• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୀର୍ଘଦିନ ପରେ  ସୋମବାରଠାରୁ ଖୋଲିବ ବିଦ୍ୟାଳୟ। ଅଷ୍ଟମ ଓ ତଦୂର୍ଦ୍ଧ୍ବ ପାଠପଢା ଆରମ୍ଭ ହେବ। ପ୍ରାୟ ମାସକ ପରେ ବିଦ୍ୟାଳୟରେ ବାଜିବ ଘଣ୍ଟି। ଅଷ୍ଟମରୁ ଦ୍ବାଦଶ (+୨) ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଅନୁରୂପ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନ‌େ‌ର ସବୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ପାଠପଢା ହେବ।
  2. ଚଳିତବର୍ଷ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଛି। ପୁରୀ ଜିଲା ପ୍ରଶାସନ ଏଥିରେ କଟକଣା ଲଗାଇଛି।ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
  3. ଭାରତୀୟ କ୍ରିକେଟ୍‌ ଇତିହାସରେ ୧୦୦୦ତମ ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତି ଭାରତ ଏହାକୁ ସ୍ମରଣୀୟ କରିଦେଇଛି । ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଦୁଇ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦର ମିଳିତ ଭାବେ ୭ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍‌ ୪୩.୫ ଓଭରରେ ୧୭୬ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା।
  4. ଆଗାମୀ ୧୫ ଦିନ ଯାଏଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଜନଗହଳି ପୂର୍ଣ୍ଣ ସ୍ଥାନ, ସରକାରୀ ସୌଧ ଏବଂ ଟ୍ରାଫିକ ସିଗନାଲରେ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେଶକରଙ୍କ ଲୋକପ୍ରିୟ ଗୀତ ବାଜିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି।
  5. ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା।
  6. ରବିବାର ନିର୍ବାଚନ ଆୟୋଗ ଜାରି କରିଥିବା ନିର୍ଦେଶ ଅନୁଯାୟୀ ସମ୍ମିଳନୀ କକ୍ଷରେ ୫୦% କ୍ଷମତାର ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ବୈଠକ ଓ ସମାବେଶ ଆୟୋଜନ କରାଯାଇପାରିବ। ସେହିପରି ଖୋଲା ପଡିଆରେ ୩୦% କ୍ଷମତାରେ ଲୋକଙ୍କୁ ନେଇ ସମାବେଶ ଆୟୋଜନ କରାଯାଇପାରିବ।
  7. ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶରେ ତୃତୀୟ ଲହର ମହାମାରୀ ପ୍ରଭାବହୀନ ହୋଇଯିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ପକ୍ଷରୁ ଆକଳନ କରାଯାଇଛି। ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଏକ ମଡେଲ ଅନୁସାରେ ଫେବୃଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ତୃତୀୟ ଲହରର ପରିସମାପ୍ତି ଘଟିବ।
  8. କୋଭାକ୍ସିନ, ଏକ ନାସିକୀୟ (ଇଣ୍ଟ୍ରାନାଜାଲ) ଟିକା ଓ କୋଭିସିଲ୍‌ଡକୁ ୫ଟି ବିଭିନ୍ନ ପ୍ରକାରେ ମିକ୍ସ ଓ ମ୍ୟାଚ୍ କରି ଭୂତାଣୁଜନିତ ରୋଗ-ପ୍ରତିରୋଧକତା ଉପରେ କି ପ୍ରଭାବ ପଡ଼ୁଛି ଜାଣିବା ପାଇଁ ଭାରତ ବାୟୋଟେକ୍ ଏକ ଅନୁଧ୍ୟାନ ଆରମ୍ଭ କରିବାକୁ ଯାଉଛି। ୮୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉପରେ ଏହାର ପରୀକ୍ଷା କରାଯିବ। ଦେଶର ତିନୋଟି ଅଲଗା ଅଲଗା ସ୍ଥାନରେ ଏହି ପରୀକ୍ଷା କରିବା ପାଇଁ କମ୍ପାନି ସ୍ଥିର କରିଛି।
  9.  କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ୱାର୍କଫ୍ରମ ଅବଧିକୁ ସମାପ୍ତ କରିଦେଇଛନ୍ତି | ସୋମବାର ଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ | ସମସ୍ତ କର୍ମଚାରୀ ଯେଭଳି ଅଫିସରେ ଉପସ୍ଥିତ ରହିବେ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ କରୋନା ଭାଇରସ ମାମଲାକୁ ନେଇ ଆଜି ସମୀକ୍ଷା କରାଯାଇଥିଲା |
