• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାର୍ଚ ୨୫ରେ ଦ୍ବିତୀୟ ପାଳି ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନ‌େ ମଧ୍ୟ ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।
  2. ଏସିଆ ଓ ୟୁରୋପ ମଧ୍ୟରେ ସମ୍ପର୍କର ସେତୁବନ୍ଧ କୁହାଯାଉଥିବା ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ ସେତୁ’କୁ ଶୁକ୍ରବାର ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦଘାଟନ କରିଛନ୍ତି।
  3. ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକରେ ଶୁକ୍ରବାର ଭାରତ ଜୈବିକ ଓ ବିଷବାହୀ ଅସ୍ତ୍ରଶସ୍ତ୍ର ବାରଣ ଉପରେ ଗୁରୁତ୍ବ ଦେଇଛି।
  4. ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଆଲୋଚନା ବେଳେ ସି କହିଛନ୍ତି ଯେ ୟୁକ୍ରେନ୍ ସଂକଟ ଯୋଗୁଁ କାହାରି ହିତସାଧନ ହେବ ନାହିଁ ।
  5. ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ କ୍ରମାଗତ ଭାବେ ଅଭୂତପୂର୍ବ ବ୍ୟବସାୟ କରି ଚାଲିଛି। ପ୍ରତ୍ୟେକ ଦିନ ଏହି ଚଳଚ୍ଚିତ୍ର ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି। ରିଲିଜ୍ ହେବାର ସପ୍ତମ ଦିନରେ ‘ଦ କଶ୍ମୀର ଫାଇଲ୍ସ’ ଏପରି ଏକ ରେକର୍ଡ ତାଲିକାରେ ସାମିଲ ହୋଇଛି
  6.  ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ସେ ଶନିବାର ଓ ରବିବାର ଦିଲ୍ଲୀରେ ରହିବେ । ସେଠାରେ ଭାରତ-ଜାପାନ ସମ୍ମିଳନୀରେ ଭାଗ ନେବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
  7. ଗୋଲଡେନ୍‌ ବାବା ରହସ୍ୟମୟ ଭାବେ ହୋଇଗଲେ ନିଖୋଜ । ପରିଜନ , ଅନୁଗତ  ବ୍ୟସ୍ତ- ଚିନ୍ତିତ। ପୋଲିସର ବିନ୍ଧିଲା ମୁଣ୍ଡ । ଚାରିଆଡେ ଛାନଭିନ୍‌ । ଶେଷରେ  ଚିତ୍ରକୂଟରୁ କିଛି ମାଇଲ ଦୂର ମାଇହାର ମନ୍ଦିର ନିକଟରେ ଠାବ ହେଲେ କାନପୁରର ଗୋଲଡେନ ବାବା
  8. ହୋଲି ଉତ୍ସବ ପରେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ  ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଶୁକ୍ରବାର ଅପରାହ୍ନରେ ନଦୀରେ ଗାଧୋଉଥିବା ବେଳେ ୭ ଜଣ ଭାସିଯାଇଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।
  9. ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍‌ର ଦେଶର ସବୁଠୁ ବଡ ବିଶ୍ଵସ୍ତରୀୟ ପ୍ରତିଷ୍ଠିତ ବହୁମୁଖୀ ଜିଓ ଓ୍ଵାର୍ଲ୍ଡ କେନ୍ଦ୍ରର ଉଦଘାଟନ ହୋଇଛି। ଏହା ମୁମ୍ବାଇର ବାଣିଜ୍ୟିକ କେନ୍ଦ୍ର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୧୮.୫ ଏକର ବିସ୍ତୀର୍ଣ୍ଣ ଜମି ଉପରେ ନିର୍ମାଣ କରାଯାଇଛି।
  10. ମିଳିତ ଜାତିସଂଘ(ୟୁଏନ୍‌)ର ବାର୍ଷିକ ସୂଚକାଙ୍କରେ ପଞ୍ଚମ ବର୍ଷ ପାଇଁ ଫିନ୍‌ଲାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ନାମିତ କରାଯାଇଛି। ଶୁକ୍ରବାର ପ୍ରକାଶିତ ହୋଇଥିବା ଓ୍ବାଲର୍‌ଡ ହାପିନେସ ରିପୋର୍ଟ’ରେ ଏହା ଦର୍ଶା ଯାଇଛି। ଅପରପକ୍ଷେ ଆଫଗାନିସ୍ତାନକୁ ସବୁଠାରୁ ଦୁଃଖି ଦେଶ ଭାବେ ବିବେଚନା କରାଯାଇଛି।
