• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୋଆରେ ୪୦ ଆସନରୁ ବିଜେପିକୁ ୨୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୨ଟି ଆସନ । ସେହିପରି ଆମ ଆଦମୀ ପାର୍ଟିକୁ ୨ ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ୬ଟି ଆସନରେ ବିଜୟଲାଭ କରିଛନ୍ତି ।
  2. ପଞ୍ଜାବର ୧୧୭ଟି ଆସନରୁ ଆପକୁ ମିଳିଛି ୯୨ଟି ଆସନ । ବହୁମତ ସହ ପଞ୍ଜାବରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ସେହିଭଳି କଂଗ୍ରେସ ପଞ୍ଜାବରେ ୧୮ଟି ଆସନରେ ସୀମିତ ରହିଛି । ତେବେ ବିଜେପିକୁ ମିଳିଲା ମାତ୍ର ୨ଟି ଆସନ । ସିରୋମଣି ଅକାଳୀ ଦଳ ବା ସାଡକୁ ମିଳିଛି ୪ଟି ଆସନ ।
  3. ମଣିପୁରରେ ମଧ୍ୟ ସମସ୍ତ ଆସନରେ ଭୋଟ ଗଣତି ଶେଷ ହୋଇଛି । ବିଜେପିକୁ ୩୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ନ୍ୟାସନାଲ ପିପୁଲସ୍‌ ପାର୍ଟି ୭ଟି ଆସନରେ ବିଜୟ ଲାଭ କରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୬ଟି ଆସନ ।
  4. ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୯ଟି ଆସନ ମିଳିଛି । ଉତ୍ତରାଖଣ୍ଡରେ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି । 
  5. ଉତ୍ତରପ୍ରଦେଶ କଥା କହିବା ତାହାଲେ ଉତ୍ତରପ୍ରଦେଶର ୪୦୩ ଆସନରୁ ବିଜେପି ମେଣ୍ଟକୁ ୨୭୩ଟି ଆସନ ମିଳିଥିବା ବେଳେ ସରକାର ଗଢିବ ବିଜେପି । ସେହିଭଳି ସମାଜବାଦୀ ପାର୍ଟି ମେଣ୍ଟକୁ ମିଳିଛି ୧୨୫ଟି ଆସନ । ୟୁପିରେ କଂଗ୍ରେସକୁ ମିଳିଛି ମାତ୍ର ଦୁଇଟି ଆସନ । ସେହିପରି ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ଦଳ ୩ଟି ଆସନରେ ବିଜୟ ଲାଭ କରିଛନ୍ତି ।
  6. ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ପଞ୍ଚାୟତରେ ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ତେବେ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମଧ୍ୟ ମହିଳା ରହିପାରିବେ ।
  7. ଶ୍ରୀମନ୍ଦିର ପ୍ରକଳ୍ପ କାମର ପରିଦର୍ଶନ କରି ଏଏସଆଇ ଡିଜି ପଜିଟିଭ ପ୍ରତିକ୍ରିୟା ଦେଇଛନ୍ତି । ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ ଏନଓସି ଦେଇଛନ୍ତି । ହେଲେ ରାଜ୍ୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏହା ଜାଣି ମଧ୍ୟ ବିଭ୍ରାନ୍ତିକର ମନ୍ତବ୍ୟ ଦେବା କେତେ ଦୂର ଠିକ ? 
