• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାରାଦୀପ ବନ୍ଦର ଇତିହାସରେ ପ୍ରଥମ । ବର୍ଥରେ ଲାଗିଲା ସବୁଠାରୁ ବଡ଼ ପଣ୍ୟବାହୀ ଜାହାଜ । ବନ୍ଦରର CQ-1 ବର୍ଥରେ ଲାଗିଥିବା ଏମ୍ ଭି ମିନେରାଲ ନାମକ ଜାହାଜରେ ଆସିଛି ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ୍ ଟନର ଲାଇମଷ୍ଟୋନ । ଏହା UAEର MINASAQR ବନ୍ଦରରୁ ପାରାଦୀପ ଆସିଛି । ଏହି ଜାହାଜର ଲମ୍ବ ୨୯୧.୮୦ ମିଟର ଥିବାବେଳେ ଓସାର ୪୫ ମିଟର ରହିଛି ।
  2.  କୋଭିଡ୍ ଟିକା ପ୍ରମାଣ ପତ୍ର ନଥିଲେ ଆଉ ଭକ୍ତଙ୍କୁ ମନା ହୋଇପାରିବ ନାହିଁ ଶ୍ରୀମନ୍ଦିର । ଆସନ୍ତା ସପ୍ତାହରୁ ୨୧ ତାରିଖରୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବ ନୂଆ ଏସଓପି ।  
  3. ଭାରତ ଚୀନ କମ୍ପାନୀମାନଙ୍କର ୨୨୦ରୁ ଅଧିକ ମୋବାଇଲ ଆପକୁ ବନ୍ଦ କରିଦେଇଛି । ଏହି ପଦକ୍ଷେପ  ଚୀନର ଚିନ୍ତା ବଢାଇଦେଇଛି। 
  4. ଲକ୍ଷ ଲକ୍ଷ ୟୁଜର୍ସ  ହ୍ୱାଟ୍ସଆପର ନୂଆ ଫିଚରରେ ଅନେକ ଦିନରୁ ଏକ ଫିଚର ପାଇଁ ଡିମାଣ୍ଡ କରୁଥିଲେ । ଗୋଟିଏ ଚାଟ୍ ର ଭଏସ ମେସେଜ ଚାଟ ବକ୍ସରୁ ବାହାରିଯିବା ପରେ ବି ଶୁଣି ହେବାକୁ କାର୍ଯ୍ୟ କରିବ।
  5. ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ଆଣିଲା ଝିଅମାନଙ୍କୁ ପାଠ ପଢ଼ିବା ନେଇ ୧,୮୬୦୦୦ ଟଙ୍କାର ଛାତ୍ରବୃତ୍ତି ।
  6. ଦେଶର ୧୩ ବିମାନବନ୍ଦରର ନାମ ବଦଳିବ , ଏହି ତାଲିକାରେ ମହାରାଷ୍ଟ୍ରର ଔରଙ୍ଗାବାଦ ସହର ମଧ୍ୟ ସାମିଲ ରହିଛି। 
  7. ୫ ବର୍ଷର ବିସ୍ମୟ ବାଳକ  ଯୁବରାଜ ରଥ  ୨୮ଟି ରାଜ୍ୟର ନାମ ୮.୬୫ ସେକଣ୍ଡରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ।
  8. ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଜୋରଦାର କରିବା ସହ ମୋଟ ୪୫୮୪ଟି ବୁଥ୍ ତାଲିକାକୁ ଅନୁମୋଦନ କରିଛନ୍ତି । ରାଜ୍ୟର ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ପରିଷଦ ଓ ୩ଟି ମହାନଗର ନିଗମ ଅଂଚଳରେ ଥିବା ୧୯୩୧ଟି ୱାର୍ଡରେ ଏହି ବୁଥ ସ୍ଥାପିତ ହେବ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି, ମାର୍ଚ୍ଚ ୧୩ରେ ହେବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ।
  9. ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି । ୧୭ ଜଣ ପତ୍ନୀଙ୍କ ପରେ ଅନେକ ମହିଳାଙ୍କୁ ବିବାହ ପାଇଁ ତାରିଖ ଫିକ୍ସ କରିଥିଲେ
  10.  ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଚାଲିଛି ଟି-୨୦ ସିରିଜ୍ । ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ଓ୍ୱିକେଟରେ ନିଜ ନାମରେ କରିଛି । ଯାହା ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ବିଜୟ ପରେ ଆଜି ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦
  11.  GST ପ୍ରଣୟନର ୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଲାଗିପାରେ ବଡ଼ ଝଟକା । ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ପରିବର୍ତ୍ତନରେ ଟ୍ୟାକ୍ସ ସ୍ଲାବ, ଜିଏସଟି ବ୍ରାକେଟ ସାମିଲ୍ ରହିଛି । ଏହାଛଡ଼ା ରାଜ୍ୟଙ୍କୁ ମିଳୁଥିବା ଜିଏସଟି କ୍ଷତିପୂରଣ ମଧ୍ୟ ବନ୍ଦ ହୋଇଯିବ ।  