  11. ଚଳିତ ବର୍ଷ ରାଜ୍ୟସଭାରେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଆସାମରୁ ପବିତ୍ରା ମାର୍ଗରିଟା, ହିମାଚଳ ପ୍ରଦେଶରୁ ଡା.ସିକନ୍ଦର କୁମାର, ନାଗାଲାଣ୍ଡରୁ ଏସ.ଫେଗନୋନ କୋୟନକ ଏବଂ ତ୍ରିପୁରାରୁ ଡା.ମାଣିକ ଶାହଙ୍କ ନାଁ ଘୋଷଣା କରିଛି ଦଳ।
  12. ୨୩ ଦିନରେ ବି ୟୁକ୍ରେନ ଉପରେ ରୁଷିଆ ସେନାର ଆକ୍ରମଣ ଜାରି, ପୂର୍ବ ୟୁକ୍ରେନରେ ଆତଙ୍କ ଖେଳାଉଛି ପୁଟିନ ବାହିନୀ ।
  13. ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି । ନୀତି ବିଳମ୍ବ ଯୋଗୁଁ ଖରାରେ ସିଝିଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ ।
  14. ଉତ୍ତରପ୍ରଦେଶ ଶାହାଯାହାନପୁରରେ ଭୟାବହ ଅଗ୍ନିକାଣ୍ଡ । ଶାହାଜାହାନପୁରସ୍ଥିତ ତହସିଲ ଅଫିସରେ ନିଆଁ ଲଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।
  15. ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଶୁକ୍ରବାର ଛାତ୍ରୀମାନଙ୍କୁ ପ୍ରତିମାସରେ ଏକ ହଜାର ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିମାସରେ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର କରିବେ ତାମିଲନାଡୁ ସରକାର।
  16. ମୋଜିଲା ଫାୟାର ଫକ୍ସ ବ୍ରାଉଜର ତାର ୟୁଜରମାନଙ୍କୁ ଚେତାବନି ଜାରି କରିଛି। ଏହି ଚେତାବନୀ ସରକାରୀ ଏଜେନ୍ସି ଇଣ୍ଡିଆନ କମ୍ପ୍ୟୁଟର ଏମରଜିନ୍ସି ରେସ୍ପୋନ୍ସ ଟିମ (ସିଇଆରଟି-ଆଇଏନ) ତରଫରୁ ଜାରି କରାଯାଇଛି। ସିଇଆଟି କହିଛି ମଜିଲା ଫାୟାର ଫକ୍ସ ବ୍ରାଉଜରରେ ଅନେକ ଅସୁବିଧା ଦେଖାଦେଉଛି ଯାହାଫଳରେ ହ୍ୟାକର୍ସମାନେ ଏହାର ଲାଭ ଉଠାଇପାରନ୍ତି।
  17. କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ  ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତାବିତ ‘ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ’ର ରୂପରେଖ ଉପରେ ଆଲୋଚନା କରିଛନ୍ତି ।
  18. ବିଶ୍ୱର ପ୍ରମୁଖ ଅଶୋଧିତ ତୈଳ ଆମଦାନୀକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ। ଏହା ନିଜ ମୋଟ ଆବଶ୍ୟକତାର ପ୍ରାୟ ୮୫% ବିଦେଶରୁ ଆମଦାନୀ କରିଥାଏ। ମୁଖ୍ୟତଃ ଉପସାଗରୀୟ ରାଷ୍ଟ୍ର ସମୂହ, ରୁଷ ଆଦି ଦେଶରୁ ଭାରତ ତୈଳ କିଣିଥାଏ।
  19. ୧୯୨୩ ମସିହା ମାର୍ଚ୍ଚ ୧୮ ତାରିଖରେ ମାତୃଭୂମି ସମ୍ବାଦପତ୍ର ପ୍ରକାଶ ପାଇଥିଲା। ମାତୃଭୂମି ସମ୍ବାଦପତ୍ର ସର୍ବଦା ସମାଜରେ ସଂସ୍କାର ଓ ବିକାଶ କାର୍ଯ୍ୟସୂଚୀକୁ ଏହାର ସମ୍ବାଦରେ ଅଗ୍ରାଧିକାର ଦେଇଆସିଛି। ଏହା ଜାତୀୟ ସ୍ୱାର୍ଥକୁ ସର୍ବଦା ଶୀର୍ଷରେ ରଖିଛି। ମାତୃଭୂମିର ୧୫ଟି ସଂକଳନ ଓ ୧୧ଟି ପତ୍ରିକା ରହିଛି। ତା’ଛଡା ମାତୃଭୂମି ପୁସ୍ତକ ବିଭାଗ ଅନେକ ବହି ପ୍ରକାଶ କରିଆସୁଛି।
  20. ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ରନାଥ ମାନସିଂହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କୋଭିଡ୍‍-୧୯: ଯାହା ଜାଣିବା ଆବଶ୍ୟକ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ରାଜଭବନରେ ଉନ୍ମୋଚନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.