• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ସୀମା ଟପିଲା, ବିଜେପି ସମର୍ଥକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ । ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ କି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
  2. ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକ ଦଳ ନେତା ଭଗୱନ୍ତ ସିଂହ ମାନ୍‍ ଶନିବାର ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ଆସନ୍ତା ୧୬ ତାରିଖ  ଦିନ ୧୨ଟା ୩୦ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
  3. ରୁଷ ଆକ୍ରମଣରେ ୟୁକ୍ରେନ୍‌ର ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି: ଜେଲେନସ୍କି   ।
  4. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧ %  ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି । ଯାହା ବିଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ । ଏହା ଦ୍ବାରା ୬୦ ଲକ୍ଷ ହିତାଧିକାରୀ ପ୍ରଭାବିତ ହେବେ ।
  5. ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଆହୁରି କଡ଼ା ହେଲା ଆମେରିକା, ୩ ଋଷୀୟ ସଂସ୍ଥାଙ୍କ ବିରୋଧରେ ଲାଗିଲା କଟକଣା ।
  6. ଏପର୍ଯ୍ୟନ୍ତ ଦେଶବ୍ୟାପୀ  ୧୮୦ କୋଟି ୩ ଲକ୍ଷ ୭୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି।
  7. ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍‌ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କା ବ୍ୟବସାୟ କରିଛି।
  8. କଟକ ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୧୩ଟି ବ୍ଲକ ଅକ୍ତିଆର କରିଥିବା ବେଳେ ବିଜେପି ଗୋଟିଏ ବ୍ଲକ ଦଖଲ କରିଛି । ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୮ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
  9. ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ ଲାଗିବ । ୨୦୨୨ରେ ଲାଗିବାକୁ ଥିବା ୨ଟି ଯାକ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ, ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ଭାରତରେ ଧାର୍ମିକ ମାନ୍ୟତା ଅନୁସାରେ, ଗ୍ରହଣକୁ ଅଶୁଭ କୁହାଯାଏ ।
  10. ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ ଏମ-ଆରଏନଏ କୋଭିଡ ଟିକା । ଜେନୋଭା ବାୟୋଫାର୍ମା ପକ୍ଷରୁ ପ୍ରସ୍ତୁତ ଏହି ଟିକାର ଟ୍ରାଏଲ ସମ୍ପର୍କିତ ତଥ୍ୟକୁ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କ ନିକଟରେ ଉପସ୍ଥାପିତ କରାଯାଇଛି ।
  11. ଋଷର ସ୍ଥାୟୀ ପ୍ରତିନିଧି ଭାସିଲି ନେବେନଜିଆ କହିଛନ୍ତି, ୟୁକ୍ରେନର ୩୦ଟି ବାୟୋଲ୍ୟାବରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ସହାୟତାରେ ଅତି ବିପଦଜ୍ଜନକ ସାମରିକ ଜୈବିକ କାର୍ଯ୍ୟକ୍ରମ ଜାରି ରହିଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ପ୍ଲେଗ, ଆନ୍ଥ୍ରାକ୍ସ, କଲେରା ପ୍ରଜାତିର ଜୀବାଣୁ ପ୍ରସ୍ତୁତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