  8. ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି ।
  9. ମଣିପୁରରେ ମଧ୍ୟ ସମସ୍ତ ଆସନରେ ଭୋଟ ଗଣତି ଶେଷ ହୋଇଛି । ବିଜେପିକୁ ୩୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ନ୍ୟାସନାଲ ପିପୁଲସ୍‌ ପାର୍ଟି ୭ଟି ଆସନରେ ବିଜୟ ଲାଭ କରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୬ଟି ଆସନ ।
  10.  ବିଜେପିର ତୁଙ୍ଗ ନେତା ତଥା ଯୋଗୀ ସରକାରର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସିରାଥୁ ଆସନରେ ପରାଜୟ ବରଣ କରିବାକୁ ପଡିଛି । ସମାଜବାଦୀ ପାର୍ଟି ପ୍ରାର୍ଥୀ ପଲ୍ଲଭୀ ପଟେଲଙ୍କଠାରୁ ୭ ହଜାର ୩୩୭ ଭୋଟରେ ପରାଜିତ ହୋଇଛନ୍ତି ।
  11. ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ଆସନରେ ଆଗୁଆ ଆପ୍ । ବିଶେଷ କରି ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ଆପର ବୃହତ ବିଜୟକୁ ନେଇ ନୁହେଁ, ବରଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନେଇ । ଭଗବନ୍ତ ଏବଂ ଜେଲେନସ୍କିଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।
  12.  ଜଟିଳ ହେବାର ଲାଗିଛି ଯୁଦ୍ଧ ସ୍ଥିତି । ତେଣେ ବିଜୟ ହାସଲ ଲାଗି ଋଷ ୟୁକ୍ରେନରେ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ସତର୍କ କରାଇଛି ଆମେରିକା । ଏହି ଅସ୍ତ୍ର ଯଦି ପ୍ରୟୋଗ କରାଯାଏ ତେବେ ବ୍ୟାପକ ଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
  13. ଋଷ ପ୍ଲେନକୁ କବଜା କରାଯାଇଥିବା ନେଇ ୟୁକେର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରିଟେନ୍ କହିଥିଲା, ଯଦି କୌଣସି ଋଷ ବିମାନ କିମ୍ବା ଟାର୍ଟାଡ୍ ଫ୍ଲାଇଟ୍ ଏୟାରସ୍ପେସକୁ ଆସେ ତ ଅପରାଧ ବିବେଚନା କରାଯିବ ଏବଂ ବିମାନକୁ ଜବତ କରାଯିବ ।
  14. ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଯୋଗାଣ ଏବଂ ଟ୍ରେନ ଭିତର ପରଦା ଲଗାଇବା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କୋଭିଡ ପୂର୍ବବର୍ତ୍ତୀ ସମୟରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍‌ ସେହିପରି ଜାରି ରହିବ।
  15. ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହା କେତେ ମାରାତ୍ମକ ଏବଂ ଏହା କେତେ ଶୀଘ୍ର ବ୍ୟାପିଥାଏ ସେ ବିଷୟରେ ଗବେଷଣା କରାଯାଉଛି । ଜାନୁଆରୀ ୨୦୨୨ ରେ ଫ୍ରାନ୍ସରେ ଏହି ଭୂତାଣୁ ବିସ୍ତାର ଆରମ୍ଭ ହୋଇସାରିଛି। ଏହାପୂର୍ବରୁ ବୈଜ୍ଞାନିକ କହିଛନ୍ତି , କରୋନା ଆମ ଭିତରୁ ଯାଇ ନାହିଁ, ଏହାର ପ୍ରକରଣ ଗୁଡିକ ଆସୁଥିବ।
  16. ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌) ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି। ଅଖିଳେଶଙ୍କ ଅଭିଯୋଗ ପରେ ବାରାଣସୀ ଅତିରିକ୍ତ ଜିଲାପାଳ (ଏଡିଏମ୍) ନଳିନୀକନ୍ତ ସିଂହଙ୍କୁ ନିଲମ୍ବନ କରାଯାଇଛି।
  17. ସମବାୟ ନିର୍ବାଚନ ଆୟୋଗଙ୍କ ସଚିବ ସବୁ ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ପୌର ନିର୍ବାଚନ ସରିବା କ୍ଷଣି ସମବାୟ ନିର୍ବାଚନ କରାଯିବ। ଏଥିଲାଗି ନିର୍ବାଚନ ଅଧିକାରୀ ନିଯୁକ୍ତି ଏବଂ ସେମାନଙ୍କ ତାଲିମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
  18. ପାକିସ୍ତାନ ସଂସଦରେ ହଙ୍ଗାମା । ଇସ୍‌ଲାମାବାଦ ସେନା ସଂସଦର ଲଜ୍‌ ଭିତରେ ଏକ ଅପରେସନ୍‌ ସମୟରେ JUI-F MNA ସାଲାହୁଦ୍ଦିନ ଆୟୁବି ଏବଂ ମୌଲାନା ଜମାଲ-ଉଦ-ଦିନ୍ଙ୍କ ସମେତ ୧୯ ଜଣଙ୍କୁ ଗରିଫ କରିଛି ।
  19. ଅଦାଲତ ଅବମାନନା ମାମଲାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଏଥିଲାଗି ଅନୁଷ୍ଠିତ ତର୍କରେ କେନ୍ଦ୍ର ସରକାର କଠୋର ଦଣ୍ଡ ବିଧାନ ନିମନ୍ତେ କୋର୍ଟଙ୍କୁ ନିବେଦନ କରିଛନ୍ତି।
  20. ଭଗଓ୍ବନ୍ତ ମାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ରାଜଭବନରେ ହେବ ନାହିଁ । ମହାନ୍ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ   ଖଟ୍‌କର କଲାନ୍‌ରେ ହେବ ବୋଲି କହିଛନ୍ତି ମାନ୍‌ । ଚର୍ଚ୍ଚାରେ ଥିବା ଏହି ଆପ୍‌ ନେତା ପଞ୍ଜାବବାସୀଙ୍କର ସର୍ବାଧିକ ପସନ୍ଦର ନେତା ହୋଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.