• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୫ଘଣ୍ଟା ୧୦ ମିନିଟ ସମୟରେ ମହାମହିମଙ୍କ କାରକେଡ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସପତ୍ନିକ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ରାଷ୍ଟ୍ରପତି।
  2. ସୁବ୍ରତ ବାଗଚୀ, ସୁସ୍ମିତା ବାଗଚୀଙ୍କ ସହ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଫାଉଣ୍ଡର ଡକ୍ଟର ଶ୍ରୀନାଥ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।
  3.  ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି । ଆସନ୍ତା ୨୩ରେ 4ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ ହେବ ସାନି ମତଦାନ । ସକାଳ ୯ରୁ ଅପରାହ୍ନ ୩ଟା ଯାଏଁ ମତଦାନ ହେବ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍‌ରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା । 
  4.  ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା ।
  5. ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନିଙ୍କ ଡେଞ୍ଜର ଗେମ୍ । ଆଜି ସାମରିକ ବାହିନୀର ମେଗା ଡ୍ରିଲ ଅନୁଧ୍ୟାନ କରିବେ ପୁଟିନ । ଆଣବିକ ଅସ୍ତ୍ରଶସ୍ତ୍ର, ବାଲିଷ୍ଟିକ ଓ କ୍ରୁଜ ମିସାଇଲର ସମରାଭ୍ୟାସ ଓ ପ୍ରୟୋଗ କ୍ଷେତ୍ରରେ ନିର୍ଭୁଲତା ଆଦିର ସମୀକ୍ଷା କରିବେ ପ୍ରେସିଡେଣ୍ଟ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସୀମାରେ ପ୍ରାୟ ଦେଢ ଲକ୍ଷ ଋଷୀୟ ସୈନ୍ୟ ମୁତୟନ ହୋଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ଋଷ ଯାହା କହୁଛି ମିଛ କହୁଛି । 
  6. ପୂର୍ବଥର ଅପେକ୍ଷା ଚଳିତଥର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆସିଛି ଅନେକ ପରିବର୍ତ୍ତନ । ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ । ଏହାକୁ ନେଇ ସାବସି ଦେଇଛନ୍ତି ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଖୁସି ଜାହିର କରିଛନ୍ତି ସେବାୟତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେବାୟତମାନଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।
  7.  ପ୍ରତ୍ୟେକ ଦିନ ଆମେରିକାରେ ଏକ ଲକ୍ଷ ଉପରେ ଆସୁଛି କରୋନା ଦୈନିକ ସଂକ୍ରମଣ ମାମଲା । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଆମେରିକାରେ କରୋନା ସଂକ୍ରମଣ ମାମଲା ୮ କୋଟି ଟପିସାରିଛି । ଏଯାଏଁ ମୋଟ୍‍ ୯ଲକ୍ଷ ୫୮ ହଜାର ୩ଶହ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
  8. ‘ନବନ୍ମେଷୀ ବିକାଶଦ୍ବାରା କୃଷିକ୍ଷେତ୍ରୀୟ ସୁଧାର ନିମନ୍ତେ ଜଳ-ବିଭାଜିକା ପ୍ରକଳ୍ପ’ରେ (ରିୱାର୍ଡ) ବିଶ୍ବ ବ୍ୟାଙ୍କ୍‌ ସହିତ ଭାରତ, କର୍ଣ୍ଣାଟକ ଏବଂ ଓଡ଼ିଶା ସରକାର ୮୬୯ କୋଟି ଟଙ୍କାର (୧୧୫ ନିୟୁତ ଡଲାର୍‌) ଋଣ ଚୁକ୍ତି ସ୍ବାକ୍ଷର କରିଛନ୍ତି।
  9. ଇଲେକ୍ଟ୍ରୋନିକ୍ସ ଚିପ୍ ଏବଂ ଡିସପ୍ଲେ ମେନ୍ୟୁଫେକଚରିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପାଞ୍ଚଟି କମ୍ପାନି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ୧.୫୩ ଲକ୍ଷ କୋଟି ଟଙ୍କାର ନିବେଶ କଥା କହୁଯାଇଛି । ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
