• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭୋଟ ଗଣତିର ପ୍ରକ୍ରିୟା ପୂରା ଶେଷ ହୋଇ ନଥିଲେ ବି ଶେଷ ରିପୋର୍ଟ ପର୍ଯ୍ୟନ୍ତ ବିଜେଡି ୭୬୨, ବିଜେପି ୪୬ ଓ କଂଗ୍ରେସ ୩୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ଅଥବା ଆଗୁଆ ରହିଛି । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ସମସ୍ତ ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ ଘୋଷଣା ହୋଇଯିବାର ଅନୁମାନ କରାଯାଉଛି । 
  2. ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ  ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ମର୍ଡର । ମୃତକ ହେଲେ ତୋଟା ଗାଁର ଜିତେନ୍ଦ୍ର ଦଳେଇ । ବ୍ରହ୍ମପୁରରୁ ଘରକୁ ଫେରୁଥିବାବେଳେ ବଡ଼ଘାଟି ନିକଟରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ୫ ଦୁର୍ବୃତ୍ତ । 
  3. ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲା ରାହାମା ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ସାହୁଙ୍କୁ ମିଳିଛି ଜାତୀୟ ଆଇସିଟି ପୁରସ୍କାର । 
  4. ଲିଟର ପିଛା ୨ ଟଙ୍କା ଅମୂଲ କ୍ଷୀର ଦର ବଢ଼ାଇବା ଲାଗି ଘୋଷଣା କରିଛି କମ୍ପାନୀ । ଅମୂଲର ସମସ୍ତ ଭାରିଆଣ୍ଟ ଯଥା ଗୋଲ୍ଡ, ତାଜା, ଶକ୍ତି, ଟି-ସ୍ପେଶାଲ କ୍ଷୀର କ୍ଷେତ୍ରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ସୂଚନା ଦେଇଛି ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ । 
  5. ୟୁକ୍ରେନ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ବୋମା ବର୍ଷଣ । ମାତ୍ର ୫ ଦିନରେ ଖଣ୍ଡର ପାଲଟି ଗଲାଣି ୟୁକ୍ରେନ ରାଜଧାନୀ କିଭ ସମେତ ପ୍ରାୟ ୩୦ ସହର । ଯେଉଁଠି ଯେଉଁଠି ଋଷର ବୋମା ବର୍ଷୁଛି, ସେହି ସ୍ଥାନ ନିମିଷକରେ ଭୂତ ଇଲାକାରେ ପରିଣତ ହୋଇଯାଉଛି ।
  6. ୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସିପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ ରାଜଧାନୀ କିଭ୍‌ର ପତନ ଅବଶ୍ୟମ୍ଭାବୀ । କିନ୍ତୁ ସମସ୍ତଙ୍କୁ ଚକିତ କରି ଏବେ ମଧ୍ୟ କିଭ୍ ଛିଡାହୋଇଛି । କିଭ୍‌ର ମୋର୍ଚ୍ଚାବନ୍ଦୀ ଋଷସେନାକୁ ଅଡ଼ୁଆରେ ପକାଇଛି । 
  7. ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶେଷ ହୋଇଛି । ତେବେ ଏହି ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ନିଜ ନିଜ ସରକାରଙ୍କ ସହ ବିଚାରବିମର୍ଷ ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଫେରିଯାଇଛନ୍ତି ।
  8. ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି । ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ । ଏହା ସହିତ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ପାଳନ କରୁ ।
  9. ୟୁରୋପୀୟ ସଂଘ ଋଷର କୌଣସି ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ଜବାବ ଦେବାକୁ ଯାଇ ଋଷ ଏବେ ୩୬ଟି ଦେଶ ଉପରେ ବିମାନ ଚଳାଚଳ ନେଇ କଟକଣା ଲଗାଇଛି।
  10. ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣକୁ ୧୨୫୦୦ ରୁ ୫୦୦୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ କ୍ଷତିପୂରଣକୁ ୨୫୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଭାରତର ସମସ୍ତ ସଡ଼କ ଏବଂ ରାଜପଥରେ ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହେବ।
