- ବିଞ୍ଝାରପୁର ବ୍ଲକ୍ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗ୍ରାମର ୩୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣରୁ ଅଧିକ ମହିଳା ଅଛନ୍ତି । ରବିବାର ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।
- କାଁ ଭାଁ ହିଂସାକୁ ଛାଡିଦେଲେ ୧୩ ଶହ ୮୨ ପଞ୍ଚାୟତରେ ନିର୍ବାଚନ ଉତ୍ସାହଜନକ ରହିଛି । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରବିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୯ ଟି ଜିଲ୍ଲାର ୬୩ ଟି ବ୍ଳକର ୧ ହଜାର ୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥରେ ନିର୍ବାଚନ ଶେଷ ହୋଇଛି ।
- ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ ହଲାଇ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାଦେଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାଇ ପାରିନଥିଲେ । ଲୋକଙ୍କ ଅଭିବାଦନ ଦେଖି ଅଟକି ଯାଇଥିଲେ, ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ।
- ୯୫ ବର୍ଷୀୟା ରାଣୀ ଏଲିଜାବେଥ୍-୨ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନିକଟରେ କରୋନାର ଥଣ୍ଡା ଭଳି ହାଲୁକା ଲକ୍ଷଣ ଦେଖା ଦେଇଛି। ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ରବିବାର ଏହି ସୂଚନା ଦିଆଯାଇଛି।
- ତ୍ରିପୁରା ସରକାର ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
- ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସାଧନ ପାଣ୍ଡେଙ୍କର ରବିବାର ସକାଳେ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସାଧାନ ପାଣ୍ଡେଙ୍କ ପଶ୍ଚିମ କୋଲକାତାରୁ ୯ ଥର ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
- ରବିବାର ଦିନ ପଞ୍ଜାବରେ ବିଧାନସଭା ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଚାଲି ଥିବା ବେଳେ ନିର୍ବାଚନ ଆୟୋଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର ଜବତ କରିଛି।
- ଜାଲିଆତି କରିଥିବା ଦର୍ଶାଇ ମୁମ୍ବାଇର ଥାନେରେ ‘ଆଇଆର୍ଏସ୍’ ଅଧିକାରୀ ତଥା ମୁମ୍ବାଇ ‘ଏନ୍ସିବି’ର ପୂର୍ବତନ କ୍ଷେତ୍ରୀୟ ନିର୍ଦେଶକ ସମୀର ୱାଙ୍ଖେଡ଼େଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି।
- ଋଷ୍ ସମର୍ଥିତ ପକ୍ଷ ବାଦୀ ବା ୟୁକ୍ରେନ୍ ବିଦ୍ରୋହୀ ଏବଂ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଲାଣି । ଯାହାକୁ ଦମନ କରିବା ପାଇଁ ଆଜି ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା ବେଳେ ଏହାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସ୍କି ।
- ପୂର୍ବ ୟୁକ୍ରେନରେ ଋଷିଆ ବିଦ୍ରୋହୀଙ୍କ ଠିକଣା ଉପରେ ୟୁକ୍ରେନସେନା ଜୋରଦାର ଆକ୍ରମଣ କରିଛନ୍ତି। ଏହାର ଜବାବରେ ଋଷିଆ ସୀମାକୁ ୨୦୦ ଟ୍ୟାଙ୍କ ପଠାଇଥିବାର ସୂଚନା ଆସୁଛି। ୟୁକ୍ରେନ ସେନା ରବିବାର ପୂର୍ବ ୟୁକ୍ରେନର ଲୁହାଁସ୍କ ଓ ଡୋନେଟସ୍କରେ ପ୍ୟୁପିଲସ ରିପବ୍ଲିକ ( ଏଲପିଆର ଓ ଡିପିଆର) ବିଦ୍ରୋହୀଙ୍କ ଠିକଣା ଉପରେ କାର୍ଯ୍ୟାନୁଷ୍ଠାନ କରିଛି।
