• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟାକାରୀ କରିବାକୁ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ଦାଖଲ କଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିହିତ ପଦକ୍ଷେପ ନେବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ଅନୁମୋଦନ ମିଳିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥିତ ଢଙ୍ଗରେ କରିବାରେ ସହାୟକ ହେବେ ରାଜ୍ୟପାଳ ।
  2. ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।ଗତ ବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
  3. ଜଗନ୍ନାଥ ସେଠୀ, ବ୍ରହ୍ମପୁର ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଜଗନ୍ନାଥଙ୍କ ଅଫିସ୍ ସମେତ ଭିଜିଲାନ୍ସ ୪ଟି ସ୍ଥାନରେ ରେଡ୍ କରିଛି । ବ୍ରହ୍ମପୁର ଗଜପତିନଗରରେ ଜଗନ୍ନାଥଙ୍କ ୪ ଓ ୫ ମହଲା ବିଶିଷ୍ଟ ୨ଟି କୋଠା ଥିବାବେଳେ ଭୁବନେଶ୍ୱର ଏମ୍ସନଗରରେ ରହିଛି ୪ ତାଲା ବିଲ୍ଡିଂ ।
  4. ୟୁକ୍ରେନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା ଜୈବାସ୍ତ୍ର (ବାୟୋଲୋଜିକାଲ୍‌ ୱିପନ୍‌) ପ୍ରୟୋଗକୁ ସମର୍ଥନ କରୁଛି ବୋଲି ରୁଷ୍‌ କରିଥିବା ଦାବିକୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରାହ୍ୟ କରିବା ସହ ସତର୍କ କରାଇ କହିଛି ଯେ, ଏହାର ଅର୍ଥ ହେଉଛି ମସ୍କୋ ଅବିଳମ୍ବେ ଉକ୍ତ ଅସ୍ତ୍ର ପ୍ରୟୋଗ କରିପାରେ।
  5. ଆନ୍ଧ୍ର ପ୍ରଦେଶର ଆପତ୍ତି ଯୋଗୁ ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହୋଇପାରିନାହିଁ। ଅପରପକ୍ଷେ, ଅତିରିକ୍ତ ନଥି ଦାଖଲ କରିବାରେ ବିଳମ୍ବ ପାଇଁ ଓଡ଼ିଶାକୁ ସୁପ୍ରିମକୋର୍ଟ ଗୋଟିଏ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
  6. ଆମେରିକାର ୫୭ ବର୍ଷୀୟ ଡେଭିଡ୍ ବେନେଟଙ୍କର ଘୁଷୁରି ହୃଦୟ ପ୍ରତିରୋପଣ କରିବାର ୨ ମାସ ପରେ ମୃତ୍ୟୁ ଘଟିଛି। ତେବେ ଏକ ଜିନ୍ ବିବର୍ତ୍ତିତ ଘୁଷୁରି ହୃଦୟ ପ୍ରତିରୋପଣ କରାଇବାରେ ସେ ହେଉଛନ୍ତି ବିଶ୍ବର ପ୍ରଥମ ବ୍ୟକ୍ତି।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ବୁଧବାର ଫୋନରେ କଥା ହୋଇଛନ୍ତି । ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ
  8. ରାଜସ୍ଥାନ ପରେ ଏବେ ଛତିଶଗଡ କଂଗ୍ରେସ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ । ୨୦୦୪ ଜାନୁଆରୀ ପହିଲା ଠାରୁ ରାଜ୍ୟ ସରକାରଙ୍କ ଅଧିନରେ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ନୂଆ ପେନସନ ଯୋଜନା ପରିବର୍ତ୍ତେ ପୁରୁଣା ପେନସନ ଯୋଜାନ ଲାଗୁ ହେବ ବୋଲି ସେ ଘୋଷଣା କରିଛନ୍ତି ।
  9. ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ମୋଟ ୬୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି  ଆଜି ଗୁରୁବାର  ସକାଳ ୮ଟାରୁ ଆରମ୍ଭ ହେବ।
  10. ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ବର ଏକ ନମ୍ବର ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତାରେ ଜାଡେଜା ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
  11. ଯୁଦ୍ଧ ଥମିବ! ୧୨ ଘଣ୍ଟିଆ ଯୁଦ୍ଧବିରତି ସହମତି, ନରମୁଛନ୍ତି ପୁଟିନ୍‌ ଏବଂ ଜେଲେନ୍‌ସ୍କି ।
  12. ସାମୁଦ୍ରିକ ଥାନାଗୁଡ଼ିକରେ ଖାଲିପଡ଼ିଛି ୫୦ ପ୍ରତିଶତ ପଦ, କେତେ ଦିନ ଭିତରେ ପୂରଣ ହେବ ଜଣାଅ: ହାଇକୋର୍ଟ।
  13. ୟୁକ୍ରେନ୍‌ରୁ ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ଦ୍ବାରା ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ‘ଗଙ୍ଗା ଅଭିଯାନ’ ବା ‘ଅପରେସନ୍‌ ଗଙ୍ଗା’ ଗୁରୁବାର ଶେଷ ହେଉଛି।
  14. ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇଯାଇଥିବା ସୂଚନା । ପ୍ରାଣ ହରାଇଲେ ୨ ଜଣ । ମୃତକଙ୍କ ପ୍ରତି ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।
  15. LICଙ୍କ IPO ଲାଗି ଏବେ ରାସ୍ତା ସଫା, ଡ୍ରାଫ୍ଟ ଡକ୍ୟୁମେଣ୍ଟକୁ ମିଳିଲା SEBIଙ୍କ ସବୁଜ ସଂକେତ ।
  16. ପୁଣି ସ୍ୱର ବଦଳାଇଲେ ଜେଲେନସ୍କି । କହିଲେ ଆତ୍ମସର୍ମପଣ କରିବୁନି, ଋଷ ସୈନିକ ଅସ୍ତ୍ର ତ୍ୟାଗ କରି ୟୁକ୍ରେନ ଛାଡନ୍ତୁ । 
  17. କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ମିଳିଲା ଅନୁମତି: ୧୨ ରୁ ୧୭ ବର୍ଗଙ୍କୁ ଦିଆଯାଇପାରିବ ଟିକା।
  18. ରୁଷଠୁ ତୈଳ ଆମଦାନୀ ବନ୍ଦ କଲେ ଅନେକ ଦେଶ, ଦୁନିଆର ଚାହିଦା ପୂରା କରିବାକୁ ଆଗକୁ ଅସିଲା ଭେନେଜୁଏଲା ।
  19. ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ଯୁବ କ୍ରିକେଟର ରାହୁଲ ଚହର । ବୁଧବାର ଗୋଆରେ ନିଜର ନିକଟ ସମ୍ପର୍କୀୟଙ୍କ ଗହଣରେ ପ୍ରେମିକା ଇଶାନୀ ଜୋହରଙ୍କ ହାତ ଧରିଛନ୍ତି ରାହୁଲ ।
  20. ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷା ନିଟ୍‌ (ୟୁଜି) ଲାଗି ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମାର କୌଣସି ମାନଦଣ୍ଡ ରହିବ ନାହିଁ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.