  10. ରାଜ୍ୟ ସରକାରଙ୍କୁ ୩୦ ବର୍ଷରୁ ଅଧିକ ସମୟ ସେବା ପ୍ରଦାନ କରି ଅବସର ନେଇଥିବା ବ୍ୟକ୍ତିଙ୍କୁ ଦିଆଯାଉ ପେନସନ ସୁବିଧା । ପେନସନ ସମ୍ପର୍କିତ ଏକ ମାମଲାରେ ଗୁଜରାଟ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।
  11. ଦ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ବ୍ୟୁରୋ ଚିଫ୍ ରବିଶ ତିୱରୀଙ୍କ ଶନିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ୨୦୨୦ ମହିସାରୁ ସେ କ୍ୟାନସରରେ ପୀଡିତ ଥିଲେ ।
  12. ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତଥା ଏସିଆ ମହାଦେଶର ସବୁଠାରୁ ବଡ଼ ଗୋବର ଧନ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି । ଭର୍ଚୁଆଲ  ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ୭୫ଟି ବଡ଼ ସହରରେ ଏପରି ବାୟୋ ସିଏନଜି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। 
  13. ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଜାରି ବାକ୍ ଯୁଦ୍ଧରେ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନାରାୟଣ ରାଣେଙ୍କ ବଙ୍ଗଳା ଉପରେ ନୋଟିସ ଜାରି କରିବା ନୂଆ ଖୋରାକ ଯୋଗାଇଛି। ମୁମ୍ବାଇ ଜୁହୁସ୍ଥିତ ଏହି ବଙ୍ଗଳାର ପରିସର ମାପିବା ପାଇଁ ବିଏମସି ନୋଟିସ୍ ଜାରି କରିଛନ୍ତି। ଏଥିରେ ନାରାୟଣ ରାଣେ ଟ୍ୱିଟରରେ ‘ମାତୋଶ୍ରୀ’ର ୪ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ନୋଟିସ୍ ପ୍ରସ୍ତୁତ ହେଉଥିବା ପୋଷ୍ଟ କରିଛନ୍ତି।
  14. ୧୦୦ କୃଷି ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି: କୃଷି କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ ।।
  15. ଉତ୍ତରପ୍ରଦେଶ ନିର୍ବାଚନ: ପ୍ରତିବର୍ଷ ହୋଲି ଏବଂ ଦିୱାଲିରେ ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର ରାଜନାଥ ସିଂ ପ୍ରତିଶ୍ରୁତି ଦେଇଛନ୍ତି ।
  16. ମିଳିଲା ଆଜ୍ଞାମାଳ, ଆୟରଲ୍ୟାଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର ।
  17. ବଲିଉଡର ପ୍ରତିଭାବାନ ଅଭିନେତା ଫରହାନ୍ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
  18. ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍ ମିସେସ୍ ଇଣ୍ଡିଆ (ଜିରୋ ସାଇକ୍‌) ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ବିଜେତା ତେଜସ୍ମୀତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । 
  19.  ତିଳେଇବଣି ବ୍ଲକ ଭୁଟେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ବିଜେପିର କର୍ମୀ ସୌଭାଗ୍ୟ ପାତ୍ରଙ୍କୁ ଟଙ୍କା ବାଣ୍ଟିବା ବେଳେ ପୋଲିସ ଗିରଫ କରିଥିଲା । ତାଙ୍କ ପାଖରୁ ୩ ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ଅଭିଯୁକ୍ତ ଶିକ୍ଷକ ସୌଭାଗ୍ୟ ବିଜେପି କର୍ମୀ ହୋଇଥିବାରୁ ରାତିରେ ଥାନାରେ ତାଙ୍କ ପାଇଁ ଏକ ଗଦି ଥିବା ଖଟ ବ୍ୟବସ୍ଥା କରାଯାଇଥିଲା ।
  20.  ୟୁକ୍ରେନ୍‌ ସୀମାରେ ଆଜି ରୁଷ୍‌ର ରଣନୀତିକ ପରମାଣୁ ସମରାଭ୍ୟାସ ଏବଂ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା ଆଗକୁ ଏକ ବଡ଼ ଯୁଦ୍ଧର ସଙ୍କେତ ଦେଉଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତଦାରଖରେ ଆଜି ୟୁକ୍ରେନ୍‌ ସୀମାରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ‌ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.