• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୱାଶିଂଟନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ନିବେଦନକ୍ରମେ ୟୁକ୍ରେନ୍‌ ସେନାକୁ ସାହାୟତା ପାଇଁ ‘ନାଟୋ’ ସଦସ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକା ସବୁଜ ସଙ୍କେତ ପ୍ରଦାନ କରିଛି। ସେହି ଅନୁସାରେ ୟୁକ୍ରେନ୍‌ ସୀମାରେ ୨୨ଟି ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ରଶସ୍ତ୍ର ଆସି ଜମା ହେବାର ଖବର ମିଳିଛି।
  2. ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ହୋଇଛି । ଗତ ୨୦୧୭ରେ ୨୫ ହଜାର ୮୬ ଜଣ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍‌ସ ପାଇଥିଲେ । ୨୦୨୧ ଏହି ସଂଖ୍ୟା ବୃଦ୍ଧି ପାଇ ୩୩୬୬୬ ହୋଇଛି।
  3. କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁରର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢାଉ ବେଳେ ୧ଲକ୍ଷ ୯୪ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି । ମୋଟ୍ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।
  4. ୨୦୨୩ ମସିହା ରଥଯାତ୍ରା ପୂର୍ବରୁ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି  । କିନ୍ତୁ ବିଭିନ୍ନ ସମୟରେ ପ୍ରକଳ୍ପ ପାଇଁ ଏନଓସି ନଥିବା ଅଭିଯୋଗ କରି ବାଧା ସୃଷ୍ଟି କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ମିଳିଛି  ।
  5. ରାଜ୍ୟର ୧୦୯ଟି ପୌରାଞ୍ଚଳରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି  । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି  । ଆଜି ଶେଶଦିନରେ ଯାଜପୁର, ବାଲେଶ୍ବର ଏବଂ ଜୟପୁରରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅନେକ ହେଭିଓ୍ବେଟ ନାମାଙ୍କନ ଭରିଛନ୍ତି  ।
  6. ଅଶୋଧିତ ତେଲ ବଜାରରେ ଲାଗିଲା ନିଆଁ । ୧୪ ବର୍ଷର ଭାଙ୍ଗିଲା ରେକର୍ଡ, ଖୁବଶୀଘ୍ର ଦେଶରେ ପେଟ୍ରୋଲ, ଡିଜେଲ ହୋଇପାରେ ମହଙ୍ଗା ।
  7. ପୂର୍ବ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣରେ ସହଯୋଗ ପାଇଁ ଜେଲେନ୍‌ସ୍କିଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ।
  8. ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ ନେଇପାରିବେ ନାହିଁ । ଏହା ଦ୍ୱାରା ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  9. ଓଡ଼ିଶାରେ ଋଷ୍‌-ୟୁକ୍ରେନ୍‌ର ଯୁଦ୍ଧ ପ୍ରଭାବ, ୪୦-୬୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଚିନ୍ତାରେ ଖାଉଟି ।
  10. ରୁଷ ସହିତ ତୃତୀୟ ରାଉଣ୍ଡ ଆଲୋଚନା ପାଇଁ ବେଲାରୁଷ-ପୋଲାଣ୍ଡ ସୀମାରେ ପହଞ୍ଚିଲେ ୟୁକ୍ରେନ ପ୍ରତିନିଧୀ ଦଳ।
  11. ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ଏନସିଏ କ୍ୟାମ୍ପରେ ସାମିଲ୍ ହେବାକୁ ମିଳିଲା ଆଦେଶ ।
  12. -କୋକାକୋଲା ଓ ପେପସି କୋଙ୍କୁ ଏନଜିଟିଙ୍କ ଜରିମନା ନିର୍ଦ୍ଦେଶ, ପୈଠ କରିବେ ୨୫କୋଟି ଟଙ୍କା ।
  13. ନା କେବେ ଭୁଲିବୁ, ନା ‌କେବେ କ୍ଷମା କରିବୁ’, ରୁଷ ଉପ‌ରେ ଗର୍ଜିଲେ ୟୁକ୍ରେନ ରାଷ୍ଟ୍ରପତି ।
  14. ୟୁକ୍ରେନ ଯଦି ତାଙ୍କର ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ ଯୁଦ୍ଧ କରିବ ବୋଲି ପୁତିନ କହିଛନ୍ତି। ୧- ୟୁକ୍ରେନ ଏହାର ଆକ୍ରମଣ ବନ୍ଦ କରୁ। ୟୁକ୍ରେନ ବିରୋଧରେ ରୁଷିଆ ଏହାର ସାମରିକ ଅଭିଯାନ ଶେଷ କରିସାରିଛି। ୨- ନିରପେକ୍ଷତା ଅବଲମ୍ବନ ନିମନ୍ତେ ୟୁକ୍ରେନ ଏହାର ସମ୍ବିଧାନ ସଂଶୋଧନ କରୁ। ୩-କ୍ରିମିଆ ରୁଷିଆର ଭୂଖଣ୍ଡ ବୋଲି ୟୁକ୍ରେନ ସ୍ବୀକାର କରୁ। ୪- ବିଚ୍ଛିନ୍ନତାବାଦୀଙ୍କ ଭୂଖଣ୍ଡ ଡୋନେକ୍ସ ଓ ଲୁଗାନସ୍କକୁ ୟୁକ୍ରେନ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରୁ।
  15. ସାମ୍ପ୍ରତିକ ଯୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଓ ରୁଷ୍‌ ଉପରେ କଟକଣା ଜାରି କରିଥିବା ତାଲିକାଭୁକ୍ତ ମୋଟ ୩୧ ରାଷ୍ଟ୍ର ମଧ୍ୟରେ ଅଛନ୍ତି କାନାଡ଼ା, ନରୱେ, ସିଙ୍ଗାପୁର, ଦକ୍ଷିଣ କୋରିଆ, ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ତାଇୱାନ ପ୍ରମୁଖ। ଉକ୍ତ ରାଷ୍ଟ୍ରଗୁଡ଼ିକ ରୁଷିଆଠାରୁ କୌଣସି ସହାୟତା ପାଇପାରିବେ ନାହିଁ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.