• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନଟୋର ସଦସ୍ୟ ପାଇଁ ପୁଣି ଗୋଟିଏ ଦେଶ ଆଗକୁ ବଢିଛି। କୋସୋଭୋ ରାଷ୍ଟ୍ରପତି ଓସାମି ଏଥିପାଇଁ ୱାସିଂଟନର ସହାୟତା ଲୋଡିଛନ୍ତି । ଏହି ମିଲାଟାରୀ ସଂଗଠନର ସଦସ୍ୟତା ପାଇଁ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନ ହସ୍ତକ୍ଷେପ ଲୋଡିଛନ୍ତି।
  2. ଗୁରୁବାର ଅହମ୍ମଦାବାଦରେ ଗ୍ରୀଷ୍ମ ଲହରୀ ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଛି। ଗୁଜରାଟରେ ସାଧାରଣତଃ ଏପ୍ରିଲ ମାସରୁ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୁଏ।
  3. ପେଗାସସ୍ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଦାବି କରିଛନ୍ତି। ମମତା ବାନାର୍ଜୀ ଗୁରୁବାର ଦାବି କରିଛନ୍ତି, ଚାରି-ପାଞ୍ଚ ବର୍ଷ ପୂର୍ବେ ପେଗାସସ ସ୍ପାଏୱେରକୁ ବିକଶିତ କରିଥିବା କମ୍ପାନୀ ରାଜ୍ୟ ପୋଲିସ ସହ ଯୋଗାଯୋଗ କରିଥିଲା। ମମତା କହିଛନ୍ତି, କମ୍ପାନୀ ୨୫ କୋଟି ଟଙ୍କାରେ ଏହାକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ସରକାର ଯେତେବେଳେ ଏହା ବିଷୟରେ ଜାଣିଲେ, ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ।
  4. ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ସ୍କୁଲର ଛାତ୍ରଛାତ୍ରୀ ଗୀତା ଜ୍ଞାନ ଏବଂ ଏହାର ମୂଲ୍ୟବୋଧ ବିଷୟରେ ଯେପରି ଜାଣିପାରିବେ ଏଥିପାଇଁ ଗୀତା ଉପରେ ଭାଷଣ ପ୍ରତିଯୋଗୀତା, ଶ୍ଲୋକ ଗାନ ଏବଂ ସାହିତ୍ୟର ଆୟୋଜନ କରାଯିବ ।
  5. ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ନରଖେ ତେବେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଦୁଇ ପକ୍ଷ ମଧ୍ୟରେ ଛାଡ଼ପତ୍ର ସହିତ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି ।
  6. ପଞ୍ଜାବରେ ଦୁର୍ନୀତି ଦୂର କରିବା ପାଇଁ ସେ ପ୍ରଥମ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମାର୍ଚ୍ଚ ୨୩ ତାରିଖରେ ଏକ ଫୋନ୍‌ ନମ୍ବର ଜାରି କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଜନତା ଏହି ଫୋନ୍‌ ନମ୍ବରରେ କଲ୍‌ କରି କିମ୍ବା ମେସେଜ ପଠାଇ ଆଖପାଖ ଅଞ୍ଚଳରେ ହେଉଥିବା ଭ୍ରଷ୍ଟାଚାର ସମ୍ପର୍କରେ ସୂଚନା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
  7. ଓମିକ୍ରନ ସଂକ୍ରମଣ ମଧ୍ୟରେ ଦକ୍ଷିଣ କୋରିଆରେ କୋଭିଡ-୧୯ ପରିସ୍ଥିତି ଏବେ ସଙ୍ଗିନ ହୋଇପଡିଛି। ଗୁରୁବାର ଦେଶରେ ଗୋଟିଏ ଦିନରେ ୬ ଲକ୍ଷ ନୂଆ କୋଭିଡ ଚିହ୍ନଟ ହେବା ପରେ ପରିସ୍ଥିତି ଜଟିଳ  ହୋଇପଡିଛି।
