• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୨ରୁ ୧୮ ବୟସର ପଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା  । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ କିଶୋରଙ୍କୁ ଦେବା ଲାଗି ଅନୁମତି ପ୍ରଦାନ କରାଯାଇଛି  । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି  ।
  2. ଲଖିମପୁର ଖିରି ମାମଲାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ କୃଷକଙ୍କ ପରିବାର ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ୍ ବିରୋଧରେ ଆବେଦନ କରିଛନ୍ତି ପ୍ରଶାନ୍ତ ଭୂଷଣ ।
  3. ୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ । ସେଠାକାର ଜଳରାଶିରେ ମାଛ ମାରୁଥିବା ଅଭିଯୋଗରେ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷ ସେମାନଙ୍କୁ ଗିରଫ କରିଛି ।
  4. ଡୋରଣ୍ଡା କୋଷାଗାର ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୫ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ସବୁଠାରୁ ବଡ଼ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଏହି ରାୟ ଦେଇଛନ୍ତି । କୋର୍ଟରେ ଜାମିନ୍ ଆବେଦନ କରିବେ ବୋଲି କହିଛନ୍ତି ଲାଲୁଙ୍କ ଓକିଲ।
  5. ସଫଳ ହୋଇପାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟସ୍ଥି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ।
  6. ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪ ହଜାର ୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ ।
  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ।
  8. ପାହାଳ ନିକଟରୁ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଓ୍ୱାଣ୍ଟେଡ ଅପରାଧୀ ଶିବୁ ଓରଫ ଶିବ ପ୍ରସାଦ ଦାସ ଠାରୁ ୧୨୨୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଶିବୁ ଅନେକ ଅପରାଧରେ ଜଡ଼ିତ ଥିବା ଜଣାପଡ଼ିଛି । ପୂର୍ବରୁ ବ୍ରାଉନସୁଗାର ଓ ବନ୍ଧୁକ କାରବାର ମାମଲାରେ ଫେରାର ଥିଲା ଶିବୁ । ସେହିପରି ଶିବୁ ନାଁରେ ୬ଟି ଅପରାଧିକ ମାମଲା ମଧ୍ୟ ରହିଛି ।
  9. ରାଜସ୍ଥାନର ଝୁଞ୍ଜୁନୁରେ ନିର୍ବନ୍ଧ କରିବାକୁ ଯାଇଥିବା ଦୁଇ ପରିବାର ମଧ୍ୟରେ ଏପରି ଘଟଣା ଘଟିଥିଲା ଯେ ଅବିଳମ୍ବେ ଦୁଇ ପରିବାର ଗୋଟିଏ ନଡିଆ ଓ ୧ ଟଙ୍କାରେ ବିବାହ ପାଇଁ ରାଜି ହୋଇଗଲେ।
  10. ଭୀଷଣ ହୃଦ୍‌ଘାତ ହେତୁ ଆଜି ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କର ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ହେବା ପରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଆ‌େପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଲା।
  11. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି।
