• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୦୮ରେ ଅହମଦାବାଦରେ ସଙ୍ଗଠିତ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ଜଣଙ୍କ ମଧ୍ୟରୁ ଅହମଦାବାଦର ଏକ ସ୍ବତନ୍ତ୍ର ଅଦାଲତ ୩୮ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।
  2.  ‘ମୁଁ ସୁସ୍ଥ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି’, ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରସାର ହେଉଥିବା ଗୁଜବକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।      
  3. ରାଜ୍ୟରୁ ହଟିଲା ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ନାଇଟ କର୍ଫ୍ୟୁ ହଟିବା ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
  4. ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରିବେ । ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି ।
  5.  IPL ସିଜନ୍-୧୫ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ହାଇଦ୍ରାବାଦର ଆସିଷ୍ଟାଣ୍ଟ କୋଚ୍ ସାଇମନ୍ କାଟିଚ୍ ପଦରୁ ଇସ୍ତଫା ଦେଇଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସାଇମନ୍ ।
  6. ନୂଆଦିଲ୍ଲୀରେ ଥିବା ଋଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ପ୍ରସଙ୍ଗରେ ଭାରତର ନିରପେକ୍ଷ, ସ୍ବାଧୀନ ଓ ନୀତିଗତ ଆଭିମୁଖ୍ୟକୁ ଋଷିଆ ସ୍ବାଗତ କରୁଛି ।
  7. ଚୀନର ୫୪ଟି ମୋବାଇଲ୍ ଆପ୍ଲିକେସନ୍ସ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍ ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍ ଭାରତର ଏହି ନିଷ୍ପତ୍ତି ଉପର ଚିନ୍ତା ପ୍ରକଟ କରି କହିଛି, ଭାରତ ଚୀନର ଆପ୍ଲିକେଶନ୍ସ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଅନେକ ଚୀନ୍ କମ୍ପାନିଙ୍କ ଅଧିକାର ଓ ହିତକୁ କ୍ଷତି ପହଞ୍ଚିଛି।
  8. ରାଜ୍ୟର ଶିବରାଜ ସିଂ ଚୌହାନ ସରକାର ବ୍ୟାପମର ନାମ ବଦଳାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମଧ୍ୟପ୍ରଦେଶ କ୍ୟାବିନେଟରେ ବ୍ୟାପମ ନାମ ପରିବର୍ତ୍ତନ କରିବାକୁ ଆଲୋଚନା ହୋଇଥିଲା। ଯେଉଁଥିରେ ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ଉପରେ ସହମତ ହୋଇଥିଲା | ସୂଚନା ଥାଉ କି ଯେ ପୂର୍ବରୁ ମଧ୍ୟ ବ୍ୟାପମର ନାମ ପରିବର୍ତ୍ତନ କରାଯାଇଥିଲା | ଏହାପୂର୍ବରୁ ବ୍ୟାପମକୁ ବୃତ୍ତିଗତ ପରୀକ୍ଷା ବୋର୍ଡ ନାମରେ ନାମିତ କରାଯାଇଥିଲା |
  9. ସିବିଆଇ ଶୁକ୍ରବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଜେରା କରିଛି । ନିଜର ପଦର ଦୁରୁପଯୋଗ ଓ ଏନଏସଇର ଗୁରୁତ୍ବପୂର୍ଣ୍ଣ ତଥ୍ୟର ପ୍ରଘଟ ଅଭିଯୋଗରେ ତାଙ୍କୁ ଜେରା କରାଯାଇଛି ।
  10. ଗ୍ରୀସ ଉପକୂଳ ନିକଟସ୍ଥ ଆୟୋନିଆନ ସାଗରରେ ଘଟିଛି ଏକ ଦୁର୍ଘଟଣା । ସମୁଦ୍ରରେ ଯାଉଥିବା ଏକ କ୍ରୁଜ ଜାହାଜରେ ନିଆଁ ଲାଗିଯାଇଛି । ତେବେ ଜାହାଜରେ ଥିବା ପ୍ରାୟ ୨୩୭ ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯିବାରୁ ଏକ ବଡ଼ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇଛି  ।
