• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ଚାକିରି କାର୍ଯ୍ୟକାଳ  ଏବଂ ଅବସର ପରେ ଅୟସ୍ କରୁଥିବା କର୍ମଚାରୀଙ୍କର ଦୁର୍ନୀତି ଫାଇଲ୍ ଖୋଲାଯାଇପାରେ ବୋଲି ଯଶୱନ୍ତ ଜେଠୱାଙ୍କ ଏଭଳି ଚେତାବନୀ ଦେଇଛନ୍ତି ।

2. କଣାସ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁକାନ୍ତ କୁମାର ଜେନା । ପ୍ରସବ ଅପରେସନ୍ ପୂର୍ବରୁ ଜଣଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ, ଆଉ ଅପରେସନ୍ ପରେ ୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଧରା ପଡ଼ିଥିଲେ । ଏହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ୪ ଘଣ୍ଟାର ରେଡରେ ମିଳିଲା ୧ କୋଟିରୁ ଅଧିକ ଟଙ୍କା ।

3. ଘରୋଇକରଣର ୨ ବର୍ଷ ପରେ ଟାଟା ପାୱାର ତା’ ଦାୟିତ୍ୱ ଠିକ୍‌ ଭାବେ ନ ତୁଲାଇ ଏବେ ବିଦ୍ୟୁତ୍ ଟାରିଫ୍ ବୃଦ୍ଧି କରି ଉପଭୋକ୍ତାଙ୍କ ଉପରେ ବୋଝ ଲଦିବାକୁ ଅଣ୍ଟା ଭିଡ଼ିଛି । କମ୍ପାନିର ମନମୁଖୀ କାମ ବିରୋଧରେ ଆନ୍ଦୋଳନ କରିବାକୁ ଉପଭେକ୍ତା ସଂଘ ଓ ଜନତା ଚେତାବନୀ ଦେଇଛନ୍ତି ।

4. ବରିଷ୍ଠ ଶିକ୍ଷାବିତ୍ ତଥା ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କର ୬୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । କୋଭିଡ୍ ଓ ହୃଦଘାତ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇଥିଲେ ।

5. ୟୁକ୍ରେନର ପ୍ରତିରକ୍ଷା, ବୈଦେଶିକ,ସଂସ୍କୃତି ମନ୍ତ୍ରାଳୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ସାଇବର ଆଟାକ୍ ହୋଇଛି । ଏହା ସହ ଦୁଇ ରାଷ୍ଟ୍ରାୟତ୍ତ ପ୍ରିଭାତବ୍ୟାଙ୍କ ଓ ସ୍ବେରବ୍ୟାଙ୍କ ସମେତ ଅନ୍ୟ କେତେକ ସଂସ୍ଥାର ଓ୍ବେବସାଇଟ ମଧ୍ୟ ଅଚଳ ହୋଇଛି । ତେବେ ଜମାକାରୀମାନଙ୍କ ଜମାରାଶି ନିରାପଦ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

6. ଭୁଲରେ ବି କୌଣସି ସ୍ପାମ୍ ମେଲ୍‌କୁ ଖୋଲନ୍ତୁ ନାହିଁ। ଏଭଳି ଇମେଲ୍‌କୁ ତୁରନ୍ତ ଡିଲିଟ୍‌ କରନ୍ତୁ। ଅପରପକ୍ଷେ, ଯଦି ଆପଣଙ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ନିଶ୍ଚିତ କରିବାକୁ କିମ୍ବା ପୂରଣ କରିବାକୁ କୁହାଯାଉଛି, ତେବେ ସତର୍କ ରୁହନ୍ତୁ । ଏହା ଦ୍ଵାରା  ଆପଣ ଠକାମୀର ଶିକାର ହୋଇପାରନ୍ତି।

7. ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି ।

8.  ପାକିସ୍ତାମରେ ପେଟ୍ରୋଲର ଦର ୧୪୭.୮୩ ଟଙ୍କାରୁ ବଢାଇ ୧୫୯.୮୬ ଟଙ୍କା କରାଯାଇଛି। ଅର୍ଥାତ୍ ପେଟ୍ରୋଲ୍ ଏକାଥରେ ୧୨ ଟଙ୍କା ୩ ପଇସା ବଢିଛି।  ସରକାର ପେଟ୍ରୋଲ୍ ଉପରେ ବି ଲିଟର ପିଛା ୧୨ ଟଙ୍କା ସୀମା ଶୁଳ୍କ ନେଉଛନ୍ତି।

9. ୟୁକ୍ରେନ ସଂକଟ ଟଳିବାର ଆଶା ଆହୁରି ବୃଦ୍ଧି ପାଇଛି । ମଙ୍ଗଳବାରଦିନ ୟୁକ୍ରେନ ସୀମାରେ ମୁତୟନ ଥିବା କିଛି ଋଷୀୟ ସୈନ୍ୟ ନିଜ ନିଜ ବାରାକକୁ ଫେରିବା ପରେ ଆଜି ଋଷିଆ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ ଶେଷ ହୋଇଛି ।

10. ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ ।

11. ‘କୃଷି ଆଇନ ଭୁଲ ନଥିଲା, ଆମେ କୃଷକଙ୍କୁ ବୁଝାଇବାରେ ଅକ୍ଷମ ହେଲୁ’, କଂଗ୍ରେସକୁ ଟାର୍ଗେଟ କରି କହିଲେ ନିତିନ ଗଡ଼କରୀ ।

