- ବାପି ଲାହିରି , ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
- ପୁଟିନ ମୁହଁ ଖୋଲିଛନ୍ତି । ଆଜି ଏକ ସଂକ୍ଷିପ୍ତ ପ୍ରେସ ବିଜ୍ଞପ୍ତି ଜାରି କରି ସେ କହିଛନ୍ତି ଯେ, ସେ ସେ ଯୁଦ୍ଧ ଚାହୁଁ ନାହାନ୍ତି । ୟୁକ୍ରେନ ପ୍ରସଙ୍ଗରେ ସେ ପାଶ୍ଚାତ୍ୟ ଦେଶ ଓ ନାଟୋ ସହ ଆଲୋଚନା କରିବାକୁ ରାଜି ।
- ବିଶ୍ବରୁ ଅନାହାର ଦୂର ପାଇଁ ବିପୁଳ ଅର୍ଥ ଦାନ କରିଛନ୍ତି ବିଶ୍ବର ନଂ୧ ଧନୀ ଏଲନ ମସ୍କ । ଗତ ନଭେମ୍ବର ମାସରେ ବିଶ୍ବରୁ ଅନାହାର ଦୂର ପାଇଁ ଜାତିସଂଘ ପକ୍ଷରୁ ଏକ ଯୋଜନା ପ୍ରକାଶ ହେବା ପରେ ମସ୍କ ନିଜ କମ୍ପାନି ଟେସଲାର ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସେୟାର ଦାନ କରିଛନ୍ତି
- ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଅନୁଷ୍ଠିତ ହେବ । ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି ଦେଇଛି ।
- ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହେଉଛି ।
- ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ଜାନୁଆରୀ ୨୬ ସାଧରଣ ତନ୍ତ୍ର ଦିବସରେ ଲାଲ କିଲ୍ଲାରେ ରଚିଥିଲା ବଡ଼ ଷଡ଼ଯନ୍ତ୍ର । ଏହା ପରେ ଗିରଫ ହୋଇଥିଲା । ମିଳିଥିବା ସୂଚନା ମୁତାବକ ହରିଆଣାର ସୋନିପତରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ନିଜ ବାନ୍ଧବୀ ତଥା ଭାବି ପତ୍ନୀ ରିନାଙ୍କ ସହ ଦିଲ୍ଲୀରୁ ପଞ୍ଜାବ ଯିବା ରାସ୍ତାରେ ଟ୍ରକ ସହ ତାଙ୍କ ଗାଡି ଧକ୍କା ହୋଇଥିଲା ।
- କୁଖ୍ୟାତ ଅଣ୍ଡରଓ୍ୱାର୍ଲଡ ଡନ ଦାଉଦ ଇବ୍ରାହିମ ଭଉଣୀ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ମୁମ୍ବାଇରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ଘରେ ରେଡ ହୋଇଛି । ବେଆଇନ ଅର୍ଥ ଚାଲାଣ ମାମଲାରେ ଏହି ରେଡ ହୋଇଛି । ଅଣ୍ଡରଓ୍ୱାର୍ଲଡ ସହ ମୁମ୍ବାଇର କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କ୍ରମେ ରେଡ କରିଛି ଇଡି
- କୋଭିଡ୍-୧୯ ଜନିତ କଟକଣାକୁ ବିରୋଧ କରି କାନାଡ଼ାରେ ଜନସାଧାରଣ, ବିଶେଷକରି ଟ୍ରକ୍ ଚାଳକ ଓ ମାଲିକମାନେ ବିଦ୍ରୋହ ଜାରି ରଖିଛନ୍ତି। ସେମାନଙ୍କ ବିଦ୍ରୋହକୁ ଦମନ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ତାଙ୍କର ଜରୁରିକାଳୀନ କ୍ଷମତା ଜାହିର କରିଛନ୍ତି।
- ଦେଶରେ ୨୭,୪୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୧୯.୬ ପ୍ରତିଶତ ହ୍ରାସ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
- ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ମଙ୍ଗଳବାର ଦିନ ଜେଲ୍ରୁ ମୁକୁଳିଛନ୍ତି। ଗତବର୍ଷ ଅକ୍ଟୋବର ୩ରେ ସେ ଲଖିମପୁରରେ ୪ କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ।