  12.  ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଂଗ ବୁଧବାର ପାର୍ଲାମେଣ୍ଟରେ ଭାରତ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଜଦୂତଙ୍କୁ ସମନ ଜାରି କରାଯାଇଛି। ଭାରତର ସାଂସଦମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନାମରେ ଆପରାଧିକ ମାମଲା ରହିଛି ବୋଲି ଲୁଂଗ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
  13.  ୟୁକ୍ରେନ୍‌ରୁ ଭାରତ ଏବଂ ଭାରତରୁ ‌ୟୁକ୍ରେନ୍‌କୁ ବିମାନ ଉଡ଼ାଣ ନେଇ ସରକାର ପୂର୍ବରୁ ଯେଉଁ କଟକଣା ଲଗାଇଥିଲେ ତାହା ହଟାଇ ଦେଇଛନ୍ତି।
  14. ଦେଶର ସର୍ବ କନିଷ୍ଠ ମେୟର ଆର୍‌ୟା ରାଜେନ୍ଦ୍ରନ୍ କେରଳର ସର୍ବ କନିଷ୍ଠ ବିଧାୟକ କେ ଏମ୍ ସଚିନ୍ ଦେବଙ୍କୁ ବିବାହ କରିବେ ବୋଲି ଆଜି ଏଠାରେ ଘୋଷଣା କରିଛନ୍ତି। ସଚିନ୍‌ ଦେବ ବାଲୁସେରୀରୁ ବିଧାୟକ ଅଛନ୍ତି। ଉଭୟ ନେତା କେରଳର ଶାସକ ସିପିଏମ୍‌ ଦଳର। 
  15. ଦେଶରେ ଗୁରୁବାର ଦିନ ୩୦,୭୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଆରୋଗ୍ୟ ହାର ୯୮ ପ୍ରତିଶତ ଟପିଯାଇଛି। ଗତ ୨୪ ଘଣ୍ଟାରେ ୫୪୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୧୦,୪୧୩କୁ ବୃଦ୍ଧି ପାଇଛି। 
  16.  ଓଡ଼ିଆ ପାଇକପୁଅ ତଥା ୫ ଥର ଆଇରନ୍‌ମ୍ୟାନ୍‌ ମୁକୁଟ ବିଜେତା ସିଦ୍ଧାର୍ଥ ରାଉତରାୟ ନିଜ ନାମରେ ଆଉ ଏକ ବିରଳ ଗୌରବ ଯୋଡ଼ିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଅଲଟ୍ରାମ୍ୟାନ୍‌ ଟାଇଟଲ୍‌ ଅର୍ଜନ କରିଛନ୍ତି ଏହି ୪୮ ବର୍ଷୀୟ ଦୁଃସାହସୀ କ୍ରୀଡ଼ାବିତ୍‌।
  17. କୃଷି ଆଇନକୁ ଗଡ଼କରି କହିଛନ୍ତି କୃଷି ଆଇନ ଠିକ ଥିଲା,ସରକାର ଭୁଲ ନଥିଲେ । ଆମେ କୃଷକଙ୍କୁ ବୁଝାଇବାରେ ଅକ୍ଷମ ହେଲୁ । କୃଷକ ଯଦି ଏହାକୁ ଗ୍ରହଣ କରିଥାନ୍ତେ ଆଜି କୃଷକ ଆତ୍ମହତ୍ୟା କରିବାରୁ ବଞ୍ଚିଯାଇ ଥାନ୍ତେ।
  18. ଭାରତରେ ନିର୍ବାଚନରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏନେଇ ସେଣ୍ଟର ଫର୍ ମିଡିଆ ଷ୍ଟଡିଜ ଏକ ରିପୋର୍ଟ ପ୍ରକାଶ କରିଛି । ସେଣ୍ଟ୍ର ଫର୍ ମିଡିଆ ଷ୍ଟଡିଜର ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
  19. ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ ୟୁନାଇସ୍‌ । ଯାହାକୁ ନେଇ ସାରା ଦେଶରେ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ ପ୍ରଭାବରେ ଭୀଷଣ ତୁଷାରପାତ ସହ ତାପମାତ୍ରା ମଧ୍ୟ ହ୍ରାସ ପାଇବା ନେଇ ଚେତାବନୀ ଦିଆଯାଇଛି। କେବଳ ସେତିକି ନୁହେଁ, ୧୦୦ କିମିରୁ ଅଧିକ ବେଗରେ ପବନ ହେବା ନେଇ ପୂର୍ବାନୁମାନ କରିଛି ବ୍ରିଟେନ୍‌ ପାଣିପାଗ ବିଭାଗ।
  20. ଶୁକ୍ରବାର ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି୨୦ ମ୍ୟାଚ୍ । ୩ଟିକିଆ ଟି ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମୁକାବିଲା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ପାଇଁ ଓ୍ୱେଷ୍ଟ ଇଣ୍ଡିଜ ପ୍ରୟାସ କରିବ ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.