• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।
  2. ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ, ଜିଲା ତଥା ତୃଣମୂଳସ୍ତରରେ ଥିବା ମାନବସମ୍ବଳ ଏବଂ ଭିତ୍ତିଭୂମିକୁ ସଠିକ ବିନିଯୋଗପୂର୍ବକ ବରିଷ୍ଠ ନାଗରିକଙ୍କ ସମ୍ପୂର୍ଣ୍ଣ ଯତ୍ନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ।
  3. ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ର ୩ ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ଉନ୍ନୀତ କରାଯାଇଛି । ସେମାନେ ହେଲେ ଡ. ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟ ।
  4. ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି । ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଛି ।
  5. ସରକାରଙ୍କ ଦ୍ବାରା ପେଗାସସ୍ ଗୁଇନ୍ଦା ସଫ୍ଟୱେର ଜରିଆରେ ନିଜ ନାଗରିକଙ୍କ ଉପରେ ଗୁପ୍ତଚରଗିରି କରାଯାଉଥିବା ନେଇ ଅଭିଯୋଗ ହେବାରୁ ଏହାର ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ।
  6. ଋଷିକେଶଠାରୁ ୩୬ କିମି ଦୂର ନୀଳକଣ୍ଠ ମହାଦେବ ମନ୍ଦିର ଉକ୍ତ ଅଂଚଳରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଥିବା ବେଳେ ଏହି ମନ୍ଦିର ପରିସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଭଉଣୀ ଏକ ପ୍ରସାଦ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି।
  7. ଭୋଟ ପାଇଁ ଦିଲ୍ଲୀ ଏବଂ ମୁମ୍ବାଇର ଲୋକମାନେ ଲକ୍ଷ୍ମୌ ଆସିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସଂଗଠନ ଦ୍ୱାରା ଟିକେଟ୍ ମାଗଣାରେ ଯୋଗାଇ ଦିଆଯାଉଛି।
  8. ଋଷର ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆଗକୁ ବଢ଼ୁଛି , ଏଭଳି କାମକୁ ବିରୋଧ କରି ଆମେରିକା, ବ୍ରିଟେନ ଓ ୟୁରୋପୀୟ ସଂଘ ଆର୍ଥିକ କଟକଣା ଲଗାଇସାରିଛନ୍ତିି। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ବ୍ରିଟେନ ପ୍ରଧାନମନ୍ତ୍ରୀ ୫ଟି ଋଷୀୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
  9. ପାରୋଲରେ ଜେଲରୁ ମୁକୁଳିବା ପରେ ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ ସିଂଙ୍କୁ ‘ଜେଡ୍+’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତରେ ସୂଚନା ମିଳିବା ପରେ ଏହି ସୁରକ୍ଷା ଦିଆଯାଇଛି ।
  10. ୨୦୨୧-୨୨ ଖରିଫ୍‌ ମାର୍କେଟିଂ ସିଜିନ୍‌ରେ ଫେବ୍ରୁଆରୀ ୨୦ ସୁଦ୍ଧା ଓଡ଼ିଶାରୁ ୪୯,୩୭,୭୪୯ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ୨୫ଟି ରାଜ୍ୟରୁ ଧାନ ସଂଗ୍ରହକୁ ନେଇ ଆଜି ତଥ୍ୟ ଜାରି କରିଛନ୍ତି।
  11. ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି କୁହାଯାଉଛି। ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ ରହିଛି।
