• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ କ୍ରେମ୍‌ଲିନ୍‌ ନୀତି ଅନୁସାରେ ଖବର ପ୍ରସାରଣ କରୁ ନ ଥିବା ଗଣମାଧ୍ୟମ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଦମନ କରିବାକୁ ଯାଇ ‘ଫେସ୍‌ବୁକ୍‌’ ଓ ‘ଟୁଇଟର୍‌’ ବ୍ଲକ୍‌ କରାଇ ରୁଷୀୟ ରାଷ୍ଟ୍ରପତି ଗୋଟାଏ ଚିଠାରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଛନ୍ତି।
  2. ୟୁକ୍ରେନରେ ଜପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଶୁକ୍ରବାର ଦିନ ସଂପୂର୍ଣ୍ଣ ଭାବେ ରୁଷ୍‌ ଦଖଲକୁ ଚାଲି ଯାଇଛି। ଏବେ ରୁଷ୍‌ କମାଣ୍ଡୋଙ୍କ ନିୟନ୍ତ୍ରଣରେ ଏହି କେନ୍ଦ୍ର ରହିଛି । ରୁଷ୍‌ ଆକ୍ରମଣ ଯୋଗୁଁ ଗତକାଲି ରାତିରେ ଏହି ପରମାଣୁ ଶକ୍ତି କେନ୍ଦ୍ରରେ ନିଆଁ ଲାଗି ଯାଇଥିଲା। ତେବେ ପରମାଣୁ କେନ୍ଦ୍ରର ଭିତର ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ।
  3. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ କିଭଳି ନିଆଁରେ ଘିଅ ଢ଼ାଳୁଛନ୍ତି ତାହାର ଆଉ ଏକ ପ୍ରମାଣ ଆଜି ସାମ୍ନାକୁ ଆସିଛି। ଆମେରିକାର ସିନେଟର ଲିଣ୍ଡ୍‌ସେ ଗ୍ରାହମ ଏକ ଟେଲିଭିଜନ୍‌ ଲାଇଭ୍‌ କାର୍ଯ୍ୟକ୍ରମରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ବାନ ଦେଇଛନ୍ତି।
  4. ରୁଷର ସୈନ୍ୟବାହିନୀ କିବ୍‌ର ଏକ ରିଜର୍ଭ ରେଡିଓ ଏବଂ ଟେଲିଭିଜନ କେନ୍ଦ୍ରକୁ ଅଚଳ କରି ଦେଇଛନ୍ତି ବୋଲି ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେଙ୍କୋଭ ଦାବି କରିଛନ୍ତି।
  5. ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେବଳ ସମଗ୍ର ବିଶ୍ୱରେ ନୁହେଁ ବରଂ ଋଷରେ ମଧ୍ୟ ବିରୋଧ କରାଯାଉଛି। ଯୁଦ୍ଧ ବିରୋଧରେ ଏଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଋଷର ଗଣମାଧ୍ୟମରେ ମଧ୍ୟ ବିରୋଧ ରହିଛି କିନ୍ତୁ ସେମାନେ ଋଷ ସପକ୍ଷରେ ଖବର ଦେଖାଇବାକୁ ବାଧ୍ୟ ହେଉଛନ୍ତି।
  6. ଏଣିକି ମେଘାଳୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶି ତଦନ୍ତ କରିପାରିବ ନାହିଁ ସିବିଆଇ | କାରଣ ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି |
  7. ୭ରୁ ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୪.୦, ୧୨ ଜିଲ୍ଲାରେ ୧୬୮ଟି ବ୍ଲକ୍‌ରେ ହେବ ଟିକାକରଣ ।
  8. ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏସ୍.ଏଫ.ରୋଡ୍ରିଗସ୍ଙ୍କ ପରଲୋକ
  9. ଶେଷ ପ୍ରସାରଣ ସମୟରେ ‘ଯୁଦ୍ଧକୁ ନା’ ବାର୍ତ୍ତା ଦେଇ ଲାଇଭ ଇସ୍ତଫା ଦେଲେ ଟିଭି ଚ୍ୟାନେଲର ପୂରା ଷ୍ଟାଫ୍ । ଏମିତି କରିଛନ୍ତି ୠଷର ଏକ ଟିଭି ଚ୍ୟାନେଲ । ୟୁକ୍ରେନ ଯୁଦ୍ଧର ପ୍ରସାରଣ କରିଥିବାରୁ ୟୁକ୍ରେନର ‘ଟିଭି ରେନ୍’ ସଞ୍ଚାଳକଙ୍କୁ ନିଲମ୍ବିତ କରିଥିଲେ ଋଷର ଅଧିକାରୀମାନେ । ଏହାପରେ ଟିଭି ରେନ୍ ର ଅଧିକାରୀ ଲାଇଭ ଆସି ସାମୂହିକ ଇସ୍ତଫା ନେବାକୁ ନିଷ୍ପତ୍ତି ନେଇଥିଲେ ।
