• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁକ୍ରେନ ଉପରେ ଋଷର ଆକ୍ରମଣ ୩ ଦିନ ଧରି ଚାଲିଛି। ଋଷ ଦାବି କରିଛି ଯେ ସେମାନେ ୮୦୦ ୟୁକ୍ରେନ ସେନାର ଆର୍ମୀ ବେସ ଧ୍ୱଂସ କରିଦେଇଛନ୍ତି। ଏଥିମଧ୍ୟରେ ୧୪ ଏୟାରଫିଲ୍ଡ, ୧୯ କମାଣ୍ଡ ପୋଷ୍ଟ, ୨୪ଟି S-300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଏବଂ ୪୮ଟି ରାଡାର ଷ୍ଟେସନ ସାମିଲ ।
  2. ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
  3. ଫ୍ରାନ୍ସ ୟୁକ୍ରେନର ଦାବିକୁ ଗ୍ରହଣ କରି ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପଠାଇବ ବୋଲି କହିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମାଇଟ୍ରୋ କୁଲେବା।
  4. ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଲେଖିଛନ୍ତି, ଯେତେବେଳେ ଲୋକଙ୍କ ପାଖରେ ନିଜ ଦେଶକୁ ରକ୍ଷା କରିବା ପାଇଁ ଇଚ୍ଛାଶକ୍ତି ରହିଥାଏ, ତେବେ ଏହି ଶକ୍ତି  ପରମାଣୁ ଅସ୍ତ୍ର ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ। ଏମିତି ଲୋକଙ୍କ ଉପରେ ଆକ୍ରମଣ କରାଯାଇପାରିବ, କିନ୍ତୁ ଅଧିପତ୍ୟ ବିସ୍ତାର କରାଯାଇ ପାରି ନଥାଏ।
  5. ଋଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ଦିନ ଧରି ଯୁଦ୍ଧ ଚାଲୁଥିବାବେଳେ ଋଷର ସୈନିକମାନେ ଧୀରେ ଧୀରେ ଆଗକୁ ବଢୁଛନ୍ତି ଏବଂ ଦଖଲ କରୁଛନ୍ତି | ଅନ୍ୟ ପଟେ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବାବେଳେ ଏହାର ରାଷ୍ଟ୍ରପତି କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଲଢେଇ କରାଯିବ |
  6. ପ୍ରାୟ ପଚାଶଟି ରାଷ୍ଟ୍ର ଶନିବାର ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ୟୁକ୍ରେନରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରୁଛନ୍ତି। ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପକୁ ଅବରୋଧ କରି ଋଷ ଏହାର ଭିଟୋ କ୍ଷମତାର ଅପବ୍ୟବହାର କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
  7. ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ପାଇଲଟଙ୍କ ନାମ ମହିମା, ସେ ତାମିଲନାଡୁରେ ବସବାସ କରୁଥିବା ଜଣାପଡ଼ିଛି।
  8. ଆକ୍ରମଣକାରୀ ରୁ‌ଷୀୟ ସେନା କିଏଭ୍‌ର ନିକଟତର ହୋଇ ଆସୁଥିବାରୁ ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବିତ ସହାୟତାକୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। 
  9. ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟିଙ୍କୁ ସରକାରଙ୍କ ମତ ସ୍ପଷ୍ଟ କରିବାକୁ କହିଥିଲେ। ଏଥିସହିତ ଭାରତରେ ବିଟ୍‌କଏନ୍ ଆଇନସମ୍ମତ କିମ୍ବା ନୁହେଁ ସେ ନେଇ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତେବେ ଖଣ୍ଡପୀଠ ମୌଖିକ ଭାବେ ଏହି ପ୍ରଶ୍ନ ପଚାରିଥିଲେ।
