• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ କମୁଛି ସଂକ୍ରମଣ।  ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିଛି ।
  2. ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ବିରୋଧରେ ଲଗାତାର ଆର୍ଥିକ କଟକଣା ଲାଗୁ କରୁଥିବାରୁ ପୁଟିନ ଅତିମାତ୍ରାରେ କ୍ଷୁବ୍ଧ ହୋଇଛନ୍ତି। ପରମାଣୁ ଅସ୍ତ୍ର ହାଇଆଲର୍ଟରେ ରଖିବା ପାଇଁ ପୁନିଟ୍‌ଙ୍କ ପଦକ୍ଷେପ ୟୁରୋପ୍‌ରେ କୋକୁଆ ଭୟ ଖେଳାଇ ଦେଇଛି। ନାଟୋ ମୁଖ୍ୟ ଜେନିସ୍‌ ଷ୍ଟୋଲେନବର୍ଗ କହିଛନ୍ତି, ରୁଷ୍‌ର ଏଭଳି ପଦକ୍ଷେପ ଅତ୍ୟନ୍ତ ବିପଜ୍ଜନକ ଏବଂ ବେପରୁଆ।
  3. ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ପାଇଁ ସୋମବାର ଦିନ ୧୯୩ ସଦସ୍ୟବିଶିଷ୍ଟ ‘ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା’ର (ୟୁଏନ୍‌ଜିଏ) ଜରୁରୀକାଳୀନ ତଥା ବିରଳ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ରବିବାର ଦିନ ଏଥିପାଇଁ ପ୍ରକ୍ରିୟାତ୍ମକ ଭୋଟ୍‌ ଗ୍ରହଣ କରାଯାଇଥିଲା। କିନ୍ତୁ, ପୂର୍ବ ଭଳି ଭାରତ, ଚୀନ୍‌ ଏବଂ ସଂଯୁକ୍ତ ଆରବ ଏମିରେଟସ୍‌ ଭୋଟ୍‌ ଦାନରୁ ନିବୃତ୍ତ ରହିଥିଲେ।
  4. ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା ।
  5. ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍‌କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି ।
  6. ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି।
  7. ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲିଙ୍କୁ ମୁମ୍ବାଇ ପୋଲିସ ରବିବାର ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାରେ ବିନୋଦ କାମ୍ବଲି ନିଶାରେ ଗାଡି ଚଳାଇ ଏକ କାରକୁ ଧକ୍କା ଦେଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନସ୍ଵରୂପ କାମ୍ବଲିଙ୍କୁ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ କାମ୍ବଲିଙ୍କୁ ଜାମିନ ମିଳି ଯାଇଛି।
  8. ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି।
  9. ଏଫ୍‍ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍‌ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍‌ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି ।
  10. ବିଗ୍ ବଜାରରେ କାରବାର ବନ୍ଦ: ନିଜ ଅକ୍ତିଆରକୁ ଆଣିବ ରିଲାଏନ୍ସ, ଲିଜ୍‌ ଷ୍ଟୋର୍‌ର ପେମେଣ୍ଟ୍‌ ଦେଇପାରୁନି ଫ୍ୟୁଚର ଗ୍ରୁପ୍ ।
  11. କରୋନା କାଳରେ ବିଶ୍ବ ସଚେତନତାର ବାର୍ତ୍ତାବହ ; ‘ ଦ ହିଲିଂ ଟଚ୍’ କୁ ୪୯ ଆନ୍ତର୍ଜାତିକ ପୁରସ୍କାର ।
  12. ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଫିକା ପଡିବ ଜାଗର ଯାତ୍ରା, ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ଲାଗିବ ୧୪୪ ଧାରା।
