• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ଏପ୍ରିଲରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି। କେନ୍ଦ୍ରୀୟ ପରିଷଦର ପରୀକ୍ଷା ଏପ୍ରିଲ ୨୬ରୁ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସମାନ ଢଙ୍ଗ ଓ ସମୟରେ ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା କରିବାକୁ ଯୋଜନା କରାଯାଇଛି।
  2. କେଉଁଝର ବ୍ୟବସାୟୀଙ୍କ ଠାରୁ ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଠକି ନେଲେ ୨ କୋଟି ୩୫ ଲକ୍ଷ ଟଙ୍କା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ।
  3. ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପରସ୍ପର ସହ ପ୍ରାୟ ୯୦ମିନିଟ ଧରି ଦୁହେଁ ଅନେକ ବିଷୟରେ ଆଲୋଚନା କରିଥିବା ବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାର କାରଣ କହିଛନ୍ତି ପୁଟିନ୍।  
  4. ରିଲାଏନ୍ସ ଓ ସନମିନା ଭାରତରେ ନିର୍ମାଣ କରିବେ ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ।
  5. ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇେ‌କାର୍ଟଙ୍କ ନିର୍ଦ୍ଦେଶ ।
  6. ପଶ୍ଚିମବଙ୍ଗରେ ପୌର ନିର୍ବାଚନରେ ୧୦୮ରୁ ୧୦୨ ଆସନ ପୋଛି ନେଇଛି  ଟିଏମସି , ପୁଣି ଖାତା ଖୋଲିଲେ ବାମ ମୋର୍ଚ୍ଚା ।
  7. ଜେଲେନସ୍କିଙ୍କ ବଡ କାର୍ଯ୍ୟାନୁଷ୍ଠାନରେ ୟୁକ୍ରେନରେ ଥିବା ରୁଷ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ ।
  8. କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳଦାସ ‘ମାହାରୀ ସମ୍ମାନ’ ପାଇବେ ।
  9. ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ଏହା କେବଳ ନିର୍ବାଚନ ହେଉଥିବା ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ‌ ଅଞ୍ଚଳରେ ଲାଗୁ ହୋଇଛି।
  10. ଦେଶରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ତୈଳ ଦର ବୃଦ୍ଧିରେ ରୋକ ଲାଗିଛି । ତେବେ ମାର୍ଚ୍ଚ ୮ରେ ନିର୍ବାଚନ ଶେଷ ହେଉଥିବାବେଳେ ତୈଳଦର ମାର୍ଚ୍ଚ ୮ ପରେ ୧୩.୫୦ ପଇସା ବଢିପାରେ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ।
  11. ଭାରତ ଏବେ ବିଶ୍ୱରେ ଚର୍ଚ୍ଚାରେ ରହିଛି, ତାହା ହେଉଛି, ୟୁକ୍ରେନର ଖାର୍କିଭ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ସେଠାରୁ ପଳାୟନ ସୁଯୋଗ ଦେବା ପାଇଁ ରୁଷ ସୈନ୍ୟଙ୍କ ପକ୍ଷରୁ ୬ ଘଣ୍ଟା ଯୁଦ୍ଧ ବନ୍ଦ ରଖାଯିବା
  12. ରାଜ୍ୟରେ ଧିରେ ଧିରେ ବଢୁଛି ତାତିର ପ୍ରକୋପ । ଆଗକୁ ମଧ୍ୟ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ।
  13. କରୋନାର ପଞ୍ଚମ ଲହର । ହଂଙ୍କରେ ଆତଙ୍କ ଖେଳାଇଛି ଓମିକ୍ରନ । ଏହାର ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । 
  14. ପ୍ରାୟ ଦୁଇ ଦଶନ୍ଧି ତଳେ ୧୯୯୧ ମସିହାରେ ପୃଥିବୀର ତୃତୀୟ ବୃହତ୍ତମ ଅଣୁଅସ୍ତ୍ର ରଖିଥିବା ଦେଶ ୟୁକ୍ରେନ୍‌ ତତ୍‌କାଳୀନ ସେଭିଏତ୍ ୟୁନିୟନ୍‌ରୁ ଅଲଗା ହେବା ପରେ ୧୯୯୪ରେ ଏହି ଅସ୍ତ୍ର ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲା।
  15. ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଭାରତ ‘ଅପରେସନ୍‌ ଗଙ୍ଗା’ ଅଧୀନରେ ୮୦ ବିମାନ ମୁତୟନ କରିଛି। ୨୪ରୁ ଅଧିକ ମନ୍ତ୍ରୀ ଉଦ୍ଧାର ପ୍ରକ୍ରିୟା ତଦାରଖ କରିବେ।
  16. ବିଶୋଧନ ପ୍ରକ୍ରିୟାରେ ଅପଚୟ ହେଉଥିବା ମଦ ଉପରେ ଟିକସ ଲଗାଇବା କ୍ଷମତା ରାଜ୍ୟ ସରକାରଙ୍କର ନାହିଁ। ମନୁଷ୍ୟ ବ୍ୟବହାର ଉପଯୋଗୀ ଆଲ୍‌କୋହଲଯୁକ୍ତ ମଦ ଉପରେ ରାଜ୍ୟ ସରକାରଙ୍କ ଟିକସ ଲଗାଇବା କ୍ଷମତା ରହିଛି ବୋଲି  ସୁପ୍ରିମକୋର୍ଟ ରାୟ ଅବସରରେ କୁହାଯାଇଛି।
  17. ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି।
  18. ଭାରତର ୫ଟି କ୍ଷେତ୍ର ଯୁଦ୍ଧ ଦ୍ବାରା ଅଧିକ ପ୍ରଭାବିତ ହୋଇଛି। ସେହି କ୍ଷେତ୍ରଗୁଡ଼ିକ ହେଲା ପେଟ୍ରୋଲିୟମ ଉତ୍ପାଦ, ଖାଇବା ତେଲ, କୃଷି, ଅଟୋମୋବାଇଲ ଏବଂ ଧାତବ ସାମଗ୍ରୀ।
  19. କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଟମାଟୋ କିଲୋ ଏବେ ୨ଟଙ୍କା। ଅଧିକ ଉତ୍ପାଦନ ହୋଇଛି; ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ପୂର୍ବରୁ ଟମାଟୋ କିଲୋଗ୍ରାମ ପ୍ରତି ୮୦ରୁ ୧୦୦ଟଙ୍କା ବିକ୍ରି ହେଉଥିଲା।
  20. ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଜେରିଆଟିକ୍ କେୟାର କ୍ଲିନିକ୍ ସେବା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.