  11. ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଶେଷ ଭାଗ ସୁଦ୍ଧା ଭାରତରେ କୋଭିଡ୍ ସଂକ୍ରମଣର ୪ର୍ଥ ଲହର୍‌ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଏଥିଯୋଗୁଁ ପ୍ରାୟ ୪ ମାସ ଧରି ଦ୍ରୁତ ବେ‌ଗରେ ସଂକ୍ରମଣ ବୃଦ୍ଧି ପାଇବ ‌ବୋଲି ‘ଆଇଆଇଟି-କାନପୁର’ର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
  12. ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ କେତେକ ଆମେରିକୀୟ ପ୍ରଦେଶ ଏବଂ କାନାଡା ରୁଷୀୟ ନିର୍ମିତ ଏବଂ ରୁଷୀୟ କମ୍ପାନୀର ସ୍ପିରିଟ୍‌ (ମଦ) ବର୍ଜନ କରିବାରୁ ‘ଭୋଡ୍‌କା’ର (ପ୍ରଖ୍ୟାତ ରୁଷୀୟ ମଦ) କ୍ଷତି ହେଉଛି।
  13. ଅନେକ ବର୍ଗର ଭାରତୀୟ ଭିସା ଆବେଦନକାରୀ ଆମେରିକା ଯିବା ପାଇଁ ବ୍ୟକ୍ତିଗତ ସାକ୍ଷାତକାର ଆବଶ୍ୟକତାରୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଛାଡ଼ ପାଇବେ। ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଏହି ସୂଚନା ଦେଇଛନ୍ତି।
  14. ଏଫଡିଆଇ ନୀତି ଅନୁଯାୟୀ, ସରକାରୀ ଅନୁମୋଦନ ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ରହିଛି। ତେଣୁ ଏଲଆଇସି ଓ ଏପ୍ରକାରର ଅନ୍ୟ କର୍ପୋରେଟ୍ ସଂସ୍ଥାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗକୁ ଅନୁମତି ଦିଆଯାଇଛି।
  15. କିଶୋର ବିୟାନୀଙ୍କ ମାଲିକାନାରେ ଥିବା ଫ୍ୟୁଚର ରିଟେଲ୍‌ର ଅତିକମ୍‌ରେ ୨୦୦ ଷ୍ଟୋରକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ନିଜ ନିୟନ୍ତ୍ରଣକୁ ନେଇଛି।
  16. ପ୍ରମୁଖ ମସଲା କମ୍ପାନି ରୁଚି ପକ୍ଷରୁ ଫେଷ୍ଟିଭାଲ ବୋନାଞ୍ଜା ଅଫର୍‌-୨୦୨୨ର ପୁରସ୍କାର ବିତରଣ ସମାରୋହ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ବମ୍ପର ପୁରସ୍କାର ଭାବେ ଲକି ଡ୍ର ମାଧ୍ୟମରେ ପାରାଦୀପର ରଂଜନ ପଟ୍ଟନାୟକ ୧୨ ଲକ୍ଷ ଟଙ୍କା ମୂଲ୍ୟର ଟାଟା ନେକ୍ସନ କାର ଜିତିଛନ୍ତି।
  17. ଭାରତରେ କ୍ରିପ୍ଟୋକରେନ୍ସିର ବ୍ୟବହାର ପ୍ରସଙ୍ଗରେ ମତ ସ୍ପଷ୍ଟ କରିବାକୁ ସୁପ୍ରିମ କୋର୍ଟ ଶୁକ୍ରବାର ଦିନ ସରକାରଙ୍କୁ କହିଛନ୍ତି। ଗେନ୍‌ବିଟ୍‌କଏନ୍‌ ନାମକ ଏକ ସ୍କାମର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏହା କହିଛନ୍ତି।
  18. ମଣିପୁର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ସୋମବାର ହୋଇଥିବା ଭୋଟରେ ୭୮.୦୩% ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲାର ୩୮ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। 
  19. ଆମେରିକା ଓ କାନାଡ଼ାର ବହୁ ରାଜ୍ୟରେ ଭୋଡକାକୁ ବର୍ଜନ କରାଯାଇଛି। ଅନ୍ତର୍ଜାତୀୟ କ୍ରୋଧର ଶରବ୍ୟ ହୋଇଛି ଭୋଡକା। ଭୋଡକାକୁ ଲୋକମାନେ ଠିପି ଖୋଲି ନାଳରେ ଢାଳୁଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
  20. ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି | ଯୁଦ୍ଧ ଚାଲିଥିବାବେଳେ ଏବେ ୟୁକ୍ରେନର ସାଧାରଣ ନାଗରିକ ବନ୍ଧୁକ ଉଠାଇବାର ଭିଡିଓ ସାମ୍ନାକୁ ଆସିଛି | ଏହା ବାଦ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ବିଷୟରେ ମଧ୍ୟ ଆଲୋଚନା ଚାଲିଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.