• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆଜି ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ସେନା ଅପରେସନ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା । ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷ ପୂର୍ବ ୟୁକ୍ରେନରେ ସାମରିକ ଅପରେସନ କରିବ । ଏହା ସହ ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ ତାହାଲେ ତାହାର ପରିଣାମ ଭୟଙ୍କର ହେବ ।
  2. ୨୫ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ମତଦାନ । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚିଛନ୍ତି । ୧୭୭୫ଟି ସମ୍ବେଦନଶୀଳ ବୁଥ୍ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୪୧ ଲକ୍ଷ ୮୮ ହଜାର ଭୋଟର ମତଦାନ କରିବେ । ୧୦ ବର୍ଷ ପରେ କାଲି ଭୋଟ୍‌ ଦେବେ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳବାସୀ ।
  3. ବର୍ତ୍ତମାନ କୋଭିଡ୍ ଓ ଟିକାକରଣର ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ବିଏମସି ଅଧିନରେ ଥିବା କୈାଣସି ବି ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ବା ଦର୍ଶନ ପାଇଁ ଟିକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ ।
  4. ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେ ସରକାର । ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ ।
  5. କରୋନା ସଂକ୍ରମଣ ଯୋଗୁ ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ୧୫ଟି ରାଜ୍ୟର ଛାତ୍ରଛାତ୍ରୀ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍କିଂ ବ୍ୟବସ୍ଥା କରିବାକୁ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ସିବିଏସଇ ସହ ଆଇସିଏସଇ ଛାତ୍ରଛାତ୍ରୀ ମଧ୍ୟ ଅଫଲାଇନ୍‌ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ।
  6.  ଅଣ୍ଡରୱର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି । ଏନସିପି ନେତା ନବାବ ମଲିକଙ୍କୁ ବୁଧବାର ସକାଳେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ଇଡି ନବାବ ମଲିକଙ୍କୁ ଗିରଫ କରିଛି ।
  7. ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପିର ବରିଷ୍ଠ ନେତା ନଓ୍ଵାବ ମଲ୍ଲିକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କଲା ପରେ ୬୨ ବର୍ଷୀୟ ରାଜନେତା ମଲ୍ଲିକ କହିଛନ୍ତି ଯେ ‘ଏହା ମୋ ବିରୋଧରେ ଏକ ଷଡ୍‌ଯନ୍ତ୍ର। ତେବେ, ମୁଁ ଲଢିବି ଆଉ ଜିତିବି
  8. ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାର ମାଗଣା ନୁହେଁ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି। ଔଷଧ ମୂଲ୍ୟ ବୃଦ୍ଧି କରି ଏଭଳି ଉପହାର ଡାକ୍ତରମାନଙ୍କୁ ଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି | ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୂକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।
  9. ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭି ବୈଦ୍ୟନାଥନ ନିଜ ମହାନତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ ମସିହାଠାରୁ ୫୪ ବର୍ଷୀୟ ବୈଦ୍ୟନାଥନ ବ୍ୟାଙ୍କରେ ଥିବା ତାଙ୍କ ଅଂଶଧନର ପାଖାପାଖି ୩୮ ପ୍ରତିଶତ ଦାନ କରିଛନ୍ତି।
  10. ଦେବାଳିଆ ହୋଇଯାଇଥିବା ଶିଳ୍ପପତି ତଥା ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନୀଲ ଅମ୍ବାନିଙ୍କ ବଡ଼ ପୁଅ ଅନ୍‌ମୋଲଙ୍କ ବାହାଘର ଶେଷ ହୋଇଛି। ମହିଳା ଉଦ୍ୟୋଗୀ କ୍ରିସା ଶାହଙ୍କୁ ବିବାହ କରିଛନ୍ତି ଅନ୍‌ମୋଲ୍ ଅମ୍ବାନି।