  11. ୨୦୧୯ରୁ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିବାରୁ ‘ସିଟିଜେନ୍‌ସିପ୍‌ ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌’ (ସିଏଏ) ବିରୋଧୀ ପ୍ରତିବାଦକାରୀଙ୍କ ଠାରୁ ଆଦାୟ କରାଯାଇଥିବା କୋଟି କୋଟି ଟଙ୍କା ଫେରସ୍ତ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି।
  12. କଲେଜ୍‌ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହିଜାବ୍‌ ଓହ୍ଲାଇ ପକାଇବାକୁ କୁହାଯିବାରୁ ଆତ୍ମସମ୍ମାନକୁ ବାଧିଲା ବୋଲି ଦର୍ଶାଇ ଆଜି କର୍ଣ୍ଣାଟକ କଲେଜର ଜଣେ ଇଂରାଜୀ ଅଧ୍ୟାପିକା ଇସ୍ତଫା ଦେଇଛନ୍ତି।ଇସ୍ତଫା ଦେଇଥିବା ଅଧ୍ୟାପିକାଙ୍କ ହେଉଛନ୍ତି ଚାନ୍ଦିନୀ।
  13. ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଟ୍ରକ୍‌ର ଚାଳକଙ୍କୁ ଆଜି ଅଦାଲତରେ ହାଜର କରାଯିବ। ତାଙ୍କୁ ରିମାଣ୍ଡ୍‌ରେ ନେବା ପାଇଁ ହରିୟାଣା ପୁଲିସ ଅଦାଲତଙ୍କୁ ନିବେଦନ କରିପାରନ୍ତି ବୋଲି କୁହାଯାଉଛି।
  14. କୋଟିଆବାସୀ ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ। ଆଜି କୋଟିଆରେ ୬୫% ମତଦାନ ହୋଇଛି ବୋଲି ବୋଲି ମତଦାନ ସମ୍ପର୍କରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ଅପରପକ୍ଷରେ ମତଦାନ ପରେ ପଟାଙ୍ଗୀ ବିଧାୟକ ପ୍ରତିକିୟା ରଖି କହିଥିଲେ ଯେ ପଡୋଶୀ ରାଜ୍ୟ ଆନ୍ଧ୍ରର ଷଡଯନ୍ତ୍ର ବିଫଳ ହୋଇଛି। 
  15. ସୁନାବେଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଏବଂ କେରାପୁଟ ଜିଲାର ୬ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ସାମିଲ ଅଛନ୍ତି।
  16.  ଅକ୍ଷୟ କୁମାର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଭୟଙ୍କର ରୂପ ଦେଖିବାକୁ ମିଳିଛି। 
  17. ବୁଧବାର ଅପରାହ୍ନରେ ଜାପାନରୁ ଏକ କାର ବୋଝେଇ କାଗ୍ରୋ ସିପ୍ ଆଟଲାଣ୍ଟିକ୍ ମହାସାଗରେ ମଧ୍ୟରେ ଯାତ୍ରା କରୁଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଏହାପରେ ଏହି ଜାହାଜରେ ଥିବା ପ୍ରାୟ ୩୯୫୬ ଟି ଦାମୀ କାର ସମୁଦ୍ରରେ ବୁଡି ଯାଇଥିଲା ।
  18. ଆଗକୁ ପୌର ନିର୍ବାଚନ ହେବାକୁଥିବା ବେଳେ ବତ୍ତର୍ମାନ ବିଏମସି ପକ୍ଷରୁ ପ୍ରକାଶ କରାଯାଇଛି ବୁଥ୍ ତାଲିକା ।୨୦୧୪ ତୁଳନାରେ ଏଥର ବୁଥ୍ ସଂଖ୍ୟାରେ ବୃଦ୍ଧି ପରିଛି ବିଏମସି । ୬୭ ୱାର୍ଡରୁ ମୋଟ୍ ୭ଲକ୍ଷ ୨୭ ହଜାର ୪୫୬ଜଣ ଭୋଟର ମତଦାନ କରିବାକୁ ଥିବା ବେଳେ ଏମାନଙ୍କ ପାଇଁ ୭୦୫ଟି ବୁଥ୍ ର ବ୍ୟବସ୍ଥା କରାଯାଇଛି ।
  19. ଇଡେନ ଗାଡେନ୍ସରେ ଖେଳାଯାଇଥିବା ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚ୍‌କୁ ୮ରନ୍ ଜିତି ନେଇଛି ଭାରତ । ଏହା ସହିତ ୩ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି ।
  20. ୟୁକ୍ରେନ ସଂକଟକୁ ନେଇ ଚିନ୍ତା ଆହୁରି ବଢାଇଦେଇଛି ଋଷିଆ । ଗୋଟିଏ ପଟେ ସେନା ପ୍ରତ୍ୟାହାର କଥା କହୁଥିବାବେଳେ ଅନ୍ୟପଟେ ଆସନ୍ତା ଶନିବାର ଏକ ବଡ଼ ଧରଣର ଆଣବିକ କ୍ଷୁଦ୍ଧାଭ୍ୟାସ କରିବାକୁ ଯାଉଛି ଋଷିଆ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.