  8. ଫ୍ୟୁଚର ରିଟେଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ କହିଛି ଯେ, ଆମାଜନ ସାର୍ବଜନୀନ ଭାବେ ଅନେକ ମିଡିଆ ରିପୋର୍ଟ ଜାରି କରିଛି । ଯେଉଁଥିରେ ଫ୍ୟୁଚର ଗ୍ରୁପ୍ ଟ୍ରିବ୍ୟୁନାଲ ଓ କୋର୍ଟଙ୍କ ଆଦେଶଙ୍କୁ ଉଲ୍ଲଙ୍ଘନ କରି ରିଟେଲ ସମ୍ପତ୍ତି ରିଲାଏନ୍ସକୁ ପ୍ରଦାନ କରିଥିବା କହିଛି । ଏହା ମିଛ । ରିଟେଲ ଷ୍ଟୋରକୁ ରିଲାଏନ୍ସକୁ ପ୍ରଦାନ କରାଯାଇ ନାହିଁ ।
  9. ୟୁକ୍ରେନ ଓ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆମେରିକା ୧୦୦ ଯୁଦ୍ଧରେ ବ୍ୟବହୃତ ଡ୍ରୋନ୍ ପଠାଇଛି । ଏହି ସବୁ ଡ୍ରୋନ୍ ଟାର୍ଗେଟକୁ ଭେଦ କରିବାରେ ସକ୍ଷମ ହୋଇଥାଏ ।
  10. ଜେଡିୟୁର ପୂର୍ବତନ ନେତା ତଥା ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ନିଜ ଦଳକୁ ଆରଜେଡିରେ ବିଲୟ କରିବେ ବୋଲି ସୂଚନା ମିଳିଛି । ଏନେଇ ନିଜେ ଶରଦ ଯାଦବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୨୦ରେ ସେ ବିଧିବଦ୍ଧ ଭାବେ ନିଜ ଦଳକୁ ଆରଜେଡି ସହ ବିଲୟ କରିବେ । ଏହି ଅବସରରେ ତାଙ୍କର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।
  11. ଋଷ ଓ ୟୁକ୍ରେନ ମଧ୍ୟରେ ୨୧ ଦିନ ଧରି ଭୟଙ୍କର ଯୁଦ୍ଧ ଜାରି ରହିଛି । ଗୁରୁବାର ଯୁଦ୍ଧର ୨୨ତମ ଦିନ ଅଟେ । କଡା ପ୍ରତିବନ୍ଧକ ସତ୍ତ୍ୱେ ଋଷ ଘନଘନ ମିସାଇଲ ମାଡ ଜାରି ରଖିଛି ।  
  12. ପୁରୁଷୋତ୍ତମପୁର ବ୍ଲକ ହନୁମାନପଲ୍ଲୀ ଠାରେ ରୁଷିକୂଲ୍ୟା ନଦୀରେ ଏକ ବ୍ୟା​‌​‌ରେଜ ନିର୍ମାଣ କରାଯିବ। ବିଳମ୍ବରେ ହେଲେ ବି ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛି ଜିଲା ଜଳ ସମ୍ପଦ। ଚାଷୀ ଓ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଠାରେ ଏକ ବ୍ୟାରଜ ନିର୍ମାଣ କରିବାକୁ ବହୁ ବର୍ଷ ତଳୁ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏବେ ୧୫ ଦିନ ହେବ ବ୍ୟାରେଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ସର୍ବେକ୍ଷଣ ଆରମ୍ଭ ହୋଇଛି।
  13. ଭାରତ ନିଜ ମୋଟ ଆବଶ୍ୟକତାର ପ୍ରାୟ ୮୫% ବିଦେଶରୁ ଆମଦାନୀ କରିଥାଏ। ମୁଖ୍ୟତଃ ଉପସାଗରୀୟ ରାଷ୍ଟ୍ର ସମୂହ, ରୁଷ ଆଦି ଦେଶରୁ ଭାରତ ତୈଳ କିଣିଥାଏ। ତେବେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ରୁଷ୍‍ ଉପରେ ସବୁ କ୍ଷେତ୍ରରେ କଟକଣା ଲାଗୁ କରିସାରିଛନ୍ତି।
  14. ହାସ୍ୟାଭିନେତା କପିଲ ଶର୍ମା ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ପ୍ରାୟ ୧ ମାସରୁ ଅଧିକ ସମୟ ହେବ କପିଳ ଶର୍ମା ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ଏକ ଚଚ୍ଚଚିତ୍ରର ସୁଟିଂ କରୁଛନ୍ତି ଓ ଏହି ଚଚ୍ଚଚିତ୍ରର ସୁଟିଂ ଭୁବନେଶ୍ୱରରେ ଚାଲିଥିବା ଜଣାପଡିଛି।
