• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନାଟୋ । ନର୍ଥ ଆଣ୍ଟାଲାଟିକା ଟ୍ରିଟ ଅର୍ଗାନାଇଜେସନ । ନାଟୋ ହେଉଛି ଅନେକ ଦେଶର ସୌନିକ ସଂଗଠନ । ନାଟୋର ସଦସ୍ୟତା ରହିଛନ୍ତି ୩୦ ଦେଶ । ଏମାନଙ୍କ ଆଭିମୁଖ୍ୟ ହେଉଛି, ସବୁଠି ରହିବେ ନାଟୋ ସେନା । ଯଦି ଏହି ୩୦ ଦେଶ ଉପରେ କୌଣସି ମଧ୍ୟ ବାହ୍ୟ ରାଷ୍ଟ୍ର ଆକ୍ରମଣ କରେ, ତେବେ ମିଳିତ ଆକ୍ରମଣ କରିବେ ସଭିଏଁ । ୪ ଏପ୍ରିଲ ୧୯୪୯ରେ ନାଟୋର ଜନ୍ମ । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି ।
  2. ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଫଲାଇନରେ ପରୀକ୍ଷା ହେବ । ସମସ୍ତ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କୋଭିଡ ସ୍ଥିତି ସୁଧିରିଥିବା ବେଳେ ଏବେ SRCଙ୍କ ପକ୍ଷରୁ କୌଣସି କଟକଣା ନାହିଁ । ଶିକ୍ଷାର ଗୁଣବତ୍ତା ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
  3. ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ । ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା କଂଗ୍ରେସ ଏହି ଟାଣୁଆ ନେତାଙ୍କର ଦେହାନ୍ତ ଘଟିିଛି । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।
  4. ଯୁଦ୍ଧ ଆରମ୍ଭରୁ ବଢିଲା ଅଶୋଧିତ ତୈଳଦର । ତେଲର ଦାମ୍ ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଛି । 
  5. ନାଟୋ କି ଆମେରିକା କେହି ବି ସହଯୋଗ କଲେନି, ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି ।
  6. ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟରେ ଆଗତ ମାମଲା ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।
  7. ୨୮ ତାରିଖ ସୋମବାରଠାରୁ ଭୁବନେଶ୍ୱରରେ ସମସ୍ତ କୋଭିଡ୍ ଯତ୍ନ କେନ୍ଦ୍ର ବନ୍ଦ ହେବ । ରାଜ୍ୟରେ କୋଭିଡ୍  ସଂକ୍ରମଣ କମୁଥିବା ଓ ସ୍ଥିତିରେ ଉନ୍ନତି ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏଭଳି ନିଷ୍ପତ୍ତି ନେଇଛି ।
  8. ଭାରତ-ଶ୍ରୀଲଙ୍କା ମଧ୍ୟରେ କାଲିଠାରୁ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଗତକାଲି ଲକ୍ଷ୍ନୌରେ ଖେଳାଯାଇଥିଲା ।
  9.  ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରି ଶନିବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଆମେରିକାଦ୍ବାରା ପ୍ରାୟୋଜିତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଛି। ବିନା ସର୍ତ୍ତରେ ତୁରନ୍ତ ୟୁକେ୍ରନ୍‌ରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଉକ୍ତ ପ୍ରସ୍ତାବନାରେ ଦାବି କରାଯାଇଛି।
  10. ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆଲ୍‌ବାନିଆଦ୍ବାରା ପ୍ରାୟୋଜିତ ଓ ପୋଲାଣ୍ଡ୍, ଇଟାଲି, ଜର୍ମାନି, ଏସ୍ତୋନିଆ, ଲକ୍ସେମ୍‌ବର୍ଗ ଏବଂ ନିଉଜିଲାଣ୍ଡ୍ ସମେତ ଅନ୍ୟ କେତେକ ଦେଶ ସମର୍ଥନ କରିଥିବା ଉକ୍ତ ପ୍ରସ୍ତାବନା ଚିଠାକୁ ଜାତିସଂଘ ନିରାପତ୍ତା ପରିଷଦ୍‌ ଭୋଟ୍‌ ଦେଇଥିଲା। ଉକ୍ତ ପ୍ରସ୍ତାବନା ସପକ୍ଷରେ ୧୧ଟି ଦେଶ ଭୋଟ୍‌ ଦେଇଥିବା ବ‌େଳେ ଭାରତ ସମେତ ୩ଟି ଦେଶ (ଚୀନ୍‌, ଭାରତ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌) ଭୋଟ୍‌ ଦେବାରୁ ବିରତ ହୋଇଥିଲେ।
