• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ବିଶ୍ୱର   ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମେଗା ନିଲାମର ପ୍ରଥମଦିନ ଶନିବାର  ହୋଇଛି। ନିଲାମର ପ୍ରଥମଦିନରେ ଝାଡ଼ଖଣ୍ଡର ଇଶାନ୍ କିଷନ୍ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କ ପୁରୁଣା ଦଳ ମୁମ୍ବଇ ଇଣ୍ଡିଆନ୍ସ କିଷନ୍ଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଛି। ଫଳରେ କିଷନ୍ ଆଇପିଏଲ୍ ନିଲାମ ଇତିହାସରେ ୨ୟ ସବୁଠାରୁ ଦାମୀ ଭାରତୀୟ ଖେଳାଳି ହୋଇଛନ୍ତି।
  2. ଗୁଜୁରାଟର ଏକ କଂପାନୀ 24ଟି ବ୍ୟାଙ୍କକୁ ଠକେୟୀ କରିଛି , ଠକେଇ ପରିମାଣ ହେଉଛି 22,842 କୋଟି ଟଙ୍କାରୁ ଅଧିକ ।
  3. ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା
  4. ଅଶୋଧିତ ପାମ ଅଏଲର କଷ୍ଟମ ଡ୍ୟୁଟି ୫.୫ ପ୍ରତିଶତ ହ୍ରାସ ।  ଖାଇବା ତେଲ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି ।
  5. ନ୍ୟାଶନାଲ ଷ୍ଟକ୍ ଏକ୍ସେଚେଞ୍ଜ୍ (ଏନ୍ଏସ୍ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ ।
  6. ଭାରତୀୟ ନିର୍ବାଚନ କମିଶନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା ସାମାନ୍ୟ କୋହଳ କଲେ  । ପୂର୍ବରୁ ସକାଳ ୮ରୁ ରାତି ୮ଟା ଯାଏଁ ପ୍ରଚାର ପାଇଁ ଅନୁମତି ଥିବା ବେଳେ, ଏବେ ଏହି ଅବଧିକୁ ଆଉ ୪ ଘଣ୍ଟା ବୃଦ୍ଧି କରାଯାଇଛି ।
  7. ପେନସନ୍ କର୍ମଚାରୀଙ୍କୁ ମିଳିବ ବଡ ଉପହାର, ପ୍ରସ୍ତୁତିରେ ଜୁଟିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ପ୍ରତି ବିଭାଗକୁ ୬୫-୭୦, ୭୦-୭୫, ୭୫-୮୦, ୮୦-୮୫, ୮୫-୯୦, ୯୦-୯୫, ୯୫-୧୦୦ ଏବଂ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ପେନସନଧାରୀଙ୍କ ସଂଖ୍ୟା ଦେବାକୁ କହିଛନ୍ତି।
  8. ପ୍ରଥମ ଥର ପାଇଁ ଓଡିଶାରେ କ୍ୟାନ୍ସର ରୋଗୀଙ୍କର ହେଉଛି ଡିଏନଏ ଟେଷ୍ଟ। ଅର୍ଥାତ୍ ଡିଏନଏ ଟେଷ୍ଟ ଜରିଆରେ କ୍ୟାନ୍ସରକୁ ସଠିକ୍ ଭାବେ ଚିହ୍ନଟ କରିହେବ ଏବଂ ରୋଗୀଙ୍କୁ ଦିଆଯିବ ଟାର୍ଗେଟ ଥେରାପି।
  9. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶନିବାର କହିଛନ୍ତି ଯେ କେବେଠାରୁ ପାଞ୍ଚ ବର୍ଷରୁ ୧୫ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯିବ। ସେ କହିଛନ୍ତି ଯେ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା ସୁପାରିଶ ହେବା ମାତ୍ରେ ସରକାର ଏହି ବୟସ ଶ୍ରେଣୀ ପାଇଁ ଟିକାକରଣ ଆରମ୍ଭ କରିବେ।
  10. ରାହୁଲ ବଜାଜ୍ ଚେତକ୍ ସ୍କୁଟର  ନିର୍ମାତା , ଦୁନିଆକୁ କହିଛନ୍ତି ଅଲବିଦା। ୮୩ ବର୍ଷ ବୟସରେ ପରଲୋକ ଘଟିଛି।
  11. ପଶ୍ଚିମା ଝଡ଼ ବା ଓ୍ବେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏ ସଂପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
  12. ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି ।
