• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଓଡ଼ିଶା ହାଇକୋର୍ଟ ପାଇଁ ୩ଜଣ ବିଚାରପତିଙ୍କୁ ନିଯୁକ୍ତି । ୩ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ ଭି. ନରସିଂହା, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୂରାହାରି ଶ୍ରୀରମଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଖୁବଶୀଘ୍ର ୩ବିଚାରପତି ଶପଥ ନେଇ କାର୍ଯ୍ୟ ଆରମ୍ଭ କରିବେ । ୩ ଜଣଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଲା ।
  2. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ।
  3. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ ।
  4. କୃଷକଙ୍କ ଜନଧନ ଖାତାକୁ ଆସିଥିଲା ୧୫ ଲକ୍ଷ ଟଙ୍କା, ନିର୍ମାଣ କରିଦେଲେ ଘର, ହେଲେ ୬ ମାସ ପରେ ବ୍ୟାଙ୍କ କହିଲା ଟଙ୍କା ଫେରାଅ।
  5. ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ସ୍କୁଲ୍, କଲେଜ ଖୋଲା ଯାଇପାରିବ ବୋଲି କୋର୍ଟ କହିଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
  6. ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ! ।
  7. ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ୨ ବର୍ଷ ହେଲା କୋଭିଡ୍ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆବର୍ଜନା ସଫା ପାଇଁ ସମୟ ଲାଗୁଛି । 
  8. ଇତିହାସ ରଚିବେ କେରଳ ସରକାର, ଫେବୃଆରୀ ୧୪ରେ ସମଲିଙ୍ଗୀ ବିବାହକୁ ଦେବେ ସରକାରୀ ସ୍ୱୀକୃତି ।
  9. ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ରାଜସ୍ବ ବର୍ଷ ୨୦୨୩ ଲାଗି ଜିଡିପି ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି ୭ଦଶମିକ ୮ ପ୍ରତିଶତ । ବଜେଟ ପରେ ପ୍ରଥମ ଥର ପାଇଁ ଆରବିଆଇ ମୁଦ୍ରା ନୀତିର ସମୀକ୍ଷା କରିଛି ।
  10. ରାଜପଥର ରୋହତଙ୍ଗ ଗିରିପଥରେ ନିର୍ମିତ ଅଟଳ ଟନେଲ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ସମୁଦ୍ର ପତ୍ତନରୁ ୧୦ହଜାର ଫୁଟ ଉଚ୍ଚରେ ଏହା ବିଶ୍ବର ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡ଼ଙ୍ଗ ରାଜପଥ ଭାବେ ରେକର୍ଡ କରିଛି। ଏହି ୯.୦୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ପଥ ୨୦୨୦ ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। 
  11. ଜାନୁଆରୀ ୨୪ରେ ସଂକ୍ରମିତ ହାର ୨୦.୭୫ ପ୍ରତିଶତ ରହିଥିଲା। ବର୍ତ୍ତମାନ ସଂକ୍ରମିତ ହାର ୪.୪୪ ପ୍ରତିଶତକୁ ଖସି ଆସିଛି। ତେଣୁ ସଂକ୍ରମଣ ଦୃତଗତିରେ ହ୍ରାସ ପାଉଥିବା ଏହା ଦର୍ଶାଉଛି। ତଥାପି କେରଳ, ମିଜୋରାମ, ହିମାଚଳ ପ୍ରଦେଶରରେ ସଂକ୍ରମଣ ଅଧିକ ରହୁଛି ବୋଲି ଦେଶରେ କରୋନା ସଂକ୍ରମଣ ନେଇ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
  12. ମାଧୁରୀ ଦୀକ୍ଷିତ ଅଭିନୀତ ୱେବ ସିରିଜ୍‌ ‘ଦି ଫେମ୍‌ ଗେମ୍‌’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏହା ମାଧୁରୀଙ୍କ ପ୍ରଥମ ୱେବ ସିରିଜ୍‌। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ଏହି ୱେବ ସିରିଜ୍‌ରେ ଧକ୍‌ଧକ୍‌ ଗର୍ଲ ମାଧୁରୀ ବଲିଉଡ଼ ତାରକା ଅନାମିକା ଆନନ୍ଦ ଭୂମିକାରେ ଅଭିନୟ କରିଛନ୍ତି।
  13.  ଶୁକ୍ରବାର ଦିନ ଅର୍ଥାତ୍ ଆସନ୍ତାକାଲି ଆଶିଷ ଜେଲରୁ ମୁକୁଳିବେ । ସୂଚନା ମୁତାବକ ଏହି ହିଂସା ମାମଲା ଗତ ଅକ୍ଟୋବର ମାସରେ ହୋଇଥିଲା । ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଥିଲା।
  14. ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ ଓ କଲେଜ ଗୁଡ଼ିକ ଖୋଲି ସାରିଲାଣି । ସଂକ୍ରମଣ କମିଥିବାରୁ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଅଫିସକୁ ଆସି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
  15. ଭାରତୀୟ ଆଣବିକ ପ୍ରତିଷ୍ଠାନରେ ବ୍ୟବହୃତ ବିଭିନ୍ନ ସିଷ୍ଟମ୍‌ର ଡିଜାଇନ, ବିକାଶ ଓ ଅପରେସନ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପଦ୍ଧତି ଅବଲମ୍ବନ କରାଯାଉଛି।
  16. ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଆପରାଧିକ ମାମଲାର ତ୍ବରିତ ବିଚାର ନିମନ୍ତେ କରାଯାଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି।
  17. ଦେଶର ପ୍ରଥମ ବୁଲେଟ୍ ରେଳ ଷ୍ଟେସନ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ସୁରଟରେ ନିର୍ମାଣ ହେବ। ୨୦୨୪ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ। 
  18. ଉଚ୍ଚ ଜୁଆର ଏବଂ ଢେଉ ଦ୍ବାରା ଓଡ଼ିଶାର ସମୁଦ୍ର ଉପକୂଳ କ୍ଷତିଗ୍ରସ୍ତ ହେଉଛି। ଗତ ୨୮ ବର୍ଷ ହେଲା ରାଜ୍ୟର ମୋଟ ସମୁଦ୍ର କୂଳ ମଧ୍ୟରୁ ୭.୫ ପ୍ରତିଶତ ଅଞ୍ଚଳ ଅଧିକ ବିପଦର ସମ୍ମୁଖୀନ ହୋଇଛି ବୋଲି ଲୋକସଭାରେ ଶୂନ୍ୟକାଳରେ ‌ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଉଠାଇଛନ୍ତି।
  19. ହାଇକୋର୍ଟ ବିଚାରପତି ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗ କରି ୨୦୧୪ରେ ଚାକିରି ଛାଡ଼ି ଥିବା ଜଣେ ମହିଳା ବିଚାର ବିଭାଗୀୟ ଅଧିକାରିଙ୍କୁ ପୁନଃ ଅବସ୍ଥାପନ କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
  20. ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ଏବେ ତେଲ ଦରରେ କୌଣସି ପରିବର୍ତ୍ତନ ଆସୁନାହିଁ । କିନ୍ତୁ ନିର୍ବାଚନ ପରେ ପୁଣି ସାଧାରଣ ଜନତାଙ୍କ ପକେଟ୍‌ ଢିଲା ହୋଇପାରେ । ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍‌ ଅଏଲ୍‌ ଦର ବ୍ୟାରେଲ୍ ପିଛା ୯୦ ଡଲାରରେ ପହଞ୍ଚିଯାଇଛି । କିନ୍ତୁ ଦେଶ​‌ରେ ଦୀପାବଳି ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.