- ଦିଲ୍ଲୀରୁ ଆଜମେର୍ ମଧ୍ୟରେ ଚାଲୁଥିବା ଜନ ଶତାବ୍ଦୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ମଙ୍ଗଳବାର ଦିଲ୍ଲୀରୁ ଜୟପୁର ଆଡକୁ ଯାଉଥିବା ସମୟରେ ଗୁରୁଗ୍ରାମ ଜିଲ୍ଲାର ବସଇ ଧରକୋଟ ରେଳ ଷ୍ଟେସନ ପାଖରେ ୪ ଜଣ ଯୁବକ ଏକ ସମୟରେ ଟ୍ରେନ୍ ଦୁର୍ଘଟଣାର ପ୍ରାଣ ହରାଇଛନ୍ତି। ଚାରିଜଣ ଯୁବକ ମୋବାଇଲ୍ ବାହାର କରି ରେଳ ଧାରଣା ପାଖରେ ଟ୍ରେନ୍ ସହିତ ସେଲ୍ଫି ନେଉଥିଲେ। ଘଟଣାସ୍ଥଳରେ ହିଁ ଚାରିଜଣଙ୍କ ମୃତ୍ୟୁ ହୋଇଯାଇଥିଲା।
- ଗବେଷକଦଳଙ୍କ ଅନୁସାରେ, ସୌରମଣ୍ଡଳର ଅନ୍ୟ ଗ୍ରହରେ ଏଲିଅନ୍ଙ୍କ ସତ୍ତା ଅଛି କିନ୍ତୁ ସେମାନଙ୍କୁ ବଳିଷ୍ଠ ପ୍ରମାଣ ମିଳୁନାହିଁ। ଆମେରିକୀୟ ବୈଜ୍ଞାନିକଙ୍କ ପାଖେ ଏଲିଅନ୍ଙ୍କୁ ନେଇ ବହୁ ପ୍ରମାଣ ଥିବାବେଳେ ସେମାନେ ଏ ବାବଦରେ ପ୍ରଚାର କରୁନାହାନ୍ତି। କିଛି ମାସ ତଳେ ପ୍ରଶାନ୍ତ ମହସାଗର ଉପରେ ଜଣେ ବିମାନ ଚାଳକ ଉଡ଼ନ୍ତା ଥାଳିଆ ଦେଖିଥିଲେ।
- ୨୨ ବର୍ଷ ପରେ ଫେବୃଆରୀ ୧୬ରୁ ନିର୍ଦ୍ଦେଶକ-ନିର୍ମାତା ଏକତା କପୁରଙ୍କ ଅନ୍ୟତମ ଲୋକପ୍ରିୟ ତଥା ସଫଳ ଟିଭି ଧାରାବାହିକ ‘କ୍ୟୁଁକି ଶାଶ୍ ଭି କଭି ବୋହୂ ଥି’ ପୁଣି ଥରେ ପ୍ରସାରିତ ହେବ।
- ଭାରତୀୟ ପ୍ରତିରକ୍ଷା ସଚିବ ଅଜୟ କୁମାର ମାଲେସ୍ତିତ ସେନାହିୟା ସାମରିକ ଡାକ୍ତରଖାନାକୁ ୨ ହଜାର ୮୦୦ କିଲୋଗ୍ରାମର ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି।
- ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ର ନିଖୋଜ ମାମଲାର ନାଟକୀୟ ଅନ୍ତ । ଜମତରା ଗ୍ୟାଙ୍ଗ ସହ ଲିଙ୍କ ଥିବାରୁ ମାରିଥିଲେ ଚମ୍ପଟ।
- ଉତ୍ତରପ୍ରଦେଶ ୩ୟ ଚରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ରୋଷେଇ ତେଲ ସହ ଘିଅ,ଗ୍ୟାସ ସିଲିଣ୍ଡର ଦେବାକୁ ଅଖିଳେଶଙ୍କ ପ୍ରତିଶ୍ରୁତି।
- କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।
- ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେଶ କାଲିତା ଓ ମନ୍ତ୍ରୀ ପିୟୁଶ ହଜାରିକାଙ୍କ ସହିତ ଆଲୋଚନା ପରେ ବିଜେପିର ଯୁବମାର୍ଚ୍ଚା ରାହୁଲ ଗାନ୍ଧିଙ୍କ ବିରୋଧରେ ୧,୫୦୦ଟି ଅଭିଯୋଗ ଦାଖଲ କରିଛି
- ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରମାନଙ୍କ ଦ୍ୱାରା ହେଉଥିବା G-20 ବୈଠକରେ ଭାରତ ଅଧ୍ୟକ୍ଷତା କରିବାକୁ ଯାଉଛି । ଚଳିତ ବର୍ଷ ଡିସେମ୍ବର ମାସରେ ଏହି କ୍ଷମତା ଭାରତକୁ ମିଳିବ। ଏହାର ପ୍ରସ୍ତୁତି ପାଇଁ ମଙ୍ଗଳବାର କେନ୍ଦ୍ରୀୟ କ୍ୟାବିନେଟ G-20 ସଚିବାଳୟ ସ୍ଥାପିତ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛି ।
- ବଙ୍ଗ ବିଭୂଷଣରେ ସମ୍ମାନିତ ଏବଂ ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମ୍ମାନିତା ସଂଧ୍ୟା ମୁଖାର୍ଜୀ ପରଲୋକ ହୋଇଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.