• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୭ ତାରିଖ ସୁଦ୍ଧା ୪୧ ହଜାର ୧୯୧ କୋଟି ରାଜସ୍ୱ ସଂଗ୍ରହ କରି ରେକର୍ଡ କରିଛି ଖଣି ବିଭାଗ । ମାର୍ଚ୍ଚ ମାସ ବାକି ୨୦ ଦିନରେ ଏହି ରାଜସ୍ୱ ସଂଗ୍ରହ ୪୫ ହଜାର କୋଟି ଟପିବ ବୋଲି ଆକଳନ କରାଯାଇଛି । ମାତ୍ର ୨୨ଟି ଖଣି କାର୍ଯ୍ୟକ୍ଷମ ଥିବାରୁ ଏତିକି ଆଦାୟ ହୋଇଛି । ଆଗକୁ ଆଉ ୧୩ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ଜାରି ଅଛି ।
  2. ଶ୍ରୁତି ମହାପାତ୍ର,  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱାରା ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
  3. ଓଡ଼ିଶାରେ ପୂର୍ଣ୍ଣ ଟିକାକରଣ ହାର ୯୦.୫% ପ୍ରତିଶତ ରହିଛି । ଓଡ଼ିଶାରେ ସହନ ଟିକାକରଣ ମିଶନ ଇନ୍ଦ୍ରଧନୁଶ୍ ୪.୦ ର ଆରମ୍ଭ ହୋଇଛି । ତିନିଟି ରାଉଣ୍ଡରେ ହେବ ଟିକାକରଣ । ୧ମ ରାଉଣ୍ଡ- ୭ ମାର୍ଚ୍ଚରୁ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟ ୪ ଏପ୍ରିଲ ଏବଂ ୩ୟ ପର୍ଯ୍ୟାୟ ୨ମେରୁ ଆରମ୍ଭ ହେବ ।
  4. ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ, ଅନଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ହୋଇଥିଲା । ଗତ ଦେଢ଼ମାସ ମଧ୍ୟରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ନୟାଗଡ ଜିଲ୍ଲାରେ ୨ଟି ଗ୍ରାମରେ, ବୌଦ୍ଧ ଜିଲ୍ଲାରେ ୩ଟି ଗ୍ରାମରେ, ସୁବର୍ଣ୍ଣପୁର ଜିଲ୍ଲାରେ ୧୨ଟି ଗ୍ରାମରେ  ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି ।
  5. ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ମାର୍ଚ୍ଚ ଯାଏଁ ପରୀକ୍ଷା ବନ୍ଦ ରହିବ । +୩ କଲେଜ ଓ ବିଶ୍ୱବିଦ୍ୟାଳୟରେ ହୋଇପାରିବନି ପରୀକ୍ଷା । ପୌର ନିର୍ବାଚନ ପାଇଁ ଏପରି ନିଷ୍ପତ୍ତି । 
  6. ତାମିଲନାଡ଼ୁର ଜଣେ ୨୧ ବର୍ଷୀୟ ଯୁବକ ୟୁକ୍ରେନ୍ ସେନାରେ ସାମିଲ୍ ହୋଇଛନ୍ତି । ଉଚ୍ଚତା ପାଇଁ ଭାରତୀୟ ସେନା ତାଙ୍କୁ ଦୁଇ ଦୁଇ ଥର ଅଯୋଗ୍ୟ ବିବେଚିତ କରିଥିଲା । ଯାହାପରେ ସୈନିକେଶ ରବିଚନ୍ଦ୍ରନ ଋଷ ବିରୋଧୀ ଯୁଦ୍ଧ ପାଇଁ ୟୁକ୍ରେନକୁ ସାଥ୍ ଦେଇଛନ୍ତି । କୋଏମ୍ବଟୁର ଥୁଡାଲିୟୁରର ସୈନିକେଶ ଖାର୍କିଭ୍ ଜାତୀୟ ବିଶ୍ୱବିଦ୍ୟାଳୟର ଏୟରୋସ୍ପେଶ୍ ଇଞ୍ଜିନିୟରିଂର ଛାତ୍ର ।
  7. ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏହା ୩୧ ତାରିଖ ଯାଏ ଚାଲିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
  8. ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ଦେଶ ରୁଷ ଉପରେ ୫,୫୩୨ ପ୍ରକାର କଟକଣା ଲଗାଯାଇଛି। ଯୁଦ୍ଧକୁ ବିରୋଧ କରି ଆମେରିକା ଓ ୟୁରୋପର ବହୁ ଶକ୍ତିଶାଳୀ ଦେଶ ଏହି କଟକଣାଗୁଡ଼ିକ ଲଗାଇଛନ୍ତି। ସର୍ବାଧିକ କଟକଣା ଲାଗିଥିବା ଦେଶଗୁଡ଼ିକ ତାଲିକାରେ ରୁଷ ଏକ ନମ୍ବର ସ୍ଥାନରେ ରହିଛି।