  12. ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ଦେଶର ୧୧ ଜଣ ସାଂସଦଙ୍କୁ ଏହି ପୁରସ୍କାର ମିଳିବା ସେହିପରି ୪ସଂସଦୀୟ କମିଟି ଓ ୨ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ‘ସଂସଦ ରତ୍ନ’-୨୦୨୨ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
  13. ଦେଶର କର୍କଟ ରାଜଧାନୀ କୁହାଯାଉଥିବା ପଞ୍ଜାବକୁ ଓଡ଼ିଶା ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ୪୮,୪୯୧ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯ରେ ରୋଗୀ ସଂଖ୍ୟା ୪୯,୬୦୪କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ରେ ୫୦,୬୯୨ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ପ୍ରାଥମିକ ଆକଳନ ଅନୁସାରେ କର୍କଟ ରୋଗୀ ସଂଖ୍ୟା ୫୨ ହଜାରରୁ ଅଧିକ ରହିଛି ବୋଲି କୁହାଯାଇଛି।
  14. ଦେଶର ଘରୋଇ କ୍ଷେତ୍ର ବର୍ତ୍ତମାନ କରୋନା ମହାମାରୀର ପ୍ରଭାବରୁ ମୁକୁଳିବାରେ ଲାଗିଛି। ଏହାର ଫଳସ୍ବରୂପ ଚଳିତବର୍ଷ କମ୍ପାନୀଗୁଡିକ ଦ୍ବାରା କର୍ମଚାରୀଙ୍କ ବେତନରେ ହାରାହାରି ୯% ବୃଦ୍ଧି ଘଟିବ
  15. ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କାରଣରୁ ନିତି ଦିନ ବଢ଼ିଚାଲୁଥିବା ତେଲ ଦରରେ ଏବେ ଆଉ କୌଣସି ପରିବର୍ତ୍ତନ ହେଉନାହିଁ। ବିଶେଷ କରି ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ଇତି ମଧ୍ୟରେ ରେକର୍ଡ ୯୫ ଡଲାର ଟପିଯାଇଛି।
  16. ତୈଳ କମ୍ପାନୀଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ସେବେଠାରୁ ଅଶୋଧ ତୈଳ ବ୍ୟାରେଲ ପିଛା ୧୫ ଡଲାରରୁ ଅଧିକ ମହଙ୍ଗା ହୋଇଛି। କେବଳ ଏତିକି ନୁହେଁ, ଭବିଷ୍ୟତରେ ମଧ୍ୟ ଆହୁରି ବଢ଼ିପାରେ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
  17. ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ରେ ଫସିଥିବା ୨୪୨ ଭାରତୀୟମାନଙ୍କୁ ରାଜଧାନୀ କ୍ୱିବ୍‌ରୁ ମଙ୍ଗଳବାର ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲା।
  18. ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ପୁଟିନ୍‌ ମଙ୍ଗଳବାର ଋଷ୍‌ ସଂସଦର ଉପର ସଦନରେ ଦେଶ ବାହାରେ ସୌନ୍ୟ ବଳ ପ୍ରୟୋଗ କରିବା ନେଇ ଅନୁମତି ମାଗିଥିଲେ । ଯାହାକୁ ଅନୁମତି ଦେଇଛି ସଦନ ।
  19. ସପିଂ ସେଣ୍ଟର ଓ ମଲ ସଞ୍ଚାଳକମାନେ ଦିଲ୍ଲୀ ସରକାରଙ୍କୁ କଟକଣାରେ ଢିଲା ଦେବା ଲାଗି ନିବେଦନ କରିଛନ୍ତି। ବ୍ୟବସାୟୀମାନେ ରାତି ୮ଟା ପରେ ବି ମଲ ମାର୍କେଟ ଖୋଲା ରଖିବା ଲାଗି ନିବେଦନ କରିଛନ୍ତି। 
  20. ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ ମାର୍ଚ୍ଚ ୭ ତାରିଖ ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପ୍ରାୟ ନିଶ୍ଚିତ। ତେବେ ଏପ୍ରିଲରୁ ରୋଷେଇ ଘରେ ରାନ୍ଧିବା ସହ ବିଦ୍ୟୁତ ଓ ଆପଣଙ୍କ ପରିବହନ  ଖର୍ଚ୍ଚ ବି ବହୁମାତ୍ରାରେ ବଢ଼ିପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.