  12. ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍‌’ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିଛି । ଏଥିସହିତ ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍‌ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି ।
  13. ପ୍ରାୟ ୨ ବର୍ଷ ପରେ ଭାରତୀୟ ଦଳର ତାରକା ଓପ୍‌ନର ଶିଖର ଧାୱନ୍‌ ତାଙ୍କ ପୁଅ ଜୋରାଭର୍‌ଙ୍କୁ ଭେଟିଛନ୍ତି। ଜୋରାଭର୍‌ ଅଷ୍ଟ୍ରେଲିଆରେ ଧାୱନ୍‌ଙ୍କ ପୂର୍ବତନ ପତ୍ନୀ ତଥା ମେଲ୍‌ବର୍ଣ୍ଣ ମୁଷ୍ଟିଯୋଦ୍ଧା ଆୟେଶା ମୁଖାର୍ଜୀଙ୍କ ସହ ରହୁଛନ୍ତି।
  14. ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ପୁଣି ଥରେ ବିଷାକ୍ତ ମଦର ତାଣ୍ଡବ ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ଅଛନ୍ତି।
  15. ଏକ ୧୨ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପାନିପଥସ୍ଥିତ ଫାଷ୍ଟ୍ରଟ୍ରାକ୍ ଅଦାଲତ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୁଇ ଦୋଷୀ ହେଲେ ପ୍ରଦୀପ (୩୮) ଓ ସାଗର (୩୬)। ଦୋଷୀ ଦୁଇଜଣ ନାବାଳିକା ଜଣଙ୍କ ରହୁଥିବା ଘର ପାଖର ଅଧିବାସୀ।
  16. ଭୋଟ୍ ଗ୍ରହଣରେ ବିଭ୍ରାଟ ଏଡାଇବା ସହ ସ୍ବଚ୍ଛ, ନିରପେକ୍ଷ ଏବଂ ସମୟ ସାପେକ୍ଷ ଭୋଟ୍ ଗଣତି  କରିବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବଜେଟରେ ବ୍ୟବସ୍ଥା କରିବାକୁ ଚିଠି ଲେଖିବା ସହ ୧୬୦ ଟି ମଲଟି ପୋଷ୍ଟ ଇଭିଏମ କିଣି ରଖିଛନ୍ତି। 
  17. ଅଲୁ ଅର୍ଜୁନଙ୍କ କ୍କ୍ ବଷ୍ଟର ହିଟ୍ ‘ପୁଷ୍ପା’ ହାତେଇଲା ‘ଫିଲ୍ମ ଅଫ୍ ଦି ଇୟର’ ଆୱାର୍ଡ । ରବିବାର ଦିନ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୨ ସମାରୋହରେ ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ହିଟ୍ 'ପୁଷ୍ପା: ଦି ରାଇଜ୍‌' ଫିଲ୍ମ ଅଫ୍ ଦି ଇୟର 'ସମ୍ମାନିତ କରିଛି । ଦାଦା ସାହେବ ଫାଲକେ ପୁରସ୍କାର ୨୦୨୨: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ
  18. ୪୦ ବର୍ଷ ପରେ ଭାରତରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି ୧୪୦ତମ ବୈଠକ ।  ବେଜିଂରେ ଅନୁଷ୍ଠିତ ୧୩୯ ତମ ଅଲିମ୍ପିକ୍ କମିଟି ବୈଠକ ବସିଥିଲା ଓ ଏହି ବୈଠକରେ ପରବର୍ତ୍ତୀ ବୈଠକ ଭାରତରେ ବସିବା ନେଇ ନିଷ୍ପତି ହୋଇଛି । ଆସନ୍ତା ୨୦୨୩ରେ ମୁମ୍ବାଇ ଠାରେ ଆଇଓସିର ୧୪୦ ତମ ବୈଠକ ବସିବାକୁ ଯାଉଛି । ଏହାପୂର୍ବରୁ ୧୯୮୩ ମସିହାରେ ଦିଲ୍ଲୀରେ ଏହି ଅନ୍ତରାଷ୍ଟ୍ରିୟ ଅଲମ୍ପିକ୍ କମିଟି ବୈଠକ ଆୟୋଜିତ ହୋଇଥିଲା ।
  19. କାନାଡାର କ୍ୟୁବେକ୍‌ରେ ୩ଟି କଲେଜ ଅଚାନକ ବନ୍ଦ ହୋଇଯିବା ଫଳରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ଅନ୍‌ଲାଇନରେ କ୍ଲାସ କରୁଥିବା ୭୦୦ ଛାତ୍ରଛାତ୍ରୀ ଅଧିକ ସଂକଟରେ ପଡ଼ିଛନ୍ତି । ଦେବାଳିଆ ଦର୍ଶାଇ ଏହି କଲେଜ ଗୁଡ଼ିକ ବନ୍ଦ କରିଦିଆଯାଇଛି ।
  20. ୨୦୨୧-୨୨ ଖରିଫ୍‌ ମାର୍କେଟିଂ ସିଜିନ୍‌ରେ ଫେବ୍ରୁଆରୀ ୨୦ ସୁଦ୍ଧା ଓଡ଼ିଶାରୁ ୪୯,୩୭,୭୪୯ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ୨୫ଟି ରାଜ୍ୟରୁ ଧାନ ସଂଗ୍ରହକୁ ନେଇ ଆଜି ତଥ୍ୟ ଜାରି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.