- ଭାରତ ରବିବାର ୟୁକ୍ରେନରେ ରହୁଥିବା ନିଜ ଛାତ୍ର-ନାଗରିକଙ୍କୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସଙ୍କଟଗ୍ରସ୍ତ ୟୁକ୍ରେନକୁ ଅସ୍ଥାୟୀ ଭାବେ ଛାଡିବାକୁ କହିଛି।
- ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ କ୍ଲିନ ସୁଇପ କଲା ଭାରତ। ଶେଷ ମ୍ୟାଚକୁ ୧୭ରନ୍ରେ ଜିତି ୩-୦ରେ ସିରିଜ କ୍ଲିନ ସୁଇପ କଲା ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪/୫ ସ୍କୋର କରିଥିବାବେଳେ ୱେଷ୍ଟଇଣ୍ଡିଜ ୧୬୭/୯ ସ୍କୋର କରିବାରେ ସଫଳ ହୋଇଥିଲା। ହର୍ଷଲ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ, ଦୀପକ, ଭେଙ୍କେଟଶ ୨ଟି ଲେଖାଏଁ ୱିକେଟ ନେଇଥିଲେ।
- ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଲେ ରାଷ୍ଟ୍ରପତି: ପୁସ୍ତକ ଉପହାର ଦେଲେ ପ୍ରତିଭା ରାୟ, ସୁଦର୍ଶନ ସାହୁ ଦେଲେ ‘ଲକ୍ଷ୍ମୀ ମୂର୍ତ୍ତି’ ।
- ପୁରୀରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱକୁ କରୋନା ମୁକ୍ତ କରିବାକୁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା ।
- ଭାରତୀୟ ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ! ଫେବ୍ରୁଆରୀରେ ଏବେ ଯାଏଁ ୧୮,୮୫୬ କୋଟି ପ୍ରତ୍ୟାହାର କରିଛି FPI
- ଅହମ୍ମଦାବାଦ ବ୍ଲାଷ୍ଟରେ ଦୋଷୀଙ୍କୁ ସମାଜରେ ରହିବାର ଅନୁମତି ଦେବା, ମଣିଷଖିଆ ଚିତାବାଘକୁ ଖୋଲା ଛାଡିବା ପରି ସମାନ- କୋର୍ଟ ।
- ଟ୍ରକ ଡ୍ରାଇଭରଙ୍କ କବଜାରେ ଥିବା କାନାଡା ରାଜଧାନୀ ଓଟ୍ଟାଓ୍ୱାକୁ ପୋଲିସ ବଳ ପ୍ରୟୋଗ କରି ହଟାଇଛି । ଏହା ସହ ଶତାଧିକ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଏହା ସତ୍ତ୍ୱେ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ଅନ୍ୟ ସହରକୁ ନିଜ କବଜାରେ ରଖିଛନ୍ତି । ପ୍ରାୟ ୩ ସପ୍ତାହ ଧରି କୋଭିଡ ଟିକା ବିରୋଧୀ ଆନ୍ଦୋଳନ ଯୋଗୁ ରାଜଧାନୀ ଓଟ୍ଟାଓ୍ୱା ସମେତ ଅନେକ ସହରରେ ଜନଜୀବନ ବାଧାପ୍ରାପ୍ତ ହୋଇଛି ।
- ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି କହିଛନ୍ତି – କଥାବାର୍ତ୍ତା ମାଧ୍ୟମରେ ହିଁ ଯୁଦ୍ଧ ଏଡ଼ାଇବାକୁ ରାସ୍ତା ଖୋଲିବ । ପୁଟିନ୍ ଯେଉଁ ସ୍ଥାନରେ କହିବେ ସେଠାକୁ ଯାଇ ମୁଁ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି।
- ୟୁପିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୫୯ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି ଏବଂ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ପଂଜାବରେ ମୋଟ୍ ୧୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି।
- ମେଟାଭର୍ସରେ ଜଣେ ବ୍ୟକ୍ତି ନିଜକୁ ଭର୍ଚୁଆଲ ଦୁନିଆ ଅନୁଭବ ନେଇପାରିବ । ମେଟାଭର୍ସ ଆସିବା ପରେ ୨୦୩୨ ସୁଦ୍ଧା ବିଶ୍ୱରେ ଡାଟା ବ୍ୟବହାର ୨୦ ଗୁଣା ବୃଦ୍ଧି ପାଇବ । ଯାହାର ସିଧା ଲାଭ ଜିଓ ଏବଂ ଏୟାରଟେଲ ପରି ଭାରତୀୟ ଟେଲିକମ କମ୍ପାନୀକୁ ମିଳିବ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.