- ରାଜ୍ୟରେ ଚଳିତ ମାସ ୭ରୁ ଅଷ୍ଟମରୁ ଦ୍ୱାଦଶ(+୨) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଏଥର +୨(ଦ୍ବାଦଶ) ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରାୟ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ପୂର୍ବ ବର୍ଷମାନଙ୍କ ତୁଳନାରେ କମ୍ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି।
- ଦିଲ୍ଲୀରୁ ଲଣ୍ଡନରେ ପହଞ୍ଚିବା ପାଇଁ ଆପଣଙ୍କୁ ୧୮ଟି ଦେଶ ବୁଲିବାକୁ ପଡ଼ିବ । ଏହା ପୂରା ୨୦ ହଜାର କିଲୋମିଟର । ଲଣ୍ଡନରେ ପହଞ୍ଚିବା ପାଇଁ ବସ୍କୁ ୭୦ ଦିନ ଲାଗିବ । କିନ୍ତୁ ଯାତ୍ରୀମାନଙ୍କୁ ବସ୍ ଭଡ଼ା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ବସ୍ର ଟିକେଟ, ଭିସା ଓ ଅନ୍ୟ ଦେଶରେ ରହିବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି ।
- ସ୍ପେନ୍ରେ ଜଣେ ୧୫ ବର୍ଷୀୟ ବାଳକ ୱାଇ-ଫାଇ ସଂଯୋଗ କାଟି ଦିଆଯିବାରୁ ଉତ୍ତେଜିତ ହୋଇଛି । ବାଳକ ଜଣକ ରାଗରେ ଜର୍ଜରିତ ହୋଇ ନିଜର ମା’-ବାପା ଓ ସାନଭାଇକୁ ଗୁଳିକରିଛି । କେବଳ ସେତିକି ନୁହେଁ ପରିବାରର ସମସ୍ତଙ୍କ ହତ୍ୟା କରିସାରିବା ପରେ ମୃତଦେହ ସହିତ ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘର ଭିତରେ ରହିଥିଲା ।
- ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହୋଇଯାଇଥିବା ଆଜି ଘୋଷଣା କରିଛନ୍ତି। ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିବା ରାକ୍ଷୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
- ଭାରତରେ ଜାନୁଆରୀ ୧, ୨୦୨୨ ସୁଦ୍ଧା ଭୋଟରଙ୍କ ସଂଖ୍ୟା ରହିଛି ୯୫୨୪୮୧୪୫୯। ଭାରତୀୟ ନିର୍ବାଚନ ଆୟୋଗଙ୍କ ସଦ୍ୟତମ ତଥ୍ୟରୁ ଏହା ଜଣାପଡିଛି।
- ୟୁକ୍ରେନ୍ ସୀମାରେ ଋଷ ସେନାର ସମରସଜ୍ଜା । ଟ୍ୟାଙ୍କରରୁ ବନ୍ଧୁକ, ଗୋଳା ବାରୁଦ ପୁଣି ଆକାଶ ମାର୍ଗରୁ ଆକ୍ରମଣ ପାଇଁ ଭଳିକି ଭଳି ଶକ୍ତିଶାଳୀ ବିମାନ ୟୁକ୍ରେନ୍ ସୀମାରେ ମୁତୟନ କରିଛି ଋଷ । ପ୍ରାୟ ଲକ୍ଷେ ୩୦ ହଜାର ଋଷ ସୈନିକ ୟୁକ୍ରେନ୍ ସୀମାରେ ଅଛନ୍ତି । ଋଷ ସେନାର ଏଭଳି ପ୍ରସ୍ତୁତି ଦେଖି ଯୁଦ୍ଧ ଆଶଙ୍କା କରିଛି ଆମେରିକା ।
- ୧୪ରୁ ଟ୍ରେନରେ ଚାଲିବ କ୍ୟାଟରିଂ ସେବା । କୋଭିଡ ଯୋଗୁ ଏହି ସେବା ବନ୍ଦ ରହିଥିଲା ।
- ସଫଳତାର ସହ ଲଞ୍ଚ ହୋଇଛି PSLV-C52 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବା ବେଳେ ୫୨୯ କିଲୋମିଟର ବ୍ୟାପୀ କକ୍ଷ ପଥରେ ଏହା ପରିକ୍ରମଣ କରିବ ।
- ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନର ମତଗଣନା ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ ।
- ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ , ସ୍କୁଲ ପରିବେଶ ଓ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରିଚାଳନାକୁ ନେଇ ଫେବ୍ରୁଆରୀ ୨୮ରେ ଖୋଲିବାକୁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ନିର୍ବାଚନ କାମ ନଥିବାରୁ ସ୍କୁଲ ଖୋଲିବାରେ ଅସୁବିଧା ଅନୁଭବ ନକରି କିଛି ସ୍କୁଲ ଆସନ୍ତାକାଲି ଖୋଲିବ ।
- ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ଶୁଭାରମ୍ଭ କରାଯାଇଛି । କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି ।
- ସଚିନଙ୍କ ପୁଅଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ନିଜ ଟିମରେ ସାମିଲ୍ କରିଛି। ଫ୍ରାଞ୍ଚାଇଜି ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ।
- ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଚିହ୍ନ ଥିବା ମାସ୍କର ବଢୁଛି ଚାହିଦା । ସାଲେପୁର ବଜାରରେ ମିଳୁଛି ସୂର୍ଯ୍ୟ, କେଟିଲ, ଷ୍ଟୁଲ, ହାତ, ଶଙ୍ଖ ଚିହ୍ନର ମାସ୍କ ।
- ହିଜାବ୍କୁ ନେଇ ପୁଣି ଥରେ ଚର୍ଚ୍ଚାରେ ଓୱେସି। ହିଜାବକୁ ନେଇ ଚାରିଆଡେ ବିବାଦ ଲାଗିଥିବା ବେଳେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି କହିଛନ୍ତି ‘ଦିନ ଆସିବ ଦେଶର ଜଣେ ହିଜାବ ପିନ୍ଧା ମହିଳା ପ୍ରଧାନମନ୍ତ୍ରୀ ହେବେ।’
- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ୨୦୨୨ର ପ୍ରଥମ ମିସନ ଲଞ୍ଚ କରିବାକୁ ଯାଉଛି। ପିଏସ୍ଏଲ୍ଭି-ସି୫୨ ଲଞ୍ଚର ସାହାଯ୍ୟରେ ଏକ ଭୂ-ନିରୀକ୍ଷକ ଉପଗ୍ରହ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ।
- ୭ ବର୍ଷ ପରେ ଓଡ଼ିଆ ପୁଅଙ୍କୁ ମିଳିଲା ଆଇପିଏଲ୍ ଏଣ୍ଟ୍ରି । ଶୁଭାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ ସୁପର କିଙ୍ଗସ୍ ।
- ବଜାରକୁ IPO ଛାଡିବା ପାଇଁ SEBIକୁ ମଞ୍ଜୁରୀ ମାଗିଲା LIC, ୫ ପ୍ରତିଶତ ଅଂଶଧନ ବିକିବେ ସରକାର।
- ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୨୦୨୧ ବର୍ଷର ସମୀକ୍ଷା ବିବରଣୀ ଅନୁସାରେ ଗତବର୍ଷ ୨୬୭ଟି ଅପରାଧିକ ମାମଲା ରୁଜୁ େହାଇଥିଲା ବେଳେ ୧୭୫ ସରକାରୀ କର୍ମଚାରୀ ଗିରଫ େହାଇଛନ୍ତି।
- ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ଜାଲ୍ ଭୋଟର୍ ସାବଧାନ ହୋଇଯାଅ। ଯଦି କୌଣସି କ୍ଷେତ୍ରରେ କେହି ଜାଲ୍ ଭୋଟର ଧରାପଡେ ତେବେ ସେଠାରେ ସଂପୃକ୍ତ ମତଦାତାଙ୍କୁ ପୁଲିସ ଜିମା ଦିଆଯିବ।
- ମଧ୍ୟପ୍ରଦେଶ କାଟନି ଜିଲ୍ଲାରେ ଦୁର୍ଘଟଣା । ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ମାଟିତଳେ ଚାପି ହୋଇ ରହିଯାଇଥିଲେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.