  12. ନରହତ୍ୟା ଏବଂ ଆତଙ୍କବାଦୀ ସଙ୍ଗଠନର ସଦସ୍ୟମାନଙ୍କ ସମେତ ବିଭିନ୍ନ ପ୍ରକାର ଅପରାଧ ଘଟାଇଥିବା ୮୧ଜଣ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଶନିବାର ଦିନ ସାଉଦୀ ଆରବ ମୁଣ୍ଡକାଟ କରି ହତ୍ୟା କରିଛି। ଆଧୁନିକ ସାଉଦୀ ଆରବ ରାଜତନ୍ତ୍ରରେ ଏହା ହେଉଛି ସବୁଠୁ ବଡ଼ ନରସଂହାର।
  13. ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସମେତ ଅନ୍ୟ ପକ୍ଷମାନଙ୍କୁ ସାକ୍ଷ୍ୟପ୍ରମାଣ ଓ ସତ୍ୟପାଠ ଏପ୍ରିଲ ୨୩ ସୁଦ୍ଧା ଦାଖଲ କରିବା ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
  14. ରୁଷ୍-ୟୁକ୍ରେନ୍ ଯୁଦ୍ଧ ସରିବାର ଲକ୍ଷଣ ଦେଖିବାକୁ ମିଳୁ ନ ଥିବା ବେଳେ ୟୁକ୍ରେନ୍ ସପକ୍ଷରେ ଓ ରୁଷ୍ ସେନା ବିରୋଧରେ ଲଢ଼ିବା ପାଇଁ ବିଶ୍ବର ଶ୍ରେଷ୍ଠ ସ୍ନାଇପର (ଲୁଚିକରି ଗୁଳି ଚଳାଉଥିବା ବ୍ୟକ୍ତି) ୱାଲି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି।
  15. ମାର୍ଚ୍ଚ ୧୬ରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ବେଳେ ଏହା ପୂର୍ବରୁ ସେ ସମସ୍ତ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଗୱନ୍ତ ମାନ ପ୍ରାୟ ୧୨୨ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଭଗୱନ୍ତଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୩୬୯ ପୁଲିସ କର୍ମଚାରୀ ଏବଂ କମାଣ୍ଡୋଙ୍କୁ ସୁରକ୍ଷା ଦାୟିତ୍ବରୁ ହଟାଇ ଦିଆଯାଇଛି।
  16. ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପ-୨୦୨୨ରେ ଭାରତ ଶନିବାର ଏକ ଦମଦାର ବିଜୟ ହାସଲ କରିଛି । ଓ୍ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ପରାସ୍ତ କରି ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।
  17. ଆସନ୍ତା ୨୦ତାରିଖ ଠାରୁ ଏଣିକି ରବିବାର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଫଳରେ ଏଣିକି ଭକ୍ତ ମାନେ ସବୁଦିନ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଶନିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
  18. ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି।  ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୄତ୍ୟୁ ହୋଇଥିଲା ।
  19. ବର୍ତ୍ତମାନ ରାଜ୍ୟସଭାରେ କଂଗ୍ରେସ ଦଳର ସଦସ୍ୟ ସଂଖ୍ୟା ୩୪ ରହିଛି। ମାର୍ଚ୍ଚ ୩୧ରେ ୧୩ଟି ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ଦଳ ୭ ସଦସ୍ୟଙ୍କୁ ହରାଇବ; କାରଣ ଏହି ୧୩ ଆସନ ମଧ୍ୟରୁ କେବଳ ପଞ୍ଜାବର ୫ଟି ରହିଛି। ପଞ୍ଜାବରେ କଂଗ୍ରେସ ପୂର୍ବ ବିଧାନସଭା ତୁଳନାରେ ୫୯ଟି କମ୍ ଆସନ ପାଇଥିବାରୁ ଏଠାରେ ରାଜ୍ୟସଭା ଆସନ ପାଇବା କଷ୍ଟକର ହେବ।
  20. ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଭାବ ସବୁକ୍ଷେତ୍ରରେ ଅନୁଭୂତ ହେବ। ବଜାରରେ ଅସ୍ଥିର ଅବସ୍ଥା ସହିତ ମୁଦ୍ରାର ଅବମୂଲ୍ୟାୟନ, ମୁଦ୍ରାସ୍ଫୀତି ଊର୍ଦ୍ଧ୍ବମୁଖୀ ହେବା, ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ଘଟିବା ଭଳି ପରିସ୍ଥିତି ପରିଲକ୍ଷିତ ହେବ। ପଣ୍ୟଦ୍ରବ୍ୟ, ବିଶେଷକରି ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ବିଶ୍ୱସରରେ ଆର୍ଥିକ ମାନ୍ଦା ଅବସ୍ଥା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.