  11. ୟୁରୋପୀୟ ସଂଘ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ବିଦେଶ ମନ୍ତ୍ରୀ ସର୍ଗଇ ଲାବରବଙ୍କ ୟୁରୋପରେ ଥିବା ସମ୍ପତ୍ତିକୁ ଜବତ କରିବ । ୩ ଜଣ ୟୁରୋପୀୟ ଅଧିକାରୀ ଏବଂ ଜଣେ ୟୁରୋପୀୟ କୂଟନୀତିଜ୍ଞ ଏହା କହିଛନ୍ତି।
  12. ରୁଷ୍‌ର ୧୦୦୦ ସୈନିକଙ୍କୁ ନିପାତ କରାଯାଇଛି ବୋଲି ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି। ରୁଷ୍‌ ୩୦ ରୁ ଅଧିକ ଟ୍ୟାଙ୍କ୍‌ ଏବଂ ପାଖାପାଖି ୧୨ଟି ହେଲିକପ୍ଟର ଏବଂ ଯୁଦ୍ଧ ବିମାନ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ୍‌ ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲ୍ୟାର୍‌ ସୂଚନା
  13. କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜଡ଼ିତ ଥିବା ୩୨ ବର୍ଷ ପୁରୁଣା ରାସ୍ତା ଦୁର୍ଘଟଣା ମାମଲାର ରାୟକୁ ସୁପ୍ରିମକୋର୍ଟ ସମୀକ୍ଷା କରିବେ। ସିଦ୍ଧୁଙ୍କୁ କଠୋର ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିବ କି ନାହିଁ ତାହା ତଦନ୍ତ କରିବେ ସର୍ବୋଚ୍ଚ ନ୍ୟାୟାଳୟ।
  14. ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଏବେ ଆଉ ରାତ୍ରିକାଳୀନ କର୍ଫ୍ୟୁ ହେବ ନାହିଁ ଏବଂ ଏପ୍ରିଲ ୧ ତାରିଖରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇପାରିବ |
  15. ଆଜିଠୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ୩ ଦିନ ଯାଏ ଅର୍ଥାତ ୨୬, ୨୭ ଓ ୨୮ ତାରିଖ ଯାଏ ଗଣାଯିବ ଭୋଟ୍‍ । ବ୍ଲକ ସ୍ତରରେ ଭୋଟ ଗଣାଯିବା ପରେ ଫଳାଫଳ ପ୍ରକାଶ କରାଯିବ ।
  16. ଦେଶରେ ସାର୍ବଜନୀନ ଟିକାକରଣ ୧୭୭ କୋଟି ଅତିକ୍ରମ କରିଛି। ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ସାଢେ ଚାରିଟା ସୁଦ୍ଧା ୧୭୭ କୋଟି ଏକ ଲକ୍ଷ ୮୦ ହଜାର ପାନରୁ ଅଧିକ ଟିକା ଦିଆଯାଇଛି।
  17.  ବିଗତ ୨ ବର୍ଷ ମଧ୍ୟରେ ୧୮୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ୩୦୦ରୁ ଊର୍ଦ୍ଧ୍ୱ ଅସ୍ତ୍ର ଜବତ ହୋଇଛି । ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂହ ଏହା କହିଛନ୍ତି । ଜମ୍ମୁ କଶ୍ମୀର ଡିଜିପି କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଆତଙ୍କବାଦୀମାନଙ୍କୁ ଅସ୍ତ୍ର ଯୋଗାଇ ଦିଆଯାଉଛି ।
  18. ଇଣ୍ଡୋନେସିଆରେ ଆଜି ପୂର୍ବାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ୟୁନାଇଟେଡ ଷ୍ଟେଟ ଜିଓଗ୍ରାଫିକାଲ ସର୍ଭେ ପକ୍ଷରୁ ଏହା କୁହାଯାଇଛି।
  19. ଏବେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ଋଷ । ତେବେ କେବଳ ସାମରିକ ଯୁଦ୍ଧ ନୁହେଁ ୟୁକ୍ରେନ୍ ଉପରେ ସାଇବର ଆଟାକ୍ ମଧ୍ୟ କରୁଛି ଋଷ ।
  20. ରୁଷିଆର ଲଗାତାର ଆକ୍ରମଣ ଓ ରାଜଧାନୀ କିଭ୍‌କୁ ଘେରାଯିବା ପରେ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶ ୟୁକ୍ରେନ୍‌ରେ ହିଁ ରହିଛନ୍ତି । ଶୁକ୍ରବାର ରାତିରେ ଏକ ଭିଡିଓ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଜେଲେନ୍‌ସ୍କି ଏହି ଭିଡିଓକୁ ଜାରି କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.