• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଇନ ସେବାକୁ ଚାକିରି କିମ୍ବା କର୍ପୋରେଟ ବ୍ୟବସାୟ ଭାବିବା ଉଚିତ ନୁହେଁ ବରଂ ଏହାକୁ ସେବା ଭାବେ ଗ୍ରହଣ କଲେ ଗଭୀର ଆତ୍ମସନ୍ତୋଷ ମିଳିଥାଏ ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ମତବ୍ୟକ୍ତ କରିଛନ୍ତି।
  2. ୟୁକ୍ରେନ ଦାବି କରିଛି ଯେ ଆକ୍ରମଣ ଆରମ୍ଭ ହେବା ପରଠାରୁ ୯ ହଜାରରୁ ଅଧିକ ରୁଷ ସୈନିକଙ୍କର ମୃତ୍ୟୁ ହୋଇଛି।
  3. ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ। ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
  4. ସିଙ୍ଗାପୁର ରପ୍ତାନୀ  ଉପରେ କଟକଣା ଲାଗୁ କରିବ ଓ କିଛି ରୁଷୀୟ ବ୍ୟାଙ୍କ ଉପରେ ଆର୍ଥିକ ପ୍ରତିବନ୍ଦକ ଲାଗୁ କରିବ । ତା’ଛଡ଼ା ସିଙ୍ଗାପୁର କ୍ରିପ୍ଟୋ କରେନ୍ସି କାରବାର ଉପରେ ମଧ୍ୟ କଟକଣା ଲାଗୁ କରିବ।
  5. ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପଦ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଦଳ ପକ୍ଷରୁ ସୁଲୋଚନା ଦାସଙ୍କ ନାମ ଘୋଷଣା କରାଯାଇଛି।
  6. ସେହିପରି କଟକ ମହାନଗର ନିଗମ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ  ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ସଙ୍ଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
  7. କର୍ଣ୍ଣାଟକର ବାଙ୍ଗାଲୋରରେ ଚାଲିଥିବା ଦ୍ବିତୀୟ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡ଼ିଶା ୧୨୯ରନରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
  8. ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବା ଲାଗି ରୁଷିଆ ଯୋଜନା କରିଥିବାବେଳେ ସଫଳ ହୋଇପାରି ନାହିଁ। ଜେଲେନସ୍କିଙ୍କ ଅଦମ୍ୟ ସାହସ ଓ ଦେଶଭକ୍ତି ନିକଟରେ ସାରା ବିଶ୍ବ ଶତମୁଖ ହୋଇଉଠିଛି। ରୁଷିଆର ଘନ ଘନ ଆକ୍ରମଣ ସତ୍ତ୍ବେ ଜେଲେନସ୍କି ରାଜଧାନୀ କିଭ୍‌ରେ ରହି ନିଜ ସେନାକୁ ନେତୃତ୍ବ ଦେଇଆସୁଛନ୍ତି।
  9. ପାଶ୍ଚାତ୍ୟ ଦେଶମାନଙ୍କୁ ପୁଣି ଧମକାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଏହି ବିବାଦରେ ପ୍ରବେଶ କରିବା ।
  10. ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ। ପଶ୍ଚିମ ଆଫ୍ରିିକାରେ ଥିବା ମାଲି ଦେଶରେ ଗତକାଲି ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଅତି କମରେ ୨୭ ସୈନିକ ମୃତ୍ୟୁବରଣ କରିଛନ୍ତି ଓ ୨୧ ଜଣ ଗୁରୁତର ହୋଇଛନ୍ତି।
  11. ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଅଧା ପାଠ ଛାଡ଼ି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବାର ବ୍ୟବସ୍ଥା କରାଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
