• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷ୍‌ ପଶ୍ଚିମ ରାଷ୍ଟ୍ରମାନଙ୍କର କୌଣସି ଚାପକୁ ଖାତିର ନକରି ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏନେଇ କଡ଼ା ଚେତାବନୀ ଦେଇଛନ୍ତି।
  2. ଏନ୍‌ସିପିସିଆର୍‌ ‘ବାଲ ସ୍ବରାଜ ପୋର୍ଟାଲ’ରେ ଏପ୍ରିଲ ୨୦୨୦ ରୁ ଫେବ୍ରୁଆରି ୧୫, ୨୦୨୨ ସୁଦ୍ଧା ପଞ୍ଜୀକୃତ ହୋଇଥିବ‌ା ଏକ ଲକ୍ଷ ୫୩ ହଜାର ୮୨୭ ଅନାଥ ଶିଶୁଙ୍କ ମଧ୍ୟରୁ ଓଡ଼ିଶାର ସଂଖ୍ୟା ହେଉଛି ୨୬ ହଜାର ୩୧୮।
  3. କରୋନା ମହାମାରୀ ଦ୍ବାରା ଓଡ଼ିଶାରେ ୨୬ ହଜାର ୩୧୮ ଶିଶୁ ଅନାଥ ହୋଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି।
  4. ଦିଲ୍ଲୀର ସ୍ବନାମଧନ୍ୟ ଲକ୍ଷ୍ମୀବାଇ କଲେଜରେ ଓଡ଼ିଆ ସ‌ମେତ ଆଠଟି ଆଂଚଳିକ ଭାଷ‌ାରେ ମୌଳିକ ଶିକ୍ଷା ଦିଆଯିବ। ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକ ହେଲା, ଅସମୀୟା, ତାମିଲ, ବଙ୍ଗଳା, ପଂଜାବୀ, ମରାଠୀ, ସଂସ୍କୃତ ଓ ଉର୍ଦୁ। ଏଥି ପାଇଁ କଲେଜ ପକ୍ଷରୁ ଉପରୋକ୍ତ ଆଠଟି ଭାଷାରେ ଅନଲାଇନ ମଡ୍ୟୁଲ୍‌ ପ୍ରସ୍ତୁତ କରାଯାଇଛି।
  5. ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ କୌଣସି ପ୍ରକାର ଖଣି ଖନନ ଅନୁମତି ଦେବା ପୂର୍ବରୁ ଜାତୀୟ ବନ୍ୟପ୍ରାଣୀ ପରିଷଦ (ଏନ୍‌ବିଡବ୍ଲ୍ୟୁଏଲ୍‌) ଷ୍ଟାଣ୍ଡିଂ କମିଟି ସୁପାରିସ ଆଧାରରେ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନାକୁ କାର୍ଯ୍ୟକାରୀ କର।
  6. ମୁମ୍ବାଇରୁ ଭୁବନେଶ୍ୱର ଅଣାଯାଉଥିଲା ୧୬ କୋଟି ଟଙ୍କାର ସୁନା ଗହଣା ୩୨ କେଜିରୁ ଅଧିକ ସୁନା ଅଳଙ୍କାର  ରାଜଧାନୀରୁ ଧରାପଡ଼ିଲା ।
  7. ପିଏମସି ବ୍ୟାଙ୍କ ସ୍କାମରେ ଫସିବେ ବିଜେପି ନେତା କିରଟ ସୋମେୟା ଓ ତାଙ୍କ ପୁଅ । ଆଗୁଆ ବେଲ ଆବେଦନ ହେଲା ଖାରଜ ।
  8. ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି।
  9. ଇଞ୍ଜିନିୟରିଂ ବି.ଟେକ, ବି.ଆର୍କ ଓ ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟର ପ୍ରଥମ ଅଧିବେଶନ(ଏପ୍ରିଲ ସେସନ) ଆସନ୍ତା ଏପ୍ରିଲ ୧୬ରୁ ଆରମ୍ଭ ହେବ। 
  10. ଅଶୋଧିତ ତୈଳ ଉପରେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ପ୍ରଭାବରେ  ଆସନ୍ତା ସପ୍ତାହରୁ ଦେଶରେ ବଢିବ ପେଟ୍ରୋଲ ଏବଂ ଡିଜେଲ ଦର ।
  11. ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ଭାରତୀୟ ଦୂତାବାସ ଏକ ନୂତନ ପରାମର୍ଶ ଜାରି କରାଯାଇଛି। ପରାମର୍ଶ ଅନୁଯାୟୀ, ଖାର୍କିବରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ସହର ଛାଡନ୍ତୁ।
  12. ଚଳିତ ବର୍ଷ ଫେବ୍ରୁଆରିରେ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦ ବିକ୍ରିରୁ ସରକାର ୮୩୬.୮୨ କୋଟି ଟଙ୍କାର ମୂଲ୍ୟ ଯୁକ୍ତ ଟିକସ (ଭାଟ୍) ସଂଗ୍ରହ କରିଛନ୍ତି। ୨୦୨୧ ଫେବ୍ରୁଆରିରେ ହୋଇଥିବା ୮୩୩.୯୬ କୋଟି ଟଙ୍କା ତୁଳନାରେ ଏହା ନଗଣ୍ୟ ୦.୩୨% ଅଧିକ ରହିଛି।
  13. ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍‍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି।
  14. ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ଗତ ଛଅ ଦିନ ମଧ୍ୟରେ ଛଅ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି।
  15. ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।
  16. ଏହାରି ମଧ୍ୟରେ ବିଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୪୪ କୋଟି ଅତିକ୍ରମ କରିଛି । ସେହିଭଳି ମୃତକଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର ହୋଇଛି । ସଂକ୍ରମଣକୁ ବିନାଶ କରିବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଉଦ୍ୟମ କରୁଛନ୍ତି ।
  17. ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ୨ୟ ପର୍ଯ୍ୟାୟରେ ଆଲୋଚନା ଗୁରୁବାର ହେବ । ପୂର୍ବରୁ ଏହି ଆଲୋଚନା ବୁଧବାର ହେବ ବୋଲି କୁହାଯାଉଥିଲା । କିନ୍ତୁ ଏହା ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ୨ ରାଷ୍ଟ୍ର ମଧ୍ୟରେ ଆଲୋଚନା ହେଉଛି । କଥାବାର୍ତ୍ତା ପାଇଁ ରୁଷିଆର ପ୍ରତିନିଧି ମଣ୍ଡଳୀ ବେଲାରୁସ ପହଞ୍ଚି ସାରିଛି । ୟୁକ୍ରେନ୍ ପ୍ରତିନିଧି ମଣ୍ଡଳ ମଧ୍ୟ ଆଲୋଚନା ପାଇଁ ବାହାରିଛି ।
  18. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
  19. ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମ୍ୟୁନିସିପାଲଟି ନିର୍ବାଚନରେ ୧୦୮ଟି ଆସନରୁ ୧୦୨ଟିରେ ବିଜୟ ହାସଲ କରିଛି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ୭୭ ଆସନ ଜିତିଥିବା ବିଜେପି ଖାତା ମଧ୍ୟ ଖୋଲି ପାରି ନାହିଁ।
  20. ୟୁକ୍ରେନ୍‌ ଉପ​‌ରେ ଳଗାତାର ଭାବେ ମିସାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟ୍ଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି ମୋଦି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.