• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ବ୍ୟାଟେରୀ ଯାନ କ୍ରୟ ଉପରେ ୫ହଜାରରୁ ୫୦ହଜାର ପର୍ଯ୍ୟନ୍ତ ରିହାତି ସୁବିଧା ରହିଛି । ବର୍ତ୍ତମାନ ଇ-ଯାନ ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମିର ବିକାଶ ସହିତ ଅଧିକ ସଂଖ୍ୟକ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଜରୁରୀ । ସେପଟେ ଅଧିକ ୧୧ଟି ଇ-ଚାର୍ଜିଂ ପଏଣ୍ଟ ପାଇଁ ଅନୁମତି ମିଳିଥିବା ବେଳେ ଆଗକୁ ସୋଲାର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି ।
  2. ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଝଟକା । ପୁଣି ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ୧୯ କେଜି ସିଲିଣ୍ଡରର ମୂଲ୍ୟ ୨ ହଜାର ପାର କରିଛି ।
  3. ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି ।
  4. ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଜୈନଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିଲା । ସୂଚନା ଥାଉକି ଜୈନ ଜନ୍ମରୁ ହିଁ ସେରେବ୍ରାଲ ପାଲସି ରୋଗରେ ପୀଡିତ ଥିଲେ ।
  5. ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ ସେନା । ଖାରକିଭ ସରକାରୀ ହେଡକ୍ୱାର୍ଟରରେ ମିସାଇଲ୍ ଆକ୍ରମଣ ।
  6. ଆସିଲା ପଞ୍ଚାୟତ ନିର୍ବାଚନର ପୂର୍ଣ୍ଣାଙ୍ଗ ରିପୋର୍ଟ: ୭୬୫ ଜିଲ୍ଲାପରିଷଦ ଆସନରେ ବିଜୟୀ ବିଜେଡି, ୪୨ରେ ବିଜେପି ଓ ୩୭ରେ କଂଗ୍ରେସ ସୀମିତ ।
  7. ଫ୍ୟାନଙ୍କ ଦାବି ଆଗରେ ନଇଁଲା ବିସିସିଆଇ, କୋହଲିଙ୍କ ୧୦୦ତମ ଟେଷ୍ଟ ଦେଖିବେ ଦର୍ଶକ ।
  8. ୟୁକ୍ରେନର ଯୁଦ୍ଧ ଭୂମିରେ ଫଶି ରହିଛନ୍ତି ବହୁ ସଂଖ୍ୟାରେ ଓଡ଼ିଆ । ବଙ୍କର ଭିତରେ ଅତି ବିପଦଜନକ ଅବସ୍ଥାରେ କାଟୁଛନ୍ତି ଦିନ ।
  9. ୟୁକ୍ରେନ ଉପରେ ଭୀଷଣ ଆକ୍ରମଣ କରିଥିବା ରୁଷକୁ ଦୁନିଆରେ ଏକ ଘରିଆ କରିବାକୁ ବିଶ୍ଵରେ ଉଦ୍ୟମ ଜାରି ରହିଛି।
  10. ଦେହଜୀବୀଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କର: ବିରକ୍ତି ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
  11. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କଲେ ପଦ୍ମଶ୍ରୀ କବିତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ଓ ପଦ୍ମଭୂଷଣ ଡ. ଏଲ୍‌ ସୁବ୍ରମଣ୍ୟମ୍‌।
  12. ମଙ୍ଗଳବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା କହିଛନ୍ତି ରାଜ୍ୟରେ ୨୪ ହଜାରରୁ ଅଧିକ ମିଆଁମାର ନାଗରିକ ଶରଣ ନେଇଛନ୍ତି। ସେନା ଦ୍ୱାରା କ୍ଷମତା ଅଧିକାର କରାଯିବା ପରେ ପଡୋଶୀ ଦେଶର ନାଗରିକ ରାଜ୍ୟରେ ଶରଣ ନେଇଛନ୍ତି।
  13. ଫେସବୁକର ପାରେଣ୍ଟ କମ୍ପାନୀ ମେଟା ଓ ଗୁଗଲ୍ ମଧ୍ୟ ଋଷ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ଜବାବରେ ଗତ ସପ୍ତାହରେ ଋଷ ଫେସବୁକର ବ୍ୟବହାରକୁ ସୀମିତ କରି ଦେଇଥିଲା । ଫେସବୁକ୍  ଋଷ ସରକାରଙ୍କ କଥା ନଶୁଣିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି ।
  14. ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଜୀବନର ୧୦୦ତମ ​ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଏହି ଟେଷ୍ଟମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ ଲାଗି ଦେଶର ସଫଳତମ ଅଧିନାୟକ କୋହଲି ପ୍ରସ୍ତୁତି ଓ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। 
  15. ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେଉଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ର ୧୨ଶ ସଂସ୍କରଣ । ୫ ବର୍ଷ ପରେ ଏହି ବିଶ୍ବକପ୍‌ ଆୟୋଜନ ହେଉଛି। ଏଥିରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଏହି ୮ଟି ଦଳ ହେଲେ ଆୟୋଜକ ନ୍ୟୁଜିଲାଣ୍ଡ, ଗତଥରର ଚମ୍ପିଆନ୍ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌।
  16. ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ଏବେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସାଧାରଣ ଜନବସତି ଅଞ୍ଚଳ ଏବଂ ଆଞ୍ଚଳିକ ପ୍ରଶାସନର କୋଠାଗୁଡ଼ିକୁ ଟାର୍ଗେଟ୍‌ କରି ରୁଷ୍‌ ଘନ ଘନ ରକେଟ୍‌ ମାଡ଼ କରୁଛି।
  17. ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।
  18. ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ ଆରମ୍ଭ କରିବା ପରେ ଏହାକୁ ବିରୋଧ କରି ଆମେରିକା, ୟୁରୋପ ସମେତ ବିଶ୍ବର ଅନେକ ଦେଶ ରୁଷ୍‌ ବିରୋଧରେ ଆର୍ଥିକ କଟକଣା ଲଗାଇ ଏହାକୁ ଘେରାବନ୍ଦୀ କରି ଦେଇଛନ୍ତି। ଏହାର ଗୁରୁତର ପ୍ରଭାବ ରୁଷ୍‌ ଅର୍ଥନୀତି ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ରୁଷ୍‌ରେ ଲୋକମାନେ ବ୍ୟାଙ୍କ ଏବଂ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଲମ୍ବା ଧାଡ଼ି ଲଗାଇଛନ୍ତି। 
  19.  ଫେବ୍ରୁଆରିରେ ରାଜ୍ୟରେ ୪ ହଜାର କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଛି। ଆଲୋଚ୍ୟ ମାସରେ ୪,୧୦୧ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ୨୦୨୧ ଫେବ୍ରୁ୍ଆରିରେ ହୋଇଥିବା ୩,୩୪୧ କୋଟି ଟଙ୍କା ତୁଳନାରେ ୨୩% ଅଧିକ। ସର୍ବଭାରତୀୟ ସ୍ତରରେ ଫେବ୍ରୁଆରିରେ ୧,୩୩,୦୨୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। 
  20. ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪% ହୋଇଛି। ଏହାର ପୂର୍ବ ତିନି ମାସ (୨୦୨୧ ଜୁଲାଇ-ସେପ୍ଟେମ୍ବର)ରେ ହୋଇଥିବା ୮.୪% ଅଭିବୃଦ୍ଧି ତୁଳନାରେ ଏହା କମ୍ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.