଅଧିକ ସମୟ ହେଲାଣି ତଥାପି ଦାନବାକ୍ସରେ ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ ଲୋକେ ପକାଉଛନ୍ତି। କ୍ରମାଗତ ଭାବେ ଏହି ପୁରୁଣା ଟଙ୍କାର ପରିମାଣ ବଢି ଚାଲିଥିବାରୁ ସାଇ ସଂସ୍ଥାନର ଅସୁବିଧା ମଧ୍ୟ ବଢି ଚାଲିଛି।
  16. କରୋନା ଭୂତାଣୁ ଓମିକ୍ରନ୍ ପ୍ରଜାତିର ନୂଆ ସବ୍-ଷ୍ଟ୍ରେନ୍ ବିଏ.୨ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି। କୋଭିଡ୍-୧୯ ସହ ଲଢ଼େଇରେ ଏହା ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। ଅନ୍ତତଃ ୫୭ଟି ଦେଶରେ ଏହି ସବ୍-ଷ୍ଟ୍ରେନ୍ ଦେଖାଗଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ହୁ) ପକ୍ଷରୁ କୁହାଯାଇଛି।
  17. ପଞ୍ଜାବର ଜଣେ ୮୦ ବର୍ଷୀୟ ବୃଦ୍ଧା ନିଜର ପରିବର୍ତ୍ତିତ ନାମକୁ ଭାରତୀୟ ରାଜପତ୍ର (ଗେଜେଟ୍ ଅଫ୍ ଇଣ୍ଡିଆ)ରେ ପ୍ରକାଶିତ କରିବାକୁ ଦିଲ୍ଲୀ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ବୃଦ୍ଧା ଜଣକ କହିଛନ୍ତି, ଫଟୋ ପରିଚୟ ପତ୍ର ନଥିବାରୁ ସେ ନିଜର ସଞ୍ଚୟ ଓ ନିବେଶ ଅର୍ଥକୁ  ବ୍ୟାଙ୍କରୁ ବାହାର କରିପାରୁ ନାହାନ୍ତି। ତାହା ବ୍ୟାଙ୍କରେ ପଡ଼ି ରହିଛି।  କୋର୍ଟ  ଏହି ମାମଲାର ଶୁଣାଣି ଏପ୍ରିଲ ୧୨ରେ କରିବେ।
  18. ଚଳଚ୍ଚିତ୍ର” ଚକ୍ଷୁବନ୍ଧନ”ର ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ଚଳଚ୍ଚିତ୍ର “ମାୟାବୀ” l ରଜ ବଜାରକୁ ଟାର୍ଗେଟ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି । ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଭୂମିକା ଯୋଡି ଏହି ଫିଲ୍ମରେ ଅଭିନୟ କରିବେ ।
  19. ବିସିସିଆଇ ଖେଳାଳିଙ୍କ ପାଇଁ ୪୦ ଲକ୍ଷ ଟଙ୍କା ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ବିସିସିଆଇ ସଚିବ ଏନେଇ ଘୋଷଣା କରିଛନ୍ତି ।
  20.  ଗଲୱାନ ସହିଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ଆର୍ମି ଟେଷ୍ଟରେ କୃତକାର୍ଯ୍ୟ ହୋଇଛନ୍ତି । ଆହ୍ଲାବାଦରେ ଚାଲିଥିବା ୫ ଦିନିଆ ଏସ୍‌ଏସ୍‌ବି (ସର୍ଭିସ ସିଲେକ୍ସନ ବୋର୍ଡ)ର ପର୍ସନାଲିଟି ଓ ଇଣ୍ଟେଲିଜେନ୍ସ ଟେଷ୍ଟରେ ସେ ପାସ୍‌ କରିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.