  11. କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବରେ ତୁଲାଇବେ ଦାୟିତ୍ୱ । ଆଜି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।
  12. ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ (ବିଡିଓ) ଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରୁ ଦୁରରେ ରଖିଛନ୍ତି। ସାଧାରଣ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରୁ ଡକ୍ଟର ସ୍ୱରୂପାନନ୍ଦ ସାହୁଙ୍କୁ ତୁରନ୍ତ ସୁବାରୁ ନିବୃତ ରଖିବାକୁ ଆୟୋଗ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
  13. ଋଷ ଦୁଇଟି ବିଚ୍ଛିନ୍ନ ଅଞ୍ଚଳକୁ ସ୍ୱୀକୃତି ଦେବା ପରେ, ୟୁକ୍ରେନ କର୍ତ୍ତୃପକ୍ଷ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ବୁଧବାର ଦିନ କିଭ୍ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦର ସଚିବ ଓଲେକ୍ସି ଡାନିଲୋଭଙ୍କ ଦ୍ୱାରା ଘୋଷିତ ଏହି ପଦକ୍ଷେପ, ୪୧ ମିଲିୟନ ଦେଶର ସମ୍ପ୍ରଦାୟକୁ ପ୍ରତିବନ୍ଧକ ଲଗାଇବାକୁ ସଶକ୍ତ କରିବ। 
  14. ରୁଷିଆ ଓ ୟୁକେନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହାରି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଯେଉଁ ଘୋଷଣା କରିଛନ୍ତି, ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଅଧିକ ବଢ଼ିଛି। ପୁତିନ ଘୋଷଣା କରିଛି ଯେ, ରୁଷିଆ, ପୂର୍ବ ୟୁକ୍ରେନ୍‌ର ୨ଟି ଭିନ୍ନ-ଭିନ୍ନ ଅଞ୍ଚଳକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବ। ନୂଆ ଘୋଷିତ ଦେଶକୁ ରୁଷିଆ ସେନା ପଠାଇବାକୁ ମଧ୍ୟ ଚିନ୍ତା କରିଛି। 
  15.  ଭାରତରେ ଆଉ ୩ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚିଛି । ବୁଧବାର ଷଷ୍ଠ ଦଫାରେ ଏହି ୩ଟି ଲଢୁଆ ରାଫେଲ ଯୁଦ୍ଧ ବିମାନକୁ ବାୟୁ ସେନା ଗ୍ରହଣ କରିଛି । ଏହାକୁ ମିଶାଇ ଭାରତୀୟ ବାୟୁ ସେନା ମୋଟ ୨୦ଟି ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛି।
  16. ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯିବ । ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ । 
  17.  ଭୁପେଶ ଚୌବେ କାନଧରି ବସ୍ ଉଠ୍‌ ହେଉଥିବାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ରବର୍ଟସଗଞ୍ଜର ଏକ ନିର୍ବାଚନ ସଭାରେ ସେ କାନଧରି ବସ୍‌ଉଠ୍‌ ହୋଇଥିଲେ । ଗତ ୫ ବର୍ଷ ଭିତରରେ ସେ ଯଦି କିଛି ବୁଲ୍‌ କରିଥିବେ ସେଥିପାଇଁ ସେ ଭୁଲ୍‌ ମାଗିବା ସହ କାନଧରି ବସ୍‌ ଉଠ୍‌ ହୋଇଥିଲେ ।
  18. ଖୋଲିବ ଦିଲ୍ଲୀ ଚିଡିଆଖାନା। ମାର୍ଚ୍ଚ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଚିଡିଆଖାନା। କରୋନା ମହାମାରୀର ୩ୟ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ଏହି ଚିଡିଆଖାନାଟି ମାର୍ଚ୍ଚ ୧ ରୁ ପର୍ୟ୍ୟଟକଙ୍କ ପାଇଁ ଖୋଲା ଯାଉଛି।
  19. ବୁଧବାର ରୁଷ ସୈନ୍ୟମାନେ ୟୁକ୍ରେନ ସୀମାରେ ପହଞ୍ଚିବା ସହିତ ଦେଶକୁ ତିନିପଟରୁ ଘେରି ରହିଛନ୍ତି। ଏଥିସହିତ ପୁଟିନଙ୍କ ଦ୍ବାରା ସ୍ବାଧୀନ ଘୋଷିତ ୟୁକ୍ରେନର ଡନେସ୍କ ଏବଂ ଲୁହାନସ୍କରେ ରୁଷ ସେନା ପ୍ରବେଶ କରିସାରିଛନ୍ତି। ସେମାନେ ୟୁକ୍ରେନ ଭିରତକୁ ୨୦ କିଲୋମିଟର ପର‌୍ୟ୍ୟନ୍ତ ପ୍ରବେଶ କରି ସେଠା​‌େ​‌ର ଫିଲ୍ଡ ହାସାପାତଳ ସ୍ଥାପନ କରିଛନ୍ତି।
  20. ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୫ ହଜାର ତଳକୁ ଖସିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.