• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ସୂଚନା ଅନୁସାରେ ଏହି ଯୁଦ୍ଧରେ ୫୯୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଦୁଇ ଦେଶର ଯୁଦ୍ଧରେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।
  2. ନାଏବ ସରପଞ୍ଚ ଓ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସମସ୍ତ ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି । ଓଡ଼ିଶା ଇତିହାସରେ ପ୍ରଥମ ଥର ଏମିତି ହୋଇଛି ।
  3. ଋଷ-ୟୁକ୍ରେନ ଯୁଦ୍ଧର ଖବର ସଂଗ୍ରହ କରିବାକୁ ଯାଇ ଖବର ହୋଇଗଲେ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ବ୍ରେଣ୍ଟ ରେନାଉଡଙ୍କ ମୃତ୍ୟୁ ।
  4. ବିଦେଶ-ଫେରନ୍ତା ଛାତ୍ରମାନଙ୍କ ପାଇଁ ନିୟମ କୋହଳ କରିବାକୁ ହେଲେ ଆଇନରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଇଁ ଯେଉଁମାନେ ଫରେନ୍ ମେଡିକାଲ ଗ୍ରାଜୁଏଟ୍‌ସ ଏକ୍‌ଜାମିନେସନ (ଏଫ୍‌ଏମ୍‌ଜିଇ) ପାସ୍ କରିଛନ୍ତି, ସେମାନଙ୍କ ଇଣ୍ଟର୍ଣ୍ଣସିପ୍ ପ୍ରକ୍ରିୟା ଶେଷ କରିବା ଲାଗି ଏନ୍‌ଏମ୍‌ସି ରାଜ୍ୟ ମେଡିକାଲ କାଉନ୍‌ସିଲଗୁଡ଼ିକୁ ଆଦେଶ ଦେଇଛି।
  5. କୋଲକାତା ନ୍ୟୁ ଟାଉନ୍‌ର ଜଣେ ୨୪ ବର୍ଷୀୟା ପାଇଲଟ୍‌ ଏବେ ସବୁଆଡ଼େ ଚର୍ଚ୍ଚାରେ। ୟୁକ୍ରେନ୍‌ରେ ଫସିଥିବା ୮୦୦ରୁ ଅଧିକ ଭାରତୀୟଙ୍କୁ ସେ ଉଦ୍ଧାର କରିଛନ୍ତି ଏବଂ ଘରକୁ ସୁରକ୍ଷିତ ଫେରାଇ ଆଣିଛନ୍ତି। ତାଙ୍କ ନାମ ମହାଶ୍ବେତା ଚକ୍ରବର୍ତ୍ତୀ।
  6. ମାର୍ଚ୍ଚ ୧୧ ତାରିଖ ସିନେମାଘର ଗୁଡିକରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଭାରତରେ ୩.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନ(ମାର୍ଚ୍ଚ ୧୨)ରେ ୮.୫୦ କୋଟି ଆୟ କରିଛି
  7. ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ, ମହୁଲଡ଼ିହାର ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ର କୌଶିକ କୁମାର ହୋତା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ଅଧିକାରୀ ହୋଇଛନ୍ତି। ସେ ଲେଖିଥିବା ପୁସ୍ତକ ‘ଟିକିତାରା’ ପାଇଁ ଏହି ସ୍ବୀକୃତି ପାଇଛନ୍ତି।
  8. ମହିଳା ପୁଲସ୍‌ ଏସ୍‌ଆଇଙ୍କ ଅଭିଯୋଗ କ୍ରମେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ୧୧୩/୨୦୨୨ରେ ଭାରତୀୟ ପିଙ୍ଗଳକୋଡ୍ ଦଫା ୩୦୭, ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬ ଓ ୩୫୩ ଧାରାରେ ଏକ ମାମଲା ରୁଜୁ ହୋଇଥିଲା।
  9. ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ବରର ଗୋଟାଏ ଘର ଓ ଅଫିସ, ଢେଙ୍କାନାଳର ଦୁଇଟି ସ୍ଥାନ, ତାଳଚେରର ପୈତୃକ ଘରେ ଦୁଇଟି ଟିମ୍ ଚଢାଉ ଜାରି ରଖିଛନ୍ତି ।
