• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅନ୍ୟାଦେଶ ପର୍ଯ୍ୟନ୍ତ ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରିନ୍ ଟ୍ରିବୁନାଲ ।
  2. ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାଲିଠାରୁ ଆରମ୍ଭ ହେବ ମାସ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ସ୍ୱତନ୍ତ୍ର ଅଭିଯାନ । ଓଡ଼ିଶା ହେବ ଫାଇଲେରିଆମୁକ୍ତ। ପ୍ରଥମ ପଯ୍ୟାୟରେ ସାମିଲ ହେବେ ୮ ଜିଲ୍ଲା-ଅନୁଗୁଳ, ବାଲେଶ୍ବର,କଟକ,ଢେଙ୍କାନାଳ,ଗଂଜାମ ,ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା ଜିଲ୍ଲାବାସୀ । ୨ ବର୍ଷରୁ ଅଧିକ ବୟସର ମୋଟ ୧କୋଟି ୪୦ ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ।
  3. କରୋନା ମହାମାରୀ ଅବଧି ମଧ୍ୟରେ ବିଶ୍ବରେ ଯେତେ ସଂଖ୍ୟକ ଗରିବ ସୃଷ୍ଟି ହୋଇଛନ୍ତି ସେଥିରୁ ୬୦ ପ୍ରତିଶତ କେବଳ ଭାରତର ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା ମତ ଦେଇଛି।
  4. ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ବିବାଦରେ ଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ  । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଲା ଆଗୁଆ ଜାମିନ । 
  5. ଏପ୍ରିଲ୍ ୨୬ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ।
  6. ଭାରତରେ ଲଞ୍ଚ ହେଲା ପ୍ରଥମ ନାସାଲ୍ ସ୍ପ୍ରେ, କୋଭିଡରେ ପୀଡିତ ବୟସ୍କ ରୋଗୀଙ୍କୁ କରାଯାଇପାରିବ ଚିକିତ୍ସା ।
  7. ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ ।
  8. ଆଫାନିସ୍ତାନରେ ପୁଣି ସଂଘର୍ଷ, ପଞ୍ଜଶୀରରେ ତାଲିବାନ୍‌ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଲିଛି ଲଢ଼େଇ ।
  9. ରାଜ୍ୟ ହାଇକୋର୍ଟର ନାଁ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଦେଇଛି ବିଜେଡି । ଉଡ଼ୀଶା ଉଚ୍ଚ ନ୍ୟାୟାଳୟ ର ନାମ ବଦଳାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କରିବା ପାଇଁ ବିଜୁ ଜନତା ଦଳ ବୁଧବାର କେନ୍ଦ୍ର ସରକାରଙ୍କୁ ଏକ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛି ।
  10. ହିଜାବ ସମର୍ଥନ ଓ ବିରୋଧରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ: ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ବୃହତର ବେଞ୍ଚକୁ ପଠାଇଲେ କର୍ଣ୍ଣାଟକ ହାଇକୋର୍ଟ ।
  11. ଭୁବନେଶ୍ୱର ବିଡିଏ ଏବଂ ଓଏସଏଚବି ଅଞ୍ଚଳରେ ଜଙ୍ଗଲର କିସମକୁ ନେଇ ଥିବା ବିବାଦର ସମାଧାନ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାମଲାର ସମାଧାନ ହୋଇଛି । ବରମୁଣ୍ଡା, ପାଇକନଗର, କାନନ ବିହାର, ଜୟଦେବ ବିହାର ଅଞ୍ଚଳରେ ରହୁଥିବା ଲୋକ ମାନେ ବିଶେଷ ଭାବେ ଉପକୃତ ହେବେ । ପାଖାପାଖି ଦୁଇ ହଜାର ପରିବାର ଲୋକ ଉପକୃତ ହେବେ । ୧୯୭୦ ମସିହାରୁ ଏହି ଜଙ୍ଗଲ କିସମ ବିବାଦ ଲାଗି ରହିଥିଲା ।
  12.  ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ପଶ୍ଚିମ ୟୁପିର ୧୧ଜିଲ୍ଲାର ୫୮ ଆସନ ପାଇଁ ହେଉଛି ମତଦାନ । ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫୦ହଜାର ପାରାମିଲିଟାରୀ ଫୋର୍ସ, ୪୧୨ କେନ୍ଦ୍ରୀୟ ସୁରକ୍ଷା ବଳରେ ଛାଉଣୀ ହୋଇଛି ଗଳିକନ୍ଦି ।
  13. ପ୍ରଖ୍ୟାତ ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ । ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ ଦିଆଯାଇପାରିବ ନାଜାଲ ସ୍ପ୍ରେ ।
  14. ୨୦୧୮-୨୦୨୦ ମଧ୍ୟରେ ଏହି କାରଣଗୁଡ଼ିକ ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଆଜି ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହି ସୂଚନା ଦେଇଛନ୍ତି।
  15. ସ୍ବାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାର ୭ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସେଲୁଲାର ଜେଲ୍‌ ଅର୍ଥାତ୍‌ କଳାପାଣିକୁ ପଠାଯାଇଥିଲା। ଏହି ୭ଜଣ ହେଲେ; ସ୍ବର୍ଗତ ହାଟ୍ଟି ସିଂହ, ବ୍ରଜକିଶୋର ସିଂହଦେଓ, ଭାଗବତିଆ ବେହେରା, ମହାଦେବ ପ୍ରଧାନ, କେନ୍ଦୁ ପାନ, ଚରିତ୍ର ନାୟକ ଓ ଅରିତା ମାଝୀ। ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଜରିଆରେ ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର।
  16. 'ହାଇକୋର୍ଟ ଅଫ୍‌ ଓରିଶା’କୁ ‘ହାଇକୋର୍ଟ ଅଫ୍‌ ଓଡ଼ିଶା’ ରୂପେ ନାମିତ କରାଯାଉ। ବୁଧବାର ଦିନ ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହିଭଳି ଦାବି କରିଛନ୍ତି।
  17. ଶିବସେନା ସାଂସଦ ସଂଜୟ ରାଉତ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କ ପାଖକୁ ଏକ ଚିଠି ଲେଖି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଡି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ଯାତନା ଦେଉଛି ଏବଂ ହଇରାଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
  18. ୨୦୧୮ ରୁ ୨୦୨୦ ମଧ୍ୟରେ ୧୬ ହଜାରରୁ ଊର୍ଦ୍ଧ୍ବ ଲୋକ ଋଣ ନେଇ ଶୁଝି ନପାରିବା ଓ ଦେବାଳିଆ ହୋଇ ଆତ୍ମହତ୍ୟା କରିଥିବା ସେ କହିଛନ୍ତି।
  19. ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାମାରୀ ବିଶେଷଜ୍ଞ ଏବଂ କୋଭିଡ-୧୯ ଉପରେ ବୈଷୟିକ ଦଳର ନେତୃତ୍ବ ନେଉଥିବା ଡା.ମାରିଆ ଭାନ୍‌ କେରଖୋଭ ସତର୍କ କରାଇଦେଇ କହିଛନ୍ତି ଯେ, କୋଭିଡର ପରବର୍ତ୍ତୀ ପ୍ରକରଣ ଅଧିକ ସଂକ୍ରାମକ ହେବ ଏବଂ ଏହା ପୂର୍ବ ପ୍ରକରଣଗୁଡିକ ତୁଳନାରେ ଅଧିକ ଘାତକ ହୋଇପାରେ।
  20. ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୫୦ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନଏସି)ରେ କାଉନସିଲର ପଦବୀରେ ଲଢ଼ୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.