  10. ବିଶ୍ବର ଦୁଇ ତୈଳ ଉତ୍ପାଦନକାରୀ ଦେଶ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଅଶୋଧିତ ‌ତୈଳର ବ୍ୟାରେଲ୍ ପିଛା ଦାମ୍ ୧୦୫ ଡଲାରରୁ ଅଧିକ ହୋଇଯାଇଛି। ୨୦୧୪ ପରେ ପ୍ରଥମ ଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଞ୍ଚିଛି।
  11.  ମଣିପୁରରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ଆସନ୍ତା ୨୮ ତାରିଖରେ ମଣିପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ମଣିପୁରର ୬ଟି ଜିଲ୍ଲାର ୩୮ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ। 
  12. ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏହି ମିଶନ ଅଧୀନରେ ପାଞ୍ଚ ବର୍ଷ ପାଇଁ ୧୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 
  13.   ଉତ୍ତରପ୍ରଦେଶର ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ରବିବାର(ଆସନ୍ତାକାଲି) ମତଦାନ ହେବ । ଏହି ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୬୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 
  14. ରୁଷ ଓ ୟୁକ୍ରେନକୁ ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତ ତାର ବିବୃତି ରଖିଛି । ଭାରତ କହିଛି ୟୁକେନର ଏହି ବିନାଶକୁ ନେଇ ଭାରତ ଦୁଃଖିତ ଓ ଚିନ୍ତିତ ଅଛି । ଏହି ଶତ୍ରୁତାକୁ ତୁରନ୍ତ ଶେଷ କରାଯାଉବୋଲି ଭାରତ ଦୁଇ ଦେଶକୁ ଅପିଲ କରିଛି ।
  15. ଦିଲ୍ଲୀରେ ଏଣିକି ବ୍ୟକ୍ତିଗତ ୪ ଚକିଆରେ ଗାଡିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଦ୍ୱାରା ଜାରି ଗାଇଡ ଲାଇନ ଅନୁସାରେ ନୂଆ ନିୟନ ଆସନ୍ତା ସୋମବାର ଠାରୁ ଲାଗୁ ହେବ ।
  16. ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ଋଷିଆର ସ୍ପେସ୍‌ ପ୍ରୋଗ୍ରାମକୁ ୟୁରୋପିଆନ୍‌ ୟୁନିୟନ୍‌ ଅନୁମତି ପ୍ରଦାନ କରିଛି । ହେଲେ ଫ୍ରାନ୍ସ ଗୁଏନାରୁ ଲଞ୍ଚ ହେବାକୁ ଥିବା ଏହି ସ୍ପେସ୍‌ ପ୍ରୋଗ୍ରାମକୁ ବନ୍ଦ କରିଦେଇଛି ଋଷ୍‌ ।
  17. ଗୁଗୁଲ୍ ଚାଟ୍ ୨୨ ମାର୍ଚ୍ଚ ୨୦୨୨ ରୁ ଚାଲୁ ହେବ। ଏପରି ସ୍ଥିତିରେ, ଯେତେବେଳେ ଆପଣ ହ୍ୟାଙ୍ଗଆଉଟ୍ ଉପରେ କ୍ଲିକ୍ କରିବେ। ଠିକ୍‌ ସେତେବେଳେ ସେଠାରୁ ଗୁଗୁଲ୍ ଚାଟ୍ କୁ ସ୍ଥାନାନ୍ତରିତ ହୋଇଯିବେ। ଏହା ପରେ, ହ୍ୟାଙ୍ଗଆଉଟ୍ ର ଅପସନ୍ ବନ୍ଦ ହୋଇଯିବ। 
  18. ଆରଏସ୍‌ଏସ୍‌ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ‘ଭାରତ ଶାନ୍ତି ଚାହେଁ’ ଶୀର୍ଷକରେ ଏକ ବାର୍ତ୍ତା ଦେଇ କହିଛନ୍ତି ଅନ୍ୟ ଦେଶମାନଙ୍କ ସହିତ ଭାରତ ମିଶି ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇବା ଆବଶ୍ୟକ । ଯୁଦ୍ଧ କୌଣସି ସମସ୍ୟାର ସମାଧାନର ବାଟ ନୁହେଁ । ବରଂ ଯୁଦ୍ଧ ଯୋଗୁ ମାନବର ବହୁତ ବଡ କ୍ଷତି ଘଟିବ।
  19. ଆରମ୍ଭ ହେଲା ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ ।
  20.   ହକି ଇଣ୍ଡିଆ ସଭାପତି  ନରିନ୍ଦର ଧ୍ରୁବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ  ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.