• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷ୍‌ ଯେକୌଣସି ସମୟରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଦେଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇବାପରେ ଏହାକୁ ନେଇ ଭୟ ଓ ଆତଙ୍କ ବଢ଼ିଛି। ଆତଙ୍କ ମଧ୍ୟରେ ବିଭିନ୍ନ ରାଷ୍ଟ୍ର ୟୁ‌କ୍ରେନ୍‌ରୁ ନିଜ ନିଜ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
  2. ନରେଗା ଯୋଜନାରେ ହୋଇଥିବା ଆର୍ଥିକ ଅନିୟମିୟତାର ୨୨୯ଟି ମାମଲାରୁ ଓଡିଶାରୁ ୯୬,୬୫,୪୮୭ ଟଙ୍କା ଆଦାୟ ହେବାର ଅଛି। ଓଡ଼ିଶାରେ ମୋଟ ୧୩୧୧ଟି ମନରେଗା ଆର୍ଥିକ ଅନିମିୟତା ଘଟିଥିଲା, ଯାହାର ପରିମାଣ ୪,୮୦,୧୦,୭୧୫ ଟଙ୍କା।
  3. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଭୋର ୫ଟା ୫୯ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ଦୁଇଟି ଛୋଟ ଉପଗ୍ରହ ସହ ଏକ ରାଡାର ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି।
  4. ଆସନ୍ତା ଫେବୃଆରୀ ୧୬ରୁ ଖୋଲିବ ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ବିସି ନାଗେଶ ଘୋଷଣା କରିଛନ୍ତି
  5. ଆସନ୍ତା ୧୯ ତାରିଖଦିନ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ତାଙ୍କ ପରିବାର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସାଙ୍ଗରେ କୌଳିକ ପଣ୍ଡା ରହିବେ। ଏଣୁ ସର୍ବସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
  6. ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ସର୍ବୋଚ୍ଚ ପୁରସ୍କାର ଆମ ଗୌରବ ସମ୍ମାନ ପ୍ରଥିତଯଶା କବି ଡ. ରମାକାନ୍ତ ରଥଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ତାଙ୍କ ଜୀବନବ୍ୟାପୀ ଅବଦାନ ଲାଗି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଚଳିତ ବର୍ଷ ପାଇଁ ସ୍ତମ୍ଭ ସାହିତ୍ୟ ସମ୍ମାନ ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଡ. ଗୌରହରି ଦାସଙ୍କୁ ପ୍ରଦାନ କରାଯିବ
  7. ଭକ୍ତ ଭଗବାନ ଦର୍ଶନରେ ରହିବନି କଟକଣା: ଫେବୃଆରୀ ୨୧ରୁ ପୁରୀରେ ହଟିବ ଟିକା ସାର୍ଟିଫିକେଟ ଦେଖାଇ ଦର୍ଶନ ବ୍ୟବସ୍ଥା।
  8. ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କଲେ ୩ ନୂଆ ବିଚାରପତି, ସଂଖ୍ୟା ୨୧କୁ ବୃଦ୍ଧି।
  9. ପୁଣି ଡାକ୍ତରଖାନା ନିର୍ମାଣ ପାଇଁ ସୁବ୍ରତ ବାଗଚୀ ଦାନ କଲେ ୪୨୫ କୋଟି ଟଙ୍କା – ବେଙ୍ଗାଲୁରୁରେ ହେବ ୮୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍‌।
  10. ଉତ୍ତର ପ୍ରଦେଶରେ ୬୦.୪ ପ୍ରତିଶତ ଭୋଟିଂ, ଗୋଆରେ ରେକର୍ଡ ୭୫ ପ୍ରତିଶତରୁ ଅଧିକ ମତଦାନ, ଉତ୍ତରାଖଣ୍ଡରେ ୬୨.୫୦ ପ୍ରତିଶତ ମତଦାନ ହୋଇଛି
  11. ବିଶ୍ଵ ତାପମାନ ବୃଦ୍ଧି,ତରଳୁଛି ଗ୍ଲାସିୟର, ପାଣିରେ ବୁଡିବ ଲାଦାଖ, ସବୁଆଡେ ମାଡିଯିବ ପେଙ୍ଗୋଙ୍ଗ ହ୍ରଦ।
  12. ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଏସପି ହେଉଛନ୍ତି ତ୍ରିନାଥ । କମିଶନରେଟ୍ ପୋଲିସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ ତ୍ରିନାଥ । ରସୁଲଗଡ଼ ମନୋରମା ଇଷ୍ଟେଟ, ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ , ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା କେୟାର ଓ ନର୍ସହୋମ ସହ ମେଡିସିନ ଷ୍ଟୋରରେ ଭିଜିଲାନ୍ସ ଛାପା ମାରିଛି ।
