• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବରେ କରୋନା ମୃତ୍ୟୁ ଜନିତ ସରକାରୀ ତଥ୍ୟକୁ ଭୁଲ୍‌ ପ୍ରମାଣିତ କରିଛି ଲାନ୍‌ସେଟ୍‌ ଅଧ୍ୟୟନ। ବିଶ୍ବରେ ସରକାରୀ ତଥ୍ୟଠାରୁ ୩ ଗୁଣା ଅଧିକ କରୋନା ମୃତ୍ୟୁ ହୋଇଛି । ଭାରତରେ ସରକାରୀ ତଥ୍ୟଠାରୁ ୮ ଗୁଣା ଅଧିକ କରୋନା ମୃତ୍ୟୁ ହୋଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।
  2. ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ସାଢେ ୧୦ରୁ ସାଢେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ସାଢେ ୧୧ରୁ ସାଢେ ୧୨ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ସାଢେ ୧୨ ପରେ ଭୋଟ୍ ।
  3. ୨୦୧୭ରୁ ୨୦୧୯ ମଧ୍ୟରେ ହୋଇଥିବା ସର୍ଭେରେ ଓଡ଼ିଶା ମାତୃ ମୃତ୍ୟୁହାର କମାଇବାରେ ସଫଳ ହୋଇଛି । ଏନେଇ ରେଜିଷ୍ଟାର ଜେନେରାଲ୍ ଅଫ ଇଣ୍ଡିଆ ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି । ରିପୋର୍ଟ ଅନୁସାରେ ପ୍ରତି ୧ ଲକ୍ଷରେ ଓଡ଼ିଶାରେ ୧୩୬ ଜଣଙ୍କର ମୃତ୍ୟୁ ହେଉଛି ।
  4. ଆୟ ଠାରୁ ୩୬୦ ପ୍ରତିଶତ ଅଧିକ ସମ୍ପତ୍ତି ମିଳିବା ପରେ ଭିଜିଲାନ୍ସ ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୯ ତାରିଖରେ ଭିଜିଲାନ୍ସ ଜଗନ୍ନାଥଙ୍କ ୫ଟି ସ୍ଥାନରେ ରେଡ୍ କରିଥିଲା ।
  5. କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ମାଆ କ୍ଷୀର ଭଣ୍ଡାର । ଅତ୍ୟାଧୁନିକ ପ୍ରକ୍ରିୟାରେ କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ କରାଯାଉଛି ମାଆ କ୍ଷୀର । ଆଗକୁ ଅନ୍ୟାନ୍ୟ ଡାକ୍ତରଖାନାକୁ ରକ୍ତ ଭଣ୍ଡାର ଭଳି କ୍ଷୀର ଭଣ୍ଡାରରୁ ପଠାଯିବ ମାଆ କ୍ଷୀର ।
  6. ଜାମ୍ମୁ-କାଶ୍ମୀରରେ ସେନା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ । ଗୁରେଜ ସେକ୍ଟରର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।
  7. ଦେଶର ବିଦେଶୀ ମୁଦ୍ରା ପ୍ରାୟ ଖାଲି ହୋଇଯାଇଛି । ଚୀନ ସହ ଏକାଧିକ ଦେଶଙ୍କ କରଜରେ ବୁଡିଥିବା ଶ୍ରୀଲଙ୍କା ଏବେ କାଙ୍ଗାଳ ଅବସ୍ଥାରେ । ଜାନୁଆରୀରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ କମି ୨.୩୬ ଅରବ ଡଲାର ହୋଇଯାଇଛି । ବିଦେଶୀ ମୁଦ୍ରା କମ କାରଣରୁ ଖାଦ୍ୟ, ଔଷଧ ଓ ଇନ୍ଧନ ଗ୍ୟାସ୍ ଭଳି ଜରୁରୀ ସାମଗ୍ରୀ କିଣିବାକୁ ବି ଶ୍ରୀଲଙ୍କା ଅସମର୍ଥ ।
  8. ଅଫ୍‌ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ପରୀକ୍ଷକ ଆସି ଏକ୍‌ଜାମ ପରିଚାଳନା କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି ।
  9. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଦଶମ ବୋର୍ଡ ପରୀକ୍ଷା ମେ’ ୨୪ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁନ୍‌ ୧୫ରେ ଶେଷ ହେବ। 
  10. ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ମାଡ଼ ହେଲା ଭାରତର କ୍ଷେପଣାସ୍ତ୍ର । ଭୁଲ ସ୍ୱୀକାର କଲା ବିଦେଶ ମନ୍ତ୍ରାଳୟ
  11. ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। 
  12. ୟୁକ୍ରେନରେ କୗେଣସି ପ୍ରକାର ରାସାୟନିକ ତଥା ଜୖେବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହାଛଡା ଋଷ ଯଦି ଦେଶରେ ରାସାୟନିକ ଶସ୍ତ୍ର ପକାଏ ତାହେଲେ ଋଷ ଉପରେ ଅଧିକ ପ୍ରତିବନ୍ଧକ ଲାଗିବ ବୋଲି ସେ ଚେତାବନୀ ଦେଇଛନ୍ତି ।
  13. ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ଚାରି ବର୍ଷ: ଏବେବି ନ୍ୟାୟ ଅପେକ୍ଷାରେ ଓଡ଼ିଶା ।
  14. ଆଇପିଏଲରେ ଖେଳିବେ ଆରୋନ୍ ଫିଞ୍ଚ: ହେଲ୍ସଙ୍କ ସ୍ଥାନରେ କିଣିଲା କେକେଆର ।
  15. ଫର୍ମା କମ୍ପାନୀଙ୍କ ଅନୈତିକ ମାର୍କେଟିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍।
  16. ପେଟିଏମକୁ ଆରବିଆଇର ବଡ ଝଟକା । ପେଟିଏମରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ  ।
  17. ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ଗୁରୁବାର ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛ। ଏହି ଉତ୍ସବ ଉପଲକ୍ଷେ ରବିନ୍ଦ୍ର ଭବନ ଲନ୍‌ ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା, ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା।
  18. ୟୁକ୍ରେନ୍‌ ସେନା ରୁଷିଆ ଦଖଲରୁ ଖାର୍କିଭ୍‌ ଓ ଡେରାଚି ଅଞ୍ଚଳ ଛଡ଼ାଇ ଆଣିଛନ୍ତି। ଗତ ସପ୍ତାହରେ ରୁଷିଆ ଏହି ଦୁଇ ଅଞ୍ଚଳକୁ ଦଖଲ କରିନେଇଥିଲେ ମଧ୍ୟ ବିଶେଷ କରି ଖାର୍କିଭ୍‌ରେ ତୁମୁଳ ଲଢ଼େଇ ଜାରି ରହିଥିଲା।
  19. ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା କଟକଣା ଯୋଗୁଁ ବୋଇଂ ଏବଂ ଏୟାରବସ୍‍ ଆଦି କମ୍ପାନୀ ରୁଷକୁ ବିମାନ ଯନ୍ତ୍ରାଂଶ ଯୋଗାଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏବେ ଏ କ୍ଷେତ୍ରରେ ରୁଷ ଭାରତର ସହାୟତା ଲୋଡିଛି।
  20. ୟୁକ୍ରେନ ଉପରେ ସାମରିକ ଆକ୍ରମଣ ୧୬ ଦିନରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ୟୁକ୍ରେନରେ ରୁଷ୍‌ ଯଦି ‌ରସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରେ ସେଥିପାଇଁ ତାହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.