  10. ବିକଟାଳ ଶଦ୍ଦ କରିଯାଉଥିବା ୧୧ ବାଇକ ଜବତ କଲା ଟ୍ରାଫିକ୍ ଟିମ୍ । ଜବତ ଗାଡ଼ିକୁ କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ । ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।
  11. ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି। 
  12. ବେଙ୍ଗାଲୁରୁରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ଗୋଟିଏ ଓ୍ଵିକେଟ୍ ବିନିମୟରେ ୨୮ ରନ କରିଛି। କୁଶଲ ମେଣ୍ଡିସ ୧୬ ଏବଂ ଦିମୁଥ କରୁଣାରତ୍ନେ ୧୦ ରନ କରି କ୍ରିଜରେ ଅଛନ୍ତି। ଶ୍ରୀଲଙ୍କାକୁ ବିଜୟ ପାଇଁ ୪୧୯ ରନ ଦରକାର ଥିବା ବେଳେ ଭାରତକୁ ୯ ଓ୍ଵିକେଟ୍ ଆବଶ୍ୟକ।
  13. ରୁଷ୍‌ର କ୍ରୁଜ୍‌ ମାଡ଼, ୧୮୦ ମୃତ: ରାତିର ଆକାଶ ଲାଲ୍‌ ହୋଇ ଯାଇଥିଲା ।
  14. ନିର୍ମାଣ ହେବ ଫିଲ୍ମ ପୁଷ୍ପା ୨, ଉତ୍ତର ଭାରତ ଉପରେ ନିର୍ମାତାଙ୍କ ଫୋକସ୍, ପୁଣି ଥରେ କମାଲ୍ କରିବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ।
  15. କିଭ୍ ପାଇଁ ଏବେ ନିର୍ଣ୍ଣାୟକ ଲଢେଇ! ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକାରର ଘୋଷଣା । ସେପଟେ ତିନି ପଟୁ ଘେରି ଆକ୍ରମଣ ଚଳାଇଛି ରୁଷ୍ ।
  16. ପଞ୍ଜାବରେ କେହି ମନ୍ତ୍ରୀ ବିଧାୟକ ବିଶ୍ୱାସଘାତକତା କଲେ ବରଖାସ୍ତ ନୁହେଁ ସିଧା ଜେଲ ପଠାଇବୁ’, କେଜ୍ରିୱାଲଙ୍କ ଚେତାବନୀ ।
  17. ଭୁବନେଶ୍ୱର ରାମ ମନ୍ଦିର ପରିଷରରେ ୮ମ ସାମୁହିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏକା ସାଙ୍ଗରେ ୨୫ ଯୋଡ଼ା ବରକନ୍ୟା ବିବାହ ବାନ୍ଧନରେ ବାନ୍ଧି ହୋଇଛନ୍ତି । ସମାଜର ସବୁ ବର୍ଗ, ଗୋଷ୍ଠି, ଜାତି ତଥା ବିଧବା, ଅକର୍ମଣ୍ୟ ଅବହେଳିତଙ୍କୁ ଏକାଠି କରି ‘ପ୍ରୟାସ’ ଅନୁଷ୍ଠାନ ପକ୍ଷରୁ ଏହି ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଯାଇଛି ।
  18. ରାଜ୍ୟସଭା ଓ ଲୋକସଭା ମାର୍ଚ୍ଚ ୧୪ ରୁ ୧୧ ତାରିଖ ପର‌୍ୟ୍ୟନ୍ତ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ପାଇଁ ସାଧାରଣ ଅଧିବେଶନ ଆରମ୍ଭ କରିବାକୁ ଯାଉଛି। ପୁର୍ବ ସଂସଦର ଅଧିବେଶନର ଦେଖାଯାଇଥିବା କରୋନା ପ୍ରୋଟୋକଲ୍ ଅନୁସରଣ କରି ଦୁଇଟି ଗୃହ ଅଧିକାଂଶ ପ୍ରତିବନ୍ଧକ ସହିତ ଜାରି ରହିବ ।
  19. ସୁରକ୍ଷା ଦୃଷ୍ଟିରୁ ୟୁକ୍ରେୟନ୍ ର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଦୂତାବାସ ଅସ୍ଥାୟୀ ଭାବରେ ପୋଲାଣ୍ଡ ସ୍ଥାନାନ୍ତରଣ ହେବ ବୋଲି ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
  20. ରୁଷ୍‌ର ଆକ୍ରମଣ ଅଧିକରୁ ଅଧିକ ସହରକୁ ପ୍ରଭାବିତ କରୁଥିବାବେଳେ ସାଧାରଣ ଲୋକଙ୍କ ମୃତ୍ୟୁସଂଖ୍ୟା ବଢିଚାଲିଛି। ଏହି କ୍ରମରେ ୟୁକ୍ରେନର ମାରିଉପୋଲ ସହରରେ ୨୧୦୦ରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏଥିପାଇଁ ମୃତ ଲୋକଙ୍କୁ ଗଣକବର ଦିଆଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.