• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୋ ସ୍କୁଲ୍‌ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିଛନ୍ତି ମୋ ସ୍କୁଲ୍‌ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ । ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି ।
  2.  ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ NOTA । ସମ୍ବିଧାନର ଧାରା 243-ZA ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ ।
  3. ପୂର୍ବତନ କୋକସରା ବିଧାୟିକା ତଥା ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ରୋଶନୀ ସିଂଦେଓଙ୍କ ୮୨ ବର୍ଷରେ  ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । 
  4. ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେ ଶ୍ୟାମ ନାଁରେ  ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, ଚାର୍ଜସିଟ ଦାଖଲ କଲା ପୋଲିସ୍‌ ।
  5. ସଂସଦରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ଆଲୋଚନା: ଓଡ଼ିଶା ସହିତ ‌କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ।
  6. କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନର ଓ ଭିକ୍ଷୁକ ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସ୍ମାଇଲ’ ଯୋଜନା ଶନିବାର (ଆସନ୍ତାକାଲି) ଶୁଭାରମ୍ଭ କରିବ।
  7. ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
  8. ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି ।
  9. CAA ବା ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଆନ୍ଦୋଳକାରୀଙ୍କ ବିରୋଧ ଜାରି ହୋଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆନ୍ଦୋଳନ ପରେ ରିକଭରି ସମ୍ବନ୍ଧୀୟ ନୋଟିସକୁ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନହେଲେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବେ । 
  10. ୟୁକ୍ରେନରୁ ତୁରନ୍ତ ଆମେରିକୀୟମାନେ ବ୍ୟାବସାୟିକ ବା ଘରୋଇ ବିମାନରେ ସ୍ବଦେଶ ଫେରି ଆସିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି । ୟୁକ୍ରେନରେ ଥିବା ଆମେରିକୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ୟୁକ୍ରେନର ସମସ୍ତ ସାମୁଦ୍ରିକ ପଥକୁ ଅବରୋଧ କରିଛି ଋଷ । 
  11. ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗର ପ୍ରଫେସର ଡକ୍ଟର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ୟୁ.ଜି.ସି.ର କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌-୨୦୧୮ ଅନୁସାରେ ‘ବରିଷ୍ଠ ପ୍ରଫେସର’ ରୂପେ ମନୋନୀତ ହୋଇଛନ୍ତି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଓଡ଼ିଆ ପ୍ରଫେସର।
  12. ଆଇଆରସିଟିସି ଫେବୃଆରୀ ୧୪ ରୁ ସମସ୍ତ ଟ୍ରେନରେ ଯାତ୍ରୀମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବ | କରୋନା ମହାମାରୀ ହେତୁ ୨୩ ମାର୍ଚ୍ଚ ୨୦୨୦ଠାରୁ ରେଳବାଇ ଦ୍ୱାରା କ୍ୟାଟରିଂ ସେବା ସ୍ଥଗିତ ରହିଥିଲା। କରୋନା ମାମଲା କମୁଥିବାରୁ ୮୦ ପ୍ରତିଶତ ଟ୍ରେନରେ ଏହି ସୁବିଧା ପୁଣି ଆରମ୍ଭ ହେବ |
  13. ୨୦୨୨ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ସମୟରେ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ୭୧ ବର୍ଷୀୟ ବୃଦ୍ଧ । ଦୁର୍ଭାଗ୍ୟର କଥା ଯେ ଯେମିତି ହିଁ ବୃଦ୍ଧ ଜଣକ ଭୋଟ ଦେଇ ଫେରୁଥି‌ଲେ, ମତଦାନ କେନ୍ଦ୍ରରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
  14. ସର୍ବସାଧାରଣ ସ୍ଥାନରେ ନପୁଂସକ କହିବା ଧର୍ତ୍ତବ୍ୟ ଅପରାଧ: ବମ୍ବେ ହାଇକୋର୍ଟ ।
  15. ହିପ୍ପୋକ୍ରାଟିକ୍’ ଶପଥ ବଦଳରେ ‘ଚରକ’ ଶପଥ । ଭାରତରେ ‘ଚରକ’ ଶପଥ ନେବେ ମେଡିକାଲ ଛାତ୍ରଛାତ୍ରୀ।
  16. ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଆପରାଧିକ ମାମଲାର ତ୍ବରିତ ବିଚାର ନିମନ୍ତେ କରାଯାଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି।
  17. ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ରାଜ୍ୟର କିଛି ସ୍ଥାନରେ ଶୁକ୍ରବାର ପାଗ ମେଘୁଆ ଥିଲା ।
  18. ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ପ୍ରିପେଡ୍‌ ଡିଜିଟାଲ ଭାଉଚର ଇ-ରୁପିର ସୀମାକୁ ୧ ଲକ୍ଷ ଟଙ୍କା କରି ଦିଆଯାଇଛି । ବର୍ତ୍ତମାନ ଯାଏ ଏହା ୧୦ ହଜାର ଟଙ୍କା ଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ବୈଠକ ପରେ କହିଛନ୍ତି, ଇ-ରୁପିକୁ ଅନେକଗୁଡ଼ିକ ଉପଯୋଗ ଲାଗି ମଧ୍ୟ ମଞ୍ଜୁରି ମିଳିଛି । 
  19.  ଗୁରୁବାର ଆରବିଆଇ ମୁଦ୍ରା ନୀତି ଘୋଷଣା ଅବସରରେ ଏହି କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର । କ୍ରିପ୍ଟୋକରେନ୍ସି ଆମର ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
  20. ଟିଭି ରେଟିଂ ସଂସ୍ଥା ବାର୍କ (BARC) ପୁଣି ଥରେ ନ୍ୟୁଜ୍ ଚ୍ୟାନେଲ ଗୁଡିକର ଟିଆରପି ପ୍ରକାଶ କରିବ । ୧୭ ମାସ ପରେ ପୁଣି ଥରେ ଟିଭି ଚ୍ୟାନେଲ ଗୁଡିକର ରେଟିଂ ସହ ଅନ୍ୟ ଡାଟା ପ୍ରକାଶ କରିବା ବୋଲି ବାର୍କ ସୋମବାର ଘୋଷଣା କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.