  13. ୨୦୧୭ରେ ଗଠିତ ପୁରୁଣା କମିଟିକୁ ଭାଙ୍ଗି ଶନିବାର ଦିନ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ୨୦ଜଣିଆ ସଦସ୍ୟବିଶିଷ୍ଟ ନୂଆ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି। ନୂଆ କମିଟରୁ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି।
  14. ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ରାଜ୍ୟପାଳ ସ୍ବୟଂ ଏହି ଆଦେଶ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏଥିରେ ଧନଖଡ଼ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୭୪ (୨)(କ) ଅନୁସାରେ ବିଧାନସଭାକୁ ନ ଭାଙ୍ଗି ସେ ଏହାକୁ ସ୍ଥଗିତ କରିଛନ୍ତି।
  15. କ୍ରମାଗତ ତୃତୀୟ ବର୍ଷ ପାଇଁ ପାକିସ୍ତାନୀ ପାସପୋର୍ଟ ବିଶ୍ବର ଚତୁର୍ଥ ନିକୃଷ୍ଟ ସ୍ଥାନରେ ରହିଛି। ଏହା ପଛକୁ ଯଥାକ୍ରମେ ସିରିଆ, ଇରାକ ଓ ଆଫଗାନିସ୍ତାନ ରହିଛନ୍ତି। ଭାରତୀୟ ପାସପୋର୍ଟ ଗତ ବର୍ଷର ୯୦ରୁ ଉପରକୁ ଉଠି ୮୪ରେ ସ୍ଥାନରେ ପହଞ୍ଚିଛି।
  16. ଆମେରିକାର କେଣ୍ଟୁକି ସହରରେ ପ୍ରଥମ ଥର ବିନା ପାଇଲଟରେ ଉଡ଼ିଛି ବ୍ଲାକ୍ ହକ୍ ହେଲିକପ୍ଟର। ଅଟୋମେସନ୍ (ସ୍ବୟଂଚାଳିତ ବ୍ୟବସ୍ଥା) ଓ ୱାର ଫେୟାର ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ଏପରି ଉଡ଼ାଣର ସଫଳ ପରୀକ୍ଷଣ ହୋଇଛି। ଅଲିୟାସ୍ ନାମକ ଏକ ଆମେରିକୀୟ ପ୍ରତିରକ୍ଷା ଅନୁସନ୍ଧାନ କାର୍ଯ୍ୟକ୍ରମ ଅବସରରେ ଏହା ଅନୁଷ୍ଠିତ ହୋଇଛି। ବିନା ପାଇଲଟ୍ରେ ଏହି ଯୁଦ୍ଧ ହେଲିକପ୍ଟର ୩୦ ମିନିଟ ଉଡ଼ିଛି।
  17. ତାଲିବାନ ଶାସକ ଶୁକ୍ରବାର ଦେଶ ପାଇଁ ଗଠନ କରିଛନ୍ତି ସ୍ବତନ୍ତ୍ର ସେନା ଏବଂ ନାଗରହାର ପ୍ରଦେଶରେ ଗଠିତ ଏହି ସେନାର ନାମ ରଖିଛନ୍ତି ‘ପାନିପତ୍’।
  18. କାନାଡାରେ ଲଗାତର ଭାବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ବଢିବାରେ ଲାଗିଛି । ଦେଶର ଗ୍ରେଟ୍ ଟରାଣ୍ଟୋ ଅଞ୍ଚଳରେ ଶୁକ୍ରବାର ମନ୍ଦିରର ମୂର୍ତ୍ତି ଓ ଗହଣା ଚୋରି ଏବଂ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ୬ଟି ହିନ୍ଦୁ ମନ୍ଦିରରୁ ଏପରି ଲୁଟ୍ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରରେ ମନ୍ଦିରରୁ ହୁଣ୍ଡି ମଧ୍ୟ ଲୁଟ୍ ହୋଇଛି ।
  19.  ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗକୁ ନେଇ ଏହି ଆଲର୍ଟ ଜାରି ହୋଇଛି । ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ, ହିଜାବକୁ ନେଇ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର କାମ କରୁଛି ।
  20. ଫେବୃଆରୀ ୧୨ ଅର୍ଥାତ୍ ଆଜି ଠାରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ମୋଗଲ ଗାର୍ଡେନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ସବୁ ସୋମବାର ଦିନ ଗାର୍ଡେନ ବନ୍ଦ ରହିବ ବିଶୋଧନ ଓ ଅନ୍ୟ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ । ତେବେ ଦିନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲା ରହିବ । ୭ ଟି ପ୍ରି ବୁକ୍ ସ୍ଲଟ୍ ମାଧ୍ୟମରେ ଲୋକମାନେ ଗାର୍ଡେନ ଭିତରକୁ ପ୍ରବେଶ କରିପାରିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.