  9. ୟୁକ୍ରେନ୍‌ର ହସ୍ପିଟାଲ୍‌, ଆମ୍ବୁଲାନ୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଆକ୍ରମଣ ବଢ଼ିଚାଲିଛି। ୟୁକ୍ରେନ୍‌ରେ ପ୍ରମୁଖ ମେଡିକାଲ୍‌ ଉପକରଣଗୁଡ଼ିକ ଶେଷ ହୋଇଯାଉଛି ଏବଂ ଏହା ଭୟାନକ ସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଚେତାବନୀ ଦେଇଛି।
  10. ଆମେରିକାର ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର କୋରିଆ ପୁଣି ଥରେ ତା’ର ପରମାଣୁ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଦେଇଛି। ଏକ ଉପଗ୍ରହ ଛବିରୁ ଉତ୍ତର କୋରିଆରରେ ୨୦୧୮ ମସିହା ପରଠାରୁ ବନ୍ଦଥିବା ଆଣବିକ ପରୀକ୍ଷଣ ଅଂଚଳ ହଠାତ୍‌ ସକ୍ରିୟ ହୋଇଉଠିଛି।
  11. ଦେଶର ୭୨ ମହିଳାଙ୍କୁ ‘ଶ୍ରେଷ୍ଠ ମହିଳା ଭାକ୍ସିନେଟର’ ଭାବେ ସମ୍ମାନିତ କରାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମାନଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ଓଡ଼ିଶାର ଦୁଇଜଣ ମହିଳା ସ୍ବାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି। ସେମାନେ ହେଲେ, ସାମୁନୀ ନାୟକ ଓ ମଧୁସ୍ମିତା ଜେନା।
  12. ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ମଙ୍ଗଳବାର ଦିନ ସ୍ଵୀକାର କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଶାସନ କରୁଛି କାରଣ ବିଜେପିର କୌଣସି ବିକଳ୍ପ ନାହାନ୍ତି।
  13. ୟୁକ୍ରେନ୍ ଯୁଦ୍ଧ ୧୩ ଦିନରେ ପହଞ୍ଚିଥିବା ବେଳେ ବିଶ୍ବର ମହାଶକ୍ତିଶାଳୀ ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନ ଦେଖି ଶେଷରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି।
  14. ପଞ୍ଜାବର ଲୁଧିଆନାଠାରେ ଚଳିତମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥବା ଜାତୀୟ ପେନଚାକ୍ ସିଲାଟ୍ ପ୍ରତିଯୋଗିତାରେ ୧୬ ଜଣିଆ ଓଡ଼ିଶା ଦଳ ଭାଗନେବ। ଏମାନେ ସମସ୍ତେ ମଙ୍ଗଳବାର ଝାରସୁଗୁଡ଼ା ରେଳ ଷ୍ଟେସନରୁ ଲୁଧିଆନା ଅଭିମୁଖେ ଯାତ୍ରା କରିଛନ୍ତି।
  15. ନିଜର ସ୍ମରଣ ଶକ୍ତି ଦ୍ୱାରା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୫ବର୍ଷ, ଆଶିଷ କୁମାର ରଣସିଂହ , ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ଚାଷଙ୍ଗରା ଗାଁରେ। ତାଙ୍କ ମା’ ଜଣେ ଗୃହିଣୀ ହୋଇଥିବା ବେଳେ ବାପା ଜଣେ ଅଳ୍ପ ବେତନଧାରୀ କର୍ମଚାରୀ ।ଓଡ଼ିଶାର ସମସ୍ତ ଜିଲ୍ଲାର ନାଁ ଫଟାଫଟ କହି ଚାଲିଲେ, ବିଭିନ୍ନ ରାଜ୍ୟର ରାଜଧାନୀର ନାଁ ମଧ୍ୟ ମୁଖସ୍ତ କରି କହୁଛନ୍ତି, ବିଭିନ୍ନ ମହାସାଗର ନାଁ, ଋତୁର ନାମ, ସାଧାରଣ ଜ୍ଞାନର ପ୍ରଶ୍ନ-ଉତ୍ତର ଇତ୍ୟାଦି କହୁଥିବା ଯୋଗୁଁ ଆଶିଷ ଏହି ସଫଳତା ହାସଲ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.