  13. ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ଆଦର୍ଶ ସ୍କୁଲରେ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ 4 ତାରିଖରେ ଅନୁଷ୍ଟିତ ହେବ । ୧୫ ଫେବ୍ରୁଆରୀରୁ ଏଥିପାଇଁ ବୋର୍ଡ ସାଇଡରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ । ସପ୍ତମରୁ ନବମ ପର୍ଯ୍ୟନ୍ତ ବିଦ୍ୟାର୍ଥୀ 100 ମାର୍କ ମଲ୍ଟିପୁଲ ଚଏସ୍ ଓ ଷଷ୍ଠ ଶ୍ରେଣୀ ପାଇଁ 52 ମାର୍କର ମଲ୍ଟିପୁଲ ପ୍ରଶ୍ନର ଉତ୍ତର ଦେବେ ।
  14. ଆର୍‌ଟିଓ ପକ୍ଷରୁ ବାଇକର ମାଲିକଙ୍କ ନାମରେ ୩୩ ହଜାର ୫୦୦ ଟଙ୍କାର ଚଲାନ କଟିଛି। ଜରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ଗାଡ଼ିକୁ ଥାନାରେ ଅଟକ ରଖିବାକୁ ମନମୁଣ୍ଡା ପୁଲିସକୁ ଅନୁରୋଧ କରାଯାଇଛି।
  15. ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାରରେ ପହଁଚିଛି  । ଏହା ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହୁହୁ ହୋଇ ବଢୁଛି । କିନ୍ତୁ ସ୍ଥିର ରହିଛି ଭାରତୀୟ ବଜାରରେ ତୈଳ ଦର । ବିଶେଷଜ୍ଞଙ୍କ କହିବାନୁସାରେ, ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ତୈଳ ଦରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେବ ।
  16. ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ମହିମା ସାଧୁ ମାନେ ଚଳିତ ବର୍ଷ ୧୪୯ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ମାତ୍ର କୋଭିଡ଼ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି ।
  17. ରେଲୱେ ତରଫରୁ ନାଇଟ ଡ୍ୟୁଟି ଭତ୍ତା ନିୟମ ଉପରେ ବଡ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ୪୩ ହଜାର ୬୦୦ରୁ ଅଧିକ ଟଙ୍କାର ବେସିକ ଦରମା ଥିବା କର୍ମଚାରୀ ଏଥିରୁ ବାଦ ପଡିଥିଲେ। କିନ୍ତୁ ବର୍ତ୍ତମାନ ଏହି ବର୍ଗର କର୍ମଚାରୀଙ୍କୁ ମଧ୍ୟ ଭତ୍ତା ମିଳିପାରେ। ଏହି ମାମଲା ଅର୍ଥ ମନ୍ତ୍ରଣାଳୟ ନିକଟରେ ବିଚାରଧୀନ ରହିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଶୀଘ୍ର ସମାଧାନ ପାଇଁ ଅପିଲ କରାଯାଇଛି ।
  18. ଦେଶର ମୁଦ୍ରାସ୍ପିତି ହାରରେ ଦ୍ରୁତ ବୃଦ୍ଧି ହେଉଛି। ଜାନୁୟାରୀ ୨୦୨୨ରେ ଖୁଚୁରା ମୁଦ୍ରାସ୍ପିତି ହାର ୬.୧ ପ୍ରତିଶତକୁ ପହଞ୍ଚିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଧାର୍ଯ୍ୟ ଅଧିକତମ ସୀମାକୁ ଅତିକ୍ରମ କରିବା ଚିନ୍ତାର ବିଷୟ ପାଲଟିଛି।
  19. ଫେସବୁକ୍ ବ୍ୟବହାରରେ ବର୍ତ୍ତମାନ ଭାରତ-ଆମେରିକା ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି ଏ ବାବଦରେ ଫେସବୁକ୍ ତରଫରୁ ସର୍ବେକ୍ଷଣ ମଧ୍ୟ କରାଯାଇଥିଲା। ମହାନଗରୀରେ ରହୁଥିବା ବୟସାଧିକ୍ୟ ଲୋକଙ୍କ ମତ ​‌େ​‌ହଉଛି, ପୁରୁଣା ଦିନର ବନ୍ଧୁଙ୍କ ସହ ଏହି ଫେସବୁକରେ ସହଜରେ ଯୋଗାଯୋଗ କରାଯାଇପାରୁଛି।
  20. ଦେଶବ୍ୟାପୀ ଚାଲିଥିବା ବିଶ୍ବର ସର୍ବ ବୃହତ  ଟିକାକରଣ ଅଭିଯାନ ୩୯୫ ଦିନ​ ପୂରଣ କରିବାକୁ ଯାଉଛି । ଇତି ମଧ୍ୟରେ‌ ସାମଗ୍ରିକ କୋଭିଡ୍‍ ଟିକାକରଣ ୧୭୩ କୋଟି ୩୬ ଲକ୍ଷ ଟପିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.