  15. ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଇ-ଫାଇଲିଂ ପୋର୍ଟାଲରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ୬ କୋଟି ୬୩ ଲକ୍ଷରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଥିବା ଜଣାପଡ଼ିଛି। ଗତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନରେ ୪ ଲକ୍ଷ ୭୭ ହଜାର ଆୟକର ଦାତା ରିଟର୍ଣ୍ଣ ଦାଖଲ କରିଥିଲେ
  16. ଉତ୍ତରପ୍ରଦେଶରେ ଯୋଗୀ ସରକାର ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବା ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ‌ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ।
  17. ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ଧ୍ବଂସ ହୋଇଯିବା ଚାହୁଛନ୍ତି। ରୁଷ୍‌ ବିରୋଧରେ ସେମାନଙ୍କ ବିଷାଳ ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଲଢ଼େଇ ଚାଲିଛି। ତେବେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କର ରୁଷ୍‌ ବିରୋଧୀ ଅଭିଯାନରେ କେତେକ ରୁଷ୍‌ ନାଗରିକ ମଧ୍ୟ ହାତ ମିଳାଇଛନ୍ତି
  18. ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଟୁଇଟ୍ କରି କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ କରି ରୁଷର କେତେ କ୍ଷତି ଘଟିଛି। ଟୁଇଟ୍ ଅନୁଯାୟୀ ରୁଷର ୧୪,୦୦୦ ସୈନିକ ନିହତ ହୋଇଥିବା ସହ ୮୬ଟି ବିମାନ, ୧୦୮ଟି ହେଲିକପ୍ଟର ଏବଂ ୪୪୪ ଟ୍ୟାଙ୍କ ନଷ୍ଟ ହୋଇଛି।
  19. ବିହାରର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ବିହାରର ବୈଶାଳୀ ଜିଲ୍ଲାରେ ରାମାୟଣ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନିଆଯାଇଛି | ଏଥିପାଇଁ ଇସଲାମପୁରରେ ୧୨ ଏକର ଜମି ଚିହ୍ନଟ କରାଯାଇଛି। ମହାବୀର ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମାୟଣ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ବିଭାଗ ନିକଟରେ ଆବେଦନ କରାଯାଇଛି |
  20. ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀଭାବେ ଦର୍ଶାଇ ୟୁଏସ୍‌ କଂଗ୍ରେସରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବିଭିନ୍ନ ବୟାନରେ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ ବୋଲି କହୁଥିବା ଦେଖାଯାଇଛି। ଅନ୍ତର୍ଜାତୀୟ ଅପରାଧିକ ଅଦାଲତରେ ଦୁଇ ସପ୍ତାହ ତଳେ ରାଷ୍ଟ୍ରପତି ପୁଟିନ ଓ ତାଙ୍କ ଅଧିକାରୀଙ୍କୁ ଯୁଦ୍ଧ ଅପରାଧୀ ଭାବେ ଦର୍ଶାଇବା ପାଇଁ ଆବେଦନ ହୋଇଥିଲା ଏବଂ ଅଦାଲତ ଏ ବାବଦରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.