  12. ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ରଙ୍କୁ ୨୦୨୨-୨୩ ପାଇଁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଏସାର ମିନ୍‌ମେଟ୍‌ ଲିମିଟେଡ୍‌ର ସିଇଓ ଓ ପରିଚାଳନା ନିର୍ଦେଶକ ଶଶିଶେଖର ମହାନ୍ତିଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି।
  13. ଆମ୍ବଲିଓପିଆ ବା ‘ଲେଜି ଆଇଜ୍ ହେଉଛି ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟା ଯାହାକି ସାରା ବିଶ୍ୱର ୪% ପିଲାଙ୍କୁ ପ୍ରଭାବିତ କରିଥାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହାଦ୍ୱାରା ସ୍ଥାୟୀ ଦୃଷ୍ଟିହୀନତା ଦେଖା ଦେଇପାରେ ।
  14. ୟୁକ୍ରେନ ଉପରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ ପରିବା ପରେ ବିଶ୍ବ ତୈଳ ବଜାରରେ ନିଆଁ ଲାଗିଯାଇଛି। ପ୍ରତିଦିନ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ନିଜ ଆବଶ୍ୟକତାର ୮୨ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ ଏହାକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛି।
  15. ପରିଚିତ ବ୍ୟାଟେରି କଂପାନି ‘ଏଭାରେଡି’ ଏହାର ପୁରୁଣା ମାଲିକଙ୍କ ହାତକୁ ଖସିଯିବ। କୋଲକାତାର ଖୈତାନ ପରିବାର ପାଖରେ ଏହା ଏବେ ରହିଛି। କିନ୍ତୁ ଏହି ସଂସ୍ଥାକୁ ଖୁବ୍‌ଶୀଘ୍ର ଦେଶର ଅନ୍ୟତମ ଚର୍ଚ୍ଚିତ ଶିଳ୍ପପତି ପରିବାର ବର୍ମନଙ୍କ ପରିବାର ଅଧିଗ୍ରହଣ କରିବେ।
  16. ୟୁକ୍ରେନ ଉପରେ ଆକ୍ରମଣ ଚଳାଇଥିବା ରୁଷ୍‌ ଏବଂ ଏହାର ଘନିଷ୍ଠ ସହଯୋଗୀ ଦେଶ ବେଲାରୁଷ୍‌କୁ ବିଶ୍ବ ବ୍ୟାଙ୍କ ଏକ ବଡ଼ ଝଟ୍‌କା ଦେଇଛି। ସେହି ଦୁଇ ଦେଶରେ ବିଶ୍ବବ୍ୟାଙ୍କ ଏହାର ସମସ୍ତ ପ୍ରକଳ୍ପକୁ ତୁରନ୍ତ ବନ୍ଦ ଘୋଷଣା କରିଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ୨୦୧୪ ମସିହାରୁ ରୁଷ୍‌କୁ କୌଣସି କୌଣସି ନୂଆ ଋଣ କିମ୍ବା ନିବେଶ ମଞ୍ଜୁର ହୋଇନାହିଁ।
  17. ଆତଙ୍କବାଦୀଙ୍କ ଦେଶ ଭାବରେ ପୁରା ବିଶ୍ୱରେ ପରିଚିତ ପାକିସ୍ତାନ ଏବର୍ଷ ବି ଏଫଏଟିଏଫ୍ ର ଗ୍ରେ ତାଲିକାରେ ରହିଛି । କ୍ରମାଗତ ଭାବରେ ଆତଙ୍କବାଦିଙ୍କୁ ପାଣ୍ଠି ଯୋଗାଇ ଆସୁଛି ଏହି ଦେଶ ।
  18. ଦେଶରେ ପ୍ରଥମ କରି ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବା ପାଇଁ ଯୋଜନା ହୋଇଛି । ସୂଚନା ଅନୂସାରେ ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବାକୁ ଯାଉଛନ୍ତି କୁସ୍ତି ମାଷ୍ଟର ସୁଶୀଲ କୁମାର । ସୁଶୀଲ କୁମାର ଗତବର୍ଷ ମାର୍ଚ୍ଚ ମାସରୁ ତିହାର ଜେଲରେ ରହିଛନ୍ତି ।
  19. ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।
  20. ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶିତ Gangubai Kathiawadi ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଫେବୃଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମଟି  ଶୁକ୍ରବାର ମଧ୍ୟରେ ଗ୍ଲୋବାଲ୍ ବକ୍ସ ଅଫିସରେ ୧୦୦ କୋଟି ପାର୍ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.