  10. ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ । ଜାପୋରିଝଜିଆ ପାୱାର ପ୍ଲାଣ୍ଟକୁ କବଜା କଲା ରୁଷିଆ ।
  11. ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
  12. ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସେନ୍‌ ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। ଥାଇଲାଣ୍ଡରେ ଶୁକ୍ରବାର ୱାର୍ଣ୍ଣଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ଅଷ୍ଟ୍ରେଲିଆ ସମେତ ବିଶ୍ବ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି।
  13. ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ୧୭୮ କୋଟି ୪୦ ଲକ୍ଷ ୮୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି । 
  14. ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି।
  15. ଯୁଦ୍ଧ କାରଣରୁ ଶୁକ୍ରବାର ଭାରତୀୟ ନିବେଶକଙ୍କୁ ୫ ଲକ୍ଷ କୋଟିର କ୍ଷତି ସହିବାକୁ ପଡ଼ିଛି । ୧୫ ଫେବୃଆରୀ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିବେଶକ ୧୯୭ ବିଲିୟନ୍‌ ଅର୍ଥାତ ୧୫ ଲକ୍ଷ କୋଟି ହରାଇଲେଣି । ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଏକ ଖବର କାଗଜ ସଂସ୍ଥା ।
  16. ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆରେ ଚିପ୍ ସଙ୍କଟକୁ ଆହୁରି ଘନୀଭୂତ କରିପାରେ। ଗତ ଦେଢ ବର୍ଷ ହେବ ପୂରା ଦୁନିଆ ଚିପ୍‌ର ଅଭାବଜନିତ ସମସ୍ୟାର ସମ୍ମୁଖୀନ  ହେଉଛି। ସମଗ୍ର ଦୁନିଆରେ ପେଲୋଡିୟମ ଯୋଗାଣରେ ୪୪ ପ୍ରତିଶତ ଭାଗିଦାରୀ ରୁଷ ହାତରେ ରହିଛି। ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ।
  17. ରୁଷର କମ୍ପାନୀ ଗୁଡିକ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି।
  18. ରୁଷର ଏକ ଖବର କାଗଜ ନୋବାୟ ଗେଜେଟ୍ ଖୋଲିଛି ୟୁକ୍ରେନକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା । ୟୁକ୍ରେନକୁ କିଛି ଏପରି ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି ପୁଟିନ, ଯେପରି ରାଜଧାନୀ କିଭ୍ ସହ ଦେଶର ମଧ୍ୟ ଏବଂ ପୂର୍ବାଞ୍ଚଳରେ ରୁଷ ସମର୍ଥିତ ରହିବେ। ଅନ୍ୟପଟେ ୟୁରୋପକୁ ଲାଗିଥିବା ପଶ୍ଚିମାଞ୍ଚଳକୁ ସେମାନଙ୍କ ପାଇଁ ଛଡା ଯିବ।
  19. ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
  20. ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର୍ ଜେଲେନସ୍କି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.