  13. ମୁମ୍ବାଇରେ ରବିବାର ସକାଳେ ଘଣ୍ଟାଏ ପର୍ଯ୍ୟନ୍ତ ବଡ଼ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଏଥିଯୋଗୁ ଲୋ‌କାଲ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ୫୦ଟି ଟେନ୍ ବାତିଲ ହୋଇଥିବାବେଳେ ୧୪୦ଟି ଟ୍ରେନ ଚଳାଚଳ ବିଳମ୍ବ ହୋଇଛି।
  14. ପ୍ରତି ଅଧ ଘଣ୍ଟାରେ ଥରେ ଫୋନ୍‌ କରୁଛି ଝିଅ। କହିଲାଣି ଆଉ କେତେ ଦିନ ମେଟ୍ରୋ ତଳେ ରହିବୁ, ଖାଇବା ସରି ଆସିଲାଣି। ବୋମାମାଡ଼ ଲାଗି ରହୁଛି। ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍‌ କର, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କର କିନ୍ତୁ ଯେମିତି ହେଲେ ଆମକୁ ଉଦ୍ଧାର କର।
  15. ୪ଦିନ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ସେନା ଖାର୍କିଭକୁ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ୟୁକ୍ରେନ ସେନା ଏହାକୁ ବିଫଳ କରିଦେଇଛନ୍ତି। ଖାର୍କିଭ୍ ରାଜ୍ୟପାଳ ଦାବି କରିଛନ୍ତି ଯେ ଋଷର ସୈନିକମାନେ ଟ୍ୟାଙ୍କର ଏବଂ ସେମାନଙ୍କ ଗାଡି ଛାଡି ପଳାୟନ କରିଛନ୍ତି।
  16. ୪ଦିନ ଧରି ଯୁଦ୍ଧ ଲାଗିରହିଥିବା ବେଳେ ଏବେ ୟୁକ୍ରେନର ନାଗରିକ ଋଷର ସେନା ବିରୋଧରେ ଅସ୍ତ୍ର ଉଠାଇଛନ୍ତି। ଦିନକୁ ଦିନ ଋଷ ସେନା ଆଗକୁ ବଢ଼ୁଥିବା ବେଳେ ଗୋଟେ ପରେ ଗୋଟେ ୟୁକ୍ରେନର ସହର ନିଜ ଅକ୍ତିଆରକୁ ନେବାରେ ଲାଗିଛି।
  17. ରୁଷର ୨୭ଟି ଯୁଦ୍ଧ ବିମାନ, ୨୬ ହେଲିକପ୍ଟର, ୧୪୬ ଟ୍ୟାଙ୍କ, ୭୦୬ ଯୁଦ୍ଧାସ୍ତ୍ର ବାହନ ନଷ୍ଟ ହୋଇଯାଇଛି । ଏହା ବାଦ୍‌ ରୁଷ ସେନାର ୪୯ଟି ଆର୍ଟିଲାରୀ ପିସେସ୍‌, ଗୋଟିଏ ଗ୍ରାଡ ସିଷ୍ଟମ, ୩୦ଟି ଭ୍ୟାନ୍‌, ୬୦ଟି ତୈଳ ଟ୍ୟାଙ୍କ, ୨ଟି ଡ୍ରୋନ ଏବଂ ୨ଟି ଜାହଜ ୟୁକ୍ରେନ ସେନା ନଷ୍ଟ କରିଦେଇଛନ୍ତି ।
  18. କେନ୍ଦ୍ର ସରକାର ହିଟ୍ ଆଣ୍ଡ ରନ ମାମଲାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିକୁ ଆଠ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏପ୍ରିଲ ୧ରୁ ହିଟ୍ ଆଣ୍ଡ ରନରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପରିଜନକୁ କ୍ଷତିପୂରଣ ବାବଦକୁ ଦୁଇ ଲକ୍ଷ ଟଙ୍କା ଦିଆଯିବ ।
  19. କେନ୍ଦ୍ର ସରକାର ଆସନ୍ତା ବର୍ଷଠୁ ରୋଜଗାର ଗ୍ୟାରେଣ୍ଟି ଯୋଜନା ମନରେଗା ପାଇଁ ସେହି ରାଜ୍ୟଗୁଡିକୁ ରାଶି ଆବଣ୍ଟିତ କରିବେ ନାହିଁ, ଯେଉଁମାନେ ଯୋଜନା ଲାଗୁ କରି ମଧ୍ୟ ନିଜର ୮୦ ପ୍ରତିଶତ ଜିଲ୍ଲାରେ ଲୋକପାଳ ନିଯୁକ୍ତ କରି ନାହାନ୍ତି।
  20. ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ଙ୍କ ଦିଶାନିର୍ଦ୍ଦେଶାନୁସାରେ କେବଳ ଜାତୀୟ ରାଜଧାନୀରେ ପ୍ରତିବନ୍ଧିତ କ୍ଷେତ୍ରକୁ ବାଦ ଦେଇ ଦେଶର ଅନ୍ୟ ରାଜ୍ୟମାନଙ୍କର ଡି-ରେଜିଷ୍ଟାର୍ଡ ଡିଜେଲ ବାହନ ନିମନ୍ତେ ସଡକ ପରିବହନ ବିଭାଗ ଅନାପତି ପ୍ରମାଣପତ୍ର (ଏନଓସି) ଜାରି ଲାଗି ନିର୍ଦ୍ଦେଶ  ଦେଇଛନ୍ତି।  ଜାରି ଗାଇଡଲାଇନରେ ପେଟ୍ରୋଲ ବାହନ ମଧ୍ୟ ସାମିଲ ଅଛି। ଉଲ୍ଲେଖଯୋଗ୍ୟ ଯେ ଏନଜିଟି ଜାତୀୟ ରାଜଧାନୀରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଡିଜେଲ ଓ ୧୫ ବର୍ଷରୁ ଊର୍ଦ୍ଧ୍ୱ ପେଟ୍ରୋଲ କାର ନିଷିଦ୍ଧ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.