12. ସୀମାନ୍ତରେ ୧୫୦,୦୦୦ରୁ ଅଧିକ ରୁଷୀୟ ସେନା ଉପସ୍ଥିତ ଥିବାରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ମଙ୍ଗଳବାର ଦିନ କହିଛନ୍ତି।

13. ଭାରତୀୟମ‌ାନେ ଆଦୌ ଭୟ ନକରିବାପାଇଁ ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଦିନ ଏକ ଟ୍ବିଟ୍‌ କରି ଏହା କୁହାଯାଇଛି ‌ଯେ ଲୋକମାନେ ବିମାନ ଟିକେଟ୍‌ ପାଉନଥିବା ଖବର ସଂକ୍ରାନ୍ତରେ ଆମେ ସଚେତନ ଅଛୁ । ୟୁକ୍ରେନରୁ ଅଧିକ ବିମାନ ବ୍ୟବସ୍ଥା କରିବାପାଇଁ ଯୋଜନା କରାଯାଉଛି ଏବଂ ଭାରତୀୟମାନେ ଆଦୌ ଭୟ ନକରିବାପାଇଁ କୁହାଯାଇଛି।

14. ରୁ‌ଷ୍‌ କ୍ରିମିଆରେ ଏହାର ସାମରିକ ସମରାଭ୍ୟାସ ଶେଷ କରିଛି ଏବଂ ସୈନିକମାନେ ସେମାନଙ୍କ ସେନାଘାଟିକୁ ଫେରିଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଏକ ବିବୃତି ଜାରି କରି ଏହ‌ା କୁହାଯାଇଛି।

15. ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଏଲଆଇସିରେ ରହିଛି ପ୍ରାୟ ୨୧ ହଜାର ୫୩୯ କୋଟି ଟଙ୍କା ପରିମାଣର ଏକ ପାଣ୍ଠି ଯାହାର କି କେହି ଦାବିଦାର ନାହାନ୍ତି । ସେବି ନିକଟରେ ଏଲଆଇସି ପକ୍ଷରୁ ଦାଖଲ କରାଯାଇଥିବା ଚିଠା ଆଇପିଓ କାଗଜପତ୍ରରେ ଏହି ତଥ୍ୟ ଦିଆଯାଇଛି ।

16.  ‘ଦିସ୍ ଇୟର, ନେକ୍ସଟ୍ ଇୟର’ (ଟିୱାଇଏନ୍‌ୱାଇ) ନାମକ ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୨୨ରେ ବିଜ୍ଞାପନ ବ୍ୟୟରେ ୨୨% ବୃଦ୍ଧି ହେବ। ମୋଟ ବିଜ୍ଞାପନ ବ୍ୟୟ ଏହି ସମୟରେ ୧,୦୭,୯୮୭ କୋଟି ଟଙ୍କା ରହିବ। ବିଶ୍ବର ଶ୍ରେଷ୍ଠ ୧୦ଟି ବଜାର ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇରହିବ। ଏହା ନବମ ବୃହତ ବଜାରର ମାନ୍ୟତା ମଧ୍ୟ ନିଜ ପାଖରେ ରଖିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।

17. ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ (ବି) ରେ ଓଡ଼ିଶା ଓ ଗୋଆ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଡି’ ମ୍ୟାଚ ଗୁରୁବାରଠୁ ଆରମ୍ଭ ହେବ। ଏଥିପାଇଁ ଉଭୟ ଦଳ ଏହି ପଡ଼ିଆରେ ବୁଧବାର ଶେଷ ଅଭ୍ୟାସ କରିଛନ୍ତି। 

18. ଉତ୍ତର ପ୍ରଦେଶର କୁଶୀନଗରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବିବାହ ମହୋତ୍ସବ ଶୋକସଭାରେ ପରିଣତ ହୋଇଛି । ବିବାହ ପୂର୍ବରୁ ହଳଦୀ ମହୋତ୍ସବ ଚାଲିଥିବା ବେଳେ କିଛି ଝିଅଙ୍କ ସମେତ ମହିଳାମାନେ କୂଅରେ ପଡ଼ିଯାଇଛନ୍ତି । ଘଟଣାସ୍ଥଳରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଶିଶୁଙ୍କ ସମେତ ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । 

19. ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଠାରୁ ଅନ୍ତର୍ଜାତୀୟ ପଥରେ ୱାନ ୱେ ଟିକେଟ ପାଇଁ ସରଚାର୍ଜ ୧୮୦୦୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ଯାଏଁ ହୋଇପାରେ । ୨୦୨୧ ଏପ୍ରିଲରେ ଜେଟ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ବିମାନ ଭଡା ବଢ଼ିପାରେ । କୋଭିଡ-୧୯ କାରଣରୁ ତେଲର କମ ଦର ଯୋଗୁଁ ୨୦୨୦ ଏପ୍ରିଲରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ଶୂନ୍ୟରେ ଥିଲା । 

20. ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୭୧ଟି ବ୍ଳକର ୧,୬୬୯ଟି ଗ୍ରାମ ପଞ୍ଚାୟତରେ ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟିଂରେ -୭୦% ମତଦାନ ପ୍ରାଥମିକ ଖବରରୁ ସୂଚନା ମିଳିଥିବା ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇଛନ୍ତି।  

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.