• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁ‌କ୍ରେନ୍‌ରେ ରୁଷ୍‌ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଅପରାଧ ଘଟାଇ ଚାଲିଛି ଏବଂ ଏହାର ବଳିଷ୍ଠ ପ୍ରମାଣ ମିଳିଛି ବୋଲି ଆମେରିକା ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏ ବାବଦରେ ମାନବାଧିକାର ସଂଗଠନ ଏବଂ ଜାତିସଂଘ ଦ୍ବାରା ଯଥାରୀତି ତଦନ୍ତ ହେବ ବୋଲି ସେ କହିଛନ୍ତି।
  2. ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ର ବିଭିନ୍ନ ସହରରୁ ଲୋକଙ୍କୁ ଖାଲି କରାଇବା ପାଇଁ ହୋଇଥିବା ମାନବୀୟ କରିଡରକୁ ଉଭୟ ରୁଷ୍‌ ଓ ୟୁକ୍ରେନ୍‌ ସେନା ସମ୍ମାନ ଦେଉନାହାନ୍ତି ଏବଂ ଉକ୍ତ ଅଂଚଳରେ ଯୁଦ୍ଧବିରତି ଭିତରେ ବି ଅଚାନକ ଲଢ଼େଇ ଆରମ୍ଭ ହୋଇଯାଉଛି। 
  3. ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌କୁ ଫୋନ୍‌ କରି ଦେଶର ସାଂପ୍ରତିକ ସ୍ଥିତି ସଂପର୍କରେ ଅବଗତ କରିବା ସହ ତୁରନ୍ତ ଯୁଦ୍ଧବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ସହାୟତା ଲୋଡ଼ିଛନ୍ତି। ୟୁକ୍ରେନ୍‌କୁ ମହାସଂକଟରୁ ରକ୍ଷା କରିବାକୁ ଆମେରିକା ଓ ୟୁରୋପ୍‌ ଆଗକୁ ନ ଆସିଲେ ପ୍ରଳୟଙ୍କରୀ କ୍ଷୟକ୍ଷତି ହେବ ବୋଲି ଜେଲେନସ୍କି କହିଛନ୍ତି।
  4. ପାଲେଷ୍ଟାଇନ୍‌ରେ ଭାରତର ରାଷ୍ଟ୍ରଦୂତଙ୍କ ରବିବାର ଦିନ ଅଚାନକ ମୃତ୍ୟୁ ଘଟିଥିବା ଖବର ମିଳିଛି। ରମଲ୍ଲା ସ୍ଥିତ ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା।
  5. କାନପୁରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଇନଷ୍ଟିଚ୍ୟୁଟ୍ ଅଫ୍‌ ଏଣ୍ଟରପ୍ରେନ୍ୟୁରସିପ୍‌ ଡେଭଲପମେଣ୍ଟର ନିର୍ଦ୍ଦେଶକ ଦେବେନ୍ଦର ପାଲ ସିଂଙ୍କ ଏନ୍‌ସିଆର୍‌, କାନପୁର ଏବଂ ଲକ୍ଷ୍ନୌର ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରି ୪.୨୫ କୋଟି ଜବତ କରିଛି।
  6. କେରଳରେ ଏହା ବାସ୍ତବତାର ରୂପ ନେବାକୁ ଯାଉଛି | ତିରୁବନନ୍ତପୁରମ୍ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍ ବାଲୁସେରୀ ବିଧାୟକ ସଚିନ ଦେବଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି |
  7. ଚଳିତ ମାସ ୧୦ ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାମ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ।
  8. ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ  ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ ଇଣ୍ଡିଆ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।
  9. ଓଡିଶା ବିଧାନସଭାର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
  10. ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭାରତ ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରିଛି  ।
  11. ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବାକୁ ସୁଯୋଗ ଦିଆଗଲେ ଓଡ଼ିଶା ଦେବ ସମର୍ଥନ: ମୁଖ୍ୟମନ୍ତ୍ରୀ ।
  12. ସଚିନଙ୍କ ରେକର୍ଡର ସମକକ୍ଷ ହେଲେ ମିଥାଲି ରାଜ । ପ୍ରଥମ ମହିଳା କ୍ରିକେଟର ଭାବେ ଖେଳିଲେ ୬ଟି ବିଶ୍ୱକପ୍ ।
  13. ବିଧାନପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତିଙ୍କ ସୂଚନା- କେନ୍ଦ୍ର ମାଗିଛି ତଥ୍ୟ, ଶୀଘ୍ର ଦିଆଯିବ ଉତ୍ତର ।
  14. ଚୂଡାନ୍ତ ପର୍ଯ୍ୟାୟରେ ‘ଅପରେସନ ଗଙ୍ଗା’, ଏବେ ସୁମିରେ ଅଟକିଥିବା ଲୋକଙ୍କୁ ବାହାର କରିବା ଉପରେ ଗୁରୁତ୍ୱ ।
  15. ଫ୍ରାନ୍ସର ମହାକାଶ ସଂସ୍ଥା ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ଏକ ଉପଗ୍ରହ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାର ପ୍ରାୟ ୯ ହଜାର ଉପଭୋକ୍ତା ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜର୍ମାନୀ, ଗ୍ରୀସ୍‌, ହଙ୍ଗେରୀ, ଇଟାଲୀ, ପୋଲାଣ୍ଡ ଆଦି ରାଷ୍ଟ୍ର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି।
  16. ମହିଳା ଦିନିକିଆ ବିଶ୍ୱକପରେ ପୁଣି ପରାଜୟର ସ୍ୱାଦ ଚାଖିଛି ପାକିସ୍ତାନ । ଫେବ୍ରୁଆରୀ ୪ରୁ ମହିଳି ଦିନିକିଆ ବିଶ୍ୱକପ ଆରମ୍ଭ ହୋଇଥିବାବେଳେ ଆଜି ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା ।
  17. ଟାଙ୍ଗୀ ଗଙ୍ଗାଧରପୁର ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ । ଟ୍ରେନରୁ ଖସି ବି ଜୀବିତ ରହିଛନ୍ତି ଯୁବକ । ସୋଲୋରୀ-ଗଂଗାଧର ପୁର ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ ଜଣେ ଯୁବକ ।
  18. ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ କି ୩ମାସିଆ ବଜେଟ୍ ଆସିବ, ତାହା ଏଯାଏ ସ୍ଥିର କରାଯାଇନାହିଁ ।
  19. ଜୋନାଥନ ମା ୟୁଟ୍ୟୁବ୍‌ରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, କ୍ରିପ୍ଟୋ ଓ ଟେକନିକ ସଂପର୍କିତ ଭିଡିଓ ପ୍ରସ୍ତୁତ କରନ୍ତି । ତାଙ୍କର ୟୁଟ୍ୟୁବରେ ୧୬ ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି । ଫୁଲଟାଇମ୍ ୟୁଟ୍ୟୁବର ହେବା ପୂର୍ବରୁ ସେ ଫେସବୁକ ଓ ଗୁଗଲରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ । ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
  20. ଭାରତ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ପରିସ୍ଥିତି ମୁକାବିଲା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି । ଟଙ୍କାର ବିନିମୟ ଦରରେ ଉତ୍‌ଥାନ-ପତ୍ତନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ନିଜର ବିଦେଶୀ ମୁଦ୍ରାକୋଷରୁ ପାଖାପାଖି ୨ ବିଲିୟନ ଡଲାର ବିକ୍ରି କରିଥିବା ଅନୁମାନ କରାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.