  10. ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ସ୍କୁଲ କଲେଜଗୁଡ଼ିକ ଖୋଲିବ । ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅଫ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ହେବ । ସ୍କୁଲ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ମଧ୍ୟ ନେବାର ଦରକାର ଅଛି ।
  11. କରୋନା ଭାଇରସ୍ ଯୋଗୁଁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୫୪ ହଜାର ୭୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧୮ ଲକ୍ଷ ୩୭ ହଜାର ୨୮୨ ଜଣ ସୁସ୍ଥ ହୋଇଥିଲା ବେଳେ ୬ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଛି ।
  12. ଆମେରିକାବାସୀଙ୍କୁ କରୋନା ଭାଇରସ୍‌ରୁ ବଡ଼ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ତୁଳନାରେ ପାଖାପାଖି ୨ ଗୁଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଗତମାସ ଗୋଟିଏ ଦିନରେ ଏଠାରେ ୭ ଲକ୍ଷ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ୫୦ ହଜାର ୫୬୧କୁ ଖସିଛି ।
  13. କେନ୍ଦ୍ର ସରକାର ସୋମବାର ପର୍ଯ୍ୟନ୍ତ ଲତାଙ୍କ ସ୍ମୃତିରେ ଦୁଇ ଦିନିଆ ରାଷ୍ଟ୍ରୀୟ ଲୋକ ଘୋଷଣା କରିଛନ୍ତି। ଏହାସହ ଜାତୀୟ ପତାକାକୁ ମଧ୍ୟ ଅର୍ଧନିମିତ୍ତ କରାଯାଇଛି ।
  14. ମଙ୍ଗେସକରଙ୍କର ବିୟୋଗରେ ମହାରାଷ୍ଟ୍ରରେ ଦିନିକିଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲି ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ ।
  15. ଓଡ଼ିଶା ରଣଜୀ ଦଳ ପାଇଁ ହେଲା ନାମ ଘୋଷଣା । ଏହି ଦଳରେ ଅଧିନାୟକ ହେଉଛନ୍ତି ଶୁଭ୍ରାଂଶୁ ସେନାପତି । ସୌରାଷ୍ଟ୍ର ,ମୁମ୍ବାଇ ଓ ଗୋଆ ବିପକ୍ଷ ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି ।
  16. ଆରପାରିରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପିତା ତ୍ରିଲୋକ ଚନ୍ଦ ରୈନା । କ୍ୟାନ୍ସର ସହ ଦୀର୍ଘ ଦିନର ଯୁଦ୍ଧ ପରେ ଶେଷରେ ସେ ଆଜି ଗଜିଆବାଦ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ମୃତ ସୈନିକମାନଙ୍କ ପରିବାରକୁ ସବୁବେଳେ ସାହାଯ୍ୟ କରି ଆସୁଥିଲେ ରୈନାଙ୍କ ପିତା ।
  17. ୟୁଏଇର ଆଇନ୍ ମନ୍ତ୍ରାଳୟ ଗତବର୍ଷ ୟୁଏଇରେ ହୋଇଥିବା ତଲାକ୍‌କୁ ନେଇ ତଥ୍ୟ ଜାରି କରିଛିନ୍ତି । ଏହି ତଥ୍ୟ ଅନୁସାରେ ୨୦୨୧ରେ ୟୁଏଇରେ ୬୪୮ ତଲାକ୍ ମାମଲା ଆସିଛି । ଏଥିରେ ସବୁଠାରୁ କମ୍ ସମୟ ପାଇଁ ବିବାହ ଗୋଟିଏ ଦିନର ଥିଲା । ଅପରପକ୍ଷେ ୪୭ ବର୍ଷର ସବୁଠାରୁ ଦୀର୍ଘ ଦିନର ଦାମ୍ପତ୍ୟ ଜୀବନ ତିଷ୍ଠି ରହିଥିଲା । ୪୭ ବର୍ଷର ଦାମ୍ପତ୍ୟ ଜୀବନ ପରେ ଅଲଗା ହୋଇଥିବା ପତି-ପତ୍ନୀ ୟୁଏଇର ମୂଳ ନିବାସୀ ନଥିଲେ ।
  18. ରବିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ଚରଣଜୀତ୍‌ ସିଂହ ଚନ୍ନୀ କହିଛନ୍ତି, ଆପଣମାନଙ୍କୁ ଭରସା ଦେଇ କହୁଛି କି, ଆଜିଠାରୁ ମୁଁ ନିଜ ନାଁରେ କି, ମୋ ପତ୍ନୀଙ୍କ ନାଁରେ କୌଣସି ଜମିବାଡ଼ି କିଣିବି ନାହିଁ କି, ବ୍ୟବସାୟ ଚଳାଇବି ନାହିଁ।
  19. ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ। ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ଏହି ସମୟ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଥଣ୍ଡା ମଧ୍ୟ ଅନୁଭୂତ ହେବ।
  20. ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଯଦି ତାଙ୍କୁ ଗିରଫ କରିବ ତେବେ ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି। ଶହେରୁ ଶହେ ଲୋକ ଆମକୁ ସମର୍ଥନ କରିବେ ଏବଂ ବିନା ପରିଶ୍ରମରେ ଆମେ ଜିଲ୍ଲାର ୫୬ରୁ ୫୬ ଜିଲ୍ଲା ପରିଷଦ ଆସନକୁ ପୋଛିନେବୁ। ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଶ୍ରୀ ଟୁଡୁ ଆଜି ଏହିଭଳି ମନ୍ତବ୍ୟ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.